STORYMIRROR

Sunanda Mohanty

Abstract Children Stories Inspirational

4  

Sunanda Mohanty

Abstract Children Stories Inspirational

ଛତା ଉପାଖ୍ୟାନ

ଛତା ଉପାଖ୍ୟାନ

3 mins
4

ସେଦିନ ପଣ୍ଡିତ ଘରକୁ ଆସିଥିବା ଅବିନାଶ ଘରକୁ ଫେରିଗଲା ବେଳେ ପୁଅ ପାଇଁ ଗୋଟେ ଛତା ଓ ଗୋଟେ ସୁନ୍ଦର ରେନକୋର୍ଟ ନେଇ ଯାଇଥିଲେ. ପୁଅ କହୁଥିଲା ବାପା ମୁଁ ଛତାଟିକୁ ହିଁ ନେବି. ପୁଅ ଦିପୁ କଥା ଶୁଣି ଅମରେଶ କହିଥିଲେ ତୁମ ସ୍କୁଲର ସମସ୍ତ ପିଲାମାନେ ସୁନ୍ଦର ସୁନ୍ଦର ରେନକୋର୍ଟ ପିନ୍ଧି ବର୍ଷାରେ ଆସୁଥିବା ଯାଉଥିବା ବେଳେ ତତେ କାଳେ ଖରାପ ଲାଗିବ ସେଇଥି ପାଇଁ ଛତା ସହ ରେନକୋର୍ଟ ମଧ୍ୟ ନେଇଆସିଛି. ପୁଅ ଦିପୁ କହୁଥିଲା ଜାଣିଛ ବାପା ଆମ ସ୍କୁଲରେ ପଢ଼ୁଥିବା ରାଜୁର ବାପା ନାହାଁନ୍ତି. ମାଆ ତାର ସିଲେଇ କରି ଯେତିକି ରୋଜଗାର କରନ୍ତି ସେଇଥିରେ ସେ ରାଜକୁ ଆମ ସ୍କୁଲରେ ପାଠ ପଢ଼ାଉଛନ୍ତି ସିନା କିନ୍ତୁ ରାଜୁ ପାଖରେ ପାଠ ଉପକରଣ କିଛି ନଥାଏ. ଏବେ ଦିନେ ସେ ଏତେ ସୁନ୍ଦର ଜଗନ୍ନାଥଙ୍କ ଚିତ୍ର ଆଙ୍କିଥିଲା ଯେ ସମସ୍ତେ କହିଲେ ଏଥିରେ ରଙ୍ଗ ଦେଇଥିଲେ ସାକ୍ଷାତ ସତ ଜଗନ୍ନାଥଙ୍କ ପରି ଦେଖାଯାଇ ଥାଆନ୍ତେ. ପୁଣି ସେ ଦିନେ ଓଦା ହୋଇ ଘରକୁ ଫେରିଲା ବେଳେ ତାକୁ ସାହାଯ୍ୟ କରିବାକୁ ଭାବି ମଧ୍ୟ କେହି ସାହାଯ୍ୟ କରିପାରିନଥିଲେ କାରଣ ସମସ୍ତେ ରେନକୋର୍ଟ ପିନ୍ଧିଥିଲେ. ସେଇଥିପାଇଁ ମୁଁ ଛତା ନେବି ସ୍କୁଲକୁ ଯୋଉଦିନ ଖରା କି ବର୍ଷା ହେଉଥିବ ସେଦିନ ରାଜୁକୁ ମୋ ଛତା ତଳେ ସ୍କୁଲ ନେଇଯାଇପାରିବି ଓ ସ୍କୁଲରୁ ଫେରିଲା ବେଳେ ବି ଆଣିପାରିବି. ବାପା ଏଥର ପଚାରିଲେ ଆଛା ପୁଅ ରାଜୁକୁ ରେନକୋର୍ଟଟି ଦେଇଦେଲେ କେମିତି ହୁଅନ୍ତା. ଦିପୁ ଟିକେ ଚିନ୍ତା କରି କହିଲା ହଁ ବହୁତ ଭଲ ହେବ କିନ୍ତୁ ମୁଁ ଏକମାତ୍ର ସ୍କୁଲ ଛାତ୍ର ଯାହାର ଛତା ଥିବ. ସମସ୍ତେ ମୋ ଛତାକୁ ଚାହୁଁଥିବେ. ସାମାୟିକ ଭାବେ କେହି ବାହାରକୁ ଗଲେ ଛତା ମାଗିବେ ମତେ ତ ମୁଁ ଖୁବ ଖୁସିରେ ଦେବି ସେମାନଙ୍କୁ.ବାପା ପୁଅ କଥା ଶୁଣି ଗଡିଆସୁଥିବା ଆନନ୍ଦର ଅଶ୍ରୁକୁ ଲୁଚେଇ ପୋଛି ନେଇଥିଲେ ସତ ହେଲେ ଚାରିଆଡ ତାଙ୍କୁ ଧୂଆଁ ଧୂଆଁ ଆକାଶ ପରି ଦେଖାଯାଉଥିଲା.

   ସେଦିନ କିନ୍ତୁ ମାଆ ଖୋଜୁଥିଲେ ଛତାଟିକୁ ତ ପାଉନଥିଲେ. ଦିପୁକୁ ପଚାରିବାରୁ ସେ କହିଥିଲା ମାଆ ଛତାଟିକୁ ମୁଁ ଆମ ବାରିପଟେ ଛୁଆ କରିଥିବା ବୁଲା ଟମି କୁକୁର ଓ ତା ଚାରିଟା ଛୁଆ ଉପରେ ଟାଣି ଦେଇ ଆସିଛି. ଆଜିତ ରବିବାର ସ୍କୁଲ ଛୁଟି. ପୁଣି ବର୍ଷା ହେଉଛି ଖୁବ. ଟମି କୁକୁର ଓଦା ହୋଇଯାଉଥିଲା ବାହାରେ ତ ତା ସହ ତାର ଛୁଆମାନେ ମଧ୍ୟ ବର୍ଷାରେ ଭିଜୁଥିଲେ ତ ସାହିପାରିଲିନି. ତୁମେ ବରଂ ରମାମାଉସୀଙ୍କୁ ତୁମ ରେନକୋର୍ଟ ଦେଇଦିଅ. ମାଆ ଚାହିଁଥିଲେ ସଜ୍ଜଳ ଆଖିରେ ପୁଅକୁ ଭାବୁଥିଲେ ତୁଳସୀ କାଳେ ଦୁଇପତ୍ରରୁ ବାସେ. ନିଶ୍ଚୟ ତାଙ୍କ ପୁଅ ପରି. ବାପା ମଧ୍ୟ ପୁଅକୁ କୁଣ୍ଢେଇ ପକେଇଥିଲେ ସେଦିନ ଆଉ ଭାବୁଥିଲେ କାଉଡ଼ିଆ ସାଜି ଶ୍ରାବଣ ମାସରେ ଶିବଙ୍କ ଶୀରରେ ଜଳାଶାୟୀ କରିବାର ସୁଫଳ ହିଁ ତାଙ୍କର ଏହି ଏକମାତ୍ର ପୁଅ ଦିପୁ.ମାଆ ବାପା ଦୁଇଜଣ ଜାକ ଦଉଡି ଯାଇଥିଲେ ବାରି ପଟକୁ. ଛତା ତଳେ କିନ୍ତୁ ବୁଲା କୁକୁର ଟମି ଓ ତା ଛୁଆ ନଥିଲେ. ସବୁ ଛୁଆଙ୍କ ବେକ କାମୁଡି ଧରି ନେଇ ଦିପୁଙ୍କ ଘର ଗ୍ୟାରେଜରେ ସେ ତାର ଆସ୍ଥାନ ଜମେଇ ଦେଇଥିଲା. ବାପା କହିଥିଲେ ମଣିଷଙ୍କ ଭଳି ସବୁ ଜନ୍ତୁଙ୍କର ବୁଦ୍ଧି ଅଛି. ନିଜେ ନିଜର ସୁରକ୍ଷା ପାଇଁ କେତେବେଳେ କଣ କରିବାକୁ ହେବ ତାଙ୍କୁ ଜଣା ଥାଏ. ମାଆ ଟମି ଓ ତା ଛୁଆମାନଙ୍କ ପାଇଁ ଖାଦ୍ୟ ରଖିଲା ବେଳେ ଦିପୁ ବାପାଙ୍କୁ କହୁଥିଲା ଗାଡି ଦେଖିକି କାଢିବ ବାପା. ବାପା ହସୁଥିଲେ ଦିପୁର ମୁଣ୍ଡ ଆଉଁସି.

   ଠିକ ସେହି ସମୟରେ ସେହି ରାସ୍ତା ଦେଇ ପଣ୍ଡିତ ମହାଶୟ ଯାଉଥିବାର ଦେଖି ଅବିନାଶ ତାଙ୍କୁ ପାଛୋଟି ଆଣିଥିଲେ ଘରକୁ. ଦିପୁ ବିଷୟରେ ସବୁ ଶୁଣି ପଣ୍ଡିତ କହିଥିଲେ ସେ ନିଶ୍ଚୟ ଗୋଟେ ଭଲ ମଣିଷ ହେବ. ଦିପୁ ସେହି ସମୟରେ ଫୁଲ ଦୁବ ଚନ୍ଦନ ଆଣି ପଣ୍ଡିତଙ୍କ ପାଦ ପଦ୍ମ ପୂଜା କରିବା ସହ କହିଥିଲା ଆଜ୍ଞା ମୁଁ ଯାହା ଶିଖିଛି କେବଳ ଆପଣଙ୍କଠାରୁ. କେମିତି ବାଳକ!ମୁଁ ତ ତୁମକୁ ପ୍ରଥମ କରି ଦେଖୁଛି. ତୁମ ବାପା ତୁମ ପାଇଁ କେଉଁ ରଙ୍ଗର ଛତା କିଣିବେ ବୋଲି ମତେ ପଚାରିବାକୁ ଯାଇଥିଲେ ଥରେ ଓ ସେ ଫେରିବା ସମୟରେ ବର୍ଷା ହେଉଥିବାରୁ ତାଙ୍କୁ ଦେଇଥିବା ଛତାଟିକୁ ଫେରେଇବାକୁ ଯାଇଥିଲେ ଆଉ ଥରେ ଓ କହୁଥିଲେ ଯେ ତୁମେ ରେନକୋର୍ଟ ବଦଳରେ ଛତାଟିକୁ ପସନ୍ଦ କରିଛ. ହଁ ଆଜ୍ଞା ସେଥିପାଇଁ ଆପଣ ବାପାଙ୍କ ହାତରେ ଲେଖାଇଥିବା ରଚନାଟି "ବରଷାରୁ ରକ୍ଷା ପାଇବା ପାଇଁ ମଣିଷ କାହାର ସାହାଯ୍ୟ ନିଏ?"କଥାଟି ମୋ ମନକୁ ବେଶ ପାଇଥିଲା. ବାପାଙ୍କଠାରୁ ସବୁ ଜାଣି ମୁଁ ଆପଣଙ୍କୁ ଗୁରୁ ଭାବିନେଇଥିଲି ସେହିଦିନଠାରୁ. ବାଳକ ତୁମେ ଗୁଣୀଆ ହୋଇଥିବାରୁ ଗୁଣ ଚିହ୍ନିପାରିଛ. ଧାନ ହୋଇଥିବାରୁ ଆଗାଡି ଦୂରେଇ ପାରିଛ. ତୁମକୁ ଆଶୀର୍ବାଦ ଦେଉଛି ତୁମେ ଯଶସ୍ବୀ ହୁଅ. ପଣ୍ଡିତ ଫେରିପଡୁଥିଲେ ତ ଦିପୁ ତାଙ୍କ ମୁଣ୍ଡ ଉପରେ ଛତା ଟେକି ଧରିଥିଲା କାରଣ ଖୁବ ବର୍ଷା ହେଉଥିଲା ଧୂଆଁ ଧୂଆଁ ଆକାଶରୁ ସେତେବେଳେ. ବାପା ମଧ୍ୟ ପଛରେ ଥିଲେ ଦିପୁର.।


Rate this content
Log in

Similar oriya story from Abstract