ଆଉ ଲୁଚାଇ ଖାଇବି ନାହିଁ
ଆଉ ଲୁଚାଇ ଖାଇବି ନାହିଁ
ପେଟୁରାମକୁ ତାଙ୍କ ଗାଁରେ କିଏ ଅବା ନ ଚିହ୍ନେ । ଗାଁ ରେ ଯାହା ଘରେ ଭୋଜିଭାତ ହୁଏ ସବୁଠି ପେଟୁରାମ ଉପସ୍ଥିତ ଥାଏ । ନିମନ୍ତ୍ରଣ ଥାଉ ନ ଥାଉ ତାର କିଛି ଯା ଆସ ନାହିଁ। ଲୋକମାନେ ବି କିଛି ଭାବନ୍ତିନି । ଛୋଟ ପିଲାଟା କଣ ଭୋଜିଭାତ ଖାଇବ ତ । ପେଟୁରାମର ଭୋଜିଭାତରେ ଜେତିକି ଇଛା ନ ଥାଏ ତା ଠାରୁ ଅଧିକ ଇଛା ମିଠା ଖାଇବାରେ ଥାଏ। ଭୋଜିରେ ଜେଉଁଠି ମିଠା ବଣ୍ଟା ଯାଏ ପେଟୁରାମ ସେଇଠି ହାଜର।ଦୁଇ ଚାରିଥର ମାଗିକି ଖାଇବାକୁ ପଛାଏ ନାହିଁ।ବେଳେବେଳେ ପରୁଷୁଣୀଙ୍କ ଅନ୍ୟମନସ୍କର ସୁଯୋଗ ନେଇ ହାତ ପୁରାଇ ମିଠା ଖାଇଦିଏ। ସବୁବେଳେ ସମାନ ଯାଏନି। ତାର ବଡବାପା ପୁଅ ଭାଇର ବିବାହରେ ଘରକୁ ମିଠା ଆସିଥାଏ। ନିଜଘର କଥାତ ଥରକୁ ଥର ବଡବାପାଙ୍କ ଘରକୁ ଯା ଆସ କରୁଥାଏ। ମନ କିନ୍ତୁ ମିଠା ଖୋଜୁଥାଏ। କୋଉଠି ଥୁଆ ହୋଇଛି ମିଠା ହାଣ୍ଡି ସବୁ । ଖୋଜିବାକୁ ବେଶି ସମୟ ଲାଗିଲାନି ତାକୁ। ଚଟାପଟ ଯାଇ ମିଠା ପାଖରେ ହାଜର। ଘରଲୋକେ ବିବାହ କାମରେ ବ୍ୟସ୍ତ ଥାନ୍ତି। ତା ଛଡା ପେଟୁରାମ ତ ଘରର ପିଲା। ତାକୁ କିଏ ବା କଣ କହିବ। ସେ ଦେଖିଲା ମିଠାଥିବା ଘରର ଗୋଟିଏ କୋଣରେ ହାଣ୍ଡିଟାଏ ଅଛି। କିଏ ଦେଖିବା ପୂର୍ବରୁ ମିଠା ହାଣ୍ଡିରେ ହାତ ପୁରାଇ ଚଟ୍ କିନା ପାଟିରେ ପୁରାଇ ଦେଲା। ଯେମିତି ମିଠାକୁ ପାଟିରେ ପୁରାଇଛି ଆଲୋ ବୋଉଲ ମରିଗଲି ଲୋ ଚିତ୍କାର କଲା। ଆଉ ମିଠା ଖାଇବି ନାହିଁଲୋ । କି କଷ୍ଟ ହାତ ମୁହଁକୁ ଡଗରା ପିମ୍ପୁଡ଼ି କାମୁଡି ଦେଲେ। ଆଉ ମିଠା ଖାଇବି ନାହିଁ। ପାଟି ଶୁଣି ବଡବାପା ଧାଇଁ ଆସିଲେ। ପେଟୁରାମକୁ ଦେଖି ବଡବାପାଙ୍କୁ କିଛି କଥା ଅବୁଝା ରହିଲାନି। କଣ ହେଲା ପେଟୁ କାହିଁକି କାନ୍ଦୁଛୁ। ତୁ ସେ ମିଠା ହାଣ୍ଡିରୁ ନ ଦେଖି ମିଠା ଖାଇଛୁ ଟି। ଆରେ ସେ ମିଠା ହାଣ୍ଡିରେ ପିମ୍ପୁଡ଼ି ଲାଗିଥିଲା ବୋଲି ତାକୁ ମୁଁ ଅଲଗା ରଖିଥିଲି। ତୋର ଯଦି ମିଠା ଖାଇବାର ଇଛାଥିଲା ବଡବୋଉକୁ ମାଗି ପାରିଥାନ୍ତୁ। କାହାକୁ ନ ପଚାରି ଲୁଚାଇ ଖାଇବା ଭଲକଥା ନୁହେଁ। ପେଟୁରାମ ନିଜର ଭୁଲ ବୁଝି ପାରିଲା ଆଉ କେବେ ଲୁଚାଇ ଖାଇବ ନାହିଁ ବୋଲି ଶପଥ ନେଲା ।