Priyaranjan Biswal

Inspirational Others

2  

Priyaranjan Biswal

Inspirational Others

ଚୋରର ମାନବିକତା

ଚୋରର ମାନବିକତା

5 mins
10



   ବଳରାମପୁର ଅଞ୍ଚଳିକ ମହାବିଦ୍ଯାଳୟରେ ଏକ ଆନ୍ତଃମହାବିଦ୍ଯାଳୟ ସ୍ତରୀୟ ବ୍ଯକ୍ତିତ୍ୱ ବିକାଶ ଶିବିର ଅନୁଷ୍ଠିତ‌ ହେବାକୁ ସ୍ଥିର ହେଲା। କେନ୍ଦୁଝର ଓ ମୟୁରଭଞ୍ଜ‌ ର ପ୍ରାୟ ସମସ୍ତ‌ ମହାବିଦ୍ଯାଳୟରୁ ଛାତ୍ରଛାତ୍ରୀମାନେ ଏହି ଶିବିରରେ ଯୋଗ ଦେବାକୁ ଆସିଲେ। ସତ ଦନ ପାଇଁ ଶିବିର ଚାଲିବ ଏ ଶିବିର। ଶିବିରରେ ବ୍ଯକ୍ତିତ୍ୱ ବିକାଶର ତାଲିମ୍ ନେବା ସହପାଖ ଅଞ୍ଚଳର ଲୋକ ମାନଙ୍କ ସହ ମିଶି ସେମାନଙ୍କର ବିଭିନ୍ନ ଅସୁବିଧା ଗୁଡିକୁ‌ ସମାଧାନ କରିବାରେ ଲାଗିପଡିଲେ ଶିବିରାର୍ଥୀ ମାନେ। ଆଉ ସଂନ୍ଧ୍ଯା ସମୟରେ ନିଜ ନିଜ ମଧ୍ଯରେ ଥିବା ଲୁକାୟିତ ପ୍ରତିଭାକୁ ପ୍ରସ୍ଫୁଟିତ‌ କରି ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ମଧ୍ଯ ପରିବେଶଣ କରନ୍ତି। ଏସବୁ କାର୍ଯ୍ଯ ଶୃଙ୍ଖଳିତ ଢଙ୍ଗରେ କରିବା ପାଇଁ ଏକ ସୁନିୟୋଜିତ ନିର୍ଘଣ୍ଟ ସୂଚୀ ମଧ୍ଯ ପ୍ରସ୍ତୁତ ହୋଇଥାଏ। ଯେଉଁଥିରେ ସକାଳ ଉଠିବାଠାରୁ ରାତି ଶୋଇବା ପର୍ଯ୍ଯନ୍ତ ପ୍ରତ୍ଯେକ‌ କାର୍ଯ୍ଯର ସମୟ ନିର୍ଘଣ୍ଟକୁ ସୁନିୟନ୍ତ୍ରଣ ଭାବେ ଉପସ୍ଥାପିତ କରାଯାଇଥାଏ।


    ଶିବିରର ୩ୟ ଦିନରେ ପାଖ ଅଞ୍ଚଳର ଲୋକମାନଙ୍କର ସମସ୍ଯ ସମାଧାନ କରି ଶିବିରକୁ ଫେରିଲେ ଶିବିରାର୍ଥୀ ମାନେ। ସମୟ ନିର୍ଘଣ୍ଟ ସୂଚୀ ଅନୁସାରେ ସମସ୍ତେ ମୁଁହଁ ହାତ‌ ହୋଇ ହୋଇ ଦିନ ସମୟର ଖାଦ୍ଯ ଗ୍ରହଣ କରିବାକୁ ବାହାରି ଯାଉଥାନ୍ତି। ଏହି ଶିବିରାର୍ଥୀ ମାନଙ୍କ ମଧ୍ଯରେ ଝିଲିକ୍ ଥିଲା ଅନ୍ଯତମ। ସେ ମାନିନୀରାଣୀ ମହାବିଦ୍ଯାଳୟରୁ ଆସିଥିଲା। ସେ ମଧ୍ଯ ପାଖ ଅଞ୍ଚଳରୁ ଫେରି ପାଣିଟ୍ଯାପ ପାଖରେ ଥିବା ଏକ ଝରକା ଉପରେ ନିଜର ମୋବାଇଲ୍ ଫୋନ୍ ରଖି, ଟ୍ଯାପ୍ରେ ହାତ ମୁଁହଁ ଧୋଇହୋଇ ଖାଇବାକୁ ବାହାରିଲା। କିନ୍ତୁ ଝରକା ପାଖକୁ ଯାଇ ଦେଖେତ ତା' ମୋବାଇଲ୍ ସେଠାରେ ଆଉ ନଥିଲା। ବହୁ ଖୋଜା ଖୋଜି କରିବା ପରେ ମଧ୍ଯ ସେ ନିଜର ମୋବାଇଲ୍ ପାଇଲା ନାହିଁ। ଶେଷରେ କଥା ପହଞ୍ଚିଲା ଶିବିରର ଆୟୋଜୋକ ମାନଙ୍କ ନିକଟରେ। ସମସ୍ତେ ଲାଗିପଡିଲେ ଝିଲିକ୍ ର ମୋବାଇଲ୍ ଖୋଜିବାରେ। କିନ୍ତୁ ସମସ୍ତଙ୍କୁ କେବଳ ବିଫଳତାର ସ୍ୱଦ ଚାଖିବାକୁ ପଡିଲା। ଶେଷରେ ସମସ୍ତେ ନିଶ୍ଚିତ ହୋଇଗଲେ ଯେ, ଝିଲିକ୍ ର ମୋବାଇଲ୍ ଫୋନ ଚୋରି ହୋଇଯାଇଛି। 


