STORYMIRROR

Gupteshwar Nanda

Inspirational Others

2.9  

Gupteshwar Nanda

Inspirational Others

ପଏସା ପୁଡା

ପଏସା ପୁଡା

2 mins
15.7K


ଗଲା ଦିଆଲି ଦିନର୍ କଥା। ଘଡ଼ି ନେ ଠିକ୍ ଦଶ୍ ବଜିଥାଏ। ସବୁ ବଛରର୍ ବାଗି ତା'ର୍ ସହରେ ଲାଗିଥିବାର୍ ଫଟ୍କା ଷ୍ଟଲ୍ କେ ଗଲା ଚମ୍ରୁ। ସେନେ ସବୁ କାଉଣ୍ଟର୍ ଆଘେ ଲୁକ୍କର୍ ବନେ ଭିଡ୍ ଥାଏ କାଉଣ୍ଟର୍ ଆଘେ ଲାଗିଥିବାର୍ ଗୁଟେ ଧାଡିନେ ଠିଆହେଇ ସବୁ ଦେଖୁଥାଏ ଚମ୍ରୁ। ଶହ ଶହ ହଜାର ହଜାର୍ ର୍ଟଁକାର୍ ଫଟ୍କ୍। ଲୁକେ ଘିନି ନେଉଥାନ୍। ଚମ୍ରୁର୍ ପାଲି ପଡ୍ଲା। ହେଲେ ଇଟା କାଣା। ବୁଆର୍ ନୁ ସକାଲୁ ରଟିରଟି ଚାଏର୍ ଶ ଟଁକା ଆନିଥିବାର୍ ଚମ୍ରୁ କିଛି ଫଟ୍କା ନାଇଁ ଘିନ୍ଲା। ଖାଲି ଟଁକିଆ ନିଆଁଖାଡି ପୁଡେ ଘିନି କରି ଷ୍ଟଲ୍ ନୁ ବନେ ବାହାର୍ କେ ପଲେଇ ଆଏଲା ସେ । ଗୁଟେ ଛକ୍କେ ଆଏଲା। ସେନେ ବସିପଡ୍ଲା ଆରୁ ମୁନା ନୁ ବାହାର୍ କରି ଗୁଟ୍ ଗୁଟ୍ କରି ଦଶ୍ ଟଁକିଆ ନୋଟ୍ ଥି ନିଆଁ ଲଗଉଥାଏ। ଦେଖୁନ୍ ଦେଖୁନ୍ ଲୁକର ବନେ ଭିଡ୍ ଜମିଯାଇଥାଏ । ଇ ପାଗଲ୍ ହେଲାନ ବଲି କେତେ ଲୋକ୍ ବି କହୁଥାନ୍। ଅଚାନକ୍ ସେନ୍ କେ ଲୋକ୍ଟେ ଆଏଲେ ।ତାକର୍ ହାତେ ବୁଝେ ଫଟ୍କା ଥାଏ, ହଜାରେ ଟଁକାର ପାଖାପାଖି ସାମାନ୍ ହେବା ।ଆର୍ ଚମ୍ରୁ କେ କହେଲେ ହବୋ ,ବେଡା ଟେ କାଏଁବୋ। ପଏସା ଥି ନିଆଁ ଲଗଉଛୁ ।କାର୍ ପୈସା କେ କିଏ ପୁଡାସି ଲୋକ୍ ତତେ କାଏଁ ବଲ୍ବେ । ମାଏପର ପାଗଲ୍ କାହାଁକା । ହେଟା ଚାଏର୍ ନଁବର୍ ଦଶ୍ ଟଁକି ଥି ଜୁଏ ଲଗେଇଥାଏ ଚମ୍ରୁ। ଜୁଏ ଲଗା ଦଶ୍ ଟଁକି କେ ଧରି କରି ଠିଆଡ୍ ହେଲା ଚମ୍ରୁ। ସେନର୍ ସବ୍କୁ ଘାଏ ନିଘା କଲା । ତେହେଁରୁ ମୁଲ୍କି ହଁସି ସେ ଲୋକ କେ କହେଲା। ବନେ କଥା ପଦେ ମତେ କହେଲେ ଆଗ୍ୟା। ମୁଇଁ ତ ବେଡା ଟା,ପାଗଲ୍ ଟା, ପଏସା କେ ପୁଡଉଛେଁ। ହେଲେ ଆପଣ୍..........। ସେନର୍ ସବୁ ଲୁକେ ମୁଡ୍ ଗାଡିଦେଲେ । ଆର୍ ଚମ୍ରୁର୍ ଟଁକା ପୁଡାବାର୍ ଅସଲ୍ ଉଦ୍ଦେଶ୍ କେ ବୁଝି ପାର୍ଲେ ।

- ଗୁପ୍ତେଶ୍ଵର ନନ୍ଦ, ଶଙ୍କରା,ବିନିକା,ସୁବର୍ଣପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational