Amiya Bej

Abstract Drama

2  

Amiya Bej

Abstract Drama

ଚିନି କମ୍

ଚିନି କମ୍

2 mins
1.5K


{୧}

ସାମ୍ନା ଆଗଧାଡିର ଚାରିଟାଯାକ ପୋକରା । ପୁଚୁକା ମୁହଁର ଗୁଲୁଗୁଲିଆପଣ ହସିଦେଲେ ଗାଏବ୍ । 

କେଉ ମାନୁଛି ଯେ ? ସିଧା ନଦେଲେ ଗେଟ୍ ପାଖ ଦୋକାନରୁ ପୁଳାଏ ଆଣି ଆସିବ ।କହିବ ବାବା ଆସି ପଇସା ଦେବେ।

କେତେ ଆଉ କଳି ଲାଗିବ ଚିହ୍ନା ଦୋକାନୀ ସହ ? ଭାରି କଷ୍ଟ ପାଇଲା ବିଚାରୀ । ଡେଣ୍ଟିଷ୍ଟ୍ ଗୋଟି ଗୋଟି କରି ସବୁତକ ଓପାଡ଼ିଦେଲାରୁ ଯାଇ ରକ୍ଷା। କେଜାଣି ଏବେ ସୁଧୁରି ବକି ନାଇଁ ରିଧୀ ଫେଙ୍ଗିଳି ???

{୨}

ଆମ ବଂଶ ମିଠାପ୍ରିୟ । କେହିକେବେ ଆଉକାହାକୁ କଡାକଥା କହିବାର ନଜିର୍ ନାହିଁ । 

ଆଖପାଖରେ ଆମ ପରିବାରର ନାଁ ଭାରି । କଣ ମିଳିବ ଯେ କାହା ସହ ଦୁଶମନି କରି? ମିଠା ପଦକରେ କେଉ ମିଠାସ୍ ସରିଯିବ ଯେ ଏତେ ? ପ୍ରମାଣ କହିଲେ , ଆମ ଘରେ ଜନ୍ଦାପିମ୍ପୁଡ଼ିଙ୍କ ଭିଡ ଭାରି ! କଥାତ ସତଯେ ମୁଁ ବି ବେଳଅବେଳରେ ଗୋଟେ ଯାଗାରେ ପାଞ୍ଚୁଟା ଏକଡ ସେକଡ ଚାହିଁ ଠୁସିଦିଏ ! ମୋ ସୌମ୍ୟା ଭାରି ହିସାବି । ଗଣିରଖିଥିବ । କମିଗଲେ ଧରିନେବ । ଆଉ ତା'ପରେ ଅଜାଡିବ ପ୍ରେମରସ । ମିଠା ଖାଇଲେ କଣସବୁ ଅଡୁଆ ସେ ଘୋଷା ଭାଷଣ ମାରିଚାଲିବ , ଯେ ଯାଏଁ ମୁଁ ତାକୁ ଭିଡ଼ିଧରି ମିଠାମିଠା ବୋକ ଅଜାଡି ଆକ୍ତାମାକ୍ତା ନ କରିଛି ।

{୩}

ଗାଁରେ ବୋଉ କରେ ବଡଓଷା। ଆମେ ଯାଉ ଛୁଟିନେଇ । ଚବିଶ୍ ପ୍ରକାର ମସଲାରେ ବନାହୁଏ ଖିରି । କି ନିଷ୍ଠା ! ପୂଜା ସରିଲେ ସାଇଯାକ ଘରଘରକା ବଣ୍ଟାହୁଏ ସେ ଖିରି । ଆମ ସହରୀ ମାନେ ଯେ ଚା'ଖିନି ସେ ବୁଝିପାରିବନି ତା' ମହତ୍ତ୍ଵ । ଏଥର ପୂଜା ସରିଲା । ବୋଉ ଖିରି ବାଢି ଡାକିଲା  ମୋତେ -

- ଆ ରେ ଖାଇବୁ 

- ବାପାଙ୍କୁ ଆଗ ଦେଲୁନି ?

ବଡ 'ନା' ଟେ କରି ବୋଉ କହିଲା

- ସେ' ଖାଇ ପାରିବେନି । ସୁଗାର୍ ବହୁତ୍ ବଢିଯାଇଛି । ଭାରି କଷ୍ଟ ପାଉଛନ୍ତି । ବାପା ମୋତେ ଦେଖାଯାଉଥିଲେ । ମନମାରି ବସିଥିଲେ ଟିଭି ଆଗରେ । ଭାବିଲି ବୋଉକୁ ଲୁଚାଇ ବାପାଙ୍କ ମୁହଁରେ ଚାମୁଚେ ଖୁଆଇଦେଇ ଆସିବି । କେବେ ଏମିତି କରିନି ଏବେ କେମିତି କରିବି ଯେ ?? ବାପାମାନେ ଛୁଆଙ୍କୁ ବଳେଇ ବଳେଇ ହାତରେ ଖୁଆନ୍ତି । ଛୁଆମାନେ କଣ ସେଇପରି କରିପାରନ୍ତି ?ମୋ ଆଖିରୁ ଗାଲଦେଇ ପୁଳାଏ ଲୁହ ବୋହିଗଲା ଏକାଥରେ । ତତଲା ପାଣି ପରି ଲାଗୁଥିଲା ।

{୪}

ମିଠାକୁ ବାସନ୍ଦ !! କେମିତି ଯେ ? ରିଧୀକୁ ମନା ! ମନା ବି ବାପାଙ୍କୁ । ଏ ମଝି ବୟସରେ ଖାଲି ମୁଁ ଖାଇନେଇ ସୁଖ ପାଉଛି !! ମୋତେ ଏବେ କାଇଁ ଏୟା ଲାଗିଲା ଯେ ଆମ ଏଇ ମିଠାପ୍ରେମ , ମିଠାକଥା , ମିଠା ସମ୍ପର୍କ ଆଦିରେ ବି ପୋକଖିଆ , ଡାଇବେଟିସ୍ ପରି ଶତ୍ରୁ ଦିନେ ଚରିଯିବେନି ତ ??

ଅମିୟ ବେଜ୍ ,

ଘଟଗାଁ , କେନ୍ଦୁଝର


Rate this content
Log in

Similar oriya story from Abstract