STORYMIRROR

Sunanda Mohanty

Inspirational Children

4  

Sunanda Mohanty

Inspirational Children

ଚିଠିର ମହକ

ଚିଠିର ମହକ

3 mins
186

କୋଟିଆରୁ ଛୋଟ ଝିଅଟିଏ ଲେଖିଛି ଚିଠିଟିଏ, ଆଉ କାହା ପାଖକୁ ନୁହେଁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖକୁ, ଚିଠିର ବିଷୟବସ୍ତୁ ସମ୍ପୂର୍ଣ୍ଣ ପଢି ନହେଉଥିଲେ ବି ବୁଝି ହେଉଥିଲା ଚିଠିର ଆବେଗ ଓ ବିଷୟବସ୍ତୁ l

  ଝିଅଟି ଚାଁହୁଥିଲା ପାଠ ପଢିବାକୁ l ଆଉ ଝିଅଟିଏ ହୋଇଥିବାରୁ ଘରପରିବାରର ଲୋକଙ୍କର ଘୋର ବିରୋଧ ଯେ ଝିଅପିଲା ପାଠପଢି କଣ କରିବୁ? ବରଂ ଘରକରଣା ଶିଖିବା ଉଚିତ ଓ ଗରିବୀ ହଟାଇବା ପାଇଁ ଗାଆଁର ସମସ୍ତଙ୍କର ଛେଳି ରଖିବାକୁ ଯିବାକୁ ପଡେ ତାକୁ, ଛେଳି ଚରିଲା ବେଳେ, ଆକାଶକୁ ଚାହିଁ ରହେ ଝିଅଟି, ଦେଖେ ଉଡାଜାହାଜ ଉଡିଯାଉଛି, ଆଶ୍ଚର୍ଯ୍ୟ ହୋଇ ଚାହେଁ ଝିଅଟି ଆଉ ଶୁଣେ ସାଙ୍ଗ ସୁନୀତାଠୁ ଯେ ମଣିଷମାନେ ସେଥିରେ ବସି ଉଡୁଛନ୍ତି, ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଛନ୍ତି କାରଣ ସେମାନେ ବହୁତ ପାଠ ପଢ଼ିଛନ୍ତି, ତେଣୁ ଚାକିରୀ କରି ଦେଶ ବିଦେଶକୁ ଯାଇ କେତେ କଣ ଜାଣୁଛନ୍ତି, ଝିଅଟି କେତେ କଥା ଭାବେ, ଶୂନ୍ୟ ଦୃଷ୍ଟିରେ ଗାଆଁ ସ୍କୁଲକୁ ଚାହିଁରହେ, ପିଲାମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ ସୁନୀତା ତାକୁ ଲୁଚେଇ ଦିଏ,ତ ସେ ବି ନିଜେ କିପରି ପାଠ ପଢିବ ଭାବି ବସେ l

  ତ ସେଦିନ ଛେଳି ସହ ସେ ବି ଚିତ୍କାର କରି ଦୌଡିବାକୁ ଲାଗିଲା ସେ ବିରାଟ ଅପରିଚିତ ଭୀଷଣ ଶବ୍ଦ ସହ ହେଲିକେପ୍ଟେରଟିର ଓଲ୍ହାଇବାରେ, ହେଲେ ସ୍କୁଲର ସବୁ ପିଲାମାନେ ଦଉଡିଆସିଥିଲେ, ତାଙ୍କ ପଛେ ପଛେ ଶିକ୍ଷକ ଶିକ୍ଷୟିତ୍ରୀମାନେ, ହେଲିକେପ୍ଟେର ଏ ଗାଆଁରେ ଓଲ୍ହେଇବା ପ୍ରଥମଥିଲା ତ ସାର ଗୁରୁମା ମାନେ ପିଲାମାନଙ୍କୁ ଦେଖିବାର ସୁଯୋଗ ଦେଇଥିଲେ ବି ହେଲିକେପ୍ଟେରରୁ ବାବୁମାନେ ଓଲ୍ହେଇ ବହି ଖାତା, ପେନ ଇତ୍ୟାଦି ସହ ସୁନ୍ଦର ସୁନ୍ଦର ପୋଷାକ ପିଲାମାନଙ୍କୁ ବାଣ୍ଟିଥିଲେ ତ ପିଲାଏ ଆଗ୍ରହରେ ନେଉଥିଲା ବେଳେ ସାର ଗୁରୁମାମାନେ ପ୍ରତିବାଦ କରି ପିଲାଙ୍କୁ ସେସବୁ ଗ୍ରହଣ ନକରିବାକୁ କହୁଥିଲେ ତ, ଝିଅଟି ଆଶ୍ଚର୍ଯ୍ୟ ହେଲା, କାରଣ ବୁଝିବା ପୁର୍ବରୁ ତାକୁ ମଧ୍ୟ ଜଣେ କଳା ମୋଟା ବାବୁ ଡାକି ଢେର ସାରା ବହି ଖାତା ସହ ପୋଷାକ ମିଠା ଦେଇଥିଲେ, ଅନେକ ଦିନ ପରେ ସେ ଦେଖୁଥିବା ସମସ୍ତ ସ୍ୱପ୍ନ ପୂରଣ ଦେଖି ସେ ପେନ ପେନସିଲ ଓ ବହି ଖାତାକୁ ଛାତିରେ ଚାପି ରଖୁଥିଲା ବେଳେ, ଦଉଡି ଆସି ସାଙ୍ଗ ସୁନୀତା କହିଥିଲା ସେସବୁ ନନେବା ପାଇଁ, କାରଣ ଆନ୍ଧ୍ରର ସେ ବାବୁମାନେ ସେସବୁ ଆମକୁ ସ୍ନେହରେ ନଦେଇ ପ୍ରଲୋଭନ ଦେଖାଇ ଦେଇଛନ୍ତି, କାବା ହୋଇ ଝିଅଟି କାରଣ ପଚାରିବାରେ, ସୁନିତା ବୁଝେଇଦେଇଥିଲା ଆମ ରାଜ୍ୟ, ଓଡିଶାକୁ, ତାଙ୍କ ଆନ୍ଧ୍ରରାଜ୍ୟରେ ମିଶାଇବାର ଯୋଜନାରେ ଏଇ ପ୍ରଲୋଭନ, ତ ଝିଅଟି ହାତରୁ ତା ସ୍ୱପ୍ନଗୁଡିକ ସବୁ ଖସିପଡିଥିଲା ଏଣେ ତେଣେ l

 ରାତିସାରା ଭାବନାରେ ବୁଡି ଝିଅଟିକୁ ନିଦ ନଥିଲା, ଗାଆଁ ମୁଖିଆଙ୍କ ଘରେ ଛେଳି ବାନ୍ଧି ଆସିବା ବେଳେ ଟିଭିର ନିଉଜ ଶୁଣି ଝିଅଟି ଅନେକ କଥା ଜାଣିସାରିଥିଲା, ତ ସୁନୀତାର ସାହାଯ୍ୟ ନେଇ ଶିଖିଥିବା କିଛି କିଛି ଅକ୍ଷରର ପ୍ରୟୋଗ କରି, ଲେଖିଥିଲା ଚିଠିଟିଏ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ, "ଆପଣ ଚଞ୍ଚଳ ଆସି ମୋ ଭଳି ପାଠଶାଠ ପଢି ପାରୁନଥିବା ପିଲାଙ୍କୁ ପାଠ ପଢେଇବାର ସୁଯୋଗ ଦେବା ସହ ଆମ ଆଖପାଖ ଗ୍ରାମର ଲୋକଙ୍କୁ କାମ ଯୋଗାଇ ଦେଲେ, ଆନ୍ଧ୍ରରାଜ୍ୟ ପ୍ରଲୋଭନରେ ଆମ ଗ୍ରାମ ତଥା ଆଖପାଖ ଓଡିଶା ଅଞ୍ଚଳର ଲୋକ ଆନ୍ଧ୍ରରେ ମିଶିବେ ନାହିଁ" ବୋଲି ଲେଖି ଚିଠିଟିକୁ, ତାଙ୍କ ଗାଆଁ ଡାକଘରେ ପକେଇ ଦେଇଥିଲା 

