Amiya Bej

Drama Others

3  

Amiya Bej

Drama Others

ଦରଜା ଖୋଲିଲେ ଗାୟତ୍ରୀ

ଦରଜା ଖୋଲିଲେ ଗାୟତ୍ରୀ

2 mins
7.4K


ବିଦେଶ ଫେରନ୍ତା ଡାକ୍ତରଙ୍କର ଚାହିଦା ଟିକେ ଭିନ୍ନ । ଏ ସହରରେ, ରୋଗୀ-ଡାକ୍ତରଙ୍କର ଆନୁପାତିକ ଫରକ୍ ଟା ଟିକେ ଅଧିକା । ତେଣୁ ଡକ୍ଟର ବି .କେ. ଦାଶ (ବିଦେଶ ଫେରନ୍ତା) ଖ୍ୟାତ । ଚ୍ୟାମ୍ବର୍ ର ଧାଡିରେ ସନ୍ଦେଶ ବାବୁଙ୍କୁ ସପତ୍ନୀକ ଦେଖି ଚମକିଗଲା ସୁରଜିତ୍ ।

- ଆରେ ଆପଣ ?

- ହଁ! ସୁଗାର୍ ରିପୋର୍ଟ ଖୁବ୍ ଭୟଙ୍କର ବାହାରିଛି । ଆପଣ ?

- ଲୀନାର ବି ସେଇ ଏକା ଅବସ୍ଥା । ଟିକେ ଭିଡ କାମକୁ ତ ନାରାଜ ସବୁବେଳେ । ରୋଗ ଜମିବନି ତ ଆଉକଣ ?

- ଦେଖାଯାଉ । ଏ ଡାକ୍ତର ତ ଦେଶ ବିଖ୍ୟାତ ।

ଏକା ଆପାର୍ଟମେଂଟର ଦୁଇ ଦମ୍ପତିଙ୍କ ଏଇ କଥୋପକଥନ ଭିତରେ , ସନ୍ଦେଶର ନମ୍ବର ଆସିଗଲା । ସ୍ତ୍ରୀଙ୍କ ସହ ସେ ଚ୍ୟାମ୍ବର୍ ଭିତରକୁ ଚାଲିଗଲା । ଲୀନାର ନମ୍ବର ଅପେକ୍ଷାରେ ରହିଲା ସୁରଜିତ୍ ।

●●●

ନିୟମିତ ଦିନଚର୍ଚା , ଶୃଙ୍ଖଳିତ ଆହାର , ମାନସିକ ସୁସ୍ଥତା, ଶାରୀରିକ ପରିଶ୍ରମ , ମଧୁର ପରିବେଶ ଭିତରେ ନିଜକୁ ଅଭ୍ୟସ୍ତ କରାଇନେଲେ , ମଧୁମେହ, ରକ୍ତଚାପ , ହୃଦଘାତ ପରି ସମସ୍ୟା ରହିତ ଜୀବନଟେ ଜୀଇହେବ । ଏହି ପରାମର୍ଶ ପରେ ବି ଡକ୍ଟର ଦାଶ୍ , ଉଭୟ ସନ୍ଦେଶ ଆଉ ସୁରଜିତର ପତ୍ନୀ ଲୀନାକୁ ପୁଳାଏ ଔଷଧ ଧରାଇଦେଲେ । ସଂଯୋଗକୁ ଦୁହିଁଙ୍କର ଶର୍କରା ପରିମାଣ ପାଖାପାଖି ସମାନ୍ ଥିଲା !! ବାଟରେ ଆସିବାବେଳେ ପ୍ରତ୍ୟେହ ସାଙ୍ଗହୋଇ ମର୍ଣ୍ଣିଂଓ୍ବାକ୍ ଯିବାର ଯୋଜନା ତିଆରି ହେଲା ।

ସୁରଜିତ୍ ପାଇଁ ସକାଳ ଖୁବ୍ ମୁଲ୍ୟବାନ ଥିବାରୁ , ସନ୍ଦେଶ ସହ ଲୀନା ଓ୍ବାକ୍ ରେ ଗଲେ , ତା'କୁ ଅଡୁଆ ବୋଧ ହେଲାନି ।

●●●

କହୁକହୁ ଡକ୍ଟର ଦାଶ୍ ବେଳେବେଳେ ଭାବପ୍ରବଣ ହୋଇଯା'ନ୍ତି । ଅବଶ୍ୟ ଭାବପ୍ରବଣତା ଡାକ୍ତରଙ୍କ କ୍ଷେତ୍ରରେ ଅଜରୁରୀ । ତେବେ ଲୀନାର ରୁଟିନ୍ ଚେକଅପ୍ ବେଳେ ଦିନେ ସେ ସୁରଜିତ୍ କୁ କହିଲେ -

- ଈଶ୍ୱର , ତିଆରିବା ଭିଡନେଇ ଖୁବ୍ ବ୍ୟସ୍ତ । ବ୍ୟସ୍ତତା ସବୁବେଳେ ନିର୍ମାଣକୁ ବେଠିକ୍ କରିଦିଏ । ସେଇଦୃଷ୍ଟିରୁ ଯଦିଓ ଈଶ୍ୱର କ୍ଷମଣୀୟ , ତଥାପି ସେ ସବୁ ଯୋଡିକୁ ପରଫେକ୍ଟ୍ କରି ପାରନ୍ତିନି ।

ମଣିଷ କିନ୍ତୁ ବୁଦ୍ଧିମାନ । ଈଶ୍ୱର ଛାଡିଦେଇଥିବା ଖୁଣ ଟିକୁ , ନିଜେନିଜେ ସଜାଡି ନିଏ ।

ଅର୍ଥାତ୍ ନିଜ ପାଇଁ ନିଜେ ପରଫେକସନ୍ ଖୋଜିନିଏ !!!

●●●

ନିଃସଂଗତା ଆଦୌ ସଫଳତା ଦିଏନି । ରାସ୍ତାରେ ସାଥୀଟିଏର ନିହାତି ଜରୁରୀ ପଡିଯାଏ।

ଆଜିକାଲି ସନ୍ଦେଶ ଆଉ ଲୀନା ଏକାସହ ଆପାର୍ଟମେଣ୍ଟ୍ ରୁ ବାହାରନ୍ତି । କେ' ବିଳମ୍ବ କଲେ , ଆରକ ଅପେକ୍ଷାରେ ରୁହେ । ଦୁହିଁଙ୍କ ଲକ୍ଷ୍ୟ ଗୋଟାଏ । ଦେହରୁ ଶର୍କରା କାଢିବା ।

ସମଭୋଗୀ କ୍ରମଶଃ ସମଭାଗୀ ହୋଇପଡେ ।

ସୁରଜିତ୍ ସୁସ୍ଥ । ସେ ପରିଶ୍ରମୀ । ଦେହ ତା'ର ସଜଡା । ଅଧିକା ଆଟେନସନ୍ ଦର୍କାର ନଥାଏ । ସେ ସକାଳକୁ ଭଲପାଏ । ଭୋଓରୁ ଉଠି ଲୀନାକୁ ମର୍ଣ୍ଣିଂଓ୍ବାକ୍ ରେ ସହଚର୍ଯ୍ୟ ଦେବାକୁ ଉଚିତ୍ ମନେକରେନି । ସନ୍ଦେଶ୍ ସହ ଯାଉଛି ତ ଯାଉ । ଆଉଟିକେ ଅଧିକା ଶୋଇନେବ ସେ' ଅନ୍ତତଃ ।

●●●

ଲୀନା ଆଉ ସନ୍ଦେଶ ବଡିଭୋରୁ ସାଥୀ ହୋଇ ଚାଲିଗଲାପରେ ପରେ , ସୁରଜିତ୍ ର ନ'ତାଲା ଆପାର୍ଟମେଣ୍ଟ୍ କଲିଂବେଲ୍ ବାଜିଉଠେ !!!

ଆଉ ଦରଜା ଖୋଲିଲେ , ଦୁଇହାତରେ ଦୁଇକପ୍ ମିଠା ଚା' ଧରି ଯେ' ଛିଡାଥାଏ , ସେ' "ଗାୟତ୍ରୀ" !!

ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର


Rate this content
Log in

Similar oriya story from Drama