STORYMIRROR

Namita Pal

Classics

4  

Namita Pal

Classics

ଛଳନା

ଛଳନା

3 mins
276

   

ଛଳନା ଶବ୍ଦର ପରିଭାଷା ପୁରା ଓଲଟି ଗଲା ଶିବମ୍ ପାଇଁ ଯେତେବେଳେ ସେ ଆଜି ଦୀର୍ଘ କୋଡିଏ ବର୍ଷ ପରେ ଏଲିଜା କୁ ଦେଖିଲା। ସେ କେବେ ଭବି ନଥିଲା ଏଲିଜା ସହିତ ପୁଣି ତାର କେବେ ଦେଖା ହେବ ତା ପୁଣି ଏମିତି ଭାବରେ। ଏଲିଜା ଷ୍ଟେସନ୍ ରେ ଗୋଟେ ବେଞ୍ଚରେ ବସିଥିଲା। ପାଖରେ କିଛି ଲଗେଜ୍ ଥିଲା, ବୋଧହୁଏ କୋଣସି ଟ୍ରେନକୁ ଅପେକ୍ଷା କରିଥିଲା। ଶିବମ୍ ବି ଦିଲ୍ଲୀ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲା। ଛୁଟି ନେଇ ଘରକୁ ଆସିଥିଲା। ଫ୍ଯାମିଲି ଦିଲ୍ଲୀରେ ରହନ୍ତି। ଶିବମ୍ ଜେ.ଏନ୍.ୟୁ ରେ ପ୍ରଫେସର୍ ଅଛି।

ଖାଲିଥିବା ଗୋଟେ ବେଞ୍ଚ ପାଖରେ ନିଜର ବ୍ଯାଗ ରଖି ସେ ବସିପଡିଲା। ସେଠାରୁ ସେ ଏଲିଜାକୁ ଭଲ ଭାବରେ ଦେଖିପାରୁଥିଲା କିନ୍ତୁ ଏଲିଜା ତାକୁ ଦେଖିପାରୁନଥିଲା।ତାର ଦୃଷ୍ଟି ଅନ୍ଯ ଆଡେ ଥିଲା। ଶିବମ୍ ଏଲିଜାକୁ ଭଲ ଭାବରେ ଦେଖିଲା। ଆଜିବି ଏତେ ବର୍ଷ ପରେ ତା ମୁହଁରେ ଗୋଟେ ଅଦ୍ଭୁତ ଲାବଣ୍ଯର ଛଟା ଝଟକୁ ଥିଲା। ହଳଦିଆ ରଙ୍ଗର ସମ୍ବଲପୁରୀ ଶାଢ଼ୀଟି ତାକୁ ଭାରୀ ମାନୁଥିଲା। ଏଇ ଏଲିଜା ଯେ ଦିନେ ଶିବମ୍ ର ହୃଦୟର ସ୍ପନ୍ଦନ ଥିଲା। ଆଉ ଏଲିଜା ବି, ଦୁହେଁ ଦୁହିଁଙ୍କୁ ଦିନେ ନଦେଖିଲେ ବ୍ଯସ୍ତ ହୋଇ ଯାଉଥିଲେ। ଜଣକୁ କଷ୍ଟ ହେଲେ ଆଉଜଣକ ଆଖିରୁ ଲୁହ ଝରୁଥିଲା। ଲାଗୁଥିଲା ଯେମିତି ଶରୀର ଦୁଇଟି ଆତ୍ମା ଗୋଟିଏ। ଏଲିଜା ରୂପରେ ଯେମିତି ପାଠରେ ମଧ୍ଯ ସେମିତିଥିଲା। ତା ସହିତ ବନ୍ଧୁତା କରିବାକୁ ପୁଅ ମାନଙ୍କ ମଧ୍ଯରେ ପ୍ରତିଯୋଗିତା ଚାଲୁଥିଲା। କିନ୍ତୁ ଏଲିଜା ପସନ୍ଦ କରିଥିଲା ଶିବମ୍ କୁ। କାରଣ ସେ ଅନ୍ଯମାନଙ୍କୁ ଠାରୁ ଅଲଗା ଥିଲା। ସେ ସମସ୍ତଙ୍କ ପରି ଏଲିଜା ପଛରେ ପଡିନଥିଲା। କଲେଜରୁ ଘର ଆଉ ଘରୁ କଲେଜକୁ ଛାଡି କଛି ହାତ ଗଣତି ସାଙ୍ଗ ମଧ୍ଯରେ ଶିବମ୍ ର ଦୁନିଆ ଆବଦ୍ଧ ଥିଲା। ଆଉ ଦିନେ ସେଥିରେ ଏଲିଜା ସାମିଲ ହୋଇଗଲା। ଏଲିଜାର କ୍ଯାରିଂଗ୍ ନେଚର ବହୁତ ଶୀଘ୍ର ତାକୁ ଶିବମ୍ ର ହୃଦୟରେ ସ୍ଥାନଟିଏ ଦେଇଦେଲା। ବନ୍ଧୁତାକୁ ପ୍ରେମରେ ବଦଳିବା ପାଇଁ ବେଶୀ ଡେରି ଲାଗିନଥିଲା। ସବୁ ଠିକ୍ ଠାକ୍ ଚାଲିଥିଲା ବେଳେ ଏମିତି କ'ଣ ହେଲାଯେ ଦୁଇଜଣଙ୍କ ରାସ୍ତା ପୁରା ଅଲଗା ହୋଇଗଲା? ଭବିଷ୍ଯତ କୁ ନେଇ ଦୁହେଁ ବହୁ ସ୍ବପ୍ନ ଦେଖିଥିଲେ। ଅଲଗା ଅଲଗା କଲେଜରେ ପି.ଏଚ୍. ଡି କରୁଥିଲା ବେଳେ ହଠାତ୍ ଦିନେ ଡାକରେ ଏଲିଜାର ବିବାହର ନିମନ୍ତ୍ରଣ ପତ୍ର ଆସି ପହଞ୍ଚିଥିଲା ଶିବମ୍ ପାଖରେ। ଶିବମ୍ କିଛି ବୁଝିପାରିଲାନି ଏଲିଜା ଏମିତି କାହିଁକୀ କଲା ତା ସହିତ। ବହୁତ ଫୋନ କଲାପରେ ଏଲିଜା ଫୋନ ଉଠାଇଲା ଆଉ କହିଲା ତାର ବିବାହ ଜଣେ ବଡ଼ ଶିଳ୍ପପତି ସହିତ ଠିକ୍ ହୋଇଯାଇଛି, ବିବାହ ପରେ ସେ ଭାରତ ବାହରେ ରହିବ। ଆଉ ଶିବମ୍ ସହିତ ଦେଖା କରିବାକୁ ସ୍ପଷ୍ଟ ମନା କରି ଦେଇଥିଲା। ଶିବମ୍ ବି ଦୁଃଖ ଆଉ କ୍ଷୋଭରେ ଏଲିଜାର କୋଣସି ଖୋଜ ଖବର ରଖିନଥିଲା। 


ଆଜି ପୁଣି ଏତେ ବର୍ଷ ପରେ.....। ଏଲିଜା ଏତେ ପାଖରେ ଥାଇ ମଧ୍ଯ ତା ଠାରୁ ଅପହଞ୍ଚ ଦୂରତାରେ। ଏଲିଜା ସହିତ ଆଉ ଦେଖା ହେଉ ସେ ଚାହୁଁ ନଥିଲା। ସବୁ ସୁନ୍ଦରୀ ଝିଅ ପରି ସେ ବି ହୃଦୟ ହୀନା।ଟ୍ରେନ ଆସି ପ୍ଲାଟଫର୍ମରେ ଠିଆ ହେଲା। ଗହଳି ଭିତରେ ଶିବମ୍ ନିଜ ବ୍ଯାଗ୍ ଧରି ନିର୍ଦ୍ଦିଷ୍ଟ ବଗି ରେ ଉଠୁଥିଲା ବେଳେ ସାମନାରେ ସ୍ତ୍ରୀ ଲୋକଟିଏ ବଗି ଭିତରକୁ ଉଠୁ ଉଠୁ ଗୋଡ ଖସିଯାଉଥିବା ବେଳେ ଶିବମ୍ ଦୌଡିଯାଇ ପଛପଟୁ ଧରି ନେଲା। ନୋହିଲେ ଏବେ ସେ ତଳେ ପଡି ଯାଇଥାନ୍ତେ। ସ୍ତ୍ରୀ ଲୋକ ଜଣକ ଧନ୍ଯବାଦ ଦେବାପାଇଁ ଯେତେବେଳେ ପଛକୁ ଫେରି ଚାହିଁଲେ ଥମ୍ ହୋଇ ରହିଗଲେ, ଶିବମ୍.....।