  ହେଲେ ସେ କଣ ଜାଣିଥିଲା ଦରୋଟି ଭାଷାରେ ଲେଖିଥିବା ଚିଠିଟି ପାଇଁ ତାକୁ ହେଲିକେପ୍ଟେରରେ ଦିଲ୍ଲୀ ନିଆଯାଇ ସ୍ୱାଧୀନତା ଦିବସରେ ଜାତୀୟ ପତାକା ତଳେ ତାକୁ ସମ୍ବର୍ଦ୍ଧିତ କରାଯିବ ଓ ତାର ସେଇ ଚିଠିଟି ପାଇଁ ତା ଗ୍ରାମରେ ସବୁ ଲୋକ ରୋଜଗାର କରିବା ମାଧ୍ୟମ ହିସାବରେ କାମ ପାଇବେ ଆଉ ସମସ୍ତଙ୍କୁ ବାସଗୃହ ଦିଆଯିବ, କହିବାକୁ ଗଲେ ମଣିଷର ଯାହା ନିହାତି ଆବଶ୍ୟକତା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ତଥା ସୁସ୍ଥ ପରିମଳ ପାଇ ଗାଆଁଟି ତାର ହସିଉଠିବ ଆଉ ତା ବାପା ମାଆ ଙ୍କ ମୁଁହରେ ଉକୁଟି ଉଠିବ ଚେନାଏ ହସ ଆତ୍ମତ୍ରୁପ୍ତିରେ??? ପୁଣି ସବୁଠୁ ବଡ଼ କଥା ତାର ସ୍ୱପ୍ନ ପୂରଣ ହେବ, ସେ ପାଠ ପଢିବ??? ଚିଠିଟି ପାଇଁ ତାକୁ ସ୍ୱାଧୀନତା ଦିବସରେ ସମ୍ମାନିତ କଲାବେଳେ ତା ଇଚ୍ଛା କଣ ପଚାରିବାରେ, ସେ କେବଳ ତା ପୁରୁଣା ଚିଠିଟି ମାଗିଥିଲା, ସଂଶୋଧନ କରିବାପାଇଁ, କାରଣ ସେଇ ଚିଠି ବଦଳରେ ସେ ଓ ତାର ଗ୍ରାମବାସୀ ସବୁ ପାଇଯିବାପରେ, ଚିଠିଟିର ଓଡ଼ିଆ ଭାଷା ଜ୍ଞାନ ଠିକଠାକ ରହିବା ଉଚିତ ବୋଲି ଝିଅଟିର ହୃଦବୋଧ ହୋଇଥିଲା କେବଳ, ଟିଭିରେ ଆନ୍ଧ୍ରରାଜ୍ୟର ନୁହେଁ, ବରଂ ତାଙ୍କ ଗ୍ରାମ କେବଳ ଓଡିଶାରାଜ୍ୟର ଶୁଣି, ସେ ଖୁବ ଖୁସି ହୋଇ ଗ୍ରାମରେ ପହଁଚି ଅନୀତାକୁ ଦେଖା କରିବାକୁ ସ୍କୁଲକୁ ଦୌଡୁଥିଲା ତ ସ୍କୁଲରୁ ଏକ ବିରାଟ ପଟୁଆରରେ ଝିଅଟିର ନାମରେ ଜୟଜୟକାର ଧ୍ୱନୀରେ ସେ ଚମତ୍କୃତ ହୋଇଥିଲା l



Rate this content
Log in

Similar oriya story from Inspirational