STORYMIRROR

Gupteshwar Nanda

Classics Inspirational Others

3  

Gupteshwar Nanda

Classics Inspirational Others

ଚାଏର୍ ଚକିଆ ବନ୍ଦ ଅଛେ

ଚାଏର୍ ଚକିଆ ବନ୍ଦ ଅଛେ

2 mins
84

       ଲେକରୁବୁଢ଼ା ଗାଁ ନେ ରହେସି ।ବଏସ୍ ସତୁର୍ ପାଖାପାଖି ହେବା ।ଅତି ସିଧା ସାଧା ନିର୍ମାୟା ମୁନୁଷ୍ ଯାହାକେ  କହେସନ୍, ସେଟା ଲେକରୁ ବୁଢ଼ା ଆଏ। ବୁଢ଼ାର୍ ଜୁଡେ ପୁଓ। ସାନ୍ ପିଲା ଟା ବେମାର୍ ପଡିଛେ। ତାହାକେ ବଡ୍ଖା ପିଲା ଜୁଗିଛେ ।ବୁର୍ଲା ଡାକ୍ତରଖାନା ନେ ।ତାହାକେ ବନେ କର୍ବାର୍ ଲାଗି ପଏସା ଦରକାର ପଡ୍ଲା। ପଏସା ନେଲେ ପିଲାଟାର ଅପରେସନ୍ କାଏଲ୍ କେ ହେବା ।ହେଥିର୍ ଲାଗି ଜମି ଦୁଇ ଟୁକରି କେ ବନ୍ଧା ପକେଇ କରି, ପଏସା ଧରି ବାହାରିଛେ ଲେକରୁ ବୁଢ଼ା। ପହଁପହଁନୁ ଘରୁ ଚାଏର୍ କିଲୋମିଟର ଚାଲି ଚାଲି ବୁଢ଼ା ଛକକେ ଆସିଛେ ।ଆର୍ ଯୁଗିଛେ ମଟର୍ କେ।                                 _    ହେଲେ ଇ ବୁଆ ଇଟା କାଣା। ଚାହା ପିଆ ସମିଆଁ କେ ଯେନ୍ ବସ୍ ଟା ଆଏସି, ବେଲା ତକ୍ ଛକକେ ନୁହେ ପୁହୁଁଛେ। ଗୁଠେ ବସ୍ ମଟର୍ ରୁଡେ ନି ଯିବାର। ବେଲ୍ ଆସି ଯେନ୍ତା ମୁଡ୍ ଉପର କେ ହେଲା ।ବୁଢ଼ାର ଚିନ୍ତା ବଢ଼ିଗଲା। ଆଏଜ୍ କାଏଁଯେ ବସ୍ ଗାଡ଼ି ନି ଯିବାର ବଲି, ମଟର୍ ସାଏକିଲିଆ ପିଲା ଗୁଟେ କେ ପଚରାଲା। ସେ ପିଲା ଟା କହେଲା, "ଆଏଜ୍ ଚାଏର୍ ଚକିଆ ବଏନ୍ଦ ଅଛେ ।"      ପିଲାଟାର କଥା ଶୁନି ବୁଢ଼ାର ମୁଡ୍ କିନ୍ଦରି ଗଲା ।ଚାରିକୁତି ଅନ୍ଧାର ଦିଶିଗଲା। ତଲେ ବସିପଡ୍ଲା। ମୁଡେ ହାତ୍ ଦେଇ ବାହାନି ବାହାନି କାନ୍ଦୁଥାଏ। "ଇଟା ଆଏଜ୍ ଚାଏର୍ ଚକିଆ ବଏନ୍ଦ ନାଇଁ ହେଇ। ମୋର୍ ବାଗି ଗରିବ୍ ଦୁଖୀର କପାଲ ଫାଟିଛେ ଆଏଜ୍। ହେ ମୋର୍ ଦେଶର୍ ପଢ଼ାଶୁନା ହୁସେର୍ ଲୁକେ ଶୁନ। ଚାଏର୍ ଚକିଆ ବଏନ୍ଦ କଲେ କାଣା ଲାଭ୍ ପାଏବ। ତମର ଯଦି କିଛି ଦାବୀ ଅଛେ। ଅଲଗା ଉପେ କର। ଆର୍ ତମର୍ ଦାବୀ ପୂରନ୍ କର। ଏନ୍ତା ଚାଏର୍ ଚକିଆ ବଏନ୍ଦ କଲେ ଧନୀମାନୀ ଲୁକର୍ କିଛି ନି ବିଗଡେ। ମୋର୍ ବାଗି ଭେକ୍ଲା, ସେସ୍ଲା ,ଗରିବ୍ ଲୁକେ ଇଥିର ଲାଗି କେତ୍ନି କେତେ ବଲି ପଡୁଛନ୍। ତାକର୍ ଘର୍- ଦୁଆର ,ଧନ୍-ଜୀବନ୍ ଏକ୍ ହେଇ ଯଉଛେ ।ବିଚାର୍ କର। ତମେ ମାନେ ବିଚାର କର। "ଫଟଫଟି ଥି ଗଲା ଆଏଲା ଲୁକେ ଉବ୍ଡି ହେଇ ଦେଖୁଥାନ୍ ଲେକରୁ ବୁଢ଼ାକେ ।                       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics