Mr.Siddheswar Behera

Children

3  

Mr.Siddheswar Behera

Children

ବୁଲୁ ଓ ତା ବନିଶି ଖାଡ଼ି

ବୁଲୁ ଓ ତା ବନିଶି ଖାଡ଼ି

3 mins
121


ଶନିବାର ସକାଳ ସାଢେ ଛଅଟା । ଗୁରୁଜୀ ବିଦ୍ୟାଳୟ ହତା ଭିତରେ ପ୍ରବେଶ କରୁ କରୁ ବିକାଶ ଗୁରୁଜୀଙ୍କୁ ପ୍ରଣାମ କରି କହିଲା, ଗୁରୁଜୀ ଆଜି ବୁଲୁ ଆସିବ ନାହିଁ । ବୁଲୁ ଓ ବିକାଶ ଦୁହେଁ ଅଷ୍ଟମ ଶ୍ରେଣୀର ଛାତ୍ର । ଗୁରୁଜୀ କହିଲେ ଶୁକ୍ରବାର ତ ସମସ୍ତ ପିଲାଙ୍କୁ ଶନିବାର ଆସିବାକୁ କୁହାଯାଇଥିଲା। ସୋମବାର ଗଣିତ ପରୀକ୍ଷା । ପରୀକ୍ଷା ପୂର୍ବରୁ କଠିନ ପ୍ରଶ୍ନର ଆଲୋଚନା ହେବ। ତା'ର କ'ଣ ହୋଇଛି । କାହିଁକି ସେ ଆସିବ ନାହିଁ। ଦେହ ଭଲ ନାହିଁ ନା ଆଉ କ'ଣ ହୋଇଛି। ବିକାଶ କହିଲା ଗୁରୁଜୀ ତା'ର ଦେହ କାହିଁକି କ'ଣ ହେବ ସେ ପରା ମାଛ ଧରୁଛି । ମୁଁ ତାକୁ ସ୍କୁଲ ଆସିବା କଥା ପଚାରିବାରୁ ମୋତେ ସେ ମନାକଲା। ଆଉ କହିଲା ଆପଣଙ୍କୁ ଙ୍କିଛି ନ କହିବାକୁ। ସେ ବନିଶି ଖାଡିରେ ମାଛ ଧରୁଛି। ସେ କେଉଁଠି ମାଛ ଧରୁଛି, ଗୁରୁଜୀ ପଚାରିଲେ। ବିକାଶ କହିଲା ଗୁରୁଜୀ ସେ ଆମ ଗାଁ ପୋଖରୀରେ ମାଛ ଧରୁଛି। ଗୁରୁଜୀ ବିକାଶ ସାଙ୍ଗରେ ବୁଲୁକୁ ଆଣିବା ପାଇଁ ଗଲେ ।


ଗୁରୁଜୀ ଓ ବିକାଶ ନିଜ ମଟର ସାଇକେଲ ଯୋଗେ ପୋଖରୀ ତୁଠ ପାଖରେ ପହଁଚି ଗଲେ । ଚାରିଆଡ଼େ ନଜର ବୁଲାଇଲେ । ହେଲେ ବୁଲୁକୁ ପାଇଲେ ନାହିଁ ।ବହୁତ ବଡ଼ ପୋଖରୀ । ଚାରିପଟେ ତାଳ ନଡ଼ିଆ ଗଛ । ପୋଖରୀ ହୁଡ଼ାରେ ବଡ଼ ବଡ଼ ଘାସ ବୁଦା । ଗୁରୁଜୀ ସେ ପୋଖରୀ ପାଖକୁ ପ୍ରଥମ ଥରଆସିଛନ୍ତି । ସେ ଯାଗା ବିଷୟରେ ବିଶେଷ କିଛି ତାଙ୍କୁ ଜଣା ନାହିଁ। ବିକାଶ ପୋଖରୀ ହୁଡ଼ାରେ କିଛି ବାଟ ଯିବାପରେ ଘାସ ବୁଦାରୁ ବୁଲୁକୁ ଠାବ କଲା । ବୁଲୁକୁ ନ ଜଣାଇ ଗୁରୁଜୀଙ୍କୁ ଇସାରା ଦେଲା ସେଇଠି ଆସିବାକୁ। ଗୁରୁଜୀ ସେ ଜାଗାରେ ଆସି ଲୁଚି ଦେଖିଲେ ।


ବୁଲୁର ଗୋଟିଏ ହାତରେ ବନିଶି ଖାଡ଼ି । ଆଉ ଗୋଟିଏ ହାତରେ ପଲିଥିନ ଜରି। ସେ ଜରିରେ କିଛି ମାଛ ଅଛି । ବୁଲୁ ଖାଡି ପକାଇ ମାଛ ଧରିବାରେ ବ୍ୟସ୍ତ।ତାର ଧ୍ୟାନ ବନିଶିର ପିକକାଠି ଉପରେ । ପିକକାଠି ଟିକିଏ ହଲିବା ମାତ୍ରକେ ଖାଡ଼ିକୁ ଟାଣିଦେଉଥାଏ । ମାଛ ସିଧା ବନିଶି କଣ୍ଟାରେ ଝୁଲି ଥାଏ। ଯେତେଥର ବୁଲୁ ବନିଶି ଖାଡ଼ି ଟାଣୁଥାଏ ସବୁଥର ମାଛ ମିଳିବାର ଗୁରୁଜୀ ଦେଖିଲେ। ସମସ୍ତଙ୍କ ହାତରେ ବନିଶି ଯୋଗେ ମାଛ ଧରିବା ସମ୍ଭବ ନୁହେଁ। ପିକ କାଠି ହଲିବା ଓ ଖାଡି ଟାଣିବା ସମୟ ଠିକ୍ ନ ହେଲେ ମାଛ ବନିଶି କଣ୍ଟାରେ ଲାଗିବ ନାହିଁ। ବୁଲୁ କିନ୍ତୁ ବନିଶି ଖାଡିରେ ମାଛ ଧରିବାରେ ଉସ୍ତାଦ।ଏ କଥା ଗୁରୁଜୀଙ୍କୁ ଆଉ ଅଛପା ରହିଲା ନାହିଁ।‌ 


ଏ ସବୁ ଦୃଶ୍ୟ ଗୁରୁଜୀ ଲୁଚି ଦେଖୁଥାନ୍ତି। ଗୁରୁଜୀ ଲୁଚି ଦେଖୁଥିବା କଥା ବୁଲୁ ଜାଣିପାରିନଥାଏ । ଏଥର ବୁଲୁ ଯେମିତି ଖାଡି ଟାଣିଛି ବଡ଼ ବାଳିଆ ମାଛଟି କିଛି ଦୂରରେ ଛିଟିକି ପଡ଼ିଲା। ଭୂଇଁରେ ପଡ଼ି ବାଳିଆ ମାଛଟି ଛଟପଟ ହେଉଥାଏ। ବୁଲୁ ଦଉଡ଼ି ଆସିଲା ମାଛଟି ଧରିବା ପାଇଁ। ହେଲେ ତା ନଜର ପଡିଗଲା ଗୁରୁଜୀଙ୍କ ଉପରେ । ସେ ମାଛ ଧରିବ କ'ଣ ଭୟରେ ଥରିବାକୁ ଲାଗିଲା। ଗୁରୁଜୀ ତା ପାଖକୁ ଯାଇ ତାକୁ ବୁଝାଇଲେ । କହିଲେ ଠିକ୍ କାର୍ଯ୍ୟ ଠିକ୍ ସମୟରେ କରିବା କଥା । ଏହି ସମୟରେ ତୁମେ ସ୍କୁଲରେ ପାଠ ପଢୁଥିବା କଥା । ତୁମେ ଏଠି ମାଛ ଧରୁଛ ।ତୁମକୁ ମୁଁ ଆଜି ସ୍କୁଲ ଆସିବା ପାଇଁ କହିଥିଲି । ସ୍କୁଲ ନ ଆସି ମାଛ ଧରୁଛ ।ଯାଅ ଘରେ ମାଛ ରଖିଦେଇ ସ୍କୁଲ ଆସିବ । ବୁଲୁ କିଛି ଉତର ନ ଦେଇ ଘରେ ମାଛ ଥୋଇ ସ୍କୁଲ ବାହାରିଲା। ଗୁରୁଜୀ ବିକାଶକୁ ବସାଇ ସ୍କୁଲ ଆସିଲେ।


ଗୁରୁଜୀ ଶ୍ରେଣୀକୁ ଆସିବା ପୂର୍ବରୁ ବୁଲୁ ଶ୍ରେଣୀରେ ବସିଥାଏ । ସାଙ୍ଗ ପିଲାମାନେ ତାକୁ କେତେ କଥା କହୁଥାନ୍ତି। ଗୁରୁଜୀ ଆସିବା କ୍ଷଣି ସମସ୍ତେ ଚୁପ୍ । ଗୁରୁଜୀ ବୁଲୁକୁ ପାଖକୁ ଡାକି ପଚାରିଲେ ତୁମେ କାହିଁକି ଆଜି ସ୍କୁଲ ନ ଆସି ମାଛ ଧରିବାକୁ ଯାଇଥିଲ । ବୁଲୁ ଗୁରୁଜୀଙ୍କ ପାଖକୁ ଯାଇ କହିଲା ଗୁରୁଜୀ ମୋତେ ଗଣିତ ପାଠ କଠିନ ଲାଗେ ।ମୋର ଗଣିତ ପାଠରେ ମନ ଲାଗୁ ନାହିଁ।ମୋର ଗଣିତ ପ୍ରତି ଭାରି ଡର। ଗୁରୁଜୀ କହିଲେ ଦେଖ ବୁଲୁ କୈାଣସି ପାଠ ଏତେ ସହଜ ନୁହେଁ।ତାକୁ ନିଜ ଆୟତକୁ ଆଣିବାକୁ ହେଲେ ଆମକୁ କଠିନ ପରିଶ୍ରମ ଓ ନିଜ କାମରେ ଏକାଗ୍ରତା ରଖିବାକୁ ପଡିବ । ଆଛା କହିଲ ଯେତେବେଳେ ପ୍ରଥମକରି ତୁମେ ବନିଶି ଖାଡ଼ିରେ ମାଛ ଧରୁଥିଲ ସବୁଥର କ'ଣ ମାଛ ଧରିପାରୁଥିଲ ।ବୁଲୁ କହିଲା ନାଇଁ ଗୁରୁଜୀ ପ୍ରଥମେ ପ୍ରଥମେ ତ ମୁଁ ଜମାରୁ ବନିଶି ଖାଡିରେ ମାଛ ଧରିପାରୁନଥିଲି। ବହୁତ ଥର ବନିଶି ଖାଡି ଅଭ୍ୟାସ କଲାପରେ ଏବେ ପ୍ରାୟ ସମୟରେ ମୁଁ ମାଛ ଧରିପାରୁଛି । 


ଗୁରୁଜୀ କହିଲେ ଠିକ୍ ସେହିପରି ଯେକୌଣସି ପାଠକକୁ ଏକାଗ୍ରତା ଓ ବାରମ୍ବାର ଅଭ୍ୟାସ ବଳରେ ନିଜ ଆୟତକୁ ଆଣିପାରିବ। ତୁମେ ଗଣିତ ପାଠକୁ ବାରମ୍ବାର ଅଭ୍ୟାସ କର । ଯେଉଁ ପାଠ ବୁଝିନପାରୁଛି ମୋ ଠାରୁ ବୁଝିନେବ, ଦେଖିବ ଗଣିତ ପାଠ ତୁମକୁ ଆଉ କଠିନ ଲାଗିବ ନାହିଁ। ଗୁରୁଜୀଙ୍କ କଥାକୁ ମାନି ବୁଲୁ ଗଣିତ ପାଠକୁ ବାରମ୍ବାର ଅଭ୍ୟାସ କଲା । ଦରକାର ସମୟରେ ଗୁରୁଜୀଙ୍କ ସାହାଯ୍ୟ ନେଲା । ଆଗ ଭଳି ତା'ର ଗଣିତ ପାଠକୁ ତା'ର ଭୟ ରହିଲା ନାହିଁ। ସେ ପ୍ରତିଦିନ ସମୟରେ ସ୍କୁଲ ଆସିଲା । ଗଣିତ ପିରିୟଡ଼ରେ ଯେଉଁ ସାଙ୍ଗସାଥୀ ମାନଙ୍କୁ ଗଣିତ ନ ଆସିଲେ ସେ ବୁଝାଇ ଦେଲା । ଗଣିତକୁ ଡରୁଥିବା ପିଲା ଦିନେ ଗଣିତ ନ କଷିଲେ ତାକୁ ଭଲ ଲାଗେନାହିଁ।



Rate this content
Log in

Similar oriya story from Children