Kamal Kumar Dash

Abstract

2  

Kamal Kumar Dash

Abstract

ଚାନ୍ଦିନୀ

ଚାନ୍ଦିନୀ

2 mins
511


ଉପରକୁ ବହୁତ ଷ୍ଟ୍ରଙ୍ଗ ଦେଖାଗଲେବି ସବୁ ବେଳେ ମନେ ମନେ କଣ ଗୋଟେ ଭାବୁଥାଏ ଚାନ୍ଦିନୀ | ତା ସ୍ୱାମୀ ତାକୁ ଛାଡି ଫରେନ ଚାଲିଗଲା ପରେ ,ଦି ଦିଟା ଛୁଆଙ୍କୁ ମଣିଷ କରିବାର ଭାର ପଡିଥିଲା ତା ଉପରେ | ଅଳ୍ପ ପାଠ ପଢିଥିବା ଚାନ୍ଦିନୀ କଣ କରିବ ବୋଲି ଚିନ୍ତା କରୁଥିଲା ହେଲେ ତା ବାପା ଙ୍କ ଦେହ ଖରାପ ହେଲା ତେଣୁ ସେ ପିଲାଙ୍କୁ ଧରି ବାପା ଙ୍କ ଘରକୁ ଚାଲି ଆସିଲା |କାରଣ ବାପା ମା ଙ୍କର ସେ ଗୋଟିଏ ବୋଲି ଝିଅ ଥିଲା |ଚାନ୍ଦିନୀ କୁ ପାଖରେ ଦେଖି ସେ ଟିକେ ଖୁସି ହେଲେ, କିନ୍ତୁ ସେ ଖୁସି ବେଶୀ ଦିନ ରହିଲା ନାହିଁ | ଚାନ୍ଦିନୀ କଥା ଚିନ୍ତା କରି କରି ତାଙ୍କୁ ହାର୍ଟ ଷ୍ଟ୍ରୋକ ହୋଇଗଲା | କିଛିଦିନ ହସ୍ପିଟାଲ ରେ ରହି ସେ ଚିର ଦିନ ପାଇଁ ଚାଲିଗଲେ | ସେ ସିନା ଦୁଃଖ ରୁ ତ୍ରାହି ପାଇଗଲେ ହେଲେ ଚାନ୍ଦିନୀ ର ଦୁଃଖ ବଢିଗଲା | ସବୁ ଦୁଃଖ ଭିତରେ ଭାଙ୍ଗି ନଯାଇ ଠିଆ ହେବାକୁ ଚେଷ୍ଟା କଲା ସେ | ବାପାଙ୍କର ରେଲୱେ ସରକାରୀ ଚାକିରୀ ତାକୁ ମିଳିଲା ହେଲେ କମ ପଢ଼ିଥିବାରୁ ତଳ ଗ୍ରେଡ଼ ର ପୋଷ୍ଟ ମିଳିଲା | 

    ଚାନ୍ଦିନୀ ର ଚାକିରୀ ଓ ମା ର ପେନସନ ରେ ଘର ଠିକ ରେ ଚାଲିଲା ,ପିଲା ମାନେ ଭଲ ସ୍କୁଲ ରେ ପାଠ ପଢିଲେ | ପୁଅ ଝିଅ ଓ ଘର ପରିବାର ପାଇଁ ଚାକିରୀ କରୁଥିବା ମା ଟିଏ ଚାନ୍ଦିନୀ କେବେ ନିଜ ଜୀବନ କଥା ଭାବିବାକୁ ତାର ସମୟ ନଥିଲା |ତାର ଦୁଃଖ ସେ କାହାକୁ କୁହେନି ହେଲେ ଏକେଲା ବେଳରେ ଦି ଟୋପା ଲୁହ ଗଡି ଆସୁ ଥିଲା ତା ଆଖିରୁ | ଦିନେ ତା ଝିଅ ଚିନୁ ଦେଖିନେଲା ତା ଲୁହକୁ ଓ ପଚାରିଲା ମା କଣ ହେଲା କାଇଁ କାନ୍ଦୁଛ? ତାକୁ କିଛି କହି ପାରିଲାନି ସେ , କଣ ବା କହିବ | କିଛି ସମୟ ଚୁପ ରହି କହିଲା ମୋ ବାବା ଙ୍କ କଥା ମାନେ ପଡୁଛି ସେଥିପାଇଁ ଆଖିରେ ଲୁହ ଆସିଗଲା | ବାବାଙ୍କୁ ବହୁତ କମ ଦିନ ଦେଖିଥିବା ଚିନୁ କହିଲା ମୋର ବି ମୋ ବାବା ଙ୍କ କଥା ମାନେ ପଡେ ହେଲେ ମୁଁ କାଂଦେନି ଆଉ ତୁ ଏତେ ବଡ଼ ପିଲାଟେ ହୋଇ କଣ ପାଇଁ କାନ୍ଦୁଛୁ ? ତାର ପ୍ରଶ୍ନ ରେ ଟିକେ ଚମକି ଗଲା ଚାନ୍ଦିନୀ ଓ କହିଲା ତୁ ମୋ ନାନୀ ମା ତ ,ମତେ ଟିକେ ବୁଝାଇ ଦେ ,ଏତିକି କହି ତାକୁ ଜୋରରେ କୁଣ୍ଢାଇ ଧରିଲା ଓ ଦୁହେଁ ହସିଲେ |


Rate this content
Log in

Similar oriya story from Abstract