Mr.Siddheswar Behera

Children Stories

3.6  

Mr.Siddheswar Behera

Children Stories

ରାକ୍ଷୀ ଜଣାଇଲା ଭଲ ପାଇବା

ରାକ୍ଷୀ ଜଣାଇଲା ଭଲ ପାଇବା

3 mins
330


ମହେଶ ଓ ମନୀଷା ଦୁହେଁ ଭାଇ ଭଉଣୀ। ମହେଶ ଠାରୁ ମନୀଷା ଦୁଇ ବର୍ଷ ବଡ। ଗାଁ ବିଦ୍ୟାଳୟରେ ଦୁହେଁ ପଢନ୍ତି। ମହେଶ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ମନୀଷା ଅଷ୍ଟମ ଶ୍ରେଣୀରେ ପଢେ। ଘରେ ଭାଇ ଭଉଣୀଙ୍କ ମଧ୍ୟରେ କୌଣସି ନା କୌଣସି କଥାକୁ ନେଇ ଝଗଡା।  ଟିକିଟିକି କଥାକୁ ନେଇ ମୁହଁ ଫୁଲା ଫୁଲି। ବୋଉ ଆଗରେ ମହେଶର ମନୀଷା ଦିଦି ନାଁରେ ଅଭିଯୋଗ। ଦିଦି ମୋତେ ୟା କହିଲା ତା କହିଲା । ଦିଦିର ଭଲ କଲମ ଆସିଛି ମୋର ଭଲ କଲମ ନୁହେଁ। ଦିଦିର ଭଲ ଡ୍ରେସ୍ ମୋର ଭଲ ଡ୍ରେସ୍ ନୁହେଁ। ଏମିତି ବହୁତ କିଛି। ମନିଷାର ମଧ୍ୟ ବୋଉ ଆଗରେ ମହେଶ ନାମରେ ଏକା ଅଭିଯୋଗ।ଟିଉସନ୍ ଜିବା ବାଟରେ ଝଗଡା ଲାଗି ସାରଙ୍କ ପାଖରେ ଅଭିଯୋଗ ତ କେତେବେଳେ ସ୍କୁଲରୁ ଫେରିବା ବାଟରେ ଝଗଡା ଲାଗି ବୋଉ ପାଖରେ ଅଭିଯୋଗ।

ଛୋଟଛୋଟ କଥାରେ ଝଗଡା ।ରାଗରେ ମନୀଷା କହିପକାଏ ଯା ଏ ବର୍ଷ ମୁଁ ତୋ ହାତରେ ରାକ୍ଷୀ ବାନ୍ଧିବିନି। ମହେଶ ବି କହିଲା ମୁଁ ବି ତୋ ଠାରୁ ରାକ୍ଷୀ ବାନ୍ଧିବି ନାହିଁ। ବାପାଙ୍କ କାନକୁ କଥା ଗଲା। ବାପା ଜାଣନ୍ତି ନା ଏମିତି ଦୁହେଁ ଝଗଡା ଲାଗିବେ। ଜଣେ ଜଣକୁ ନ ଦେଖିଲେ ଖୋଜାଖୋଜି ହେଉଥିବେ।

କୌଣସି କାରଣରୁ ମହେଶ ବାପାଙ୍କ ସହ ମାମୁଁ ଘରକୁ ଯାଇଥାଏ। ମନୀଷା ବୋଉ ସହ ଘରେ ଥାଆନ୍ତି।ମନୀଷା କାହା ସହିତ ଝଗଡା କରିବ। ସାନ ଭାଇ ସହିତ ଟିକେ ଝଡେଇ ନହେଲେ ତା ଭାତ ହଜମ ହୁଏନି ଯେମିତି। ସେଦିନ ସେ ଗାଁ ଛକ ଦୋକାନକୁ ସଉଦା ପାଇଁ ଯାଇଥାଏ ଦେଖିଲା ରଙ୍ଗବେରଙ୍ଗର ରାକ୍ଷୀ ଦୋକାନରେ ଝୁଲୁଛି। ତାକୁ ଆଉ ଅବୁଝା ପଡିଲାନି ଯେ ଏବେ କେବେ ରାକ୍ଷୀ ବୋଲି। ଦୋକାନରୁ ଫେରିବା ପରେ ବୋଉକୁ ପଚାରିଲା, ବୋଉ ରାକ୍ଷୀ ପୂର୍ଣ୍ଣିମା କେବେ କି? ବୋଉ କହିଲେ  ଏଇ ପଅରଦିନ କଣ ହେଲାକି? ନାଇଁ ବୋଉ ବାପା,ମହେଶ ଆସି ନାହାନ୍ତି ଯେ । ସେମାନେ କାଲି ଆସି ପହଁଚିବେ। ମନୀଷାର ଖୁସି ଦେଖିଲେ ହିଁ ଯେ ଜାଣିପାରିବ। କାଲି ସକାଳେ ଭାଇ ପାଇଁ ରାକ୍ଷୀ କିଣି ଆଣିବ। ଘରେ ମନୀଷା ଅବସ୍ଥା ଯାହା ମାମୁଁ ଘରେ ମହେଶର ଅବସ୍ଥା ମଧ୍ୟ ଏକା ପରି। ଯେବେଠୁ ମହେଶ ଜାଣିଲାଣି ରାକ୍ଷୀ କଥା ସେବେଠାରୁ ବାପାଙ୍କୁ ଘରକୁ ଜିବା କଥା କହିଲାଣି। କାଲି ଜିବା ଆଜି ଜିବା କଥା ବାପା କହୁଥାନ୍ତି। ହେଲେ କୌଣସି କାରଣ ବଶତଃ ଆସିପାରୁ ନାହାଁନ୍ତି। ସବୁ କାମ ସରିଲା ରବିବାର ଦିନ ସକାଳୁ ଘରକୁ ଜିବା କଥା ବାପା କହିଲେ ।ଶନିବାର ରାତିରେ ମହେଶ ଆଖିରେ ନିଦ ନାହିଁ। କେମିତି ସକାଳ ହେବ ସେ ଘରକୁ ଜିବ। ସମାନ ଦଶା ମନୀଷାର ମଧ୍ୟ। ସକାଳ କେମିତି ହେଲେ ଭାଇ ପାଇଁ ରାକ୍ଷୀ କିଣିବ। ପରଦିନ ସକାଳୁ ମନୀଷା ନିଜ ପକେଟ ମନିରୁ ସଞ୍ଚିତ କରିଥିବା ଟଙ୍କାରେ ଭଲ ରାକ୍ଷୀ ଓ ମିଠା କିଣି ଆଣିଲା। ଭାଇ ବାଟକୁ ଚାହିଁ ରହିଲା ଭାଇ କେତେବେଳେ ଆସିବ । ବେଳ ବୁଡି ସଞ୍ଜ ହେବାକୁ ବସିଲାଣି। ବାପା ଭାଇଙ୍କର ଦେଖା ନାହିଁ।ମନେମନେ ଠାକୁରଙ୍କୁ ଡାକୁଥାଏ।ମୋ ବାପା ଭାଇ ସକୁସଳେ କେମିତି ଘରେ ପହଞ୍ଚିବେ।ମନୀଷା ବ୍ୟସ୍ତ ହୋଇ ବୋଉକୁ ପଚାରିଲା। ବୋଉ ତୁ ଠିକସେ ଯାଣିଛୁତ ଆଜି ଆସିବେ ବୋଲି। ବୋଉ କହିଲେ ସେମାନେ ତ ସକାଳୁ ବାହାରି ଆସିଲେଣି ଏତେ ଡେରି କଣ ହେଲା । କିଛି ସମୟ ପରେ ବାପା, ମହେଶ ଆସି ପହଞ୍ଚିଲେ। ମହେଶ ଦିଦିକୁ ଦେଖି ଧାଇଁଗଲା ତା ପାଖକୁ। ଦୁହେଁ ହାତ ଧରାଧରି ହୋଇ ପରସ୍ପରକୁ ଚାହିଁଲେ। ବାପା କହିଲେ ଆଜିବି ଆସି ପାରି ନଥାନ୍ତୁ। ଜେଉଁ ଅବସ୍ଥାରେ ଆସିଛୁ ମହେଶ ମୁଁ ହିଁ ଜାଣିଛୁ। ମହେଶର ତା ଭଉଣୀ ପ୍ରତି ଭଲପାଇବା ହିଁ ଆମ ଦୁଇଜଣକୁ ଏଠି ଆଣିପାରିଛି। ସୋମବାର ଦିନ ସକାଳୁ ଦୁହେଁ ଗାଧୋଇ ନୂଆ ଡ୍ରେସ୍ ପିନ୍ଧି ମନ୍ଦିରକୁ ଗଲେ। ମନୀଷା ମନ୍ଦିରରେ ରାକ୍ଷୀ ପୂଜାକରି ଆଣିଲା। ଘରେ ମନୀଷା ମହେଶ ମଥାରେ ଚନ୍ଦନ ଟିପା ଦେଇ ତା ହାତରେ ରାକ୍ଷୀ ବାନ୍ଧିଲା। ବୋଉ ଘରେ ତିଆରି କରିଥିବା ମିଠା ପିଠାକୁ ମହେଶକୁ ଖୁଆଇ ଦେଲା। ଦୁହେଁ ମିଶି ଏକାଠି ଖାଇଲେ। ମହେଶ ନିଜ ପକେଟରୁ ଶହେ ଟଙ୍କିଆ ନୋଟ୍ ଟିକୁ ଦିଦି ହାତରେ ଧରାଇ ଦେଲା। ମନୀଷା କହିଲା ମୋର ଟଙ୍କା କଣ ହେବ ତୁ  ପରା ମୋ ପାଇଁ ଅମୁଲମୁଲ। ବାପା କହିଲେ ଦେଖିଲ ସବୁବେଳେ ତୁମେ ଝଗଡା ଲାଗୁଥିଲ ।କିଛିଦିନ ଦୂର ରହିବାରେ ଆଜି ରାକ୍ଷୀ ଜଣାଇ ଦେଇଛି ତୁମ ଭିତରେ ଥିବା ଭଲପାଇବା ।ଆଜିଠୁ କଥା ଦିଅ କେବେ କଳି ଝଗଡା ଲାଗିବ ନାହିଁ। ଦୁହେଁ ମିଳିମିଶି ଚଳିବ। ଦୁହେଁ ବାପାଙ୍କୁ କଥାଦେଲେ । ସେହି ଦିନଠାରୁ ଦୁହେଁ କେବେବି କଳି ଝଗଡା କରନ୍ତିନି। ଏକାଠି ସାଙ୍ଗ ହୋଇ ସ୍କୁଲ ଯାଆନ୍ତି।ସେହିଦିନଠାରୁ ନା ସାରଙ୍କ ପାଖକୁ କିଛି ଅଭିଯୋଗ ଆସେ ନା ଘରେ ବାପା ବୋଉ ପାଖକୁ । 


Rate this content
Log in