    ସନ୍ଧ୍ଯରେ ସାଂସ୍କୃତିକ କାର୍ଯ୍ଯକ୍ରମ ପୂର୍ବରୁ ଆୟୋଜୋକ ମାନେ ଘୋଷଣା କଲେ କି ଯଦି କେହି ଝିଲିକ୍ ର ମୋବାଇଲ୍ ଚୋରି କରିଛ ବା ଭୁଲ ବଶତଃ ନେଇଯାଇଛ କାହାକୁ କିଛି ନଜଣାଇ ସେ ମୋବାଇଲ ଏମିତି ସ୍ଥାନରେ ରଖିଦିଅ ଯେମିତି ଝିଲିକ୍ ଫେରି ପାଇବ। ନହେଲେ ଆମ ଆୟୋଜକ ମଣ୍ଡଳିଙ୍କ ମଧ୍ଯରୁ କାହା ପାଖରେବି ଆଣି ଦେଇ ଦିଅନ୍ତୁ। ଆମେ ତାଙ୍କ ନାମ ଓ ପରିଚୟ ଗୁପ୍ତ‌ରଖିବାକୁ କଥା ଦେଉଛୁ। କେବଳ ସେତିକି ନୁହେଁ ଯିଏ ଫେରେଇବ ତାକୁ ଜାତୀୟ ସ୍ତରର ଏକ ଶିବିରକୁ ମନୋନିତ‌ ମଧ୍ଯ କରିଦିଆ ଯିବ। ଶେଷରେ ଝିଲିକ୍ ମଞ୍ଚ ଉପରକୁ ଯାଇ କହିଲା ଯିଏ ବି ମୋ ମୋବାଇଲ୍ ନେଇଛ, ନେଇଯାଅ କିନ୍ତୁ ତା ଭିତରେ ଥିବା ମୋ ସିମ୍ ଓ ମେମୋରି କାର୍ଡ ମତେ ଫେରେଇଦିଅ। ସେଥିରେ ମୋର ଅନେକ ବ୍ଯକ୍ତିଗତ ତଥ୍ଯ ରହିଛି। ଏହା କହି ବଡ ଜୋରରେ କାନ୍ଦିବାକୁ ଲାଗିଲା। ଝିଲିକ୍ ର ଏପରି ଅବସ୍ଥା ଦେଖି ସମସ୍ତ‌ ଶିବିରାର୍ଥୀମାନେ ସ୍ତବ୍ଧ ହେବା ସହ ତା' ଦୁଃଖରେ ମ୍ରିୟମାଣ ହୋଇପଡିଲେ। ପରଦିନ ସକାଳର ଯୋଗ ଶିକ୍ଷା ଶେଷ କରି ଜଳଖିଆ ସମାପନ ପରେ ଶିବିରାର୍ଥୀମାନେ ପାଖ ଅଞ୍ଚଳରେ ଥିବା ଏକ ପୋଖରୀକୁ ସଫା କରିବାକୁ ବାହାରିଲେ। ସେହି ପୋଖରୀ ଉପରେ ଆଖପାଖର ତିନି ଚାରୋଟି ଗାଁର ଲୋକ ମାନେ ସେମାନଙ୍କ ବିଭିନ୍ନ କାର୍ଯ୍ଯରେ ଆବଶ୍ଯକ‌ ଜଳ ପାଇଁ ନିର୍ଭରଶୀଳ। ହେଲେ ଧିରେ ଧିରେ ପୋଖରୀରେ ଦଳ ମଡିଯାଇଥିବାରୁ ତାକୁ ସଠିକ୍ ଭାବେ ବ୍ଯବହାର କରିପାରୁ ନଥାନ୍ତି ସ୍ଥାନିୟ ଲୋକମାନେ।


   ଏପଟେ ଝିଲିକ୍ ନିଜର ମୋବାଇଲ୍ ହଜାଇ ଦୁଃଖରେ ଥିବାରୁ ଶିବିରର ଆୟୋଜୋକମାନେ ତାଙ୍କୁ ଶିବିରରେ ରହିବାକୁ କହିଲେ। ମାତ୍ର ଝିଲିକ୍ କହିଲା - ମୁଁ ଦୁଃଖରେ ଥାଇପାରେ। ମତେ ଅନେକ କଷ୍ଟ ମଧ୍ଯ ସହିବାକୁ ପଡୁଥାଇ ପାରେ, ହେଲେ ଏହାର ଅର୍ଥ ନୁହେଁ ଯେ, ମୁଁ ମୋର କର୍ତ୍ତବ୍ଯରେ ଅବହେଳା କରିବି। ମୁଁ ବି ଯିବି। ଶେଷରେ ଶିବିରାର୍ଥୀମାନଙ୍କ ସହ ଝିଲିକ୍ ପୋଖରୀ ସଫା କରିବାକୁ ଗଲା। ସ୍ଥାନୀୟ ଲୋକମାନଙ୍କ ସହ ମିଶି ଶିବିରାର୍ଥୀମାନେ ପୋଖରୀ ସଫା କରିବାରେ ଲାଗିପଡିଲେ। ପୋଖରୀରୁ ଦଳ ସଫା କରୁ କରୁ ଝିଲିକ୍ ର ଗୋଡରେ କାଚ ପଶିଗଲା। ତାକୁ ଶିବିରାର୍ଥୀମାନେ ସଙ୍ଗେ ସଙ୍ଗେ ପାଖ ଡାକ୍ତରଖାନାକୁ ନେଇଗଲେ। ସେଠାରେ ତାର ଚିକିତ୍ସା ହେଲା। ତାପରେ ସଂନ୍ଧ୍ଯାରେ ସେ ଶିବିରକୁ ଫେରିଲା। ରାତି ଖାଇସାରି ସମସ୍ତେ ଶୋଇବାକୁ ଚାଲିଗଲେ।


    ସକାଳୁ ଉଠି ଝିଅମାନେ ଯୋଗ ଶିକ୍ଷା କରିବାକୁ ବାହାରକୁ ଆସିବା ପାଇଁ ଯେତେବେଳେ ନିଜର ଫାଟକ ଖୋଲିଲେ, ସେମାନେ ଦେଖିଲେ ଫାଟକ ସାମ୍ନାରେ, ଏକ ମୋବାଇଲ୍ ଥୁଆ ଯାଇଛି। ଏବଂ ସେହି ମୋବାଇଲ୍ ଟା ଥିଲା ଝିଲିକ୍ ର । ନିଜ ମୋବାଇଲ୍ ଫେରିପାଇବା ପରେ ଝିଲିକ୍ ର ଖୁସି କହିଲେ ନସରେ। ମୋବାଇଲକୁ ନେଇ ଝିଲିକ୍ ତନତନ କରି ଦେଖିବାକୁ ଲାଗିଲା। ତାର ସମସ୍ତ ତଥ୍ଯ ସୁରଖିତ ଥିବା ଜାଣିବା ପରେ ସେ ଆହୁରି ଖୁସି ହୋଇଗଲା। କିନ୍ତୁ ତା ମୋବାଇଲ୍ ରେ ଏକ ଭଏସ୍ ରେକଡିଂ ହୋଇଥିବାର ସେ ଦେଖିଲା। ଯାହା ପୂର୍ବରୁ ତା ମୋବାଇଲ୍ ନଥିଲା। ଶିବିରାର୍ଥୀମାନେ ନିଜ ନିଜ କାମରେ ବ୍ଯସ୍ତ ଥିବା ସମୟରେ, ଏକାନ୍ତରେ ବସି ଝିଲିକ୍ ସେ ରେକଡିଂଟିକୁ ଶୁଣିବାକୁ ଆରମ୍ଭ କଲା। -

      ସରି ଝିଲିକ୍ ମୁଁ ମୋର ଲୋଭକୁ ସମ୍ଭରଣ ନକରିପାରି ତୁମର ଏ ମୋବାଇଲ୍ ଟିକୁ ଚୋରେଇ ନେଇଥିଲି। ହେଲେ ତୁମର ଉଦାରତା, କର୍ତ୍ତବ୍ଯ ପରାୟଣତା, ମହାନତା ଆଗରେ ମୋ ମନର ଲୋଭ ହାର ମାନିବାକୁ ବାଧ୍ଯ‌ ହେଲା। ମୁଁ ସିନା ମୋ ଲୋଭର ବଶବର୍ତ୍ତି ହୋଇ ବେଳେବେଳେ ଚୋରି କରିବା ଭଳି କାର୍ଯ୍ଯ କରିବସେ, ହେଲେ ମୁଁ କାହାର କାନ୍ଦ କେବେ ସହିପାରେନି। ତୁମକୁ ମଞ୍ଚ ଉପରେ କାନ୍ଦିବାର ଦେଖି ମୁଁ ଗଭୀର ମର୍ମାହତ ହୋଇପଡିଥିଲି। ତୁମ ସ୍ଥାନରେ ଆଉ କେହିଥିଲେ ସେ ବିଭିନ୍ନ ଉପାୟରେ ଭୟ ଦେଖାଇ ପୋଲିସ୍ କେସ କଥା କହି ନିଶ୍ଚିତ ଭୟ ଦେଖାଇ ନିଜର ମୋବାଇଲ୍ ପାଇବାକୁ ଚେଷ୍ଟା କରିଥାନ୍ତା। କିନ୍ତୁ ତୁମେ ତାହା ନକରି କେବଳ ତୁମର ସିମ୍ ଓ ମେମୋରୀ କାର୍ଡ ଫେରାଇବାକୁ ଅନୁରୋଧ କରି ମୋ ହୃଦୟରେ ପଶ୍ଚ୍ଯାତାପର ଏକ ଗଭୀର ରେଖା ଅଙ୍କନ କରିଦେଲ। ତାପରେ ନିଜ ଦୁଃଖକୁ ମନରେ ରଖି ନିଜ କର୍ତ୍ତବ୍ଯ କରିବାକୁ ଯାଇ ନିଜର ପାଦରେ ଗଭୀର କ୍ଷତ ହେବା ପରେବି ତୁମେ ଘରକୁ ନଫେରି ଶିବିରକୁ ଫେରି ପୁଣି ନିଜ କର୍ତ୍ତବ୍ଯ କରିବାର ଦୃଢଇଛାକୁ ଦେଖିବା ପରେ, ମତେ ମୋ ବିବେକ୍ ଅନେକ ଧିକାର କଲା। ଶେଷରେ ମୁଁ ତୁମର ମୋବାଇଲ୍ ଫେରେଇବାକୁ ନିଷ୍ପତି ନେଲି। କିନ୍ତୁ ପ୍ରତ୍ଯେକ୍ଷ ରୂପେ ଫେରାଇଲେ ମତେ ଅନେକ ଲୋକ ଲଜ୍ଯା ସହିବାକୁ ହେବ। ତେଣୁ ଫାଟକ ସାମ୍ନାରେ ତୁମର ଫୋନଟିକୁ ରଖିଦେଇ ଯାଉଛି। ଆଉ ହଁ ମୁଁ ତୁମର କୌଣସି ବ୍ଯକ୍ତିଗତ ତଥ୍ଯ ଦେଖିନାହିଁ କେବଳ ମୋର ଗୋଟିଏ ଅତିପ୍ରିୟ ଗୀତଟିଏ ତୁମ ଫୋନରେ ଲୋଡ କରିଥିଲି, ଯାହା ଡିଲିଟ୍ କରିବାକୁ ଭାବିଥିଲି, କିନ୍ତୁ କେଜାଣି କାହିଁକି ପୁଣି ଆଉ ଇଛା ହେଲାନି। ମାତ୍ର ତୁମକୁ ତୁମ ମୋବାଇଲ୍ ଫେରେଇବାର ନିଷ୍ପତ୍ତି ନେବାପରେ ମତେ ଏତେ ଖୁସି ଲାଗୁଛି ଯେ ତାହା ମୋ ପକ୍ଷେ ଏବେ ଶବ୍ଦରେ ପରିପ୍ରକାଶ କରିବା ସମ୍ଭବପର ନୁହେଁ। ଆଉ ମା ତାରିଣୀଙ୍କ ନିକଟରେ ଶପଥ କରୁଛି ଆଜିଠାରୁ ଆଉ କାହାର କୌଣସି ଜିନିଷକୁ ମୁଁ ଲୋଭ କରିବି ନାହିଁ କିମ୍ବା ଲୋଭ ଆସିଲେ ମଧ୍ଯ ଚୋରି କରିବି ନାହିଁ। ମୁଁ ଜାଣେ ତୁମେ ମତେ ମୋ କଣ୍ଠ ସ୍ୱରରୁ ନିଶ୍ଚିତ‌ ଚିହ୍ନି ପାରିବ। କିନ୍ତୁ ତୁମେ ମୋ ପରିଚୟକୁ ଗୋପନ ରଖିବ କି ପ୍ରକାଶ କରିବ ତାହା ତୁମ ଉପରେ ନିର୍ଭରକରେ। ଶେଷରେ ଏତିକି କହିବି, ମୋ ପରା ଗୋଟିଏ ଚୋରର ହୃଦୟରେ ମାନବିକତା ଓ ମଣିଷପଣିଆର ଗୁଣ ଉଦ୍ରେକ କରାଇଥିବାରୁ ମୁଁ ତୁମ ନିକଟରେ ଚିର ଋଣୀ। ମୁଁ ଅନେକ ଶିବିରରେ ଯୋଗ ଦେଇଛି, ମାତ୍ର କେବଳ ତୁମ ପାଇଁ ମୋର ଏହି ଶିବିରରେ ଯୋଗ ଦେବା ଆଜି ସାର୍ଥକ ହୋଇଗଲା। ବାସ୍ତବରେ ବ୍ଯକ୍ତିତ୍ୱ ବିକାଶର ଏହି ଶିବିର ମୋର ବ୍ଯକ୍ତିତ୍ୱର ବିକାଶ ସାଧନ ହୋଇଛି। ସେଥିପାଇଁ ତୁମକୁ ଧନ୍ଯବାଦ।


