Mr.Siddheswar Behera

Children Stories

3.4  

Mr.Siddheswar Behera

Children Stories

ଟିପୁ ଋଣ ସୁଜିଲା

ଟିପୁ ଋଣ ସୁଜିଲା

3 mins
70


ତାଳପଦା ନାମକ ଏକ ଆଦିବାସୀ ଗାଁ । ସେ ଗାଁରେ ପନ୍ଦର ଘର ଆଦିବାସୀ ପରିବାର ବାସ କରନ୍ତି । ସିନୁ ମାଝୀର ପରିବାର ସେହି ଗାଁରେ ରୁହନ୍ତି । ପରିବାର କହିଲେ ସିନୁ ତା ବାପା ଦାମ ମାଝୀ ମା ରେଣୁ ମାଝୀ ।

ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସିନୁର ଗାଁରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟିଏ ଅଛି। ସିନୁ ସେହି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର। ଭଲ ପାଠପଢା ସାଙ୍ଗକୁ ବାପା ମାଆଙ୍କୁ ଘର କାମରେ ସାହାଯ୍ୟ କରେ।

ତାଳପଦାରେ ପନିପରିବା ହାଟ ବସେ। ତଟକା ପନିପରିବା ପାଇଁ ଦ଼଼ଇତାରିରୁ ଲୋକେ ସେଠାକୁ ଆସନ୍ତି। ଡାଲି ଚାଉଳ ପାଇଁ ଦ଼଼ଇତାରି ବଜାର ଉପରେ ନିର୍ଭର କରିଥାନ୍ତି। ଦାମ ବାଡି(ବଗିଚା)ରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ହୁଏ। ଦାମ ପନିପରିବା ତକ ବେଳେବେଳେ ଦ଼଼ଇତାରି ନିଏ ବିକିବା ପାଇଁ। ସାଙ୍ଗରେ ପୁଅ ସ୍ତ୍ରୀ ମଧ୍ଯ୍ୟ ଯାଇଥାନ୍ତି ବୁଲିବା ପାଇଁ। ଦାମ ଓ ରେଣୁ ସ୍ବାମୀ ସ୍ତ୍ରୀ ଦୁହେଁ ପ୍ରତିଦିନ ଜଙ୍ଗଲରୁ କାଠ ସଂଗ୍ରହ କରି ତାକୁ ବିକି ପରିବାର ପ୍ରତିପୋଷଣ କରନ୍ତି। 

ସିନୁ ବାପା ମାଆଙ୍କ ସାଙ୍ଗରେ ରବିବାର ଦିନ ଜଙ୍ଗଲକୁ ଯାଇ ତାଙ୍କୁ କାଠ ସଂଗ୍ରହରେ ସାହାଯ୍ୟ କରେ। ସିନୁ ଘରେ ତାର ପ୍ରିୟସାଥି ଟିପୁ, ତା ପ୍ରିୟ କୁକୁର ।


ସିନୁ ଟିପୁକୁ ରାସ୍ତା ଉପରୁ ପାଇଥିଲା। ଯେତେବେଳେ କି ଗୋଟେ ଗାଡି ଧକ୍କାରେ ଟିପୁର ମା ଓ ତାର ଚାରି ଭାଇ ଭଉଣୀ ମୃତ୍ୟୁ ବରଣ କରିଥିଲେ। ଟିପୁ କ୍ଷତାକ୍ତ ଅବସ୍ଥାରେ ରାସ୍ତା ଉପରେ ଛଟପଟ ହେଉଥାଏ। ସିନୁର ନଜର ତା ଉପରେ ପଡିଥିଲା। ଆଉ କେଉଁ ଗାଡି ମାଡିଜିବା ପୂର୍ବରୁ ସିନୁ ତାକୁ ଉଠାଇ ଆଣିଥିଲା । ଆଉ ତାକୁ ତା ସାଥିରେ ନେଇଯିବାକୁ ବାପାଙ୍କୁ କହିଲା। ସିନୁ ବାପା ପ୍ରଥମେ ମନା କରିଥିଲେ ପରେ କୁକୁର ପ୍ରତି ସିନୁର ଭଲପାଇବା ଭରିଥିଲେ। 


ସିନୁ କ୍ଷତାକ୍ତ କୁକୁର କୁ ନିଜ ଘରକୁ ନେଇଆସିଲା । ନିଜ ଗାଁର ବଇଦ ବୁଦ୍ଧୁ ମାଝି ଠାରୁ ଜଙ୍ଗଲ ଜଡ଼ିବୁଟି ନେଇଆସିଲା। ଜଡ଼ିବୁଟିକୁ ଟିପୁର କ୍ଷତାକ୍ତ ସ୍ଥାନରେ ଲଗାଇ ତାର ସେବା ଯତ୍ନ କଲା। ଅଳ୍ପ ଦିନରେ ଟିପୁ ପୁରା ସୁସ୍ଥ ହୋଇଯାଇଥିଲା।  ଟିପୁ ମଧ୍ୟ ସିନୁର ଆଗ ପଛରେ ବୁଲୁଥାଏ। ସିନୁ ଜୁଆଡେ ଯାଏ ଟିପୁ ତା ପଛେପଛେ ଯାଏ। ସିନୁକୁ ଯିଏ ଯାହା କହେ ଟିପୁ ତାକୁ ଭୁକିକି ଡରାଇଥାଏ। ସିନୁ ସହ ଯଦି କୋଉ ପିଲା ଝଗଡା କରେ ଟିପୁ ଭୁକି ତାକୁ ଗୋଡାଇ ଆସେ। ଟିପୁର ଦେହ ଖରାପ ହେଲେ ସିନୁର ମନ ଭଲ ଲାଗେନା। ସିନୁର ଦେହ ଖରାପ ହେଲେ ଟିପୁ ଘାଲେଇ ତାରି ପାଖରେ ଶୋଇରହେ । 


