ହେଲମେଟ
ହେଲମେଟ
ଗୁଟେ ଗାଁ ନୁ ପିଲା ଜୁଡେ ସହରକେ ବୁଲି ବାହାରସନ । ଝନକର ନାଁ କଁଗାଲୁ ଆର ଟାର ନାଁ ଟେଁଗନୁ । ଟେଁଗନୁ ତାର ମଟର ସାଏକେଲଟା ଚଲଉଥାଏ । ଆର କଁଗାଲୁ ଗାଡିର ପଛେ ବସିଥାଏ । ଗାଡିର ଭୁଜନି ଫାଲର ଦରପନେ ହେଲମେଟ ଟା ଉଲା ହେଇଥାଏ ।
ଖଁଡେ ବାଟ ଗଲା ଉତରୁ କଁଗାଲୁ କହେସି, ହବୋ ହେଲମେଟ ଟା ଉଲେଇଛୁ ଯାହା ପିନ୍ଧିନେତୁ ବଏଲେ ନାଇଁ ହେତା କାଏଁ । ଜାନୁଛୁ ତ ଆଏଜକାଲ ବାଟେ ଘାଟେ କେତେ କଥା । ଇତାର କଥା ଶୁନିକରି ଟେଁଗନୁ କହେସି ମୁଇଁ ଦଶ୍ ବଛର ହେଲାନ ଗାଡି ଚଲଉଛେଁ । ଇତାର ଦରକାର ନି ପଡେ। ଖାଲି ଯାହା ଚେକିଂ ହେଲେ ଦେଖାମି ବଲି ଧରିଥିସିଁ । ଦୁରିଆ ବାଟ ଗଲେ ସାଁଗେ ନେସିଁ ।କଁଗାଲୁ ତୁମ ପଡସି , ଆର ଇତାକେ ବୁଝେଇ ନି ହୁଏ ଭାବସି ।
ଯାଉଥାନ ଯାଉଥାନ ଆର ବାଟେ ଦେଖସନ ଲୋକ ଉବଡି ହେଇଛନ ।ପାଖେ ଗାଡି ଅଟକାସନ। ପାଶକେ ଯାଇକରି ଦେଖସନ ପିଲାଟେ ମଟର ସାଏକେଲ ନୁ ପଡିକରି ବନେ ଫାଲେ ମୁଡ ଫାଟିଯାଇଛେ ।
ଇ ପିଲା ହେଲମେଟ ପିନ୍ଧିଥିଲେ ଏନ୍ତା ନାଇଁ ହେଇଥିତା ବଲି ସେନର ଲୋକ କୁହାକୁହି ହେଉଥିସନ ।ଇ କଥା ଶୁନିକରି ଟେଁଗନୁ କଁଗାଲୁର ମୁହୁଁକେ ଭକଭକ ଦେଖୁଥାଏ । ତାର ମୁହୁଁ ଥୁ ବାରି ହେଇ ପଡୁଥାଏ ଯେ ସେ କଁଗାଲୁର କଥାକେ ଏହେଦେ ବୁଝିପାରିଛେ ବଲି ।