STORYMIRROR

Balaram Barik

Crime

3  

Balaram Barik

Crime

ଚାକିରୀ କରିବ ପୁଲିସି

ଚାକିରୀ କରିବ ପୁଲିସି

3 mins
251


ମାମୁଁ :-ରାଜୁ କହିଲୁ ଦେଖି ତୁ ବଡ଼ ହେଲେ କଣ ହେବୁ।

ରାଜୁ:-ମୁଁ ବଡ଼ ହେଲେ ପୋଲିସ ହେବି।

ମାମୁଁ:-ଆଛା ତୁ କାହିଁକି ପୋଲିସ ହେବୁ ?

ରାଜୁ:-ମାମୁଁ ମୁଁ ଶୁଣୁଛି ପୋଲିସ ଚାକିରୀ କଲେ ଲୋକ ସମ୍ମାନ ଦେବେ।

ମାମୁଁ:-ପ୍ରକୃତରେ ସମ୍ମାନ ଦେବେ ନା ଡରରେ।

ରାଜୁ:- ପ୍ରକୃତରେ ମାମୁଁ କାରଣ ପୋଲିସ ସେବା ଓ ତ୍ୟାଗର ପ୍ରତୀକ।ସେ ଜନ ସଧାରଣଙ୍କ ଧନ ଜୀବନକୁ ସୁରକ୍ଷା ଦିଅନ୍ତି।

ମାମୁଁ :-ଆଛା, ଅଜୁ ତୁ ବଡ଼ ହେଲେ କଣ ହେବୁ ?

ଅଜୁ :-ମୁଁ ଡାକ୍ତର ହେବି।

ମାମୁଁ :-କାହିଁକି ପୋଲିସ କାହିଁକି ନୁହେଁ।

ଅଜୁ:-ମୋତେ ପୋଲିସଙ୍କୁ ଦେଖିଲେ ଡର ଲାଗେ କାରଣ ସେ ସମସ୍ତଙ୍କୁ ବାନ୍ଧି ନେଇ ବାଡାନ୍ତି।

ମାମୁଁ :-ଯିଏ ଦୋଷ କରେ ତାକୁ ତ ବାନ୍ଧି ନିଅନ୍ତି ।ନିର୍ଦୋଷକୁ କଣ ବାନ୍ଧି ନିଅନ୍ତି ??

ଅଜୁ :-ନାଇଁ ମାମୁଁ ଆପଣ ଯାହା କୁହନ୍ତୁ ପଛେ।ମୁଁ ପରା ସିନେମାରେ ଦେଖିଛି ଅଧିକାଂଶ ଫିଲ୍ମରେ ପୋଲିସ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଇଙ୍ଗିତରେ କାମ କରନ୍ତି।ତାଙ୍କଠୁ ପଇସା ନେଇ ନିର୍ଦୋଷକୁ ବାନ୍ଧି ଆଣି ଛେଚି ଦିଅନ୍ତି।ଲାଞ୍ଚ ନେଇ ଅସମାଜିକ କାର୍ଯ୍ୟକୁ ଅନୁମତି ଦିଅନ୍ତି।ଯାହାକୁ ବାନ୍ଧି ଆଣନ୍ତି ଯଦି ସିଏ ଗରିବ ଓ ଅପାଠୁଆ ଥିବ ତା ବେଳା ଖରାପ।ତାର ଆଇନ ଅନୁଯାୟୀ ମୃତ୍ୟୁ ସୁନିଶ୍ଚିତ।ସେ ନିର୍ଦୋଷ ପ୍ରମାଣ ହେବା ପୂର୍ବରୁ ମରିଯାଏ।।

ମାମୁଁ :-ନାହିଁ ନାହିଁ ...ଅଜୁ ତୁ ଭୁଲ୍ କହୁଛୁ ମୁଁ ତ ଅନେକ ହିନ୍ଦୀ ସିନେମା ଦେଖିଛି ଯେଉଁଠି ପୋଲିସ ପୁରା ସଚୋଟ୍ ।ତୁ ସିଂହମ୍,କୁରୁକ୍ଷେତ୍ର, ସରଫରୋସ୍ ଦବଙ୍ଗ ଆଦି ସିନେମା ଦେଖିନୁ ତାହେଲେ।

ଅଜୁ :-ଥାଉ ଥାଉ ମାମୁଁ, ସଚୋଟ ପୋଲିସ କେବେଳ ସିନେମାରେ ଥାନ୍ତି ବାସ୍ତବ ଜୀବନରେ ହଜାରରେ ଗୋଟିଏ ମିଳିବା କଷ୍ଟ।ତା ନହେଲେ କଣ ଏହି ଢଗ ଥାନ୍ତା "ଚାକିରୀ କରିବ ପୋଲିସ ...ମାଛ ଖାଇବ ଇଲିସି" ।କିଛି ତ ଫାଇଦା ପାଆନ୍ତି ପୋଷାକର ବଳରେ ବଳିୟାନ ହେଇ।

ମାମୁ:-ନାଇଁ ଅଜୁ।ପୋଲିସ ଯୋଗୁଁ ମହିଳା ମାନଙ୍କୁ ସୁରକ୍ଷା ମିଳୁଛି।ନହଲେ ସମାଜରେ ଯେମିତି ହିଂସ୍ର ଲୋକଙ୍କ ସଂଖ୍ୟା ବଢ଼ିଲାଣି !!

ଅଜୁ :-ଆପଣ ଯାହା କୁହନ୍ତୁ ମାମୁଁ ......ପୋଲିସ ଆମ ମାନଙ୍କ ସୁରକ୍ଷା ପାଇଁ ଅଛି।ସମ୍ବିଧାନ ପାଇଁ ଅଛି କିନ୍ତୁ ଅଧିକାଂଶ ପୋଲିସ ତ ସମ୍ବିଧାନ ଓ ଆଇନ କୁ ମାନନ୍ତି ନାହିଁ।ତାଙ୍କୁ ଅପରାଧୀ ସନ୍ଦେହ ଥିବା ପ୍ରତ୍ୟକ ଲୋକ ଦୋଷୀ ଲାଗନ୍ତି।

ମାମୁଁ:-ଏମିତି ନକଲେ ଚୋର ଓ ଅପରାଧୀ ମାନେ ଦୋଷ ମାନିବ ନାହିଁ।

ଅଜୁ :-ତାହାଲେ ଆଇନ ବ୍ୟବସ୍ଥା ,ଅଦାଲତ କାହିଁକି ଅଛି ?ପୋଲିସ ତ ସିଧା ସଳଖ ଦଣ୍ଡ ଦେଇ ଦିଅନ୍ତେ।ପୋଲିସ ସଚୋଟ ପଣିଆ ,ନିଶାମୁକ୍ତ ଓ ଚରିତ୍ରବାନ ହେବା କଥା।କିନ୍ତୁ ମୁଁ ସିନେମାରେ ଦେଖିଛି ଷ୍ଟ୍ରେସରୁ ମୁକ୍ତି ପାଇବା ପାଇଁ ସେମାନେ ମଦ, ସିଗାରେଟ ପରି ନିଶା ଦ୍ରବ୍ୟ ବ୍ୟବହାର କରନ୍ତି।

ମାମୁଁ:-ସେମାନେ ତ ଆମ ମାନଙ୍କ ପରି ମଣିଷ ନା !

ଅଜୁ :-ତାହଲେ ସେମାନେ ଅଲଗା ଚାକିରୀ କରିବା କଥା।ମୁଁ ଦେଖିଛି ଯାହା ପରିବାରର କେହି ପୋଲିସ ଚାକିରୀ କରିଥାନ୍ତି ସେମାନେ ଦେଶର ନିୟମ କାନୁନକୁ ମାନନ୍ତି ନାହିଁ।ମାନୁଛି ବେଇମାନି ଓ ଆଇନ୍ ଭାଙ୍ଗିବା ଆମ ଭାରତୀୟଙ୍କ ରକ୍ତରେ ଅଛି।ମାତ୍ର ପୋଲିସ ପରିବାର ତା ଠୁ ଦୁଇ ପାଦ ଆଗରେ ।

ମାମୁଁ:-ତୁ ଛୋଟ ପିଲା ବେଳୁ ପୋଲସ ଚାକିରୀକୁ ଏତେ ଘୃଣା କଲୁଣି।ସବୁ ପୋଲିସ କଣ ସମାନ ?

ଅଜୁ :-ହଁ ମାମୁଁ ସବୁ ପୋଲିସ ସମାନ ହେବା କଥା ତାହେଲେ ଯାଇ ଆମ ସମ୍ବିଧାନରେ ଥିବା ଆଇନ ବ୍ୟାବସ୍ଥାର ଅଙ୍ଗ ପୋଲିସ ବିଭାଗ ସମ୍ମାନ ପାଇବ।


×× ×

ହଠାତ ଟି ପଏ ଉପରେ ପଡିଥିବା ଦୈନିକ ଖବର କାଗଜ ଉପରେ ମାମୁଁଙ୍କର ନଜର ପଡିଲା।ବଡ଼ ବଡ଼ ଅକ୍ଷରରେ ଲେଖା ହେଇଥିଲା ...


୧୩ ବର୍ଷ ବୟସର ନାବାଳିକାକୁ ବଳାତ୍କାର ଅଭିଯୋଗରେ ସୁନ୍ଦରଗଡ଼ ପୋଲିସ ଷ୍ଟେସନର ଇନ୍ସପେକ୍ଟର -ଇନ୍ -ଚାର୍ଜ ଗିରଫ।

ରାଜ୍ୟ ପୋଲିସ ମୁଖ୍ୟ ଟୁଇଟ୍ କରି ସଫେଇ ଦେଇଛନ୍ତି ଅପରାଧ କରିଛନ୍ତି ଅଭିଯୁକ୍ତ ପୋଲସ।

ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


ଖବରଟି ସାରା ଓଡିଶାର ମୁଖ୍ୟ ଖବର ସାଜି ସାରିଥିବ। କଣ ହେଲା ଏ ଯୁଗ ! ନାରୀକୁ ସୁରକ୍ଷା ଦେବା ଯାହାର କର୍ତ୍ତବ୍ୟ ସେ ଧର୍ଷଣକାରୀ। ଖବରର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରି ମାମୁଁ ମୁଣ୍ଡରେ ହାତ ଦେଇ ବସି ଗଲେ। ଯେମିତି ଲାଗୁଥିଲା ପୋଲିସଙ୍କୁ ସର୍ବଦା ସମ୍ମାନ ଦୃଷ୍ଟିରେ ଦେଖୁଥିବା "ମାମୁଁ" ଧର୍ଷଣକାରୀ ପୋଲିସ ସାନନ୍ଦ ମାଝୀକୁ ସାମ୍ନାରେ ପାଇଥିଲେ ପିଟି ପିଟି ମାରି ଦେଇଥାନ୍ତେ।

କଣ ଦୋଷ ଥିଲା ସେ ତେର ବର୍ଷର ନିରୀହ ଝିଅଟିର ? ତାକୁ ଦୀର୍ଘ ଦିନ ଧରି ପୋଲିସ ବାବୁ ଧମକାଇ ଚମକେଇ ବଳାତ୍କାର କରୁଥିଲେ। ଅନେକ ଥର ଅନ୍ତଃ ସତ୍ଵା ମଧ୍ୟ କରିଥିଲେ। ଗୋଟିଏ ଡାକ୍ତର ରଖି ରୀତିମତ ଗର୍ଭପାତ ମଧ୍ୟ କରାଉଥିଲେ।


ମାମୁଁ ବୁଝିଗଲେ ଏହି ଅପରାଧ ସାନନ୍ଦ ମାଝୀ କରି ନାହିଁ। ପୋଲିସର ପୋଷାକ ଓ ଶକ୍ତି କରିଛି। ଗଣତନ୍ତ୍ରର ଅପବ୍ୟବହାର କରାଯାଇଛି ଆଇନର ରକ୍ଷକ ଦ୍ୱାରା।


ଅଜୁ :-କଣ ହେଲା ମାମୁଁ ? ମୁଁ ତ ଏ ଖବର ଆଗରୁ ପଢି ସାରିଛି। ଝଟକା ଲାଗିଲା ନା।

ମାମୁଁ -ଯେ ପର୍ଯ୍ୟନ୍ତ ଓଡିଶା ପୋଲିସ ବିଭାଗରେ ସଂସ୍କାର ଆସିନି ଅନ୍ତତଃ ମୁଁ ତୋତେ କେବେ କହିବି ନାହିଁ ତୁ ପୋଲିସ ଚାକିରୀ କର ବୋଲି। କାରଣ ସମାଜର ଚରିତ୍ର ସୁଧାରୁଥିବା ପୋଲିସ ବିଭାଗ ଏମିତି ଅନେକ ଧର୍ଷଣକାରୀ ପୋଲିସ ବାବୁଙ୍କ କବ୍ଜାରେ ଥିବ। ଯେଉଁ ମାନଙ୍କ ପାଇଁ ସାଧାରଣ ଜନତାଙ୍କ ବିଶ୍ୱାସ ସମ୍ବିଧାନର ରକ୍ଷକଙ୍କ ଉପରୁ ଖସିବାକୁ ଲାଗିଛି।

ପୁରା ବିଭାଗ ବଦନାମ ହେଉଛି।



Rate this content
Log in

Similar oriya story from Crime