STORYMIRROR

sanghamitra pattnaik

Classics Inspirational

3  

sanghamitra pattnaik

Classics Inspirational

ଚିର ସୌଭାଗିନୀ

ଚିର ସୌଭାଗିନୀ

2 mins
373


ଆଜି ଦାଶ ଭବନ ରେ ପାର୍ଟି I ବିବାହ ର ଦଶ ବର୍ଷ ପୂର୍ତ୍ତି ଯୋଗୁ ଏ ପାର୍ଟି | ମୁଁ ମଧ୍ୟ ସେ ପାର୍ଟି କୁ ଆମନ୍ତ୍ରୀତ ଅତିଥି I

ମୋର ମିସେସ ଦାଶ ଙ୍କ ସହ ଯୋଗ କ୍ଲାସ ରେ ହିଁ ଭେଟ ହେଇଥିଲା |ମୁଁ ଟିକେ ମେଳାପି ତେଣୁ କମ ସମୟ ର ପରିଚୟ ରେ ମଧ୍ୟ ସାଙ୍ଗ ହେଇ ଯାଇ ଥିଲୁ I

ଯଦିଓ ମିସେସ ଦାଶ ମୋଠୁ ବୟସରେ ବଡ ଥିଲେ ତଥାପି ମୋ ସହ ମିଶି ଯାଇ ଥିଲେ ବାନ୍ଧବୀ ଭଳି I

ବାନ୍ଧବୀ ହିସାବ ରେ ମତେ ନିଜ ବିବାହ ବାର୍ଷିକୀ କୁ ଆମନ୍ତ୍ରଣ କରିଥିଲେ I

କଣ ଗିଫ୍ଟ ଦେବି ବୋଲି ଭାବୁ ଭାବୁ ମିସେସ ଦାଶ ଙ୍କ ଡାଏରୀ କଥା ମନ ପଡିଲା ସେ ସବୁବେଳେ ପାଖରେ ଏକ ଡାଏରୀ ରଖନ୍ତି ବୋଧେ ଲେଖାଲେଖି କରନ୍ତି ତେଣୁ ମୁଁ ବି ଏକ ଡାଏରୀ ଗିଫ୍ଟ କରିବି ବୋଲି ସ୍ଥିର କଲି I

ପହଂଚି ଗଲି ଦାଶ ଭବନ ରେ ଉପଯୁକ୍ତ ସମୟରେ, ଖୁବ ସୁନ୍ଦର ସଜା ହୋଇ ଥାଏ. କିନ୍ତୁ enty ପାଖେ ଏକ ସଜା ଯାଇ ଥିବା ଫୋଟୋ ସେଇଠି ସବୁ ଅତିଥି ମାନେ ଫୁଲ ଦେଉ ଥାନ୍ତି. ମୁଁ ବି ଦେଇଦେଲି I

ତାପରେ ମିସେସ ଦାଶ ଆସିଲେ, ଅନ୍ୟ ଦିନ ଅପେକ୍ଷା ଖୁବ ସୁନ୍ଦର ସଜେଇ ହେଇଥାନ୍ତି ପୁରା ନବ ବିବାହିତା ପରି, କିନ୍ତୁ !ତାଙ୍କ ସ୍ୱାମୀ କାହାନ୍ତି?

ସେ ଏକା ଏକା କଣ କେକ୍ କାଟୁଛନ୍ତି? ପାଖରେ ଏକ ଫୋଟୋ କୁ ଧରି ଛନ୍ତି ମୁଁ କିଛି ବୁଝି ପାରୁ ନଥାଏ I

ପାଖରେ ଥିବା ଜଣେ ଗେଷ୍ଟ ଙ୍କୁ ଏ ବିଷୟରେ ପଚାରିଲି, ସେ କହିଲେ ଆରେ ତମେ ବୋଧେ ପ୍ରଥମ ଥର ପାଇଁ ଆସିଛ?? ଆସିଲା ବେଳେ ସେ ଫୋଟୋ ପାଖେ ଫୁଲ ଦେଇଛନ୍ତି?

ମୁଁ ହଁ କହିଲି. ସେ ଅତିଥି ଜଣକ କହିଲେ ସେ ହିଁ ମିଷ୍ଟର ଦାଶ I

, "ମିଷ୍ଟର ଦାଶ ବଡର ରେ ଯବାନ ଥିଲେ ପ୍ରାୟ ପାଞ୍ଚ ବର୍ଷ ତଳେ ବାହ୍ୟ ଶତ୍ରୁ ଆକ୍ରମଣ ରେ ପ୍ରାଣ ତ୍ୟାଗ କରିଛନ୍ତି I

କିନ୍ତୁ ମିସେସ ଦାଶ କେବେ ହେଲେ କାନ୍ଦି ନାହାନ୍ତି କି ମଥା ରୁ ସିନ୍ଦୁର ପୋଛି ନାହାନ୍ତି କାରଣ ସେ ଜଣେ ଶହୀଦ ର ସ୍ତ୍ରୀ, ତେଣୁ ଶହୀଦ ଯେମିତି ଅମର ତାଙ୍କ ସିନ୍ଦୁର ବି ଚିର ଅମର I

ଆଉ ସେ ଚିର ସୌଭାଗିନି ବୋଲି ନିଜକୁ କୁହନ୍ତି I

ଏ ସବୁ ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହେଇ ଗଲି ଆଖିରେ ଆଖିଏ ଲୁହ ଆସିଗଲା. ବାରମ୍ବାର ମିସେସ ଦାଶ ଙ୍କୁ ଅନାଉ ଥାଏ ଆଉ ତାଙ୍କ ମଥାରେ ଦାଉ ଦାଉ ହୋଇ ଜଳୁଥିବା ରକ୍ତ ବର୍ଣ୍ଣ ର ସିନ୍ଦୁର କୁ I

ପ୍ରକୁତ ରେ ଆଜି ହିଁ ମୁଁ ହୃଦୟଙ୍ଗମ କରୁଥିଲି ପ୍ରେମ କଣ, ବିବାହ ର ସଂଜ୍ଞା କଣ, ସତରେ ମିଷ୍ଟର ଦାଶ ଧନ୍ୟ ମିସେସ ଦାଶ ଙ୍କ ଭଳି ଚିର ସୌଭାଗିନି ଙ୍କୁ ପାଇ I

                  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics