ସୁମନ୍ତର କ୍ରିକେଟ୍ ଖେଳ ନିଶା
ସୁମନ୍ତର କ୍ରିକେଟ୍ ଖେଳ ନିଶା
କେନ୍ଦୁଝର ଜିଲ୍ଲାର ଗୋଟିଏ ଗାଁ ଦଇତାରି । ଚାରିପଟେ ପାହାଡ ବଣ ଜଙ୍ଗଲ ଘେରା ଜାଗାଟେ । ଏଠି ବହୁଲୋକ ବିଭିନ୍ନ ଜିଲ୍ଲାରୁ ଆସି ଚାକିରୀ କରି ରହନ୍ତି । ଦଇତାରି ଗାଁଟି କେତୋଟି ସେକ୍ଟରରେ ଭାଗ ହୋଇଥାଏ । ଚାକିରିର ସ୍ତର ଅନୁଯାଇ ବିଭିନ୍ନ ସେକ୍ଟରରେ ବିଭିନ୍ନ ଚାକିରିଆଙ୍କୁ ଘର ମିଳିଥାଏ। ଦଇତାରି ଲୁହା ଖଣି ଭାବେ ଓଡିଶା ପରିଚିତ। ଏହି ପାହାଡରୁ ଲୁହା ପଥର ଖନନ କରାଯାଇଥାଏ । ଲୁହା ପଥର ଗୁଡିକ ବେଲ୍ଟ ଲାଇନ୍ ସାହାଯ୍ୟରେ ଏହାର ପାଦ ଦେଶରେ ଥିବା ଗାଁ ବଳିପର୍ବତକୁ ଯାଇଥାଏ । ସେଠାରୁ ଟ୍ରକ ହାଇୱା ସାହାଯ୍ୟରେ ପାରାଦ୍ବୀପକୁ ଯାଇଥାଏ । ପାରାଦ୍ବୀପରୁ ବିଭିନ୍ନ ଦେଶକୁ ଲୁହା ପଥର ରପ୍ତାନି ହୋଇଥାଏ ।
ସୁମନ୍ତ ଅଷ୍ଟମ ଶ୍ରେଣୀ ଛାତ୍ର । ସେ ତା ପରିବାର ସହିତ ସେକ୍ଟର-ଦୁଇରେ ରୁହେ । କ୍ରିକେଟ ଖେଳ ପ୍ରତି ତାର ଅହେତୁକ ଦୁର୍ବଳତା । ଗରିବ ଘରର ପିଲାଟେ ସେ, ବଲ୍, ବ୍ୟାଟ୍ କିଣିବାକୁ ଟଙ୍କା ନ ଥାଏ । ମୁଣ୍ଡରେ କିନ୍ତୁ କ୍ରିକେଟ ଖେଳିବା ନିଶା ।ପିଲାଟି କିନ୍ତୁ ଭାରି ବୁଦ୍ଧିଆ ,ମନେ ମନେ ସ୍ଥିର କଲା ସେ ନିଜେ ବଲ୍, ବ୍ୟାଟ ତିଆରି କରିବ । ଦଇତାରି ଜଙ୍ଗଲରେ କାଠର ଅଭାବ ନଥାଏ । ସେ ବ୍ୟାଟ ଆକାରର ଗୋଟେ କାଠ କାଟି ଆଣିଲା । କାଠ ଶୁଖିଗଲେ ବ୍ୟାଟ୍ ତିଆରି କରିବା କଷ୍ଟ ହେବ ଏଣୁ କଂଚା କାଠରୁ ସେ ବ୍ୟାଟ୍ ତିଆରି କଲା । ଅଭାବ ଅସୁବିଧା ହିଁ ନୂଆ ଜିନିଷ ତିଆରିର ମୂଳଦୁଆ ପକାଇଥାଏ । ନିଷ୍ଠାର ସହିତ ଯେଉଁ କାମ କରାଯାଏ ତାହା ନିଶ୍ଚୟ ସଫଳ ହୋଇଥାଏ । କଟୁରୀ,ଭଙ୍ଗା କାଚ ସାହାଯ୍ୟରେ କାଠଗରରୁ ବ୍ୟାଟ ତିଆରି କଲା । ବ୍ୟାଟ୍ ଟି ଅବିକଳ କିଣା ବ୍ୟାଟ୍ ପରି ହୋଇଥିଲା । କାଗଜ,କପଡା,ନାଇଲନ୍ ସୁତା ଗୁଡାଇ ବଲ୍ ତିଆରି କଲା ।ଏହିପରି ଭାବେ ସେ ତିନୋଟି ବ୍ୟାଟ ଓ ଡର୍ଜନ ହେବ ବଲ୍ ତିଆରି କଲା । ଜଙ୍ଗଲରୁ ମିଳୁଥିବା ବତାକୁ କାଟି ଷ୍ଟମ୍ପ ତିଆରି କଲା ।
ସୁମନ୍ତର ଘର ପାଖରେ ଥାଏ ସୁନ୍ଦର ଖେଳ ପଡିଆଟିଏ । କ୍ରିକେଟ ଖେଳତ ଜଣକିଆ ଖେଳ ନୁହେଁ ଖେଳିବା ପାଇଁ ଏଗାର ଜଣ ପିଲା ଦରକାର । ସୁମନ୍ତର ପାଂଚଜଣ ସାଙ୍ଗ,ବିବେକ,ଭରତ,ସ୍ବାଧିନ,ନିଧି ଓ କୁଳିଆ । ଆଉ ଅତି କମରେ ପାଂଚ ଜଣ ଦରକାର । ସୁମନ୍ତର ଘର ପାଖରେ ଗୋଟିଏ ବସ୍ତି ଥାଏ ।ସେ ହେଉଛି ଏକ ଆଦିବାସି ବସ୍ତି ।ସେ ବସ୍ତିର ଲୋକ, ପିଲା ମାନେ ଜଙ୍ଗଲ ସହ ଓତପ୍ରୋତ ଭାବେ ଜଡିତ। ସେ ବସ୍ତିର ପିଲାମାନେ ମଧ୍ୟ୍ୟ ସେ ପଡିଆକୁ ଖେଳିବାକୁ ଆସନ୍ତି ।ସୁମନ୍ତ ସେମାନଙ୍କ ମଧ୍ୟରୁ ପାଂଚ ଜଣ (ଭୀମ ,ନେଙ୍ଗୁଳୁ,ଜିରାଙ୍ଗ,ରବି,କିସ୍କୁ) ପିଲାଙ୍କୁ ତା ଟିମ୍ ରେ ଖେଳିବାକୁ ଆମନ୍ତ୍ରଣ କଲା । ସେ ପିଲା ମାନେ ତା ଟିମ୍ ରେ ଖେଳିବାକୁ ରାଜି ହୋଇଗଲେ । ଟିମ୍ ଗଠନ ହୋଇଗଲା ଏବେ ଖାଲି ଅଭ୍ୟାସ କରିବା କଥା । କଥା ହେଲା ପ୍ରତେକଦିନ ସାଢେ ଚାରିଟାରେ ଖେଳ ହେବ ଆଉ ଶନିବାର ରବିବାର ଅନ୍ୟ ସେକ୍ଟର ସହ ମ୍ୟାଚ ହେବ । ହାତ ତିଆରି ବଲ୍ ବ୍ୟାଟରେ ପ୍ରତେକଦିନ ସାଢେ ଚାରିଟାରେ ଖେଳ ଆରମ୍ଭ ହୋଇ ସାଢେ ପାଂଚଟା ପଯ୍ୟନ୍ତ ଚାଲେ । ଏମିତି ନିତି ଅଭ୍ୟାସ କରି ସୁମନ୍ତର ଟିମ୍ ପୁରା ଫିଟ୍ ହୋଇଯାଇଥାଏ ମ୍ୟାଚ୍ ଖେଳିବାକୁ ।
ନିଜେ ଗଢିଥିବା ଟିମ୍ ର କ୍ୟାପଟେନ୍ ସୁମନ୍ତ ନିଜେ ତା ଉପରେ ବଡ ଗୁରୁ ଦାଇତ୍ୱ । ଆସନ୍ତା କାଲି ରବିବାର ସକାଳ ନଅଟା ରେ ସେକ୍ଟର -ତିନି ଟିମ୍ ସହ ମ୍ୟାଚ୍ ଖେଳ ହେବ । ନିର୍ଧାରିତ ସମୟରେ ଖେଳ ଆରମ୍ଭ ହେଲା ।ଖେଳ ପନ୍ଦର ଓଭର ବିଶିଷ୍ଟ ହେଲା । ସୁମନ୍ତର ଟିମ୍ ଭଲ ଖେଳ ଖେଳି ବିଜୟ ହେଲା ।ସେ ଦିନ ସୁମନ୍ତ ଭାରି ଖୁସି ଥିଲା କାରଣ ସେ ସେହି ମ୍ୟାଚ୍ ରେ ଭଲ ବ୍ୟାଟିଙ୍ଗ ଓ ବୋଲିଙ୍ଗ କରିଥିଲା । ସାଥି ଖେଳାଳି ମାନେ ମଧ୍ୟ୍ୟ ଭଲ ଖେଳିଥିଲେ । ଏମିତି ଦଇତାରିର ପ୍ରତେକ ସେକ୍ଟର ସହ ମ୍ୟାଚ ଖେଳି ସୁମନ୍ତର ଟିମ୍ ଜିତିଲା । ଦିନେ ସ୍କୁଲରେ ବଳିପର୍ବତ ପିଲା ତାଙ୍କ ଗାଁରେ କ୍ରିକେଟ ମ୍ୟାଚ୍ ଲାଗିବା କଥା ସୁମନ୍ତକୁ ଜଣାଇଲେ । ଆସନ୍ତା ରବିବାର ଦିନ ଦଶଟାରେ ସୁମନ୍ତ ଟିମ୍ କୁ ବଳିପର୍ବତ ଟିମ୍ ସହ ଖେଳିବାକୁ ଆମନ୍ତ୍ରଣ କଲେ । ସୁମନ୍ତ ଖେଳିବାକୁ ସହମତି ଭରିଥିଲା । ସେ ଦିନ ସାଢେ ଚାରିଟାରେ ଖେଳ ପଡିଆରେ ନିଜ ଟିମ୍ ସହ ଆଲୋଚନା କଲା କାଲି ଆମକୁ ବଳିପର୍ଵତ ମ୍ୟାଚ୍ ଖେଳିବାକୁ ଜିବାକୁ ହେବ ।ଆମେ କାଲି ସକାଳ ସାତଟାରେ ଏହିଠାରୁ ବଳିପର୍ବତ ଅଭିମୁଖେ ଖେଳି ବାହାରିବା ।
ଶୀତଦିନିଆ ରବିବାର ସକାଳ । ସକାଳୁସକାଳୁ ଭାରି ଶୀତ । ଶୀତ ଦିନେ ଦଇତାରିରେ ସୂର୍ଯ୍ୟ ଡେରିରେ ଉଦୟ ହୁଅନ୍ତି ଓ ଶିଘ୍ର ଅସ୍ତ ଯାଆନ୍ତି। ସାଧାରଣତଃ ପାହାଡିଆ ଯାଗା ମାନଙ୍କରେ ଏହିପରି ଅନୁଭୁତ ହୁଏ । ଯାହା ହେଉ ସେ ଦିନ ସକାଳ ସାଢେ ସାତଟା ସୁଧା ସମସ୍ତେ ପଡିଆରେ ହାଜର । ସମସ୍ତଙ୍କ ହାତରେ ପାଣି ବୋତଲ ଆଉ ଅଣ୍ଟାରେ ଗାମୁଛା ଭିଡା ହୋଇ ଥାଏ । ସମସ୍ତେ ସାଙ୍ଗ ହୋଇ ବଳିପର୍ବତ ଅଭିମୁଖେ ଖେଳିବାକୁ ବାହାରିଲେ । ଦଇତାରିରୁ ବଳିପର୍ବତ ଯିବାକୁ ହେଲେ ଦୁଇଟି ରାସ୍ତା ଦେଇ ଲୋକ ଯା ଆସ କରନ୍ତି । ଗୋଟିଏ ତାରିଣୀ ଗେଟ୍ ରୁ ପିଚୁ ରାସ୍ତା ଦେଇ ବଳିପର୍ବତ ପ୍ରାୟ ବାର କିଲୋମିଟର ହେବ । ଆଉ ଗୋଟିଏ ତାରିଣୀ ଗେଟ୍ ରୁ କିଛି ବାଟ ଗଲା ପରେ ଜଙ୍ଗଲ ପାହାଡ ରାସ୍ତା ଦେଇ ବଳିପର୍ବତ ଯିବାକୁ ହୁଏ । ଯାହା ପ୍ରାୟ ଦେଢ କିଲୋମିଟର ହେବ ।ସୁମନ୍ତ ଭାବିଲା ଏମିତି ତ ଅଧା ଘଣ୍ଟା ଡେରି ହେଲାଣି ପିଚୁ ରାସ୍ତା ପଟେ ଯାଇ ଖେଳିବା ସମ୍ଭବ ନୁହେଁ । ସୁମନ୍ତ ଓ ତା ସାଙ୍ଗମାନେ ଜଙ୍ଗଲ ପାହାଡ ରାସ୍ତା ବାଛିଲେ ଜିବା ପାଇଁ ।ଜଙ୍ଗଲ ରାସ୍ତାରେ ଲୋକ ଜିବା କଥା ସେମାନେ ଶୁଣିଛନ୍ତି ।
ସେତେବେଳକୁ ସମୟ ସାଢେ ଆଠଟା । ମା ତାରିଣୀଙ୍କୁ ମୁଣ୍ଡିଆଟିଏ ପକାଇ ସୁମନ୍ତ ଟିମ୍ ବାହାରିଗଲା ବଳିପର୍ବତ ଅଭିମୁଖେ ଜଙ୍ଗଲ ରାସ୍ତାରେ । ପାହାଡିଆ ରାସ୍ତା କେଉଁଠି ଖାଲ ତ କେଉଁଠି ଢିପ ।ଶାଳ , ପିଆଶାଳ,ଶିଆଳି,ଶିଶୁ,ଶାଗୁଆନ ଭଳିକିଭଳି ଗଛପୂର୍ଣ ଜଙ୍ଗଲ । ସୂର୍ଯ୍ୟ କିରଣ କାଁ ଭାଁ ଗଛ ପତ୍ର ଭେଦ କରି ଭୂଇଁରେ ପଡୁଛି । ଦିନ ରେ ରାସ୍ତା ସେମିତି କ୍ଲିୟର ଦେଖା ଯାଉନାହିଁ । ସେ ପୁଣି ପାଦ ଚଲା ରାସ୍ତା ।ସୁମନ୍ତ ମନେମନେ ମା ତାରିଣୀଙ୍କୁ ଶ୍ମରଣ କରୁଥାଏ । ଯାହା ହେଉ ଦେଢ କିଲୋମିଟର ରାସ୍ତାକୁ କଷ୍ଟେ ମଷ୍ଟେ ଦେଢ ଘଣ୍ଟାରେ ପାର କରି ବଳିପର୍ବତ ଖେଳ ପଡିଆରେ ହାଜର ହେଲା ସୁମନ୍ତ ଟିମ୍ ।ଖେଳ ନିର୍ଧାରିତ ସମୟ ଠାରୁ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା । ଦୁଇ କ୍ୟାପଟେନ୍ ଙ୍କ ଉପସ୍ଥିତିରେ ଅମ୍ପେୟାର ଟଚ୍ ପକାଇଲେ । ଟଚ୍ ଜିତି ବଳିପର୍ବତ ଦଳ ବ୍ୟାଟିଙ୍ଗ୍ କରିବାକୁ ନିସ୍ପତି ନେଲା । ନିର୍ଧାରିତ କୋଡିଏ ଓଭର ରେ ଦଳ ଆଠ ଉଇକେଟ ହରାଇ ଏକଶହ ଦଶ ରନ୍ କଲା । ଭଲ ବୋଲିଂ ଓ କ୍ଷେତ୍ର ରକ୍ଷଣ ଯୋଗୁଁ ସୁମନ୍ତ ଟିମ୍ ବଳିପର୍ବତ ଟିମ୍ କୁ କମ୍ ରନ୍ ରେ ସିମିତ ରଖି ପାରିଲା । କିଛି ସମୟର ବିରତି ପରେ ଏକଶହ ଏଗାର ରନ୍ ର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଲା ସୁମନ୍ତ ଟିମ୍ ।
ଇନିଙ୍ଗ୍ ଓପନ କଲେ ସୁମନ୍ତ ଓ ସ୍ୱାଧିନ । ଦୁଇଜଣଙ୍କ ମଧ୍ୟରେ ସତୁରି ରନ୍ ର ଭାଗିଦାରି ପରେ ସ୍ୱାଧିନ ଆଉଟ୍ ହୋଇଗଲା ।ଏହାପରେ ଗୋଟିଏ ପରେ ଗୋଟିଏ ଆଉ ଆଠଟି ଉଇକେଟ୍ ତିରିଶ ରନ୍ ଭିତରେ ପଡି ଗଲା । ଉଣେଇଶ ଓଭର୍ ରେ ନଅ ଉଇକେଟ୍ ବିନିମୟରେ ଏକଶହ ରନ୍ । ସୁମନ୍ତର ବ୍ୟକ୍ତିଗତ ଏକଚାଳିଶି ରନ୍ ଟିମ୍ ଜିତିବାକୁ ଏଗାର ରନ୍ ଦରକାର । ଶେଷ ଉଇକେଟ୍ ଭାବେ ଭୀମ କ୍ରୀଜ୍ ରେ ଯୋଗଦେଲା । ନଆଁଟା ସିନା ଭିମ ପିଲାଟା ଦେଖିବାକୁ ପତଳା ଶରିର ବିଶିଷ୍ଟ , ସୁମନ୍ତ ଟିମ୍ ର ସ୍ପିନ ବୋଲର । ସୁମନ୍ତ ଟିମ୍ କୁ ଜିତିବାକୁ ହେଲେ ଗୋଟିଏ ଓଭର ରେ ଏଗାର ରନ୍ ର ଆବଶ୍ୟକ । ହାତରେ ଗୋଟିଏ ଉଇକେଟ୍ ଷ୍ଟ୍ରାଇକ୍ ରେ ଭୀମ । ସୁମନ୍ତ ମା ତାରିଣୀଙ୍କୁ ସ୍ମରଣୁଥାଏ କେମିତି ଷ୍ଟ୍ରାଇକ୍ ପାଇବ ପ୍ରଥମ ବଲ ରେ ଭୀମର ଉଇକେଟ୍ ଯାଉଯାଉ ରହିଲା । ଦ୍ୱିତୀୟ ବଲ୍ ରେ ଜେଣତେଣକରି ଭୀମ ଏକ ରନ୍ କରିଦେଲା। ବର୍ତମାନ ସୁମନ୍ତ ଷ୍ଟ୍ରାଇକ୍ ରେ ଜିତିବାପାଇଁ ଚାରି ବଲ୍ ରେ ଦଶ ରନ୍ ଦରକାର । ସୁମନ୍ତ ତୃତୀୟ ବଲ୍ କୁ କଭର ଡ୍ରାଇଭ ଖେଳି ଦୁଇ ରନ୍ କରିନେଲା । ଚତୁର୍ଥ ବଲ୍ ଟି ପ଼ଏଣ୍ଟ ଅଂଚଳକୁ ଖେଳିଲା ଭୀମ ଦ଼ଉଡି ଆସୁଥାଏ ରନ୍ ନେବା ପାଇଁ ସୁମନ୍ତ ମନା କଲା । ରନ୍ ଆଉଟ୍ ହେବାର ସମ୍ଭାବନା ଥିଲା । ତା ଛଡା ଦୁଇ ବଲ୍ ରୁ ସାତ ରନ୍ ଭିମ ପକ୍ଷେ ସମ୍ଭବ ନୁହେଁ ।ପଂଚମ ବଲ୍ ଟିକୁ ଲଙ୍ଗ୍ଅନ୍ ଆଡକୁ ଖେଳି ଦୁଇ ରନ୍ ସଂଗ୍ରହ କରିନେଲା ସୁମନ୍ତ ।
ସୁମନ୍ତର ବ୍ୟକ୍ତିଗତ ପ଼ଇଁଚାଳିଶି ରନ୍ ଅର୍ଧଶତକରୁ ପାଞ୍ଚ ରନ୍ କମ୍ । ଟିମ୍ ଜିତିବାକୁ ଛ଼ଅ ରନ୍ ର ଆବଶ୍ୟକ । ସୁମନ୍ତ ମା ତାରିଣୀଙ୍କୁ ଶ୍ମରଣ କରି ଶେଷ ବଲ୍ ଟିକୁ ଜୋରରେ ଘୁରାଇ ମାରିଲା । ବଲ୍ ଟି ବହୁ ଉପରକୁ ଉଠିଗଲା ଓ କିପର ତାକୁ କ୍ୟାଚ୍ କରିନେଲା । ସୁମନ୍ତର ଆଖିରୁ ଦୁଇଧାର ଲୁହ ବୋହି ପଡିଲା ଭାବିଲା ମ୍ୟାଚ୍ ହାରିଗଲା ବୋଲି ।ଆଖି ଖୋଲି ଦେଖେତ ଆମ୍ପ୍ୟାରଙ୍କ ନୋ ବଲ୍ ସିଗ଼୍ନାଲ୍ । ସୁମନ୍ତର ଖୁସି କହିଲେ ନ ସରେ ।ଶେଷ ବଲ୍ ଶେଷ ସୁଜଗ । ଶେଷ ବଲ୍ ରେ ପାଂଚ ରନ୍ ଆବଶ୍ୟକ । ସୁମନ୍ତ ଶେଷ ବଲ୍ ଟିକୁ ସ୍କୋୟାର ଲେଗ୍ ଆଡକୁ ଯୋର୍ ରେ ଘୁରାଇ ମାରିଲା ଏଥର କିନ୍ତୁ ସିଦ୍ଧା ଶିମ ରେଖା ବାହାରକୁ ଛ଼ଅ ରନ୍ । ସମସ୍ତ ଖେଳାଳି ସୁମନ୍ତକୁ ଟେକି ଧରି ଜିତିବାର ଖୁସୀ ମନେଇଲେ ।ସୁମନ୍ତର ବ୍ୟକ୍ତିଗତ ଏକାବନ ରନ୍ ଆଉ ଦଳ ବିଜୟୀ । ସୁମନ୍ତ ପାଇଁ ୟା ଠାରୁ ଖୁସି ବା କଣ ହେଇପାରେ ସମୟ ପ୍ରାୟ ଅଢେଇଟା ଶୀତୁଆ ଅପରାହ୍ନ । ଜିତିବା ଖୁସିରେ ମସଗୁଲ୍ ସୁମନ୍ତର ସାଥି ଖେଳାଳିଙ୍କୁ ଶିତ ଜଣାପଡୁନଥାଏ । ଆଉ ଜଙ୍ଗଲ ରାସ୍ତାରେ ନ ଯାଇ ପିଚୁ ରାସ୍ତା ପଟେ କେଉଁ ଗାଡିରେ ଲିଫ୍ଟ୍ ନେଇ ଯିବାକୁ ସ୍ଥିର କଲେ । ଛକ ପାଖରେ ଅଧା ଘଣ୍ଟା ଅପେକ୍ଷା କଲା ପରେ କୌଣସି ଗାଡି ପାଇଲେ ନାହିଁ । ଶୁଣିବାକୁ ପାଇଲେ ଯେଉଁ ଗାଡି ତିନିଟାରେ ଆସିବା କଥା ଗାଡି ଖରାପ କାରଣରୁ ଆସିବ ନାହିଁ । ପରବର୍ତୀ ଗାଡି ଠିକ୍ ସନ୍ଧ୍ୟା ସାତଟାରେ ଆସିବ । ସୁମନ୍ତ ଭାବିଲା ସନ୍ଧ୍ୟା ସାତଟା ହେଲେ ବହୁ ଡେରି ହେଇଜିବ । ବର୍ତମାନ ସମୟ ଅପରାହ୍ନ ତିନିଟା । ଜଙ୍ଗଲ ରାସ୍ତାରେ ଗଲେ ସାଢେ ଚାରିଟା ପାଞ୍ଚଟା ସୁଧା ଘରେ ପହଁଚି ଯିବା । ସମସ୍ତେ ଏକମତ ହେଲେ ଜଙ୍ଗଲ ରାସ୍ତାରେ ଦ଼ଇତାରି ଯିବାକୁ ।
ସମୟ ଠିକ୍ ତିନିଟା ପନ୍ଦର ତରତର ହୋଇ ସମସ୍ତେ ବାହାରି ପଡିଲେ ଜଙ୍ଗଲ ରାସ୍ତାରେ ଦ଼ଇତାରି ଜିବା ପାଇଁ । ତରତରରେ ବୋତଲରେ ପାଣି ଭରିବା ଭୁଲି ଗଲେ । କାଁ ଭାଁ କାହା ବୋତଲରେ ଉଣା ଅଧିକେ ପାଣି ଥାଏ । ଭୀମ ସିନା ଦୁର୍ବଳ ଜଙ୍ଗଲ ରାସ୍ତାରେ ଜିବାରେ ଉସ୍ତାଦ । ଭାରି ସାହାସି ସିଏ । ଆଗରେ ଭୀମ ତା ପଛରେ ସୁମନ୍ତ ତା ପଛେପଛେ ଆଉ ସମସ୍ତେ । କଥାରେ ଅଛି ଅସ୍ଥଗାମି ସୂର୍ଯ୍ୟ ଉପରେ ଭରସା ନାହିଁ । ଏଇନେ ଥିବ ହଠାତ୍ ଅସ୍ତ ଜିବ ।ମଝି ରାସ୍ତାରେ ପାଇଛନ୍ତି ସନ୍ଧ୍ୟା ମାଡି ଆସିଲା ଭଲ ଭାବରେ ଆଉ ରାସ୍ତା ଦେଖାଯାଉନଥାଏ । ସବୁବେଳେ ସମୟ ସମାନ ଯାଏନା । ଏତିକି ବେଳକୁ ଗଜ ମହାରାଜା ଗର୍ଜନ ଶୁଭିଲା । ସୁମନ୍ତ ମା ତାରିଣୀଙ୍କୁ ମନେମନେ ସ୍ମରଣୁଥାଏ । ଦଳେ ହାତୀ ସୁମନ୍ତର ଦଳ ଆଡକୁ ମାଡି ଆସିଲେ । ଜଙ୍ଗଲରେ ରହୁଥିବା ପିଲାଙ୍କୁ ଜଣା ହାତୀ ଠାରୁ କିପରି ରକ୍ଷା ପାଇବା ।ସମସ୍ତେ ଖାଲ ଆଡକୁ ଦ଼ଉଡିଯାଇ ଲୁଚିଗଲେ । ହାତୀ କେବେ ଖାଲୁଆ ସ୍ଥାନକୁ ଦେଖି ଗୋଡାଇବ ନାହିଁ । ସମସ୍ତଙ୍କୁ ଭାରି ଶୋଷ ବୋତଲରେ ଥିବା ଅଳ୍ପ ପାଣି ପିଇ ତୃଷ୍ଣା ନିବାରଣ କଲେ । ହାତୀ ପଲ ଯିବା ପରେ ସମସ୍ତେ ଚାଲିଲେ । ହେଲେ କେଉଁ ଆଡେ ଯିବେ କିଛି ଭାବିପାରୁନଥାନ୍ତି ।ସବୁଆଡେ ଅନ୍ଧାର ଦେଖାଯାଉଥାଏ । କଣ କରିବେ କୁଆଡେ ଯିବେ । ରାସ୍ତା କଡରେ ଥାନ୍ତି ଅନ୍ଧାର ଯୋଗୁଁ ଜଙ୍ଗଲରେ ବୁଲୁଥାନ୍ତି । ଜାଣି ପାରୁନଥାନ୍ତି ରାସ୍ତା କୁଆଡେ ।
ଏତିକିବେଳେ ସୁମନ୍ତକୁ ଗାଡି ହର୍ଣ ସୁଭିଲା । ସେ ଗାଡି ହର୍ଣ ଦିଗରେ ତା ପଛେପଛେ ସମସ୍ତଙ୍କୁ ଆସିବା ପାଇଁ କହିଲା ।ସମସ୍ତେ ସୁମନ୍ତ ପଛେପଛେ ସେହି ଦିଗରେ ଚାଲିଲେ । ପାଞ୍ଚ ମିନିଟ୍ ରେ ସମସ୍ତେ ରାସ୍ତା ଉପରକୁ ଉଠି ଆସିଲେ । ସୁମନ୍ତ ଦେଖିଲା ରାସ୍ତାରେ କୌଣସି ଗାଡି ନାହିଁ ।ଜଙ୍ଗଲରେ ରାସ୍ତା ହୁଡି ଗଲେ ଗାଡି ହର୍ଣ ସାହାଯ୍ୟ କରିଥାଏ ରାସ୍ତା ଉପରକୁ ଆସିବାକୁ । ସେତେବେଳକୁ ସମୟ ଛ଼ଅଟା ପନ୍ଦର ହେବ ।କିଛି ବାଟ ଚାଲିଲା ପରେ ତାରିଣୀ ଗେଟ୍ ପଡିଲା । ସେଠାରେ ଗେଟ୍ କିପର କୁ ସୁମନ୍ତ ଗାଡି ବିଷୟରେ ପଚାରିବାରୁ ଆଜି ସବୁ ଗାଡି ଷ୍ଟ୍ରାଇକ୍ ବୋଲି ସେ କହିଥିଲେ । ଅଧା ଘଣ୍ଟା ହେଲା କୌଣସି ଗାଡି ଯା ଆସ କରି ନାହିଁ । ପନ୍ଦର ମିନିଟ୍ ପିଚୁ ରାସ୍ତାରେ ଚାଲିଲା ପରେ ସମସ୍ତେ ଠିକ୍ ସାଢେ ଛ଼ଅଟା ବେଳେ ଦ଼ଇତାରିରେ ସୁରକ୍ଷିତ ପହଁଚି ଗଲେ । ସୁମନ୍ତ ରାତିରେ ଶୋଇଲା ବେଳେ ଭାବିଲା ତାକୁ ଜେଉଁ ଗାଡି ହର୍ଣ ଶୁଭିଥିଲା ସେ କଣ ଥିଲା, ମ୍ୟାଚର ଶେଷ ଆଉଟ୍ ହୋଇଥିଲେ ମଧ୍ୟ ତାହା ନୋ ବଲ୍ ଥିଲା । ସବୁ ସେଇ ମା ତାରିଣୀଙ୍କ କୃପାରୁ ସମ୍ଭବ ହୋଇଥିଲା । ମା ଙ୍କୁ ପ୍ରଣାମ ଜଣାଇ ସୁମନ୍ତ ଶୋଇପଡିଲା ।