   ସନ୍ଧ୍ଯା ସମୟରେ ସାଂସ୍କୃତିକ କାର୍ଯ୍ଯକ୍ରମ ଆରମ୍ଭରେ ନିଜ ପାଦରେ ଗଭୀର କ୍ଷତ ଥିବା ସତ୍ତ୍ୱେ, ଝିଲିକ୍ ମଞ୍ଚ ଉପରକୁ ଯାଇ ନିଜ ମୋବାଇଲ୍ ଫେରିପାଇଥିବାରୁ ଧନ୍ଯବାଦ କରିବା ସହ, ଚୋର ଯେଉଁ ଗୀତଟି ତା' ମୋବାଇଲ୍ ରେ ଲୋଡ୍ କରିଥିଲା, ସେହି ଗୀତରେ ନୃତ୍ଯ କରି ଚୋରକୁ ହୃଦୟରୁ କୃତଜ୍ଞତା ଜଣାଇଲା। ତେବେ ଚୋର କିଏ ତାହା କେବଳ ଝିଲିକ୍ ଜାଣିଥିବ ବୋଧହୁଏ। କାରଣ ସେ ଚୋରର ପରିଚୟ ପ୍ରକାଶ କଲାନାହିଁ। 


    ତେବେ ସାତ ଦିନ ପରେ ଶିବିର ସମାପ୍ତ ହେଲା। ଶିବିରାର୍ଥୀମାନେ ନିଜ ନିଜ ଘରକୁ ଫେରିଲେ। ହେଲେ ବାସ୍ତବରେ ଏହି ବ୍ଯକ୍ତିତ୍ୱ ବିକାଶ ଶିବିରଟି ସଫଳ ହେଲା। ନା କଣ କହୁଛନ୍ତି ଆପଣମାନେ?


Rate this content
Log in

Similar oriya story from Inspirational