Sunanda Mohanty

Comedy Fantasy Others

4  

Sunanda Mohanty

Comedy Fantasy Others

ଚୋର

ଚୋର

2 mins
4



ରୋମ ସହରରେ ଜୈନିକ ଚୋରଟିଏ ଚୋରି କରିବା ଉଦ୍ଦେଶ୍ୟରେ ଜଣେ ବୟସ୍କ ଲେଖକଙ୍କ ଘରକୁ ପଶିଲା. ଅତି ସହଜରେ ତାଙ୍କ ବେଡ଼ ରୁମରେ ପହଁଞ୍ଚି ଦେଖିଲା ବେଡ଼ ଉପରେ ସଦ୍ୟ ପ୍ରକାଶିତ ବହି ଖଣ୍ଡିଏ. ଆଲମିରା ଚାବି ବଦଳରେ ଚୋର ବହି ଖଣ୍ଡିକ ଉଠେଇ ପଢିବାକୁ ଲାଗିଲା. ଲେଖକ ମହାଶୟଙ୍କ ନିଦ ଭାଙ୍ଗିଗଲା ପରେ ପରେ ପୋଲିସ ଚୋରକୁ ଧରିଲା ସତ କାରଣ ପାଖ ଘରୁ ପତ୍ନୀ ପୋଲିସଙ୍କୁ ଫୋନ କରିସାରିଥିଲେ. ଚୋରକୁ ଥରେ ଦେଖିଯିବାକୁ ଇଛା କରି ଲେଖକ ମହାଶୟ ଥାନାରେ ପହଁଞ୍ଚିଗଲେ ଓ ଚୋରକୁ ନିଜ ପୁସ୍ତକଟିଏ ଦେଇ କହିଲେ କାଳେ ବହିଟିକୁ ଅଧା ପଢ଼ିଥିବେ ଭାବି ନେଇ ଆସିଛି କାରଣ ପୁରା ପଢ଼ିବାର ସୁଯୋଗ ହାତଛଡା ହୋଇ କଷ୍ଟ ପାଉଥିବେ. ଏମିତି ଏକ ସତ କଥା ଆମ ଆମ ସହର ଓ ଗାଁ ଗହଳିରେ ଦେଖିବାକୁ ମିଳୁଛି. ଏବେ ଫୁଲ ବଗିଚାରୁ ଖୁବ ଫୁଲ ଚୋରି ହୋଇଯାଉଛି. ଭୋର ଭୋର ଏସବୁ ଫୁଲ ଚୋର ଫୁଲ ଗୁଡିକୁ ତୋଳି ନେଉଥିବାରୁ ପୋଲିସ ଟେର ପାଉନଥିବା ବେଳେ ନିଜ ଫୁଲ ବଗିଚାକୁ ନିଜେ ପ୍ରତ୍ୟେକ୍ଷ ନଜର ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛି ପୋଲିସ ଆଉ ଅନୁସନ୍ଧାନରୁ ଜଣା ପଡିଛି ଏମାନେ ସବୁ ଚୋର ବଦଳରେ ଚରାଣୀ. ବୋଲବମ ଭକ୍ତମାନେ ଏପରି କରିବାର ସମ୍ଭାବନା ସରିଛି ଯେହେତୁ ଶ୍ରାବଣ ମାସ ଫେରିସାରିଛି.

  ଏବେ ଭାଦ୍ରବ ମାସରେ ସ୍ବାଧୀନତା ଦିବସ,ଗଣେଷ ପୂଜା, ଖୁଦୁରୁକୁଣୀ ଓଷା, ରାକ୍ଷୀବନ୍ଧନ, ନୂଆଖାଇ, ବାଲିତୃତୀୟା ଇତ୍ୟାଦି ପର୍ବ ଗୁଡିକ ସାଧାରଣତଃ ଝିଅ ବୋହୁଙ୍କ ପାଇଁ ଉଦିଷ୍ଟ ଆଉ ଏସବୁ କିଶୋରୀ ଝିଅଙ୍କ କାମ କାରଣ ଭୋର ଭୋର ଫୁଲ ଗଛରୁ ଫୁଲ ଚିହ୍ନି ତୋଳିବା ପାଇଁ କିଶୋରୀ କନ୍ୟା ହିଁ ସକ୍ଷମ.ଏମାନେ ବର୍ଷାକୁ ଖାତିର ନକରି ଫୁଲ ଚୋରି କରିବାରେ ସିଦ୍ଧହସ୍ତ.ଏସବୁ ଜାଣିବା ପରେ କନ୍ୟା ନଥିବା ଘରର ମୁରବୀମାନେ ନିଜ ନିଜ ଫୁଲ ବଗିଚାର ଫୁଲ ଜଗିବେ କଣ କିଶୋରୀ କନ୍ୟାମାନଙ୍କୁ ସକାଳୁ ଦେଖିଲେ ଶୁଭ ହୁଏ ବୋଲି ସେମାନଙ୍କୁ ଦେଖିବା ପାଇଁ ଝରକା ମେଲାଇ ଶୋଇବା ଦ୍ୱାରା କାହାକୁ ଜ୍ୱର ତ କାହାକୁ ଛିଙ୍କ କାଶ, କାହା ଘରେ ସାପ ପଶିଲାଣି ତ କାହା ଘରେ ମୂଷା, ପୁଣି କାହାର ଚଷମା ଭାଙ୍ଗିଗଲାଣି ତ କାହାର ବଙ୍କୁଲି ବାଡ଼ି. ଏସବୁ ସମସ୍ୟା ପ୍ରତି ସଚେତନ ରହିବାକୁ ପୋଲିସ ଏବେ ଫୁଲଗଛ ଲଗେଇବାକୁ କଟକଣା ଜାରି କରିଥିବାରୁ ପ୍ରାୟ ବୟସ୍କ ଓ ବୟସ୍କା ଦମ୍ପତ୍ତି ବା ନିଃସଙ୍ଗମାନେ ଧାରଣାରେ ବସିଥିବାର ଦେଖିବାକୁ ମିଳିଥିଲା. କିଶୋରୀମାନେ ଖୁସି ହୋଇ ସ୍କୁଲ ଯିବା ବାଟରେ ବୟସ୍କ ବୟସ୍କା ଗୁରୁଜନମାନଙ୍କୁ ଗୁରୁଦିବସରେ ପୂଜା କରିବା ଗାଁ ଓ ସହରରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି.


Rate this content
Log in