STORYMIRROR

Samar Ballav Bhoi

Abstract Tragedy Inspirational

4.7  

Samar Ballav Bhoi

Abstract Tragedy Inspirational

ଛୁଟି ଟିଏ ମିଳନ୍ତାକି?

ଛୁଟି ଟିଏ ମିଳନ୍ତାକି?

2 mins
433


ଛୁଟି ଟିଏ ମିଳନ୍ତାକି?


ବାଟରେ ଦୁଇ ବନ୍ଧୁ ସନାତନ ଓ ରଘୁନାଥ ଭେଟ ହେଲା, ସନାତନ ପଚାରିଲା, ଆଉ ରଘୁଭାଇ ତମର ଖାଲି ଛୁଟି ଅଛି ନା ନାହିଁ? କି ଛୁଟି? ତୋର ସରକାରୀ ଚାକିରୀ , ମୋର ବେସରକାରୀ ଚାକିରୀ , ବେସରକାରୀ ଚାକିରୀ ରେ ଛୁଟି ଶବ୍ଦ ଅଭିଧାନରେ ନାହିଁ, ତମର ତ ବର୍ଷଯାକ ଛୁଟି କହିଲେ ଚଳେ। ଆଜି ଦ୍ବିତୀୟ ଶନିବାର, କାଲି ପ୍ରଥମାଷ୍ଟମୀ, କେତେବେଳେ ରାଧାଷ୍ଟମୀ, କେତେବେଳେ ଜନ୍ମାଷ୍ଟମୀ, କେତେବେଳେ ନୂଆ ଖାଇ, କେତେବେଳେ ମକର ସଂକ୍ରାନ୍ତି, କେତେବେଳେ ଦଶହରା, କାଳିପୂଜା, ଦୁର୍ଗା ପୂଜା, ଇତ୍ୟାଦି ଇତ୍ୟାଦି। ଆମର ତ ବର୍ଷକ ଚାରିଶହ ପଞ୍ଚଷଠି ଦିନ ପରି ଲାଗେ, ତା ଭିତରେ ତା ଅନେକ ତାଗିଦ୍, ଅଫିସରେ ସୋମବାର ରୁ ଶନିବାର ପର୍ଯ୍ୟନ୍ତ କେତେ କାମ। ସକାଳ ନଅରୁ ସନ୍ଧ୍ୟା ଛଅଟା, ବେଳେ ବେଳେ ସାତଟା ବି ହେଇଯାଏ। ରବିବାର କଥା ଛାଡ଼, ବେଳେ ବେଳେ ରବିବାର କଥା ଆମର ଭୁଲିଯାଇ ଥାଉଁ।

ସତରେ ଟଙ୍କା ପାଇଁ ମଣିଷ ର ଜୀବନରେ କିଛି ଆମୋଦପ୍ରମୋଦ ନାହିଁ, ଅଛି ଯେଉଁଠି ଟଙ୍କା ଆକାଶରେ ଉଡୁଛି। ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ଛୁଟିଦିନ କଥା କହିଲେ ନସରେ। ଯଦିଓ ଜଣେ ଛୁଟିଦିନ ପାଇଥାଏ ତେବେ ହଠାତ୍ ଦରକାର ପଡିଲେ ଆସିବାକୁ ପଡେ। ତେଣୁ ସେ ଛୁଟିରେ କିଛି ମୁଲ୍ୟ ନଥାଏ। ସମସ୍ତଙ୍କୁ ବୁଝିବା ଦରକାର

ଯେ ମଣିଷର ନବେ ଭାଗ କର୍ମ ହେଲେ ଦଶ ଭାଗ ହେଉଛି ବିଶ୍ରାମ ନେବା ଆବଶ୍ୟକ ଥାଏ, ନହେଲେ ସେ ମଣିଷ ଟି ତା ସଂସାର ପ୍ରତି ଅବହେଳା କରୁଥିବ, ଆଜି କାଲି ପରିବାରରେ ତ ଅନେକ ଅନେକ ସମସ୍ୟା। ଆଗରୁ ଯୌଥ ପରିବାର ଥିଲା ତେଣୁ କିଛି ଅସୁବିଧା ହେଉ ନଥିଲା, ଏବେ ପରା ଯେତେ ଭାଇ ସେତେ ଘର। ସମସ୍ତେ ଯଦି ଚାକିରୀ କଲେ ତେବେ ଘରର କଥା ନିଶ୍ଚିତ ଭାବରେ ଅବହେଳା ହେବ। ନଚେତ ଘରେ ଥିବା ଛୋଟ ପିଲା ର ପ୍ରଶ୍ନ ର ଉତ୍ତର ଦେବାକୁ ଡର ଲାଗେ, ଥରେ ମୋ ଝିଅ ପଚାରିଲା, ବାପା ତମେ କ'ଣ ଚାକିରୀ କରିଛ ଯେ? ତମ ଚାକିରୀ ରେ ଛୁଟିଦିନ ବୋଲି କିଛି ନାହିଁ, ଯେତେବେଳେ ଦେଖେ ଖାଲି ଅଫିସ ଅଫିସ। ଏ ପ୍ରଶ୍ନ ସବୁ ମନର ଭାବକୁ ଦୋହଲାଇ ଦିଏ। ହଁ ରଘୁନାଥ ଠିକ୍ କଥା କହିଲୁ, ସବୁକିଛି ହୋଇପାରିବ, ହେଲେ ଏ ମଣିଷର ମାନସିକତା ଏକ ବିଷାକ୍ତ ପରିବେଶ ଦେଇ ବଢୁଛି, ତେଣୁ ଜୀବନ କର୍ମ ରେ ଆରମ୍ଭ ହେଲେ ଶେଷ କେଉଁଠି? ମୋ ଘରେ ବାପା ମା ଦୁହେଁ ହିଁ ବାର୍ଦ୍ଧକ୍ୟ ର ସୀମା ରେଖା ଡେଇଁ ଉପରେ। ତାଙ୍କ ପ୍ରତି ସମୟ ଦେଇ ହେଉନାହିଁ, ତେଣୁ ଜୀବନ ର ଆମୋଦପ୍ରମୋଦ ପାଇଁ ଓ ଘରର କିଛି କାର୍ଯ୍ୟ ପାଇଁ ଛୁଟିଦିନ ଅତ୍ୟନ୍ତ ପ୍ରୟୋଜନ। ମଝିରେ ମଝିରେ ଛୁଟି ଟିଏ ମିଳନ୍ତାକି? ଜୀବନ ଜିଇଁବା ର ମାନେ ଟା ବୁଝି ହୁଅନ୍ତା......!

ବାଲେଶ୍ବର-୭୫୬୦୦୧



Rate this content
Log in

Similar oriya story from Abstract