ଦୁହିଁଙ୍କର ଗୋଟିଏ ବଗିରେ ପାଖା ପାଖି ସିଟ୍ ଥିଲା। ଭଗବାନ ଏତେ ବର୍ଷ ପରେ ପୁଣି ଥରେ ଦୁଇଜଣଙ୍କୁ ସାମ୍ନାସାମ୍ନି ନେଇଆସିଲେ। ଏଲିଜା ନିଜର ଲଗେଜ୍ ରଖୁଥିଲା। ଶିବମ ଏଲିଜାକୁ ଦେଖୁଥିଲା। ଏଲିଜାର ସିନ୍ଥିରେ ସିନ୍ଦୂର ଝଟକୁ ଥିଲା। ଲାଗୁଛି ଏଲିଜା ନିଜ ପରିବାରରେ ଖୁସୀରେ ଅଛି। ଶିବମ୍ ଭଗବାନଙ୍କୁ ମନେ ମନେ ଧନ୍ଯବାଦ ଜଣେଇଲା। ଏତେ ସବୁ ପରେ ବି ସେ ଏଲିଜା ପାଇଁ ସବୁବେଳେ ଭଲ ହିଁ ଚାହିଁଚି। ହଠାତ୍ ତାର ନଜର ଏଲିଜାର ବାମଗୋଡ ଉପରେ ଅଟକି ଗଲା। 'ହେ ଭଗବାନ'! ଏ କ'ଣ ସେ ଦେଖୁଛି, ଅଜଣତାରେ ତା ପାଟିରୁ ବାହାରି ଆସିଲା ଏଲିଜା। ଏଲିଜା ସ୍ମିତ ହସି ଶିବମ୍ ପାଖରେ ଆସି ବସିଲା। ଶିବମ୍

ପଚରିଲା ଏସବୁ କେମିତି ହେଲା ଏଲିଜା। ତୁମର ଏଇ ନକଲି ଗୋଡ। ଏଲିଜା କହିଲା ପି.ଏଚ୍.ଡି କରୁଥିଲା ବେଳେ ଦିନେ କଲେଜରୁ ଅଟୋରେ ହଷ୍ଟେଲ୍ ଫେରୁଥିଲି, ଗୋଟେ କାର୍ ସହିତ ଆକ୍ସିଡେନ୍ଟ ହେଲା। ମୋର ହୋସ୍ ଆସିଲା ବେଳକୁ ମୁଁ ନିଜକୁ ହୋସପିଟାଲ୍ ବେଡରେ ପାଇଲି ଆଉ ମୋର ବାମ ଗୋଡ କଟା ହୋଇଯାଇଥିଲା। ଡାକ୍ତରଙ୍କ ପାଖରେ ମୋତେ ବଞ୍ଚାଇବାକୁ ଆଉ କୌଣସି ଉପାୟ ନଥିଲା। ଭଲ ହେବାର କିଛି ମାସ ପରେ ମୋର ଏଇ ନକଲି ଗୋଡ ଲଗା ହେଲା। ଆଉ ତୁମର ପରିବାର ଶିବମ୍ ପଚାରିଲା। ମୁଁ ପି.ଏଚ୍.ଡି ସରିଲା ପରେ ଗୋଟେ ଅନାଥଶ୍ରମ ବନାଇ ସେଇଠାରେ ରହୁଛି ଆଉ ସେଇ ଅନାଥ ମାନେ ମୋର ସନ୍ତାନ। ଆଉ ଏଇ ସିନ୍ଦୁର ପୁଣି ଆଶ୍ଚର୍ଯ୍ଯ ହୋଇ ପଚାରିଲା ଶିବମ୍। ଇଏ କେବଳ ବାହାରକୁ ଦେଖେଇବା ପାଇଁ। ଲୋକମାନେ ଜାଣନ୍ତୁ ମୁଁ ଏକୁଟିଆ ନୁହେଁ। ତୁମକୁ ମୋ ନିଜଠୁ ଦୂର କରିବାକୁ ମୋ ପାଖରେ କିଛି ରାସ୍ତା ନଥିଲା। ମୁଁ ଚାହୁଁନଥଲି ତୁମେ ସାରା ଜୀବନ ମୋର ବିକଳାଙ୍ଗତାର ବୋଝକୁ ମୁଣ୍ଡେଇ ଏଇ ଦୁନିଆଁ ଆଗରେ ନତ ମସ୍ତକ ହୁଅ। ଶିବମ୍ କୁ ବୁଝିବାକୁ ଆଉ କିଛି ବାକି ନଥିଲା। ସେ ନିଜକୁ ଧିକ୍କାର କରୁଥିଲା ଆଜି,ନିଜେ ପୁରା ଘଟଣାକୁ ଜାଣିବାକୁ ଚେଷ୍ଟା ନକରି ନିଜ ହାତରେ ନିଜ ପ୍ରେମ କୁ ଛଳନାର ମୁକୁଟ ପିନ୍ଧେଇଦେଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Classics