ସେ ଦିନ ରବିବାର ଥାଏ। ପ୍ରତି ରବିବାର ପରି ସେ ଦିନ ସିନୁ ବାପା ମା ଙ୍କ ସହ ବାହାରିଲା ଜଙ୍ଗଲ। କାଠ ସଂଗ୍ରହ କରିବା ପାଇଁ। ଆଗରେ ଦାମ, ରେଣୁ ପଛରେ ସିନୁ ଓ ଟିପୁ ଦାମ ପୁଅ ସିନୁକୁ କହିଲା ପୁଅ ତୁ ଏହି ଆଖ ପାଖରେ ଘର ପାଇଁ ସୁଖିଲା କାଠ ଗୋଟାଉଥା । ତୋ ମା ଆଉ ମୁଁ ଆଗରୁ ଝଟା(ବାଡ ଦେବା ପାଇଁ ବ୍ୟବହାର କରାଯାଏ ) କାଟୁଛୁ। ଏହା କହିଦେଇ ସେ ଦୁହେଁ ଆଗକୁ ଚାଲିଗଲେ।  

ଘଞ୍ଚ ଜଙ୍ଗଲଟି ବହୁପ୍ରକାରର ଗଛରେ ପରିପୂର୍ଣ୍ଣ । ଶାଳ, ପିଆଶାଳ, କେନ୍ଦୁ, ଶିଶୁ,ଶିଆଳି ଭଳିଭଳିକି କେତେଜେ ସେ ଜଙ୍ଗଲରେ ଅଛି। ଜଙ୍ଗଲରେ ଶାଳ ଗଛ ଅଧିକ ଥିବାରୁ ସେଠାର ଆଦିବାସୀ ଏହାକୁ ଶାଳ ଜଙ୍ଗଲ ମାଧ୍ୟମ କହନ୍ତି ।


 ସିନୁ ଘରପାଇଁ ଶୁଖିଲା ଶାଳକାଠ ଗୋଟାଉଥାଏ। ଟିପୁ ତା ପଛେପଛେ ଥାଏ । ଏଠୁ ଖଣ୍ଡେ ସେଠୁ ଖଣ୍ଡେ ଗୋଟାଉଥାଏ । ଟିପୁ ସିନୁ ପଛେପଛେ ଦୈଡୁଥାଏ। ହଠାତ୍ ଟିପୁ ଦେଖିଲା ସିନୁ ଯେଉଁ କାଠଟି ଗୋଟାଇବାକୁ ଯାଉଛି ତାହା କାଠ ନୁହେଁ ଏକ ଜଙ୍ଗଲି ବିଷଧର ସାପ । କାଠ ଭଳି ପଡିଛି । ଟିପୁ, ସିନୁ ଆଗକୁ ଦୈଡିଯାଇ ସାପ ଉପରକୁ ଲମ୍ଫପ୍ରଦାନ କଲା । ଚାଲିଲା ଟିପୁ ଓ ସାପ ମଧ୍ୟରେ ଲଢେଇ। ଟିପୁ ଭାରି ଚାଲାକ ସାପର ଚୋଟରୁ କେମିତି କିପରି ଉଧାର ପାଇବ ତାକୁ ଜଣା। ନିଜକୁ ସାପ ଚୋଟରୁ ରକ୍ଷା କରି ସାପକୁ ଖଣ୍ଡିଆ ଖାବରା କରି ମାରି ପକାଇଲା। 


ସିନୁ ଭାବିଲା ଏବେ ତାର କଣ ହୋଇଥାନ୍ତା। ସେ ଏକ ନିଶ୍ଚିତ ମୃତୁମୁଖରୁ ବଞ୍ଚିଲା। ଟିପୁ ନଥିଲେ ଆଜି ତାର କଣ ହୋଇଥାନ୍ତା। ସେ ଟିପୁକୁ କୁଣ୍ଢାଇ ପକାଇଲା। ଟିପୁ ମଧ୍ୟ ଲାଙ୍ଗୁଡ ହଲେଇ ସିନୁକୁ ଚାଟି ପକାଉଥାଏ। ସତେ ଯେମିତି ଟିପୁ ଆଜି ତା ଋଣ ସୁଝି ଦେଇଛି। 

ଦାମ, ରେଣୁ ଆସିବା ପରେ ସିନୁ ସେମାନଙ୍କୁ ସବୁକଥା କହିଲା। ଦାମ ଟିପୁର ମୁଣ୍ଡରେ ହାତ ବୁଲାଇ ଆଉଁସି ଦେଲା। ଟିପୁ ମଧ୍ୟ ନିଜର ଲାଙ୍ଗୁଳ ହଲାଇ ମାଲିକକୁ ଅଭିନନ୍ଦନ ଜଣାଇଲା। ସମସ୍ତେ ସାଙ୍ଗ ହୋଇ ଘରକୁ ଫେରିଲେ। 



Rate this content
Log in