Mr.Siddheswar Behera

Tragedy Children

3  

Mr.Siddheswar Behera

Tragedy Children

ସାହସୀ ଶୁଭଶ୍ମିତା

ସାହସୀ ଶୁଭଶ୍ମିତା

2 mins
323



ଖୁଣ୍ଟିଆବାଣପୁର ନାମକ ଏକ ଗାଁ । ଚିଲିକା ପାଖ ନହେଲେ ବି ଦୂର କହିହେବନାହିଁ । ପ୍ରାୟ ସମସ୍ତଙ୍କର ଘର ଆଗରେ ପଛରେ ପୋଖରୀ ଅଛି। ପୋଖରୀରେ ଅଘଟଣ ଘଟି ଜୀବନ ଯିବା କିଛି ନୁଆ କଥା ନୁହେଁ ଏ ଗାଁରେ ।ଗାଁ ମଝିରେ କିଷାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ସେହି ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା। ଝିଅଟି ଶ୍ରେଣୀରେ ଭଲ ପାଠ ପଢେ । ରୋକଠୋକ ଝିଅଟି ସେ। ମନରେ କୌଣସି କଥା ଆସିଲେ ସେ କହିଦିଏ। ଖୋଲା ହୃଦୟର ଝିଅଟିଏ। ପୁଅ ଝିଅ ଭେଦଭାବ ଦେଖେନି। ଯେଉଁ ଖେଳ ପୁଅମାନେ ଖେଳନ୍ତି ସେହି ଖେଳ ସେ ବି ଖେଳେ। ଗଛ ଚଢା,ପହଁରା ସବୁ କାମରେ ସେ ଧୂରନ୍ଧର। ବିଦ୍ୟାଳୟରେ ସବୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପ୍ରିୟ ଛାତ୍ରୀ ସେ । ଘରେ ବୋଉକୁ ଘର କାମରେ ସାହାଯ୍ୟ କରେ। ଯେମିତି ଅଇଁଠା ବାସନ ଧୋଇବା। ଘର ଝାଡୁ କରିବା। ଘରେ ଜିନିଷପତ୍ର ସଜେଇ ରଖିବା ଆଦି। ତା ବାପାଙ୍କର ଗେହ୍ଲି ଝିଅ ସେ। ବାପା ଘରକୁ ଆସିଲେ ଆଗ ଝିଅର ଭଲମନ୍ଦ ପଚାରି ବୁଝନ୍ତି ତାପରେ ଯାଇ ଯାହା କରନ୍ତି। ଶୁଭସ୍ମିତା ଘରକୁ ଲାଗି ପୋଖରୀଟିଏ। ପୋଖରୀର ନାମ ଗାଈଦେଶ ପୋଖରୀ। ପୋଖରୀରେ ମଣିଷ ମୁଣ୍ଡର ପାଣି। ଲୋକମାନେ ଗାଧୋଇବା ଠାରୁ ଆରମ୍ଭକରି ସଫାସଫି ସବୁ କାମ କରିଥାନ୍ତି ସେହି ପୋଖରୀରେ।  

ବୁଧବାର ସମୟ ସାଢେ ଦଶଟା। ଶ୍ରେଣୀ ଭିତରେ ଶୁଭସ୍ମିତା ସାଙ୍ଗମାନଙ୍କ ସହ କଣ କଥା ହେଉଥାଏ। ଏତିକି ବେଳକୁ ସାର ଆସି ପହଞ୍ଚିଲେ। ସାର ପଚାରିଲେ କଣ କଥା ହେଉଚକିରେ ପିଲା। ଗୋଟିଏ ପିଲା କହିଲା ସାର ଆଜି ଗୋଟିଏ ପିଲା ପୋଖରୀରେ ବୁଡି ଯାଉଥିଲା ଶୁଭସ୍ମିତା ତାକୁ ବଞ୍ଚାଇଲା। ସାର ଶୁଭସ୍ମିତାକୁ ପଚାରିଲେ ଘଟଣା କଣ।

ସାର ମୁଁ ତୁଠରେ ବାସନ ଧୋଉଥାଏ। ଆମ ଘର ପାଖ ପଡୋଶୀ ଘରର ଜେଜେ ମା ଓ ତାଙ୍କ ନାତୁଣୀକୁ ଧରି ଲୁଗା ଶୁଖାଉଥାନ୍ତି ।ନାତୁଣୀଙ୍କୁ ତାଙ୍କର ଦେଢ ବର୍ଷ ହେବ। ନାତୁଣୀ ତା ଜେଜେ ମା ପାଖେ ଠିଆ ହୋଇଥାଏ। କିଛି ସମୟ ପରେ ଜେଜେମା କୌଣସି କାମରେ ଘରକୁ ପଳାଇଲେ। କିନ୍ତୁ ନାତୁଣୀକୁ ନେବାକୁ ଭୁଲି ଗଲେ। ଛୋଟ ପିଲାଟି ସେ ପ୍ଲାଷ୍ଟିକ ବାଲଟିକୁ ପାଣିରେ ପକାଇଲା ବେଳେ ବାଲଟିଟି ଭାସି ଗଲା ।ବାଲଟିକୁ ଧରିବାକୁ ଗଲାବେଳେ ତା ଗୋଡ଼ ଖସିଗଲା। ସେ ପିଲାଟି ପାଣିରେ ବୁଡିବାକୁ ଲାଗିଲା ମୁଁ ଏପଟେ ବାସନ ଧୋଉଥାଏ। ମୁଁ ବାଲଟିଟି ଭାସିବା ଦେଖିଲି ଓ ପାଣି କାବୁକାବୁ ଶବ୍ଦ ଶୁଣିଲି। ମୋ ମନରେ ସନ୍ଦେହ ସୃଷ୍ଟି ହେଲା। ହଠାତ୍ ବୁଲି ଦେଖିଲି ପିଲାଟି ବୁଡି ଯାଉଥିଲା। କଣ କରିବି ଭାବିଲି ବୁଲିକି ସେପଟ ତୁଠକୁ ଗଲା ବେଳକୁ ପିଲାଟି ପାଣି ପିଇ ଦେଇଥିବା ଆଉ କିଛି ନ ଭାବି ପୋଖରୀକୁ ଡେଇଁ ପଡିଲି। ଟିକେ ବାଟ ପହଁରିଯାଇ ପିଲାଟିକୁ ଉପରକୁ ଟେକିଦେଲି।ଏତିକି ବେଳେ ତାଙ୍କ ଘରଲୋକେ ଆସି ପହଁଚିଗଲେ ।ମୁଁ ତାଙ୍କୁ କେତେ କଥା କହିଲି। ଛୋଟ ଛୁଆକୁ ପୋଖରୀ କୂଳରେ ଛାଡି ପଳାଉଛ। ସେ ମୋତେ କଣ କହିବେ ଓଲଟି ତା ମା କହିଲେ ମୁଁ କହିବାରୁ ତୁ ମୋ ପିଲାକୁ ବଞ୍ଚାଇଲୁ। ଯାହାହେଉ ପିଲାଟିର କିଛି ହୋଇନଥିଲା ।ଯଦି ବୁଲିକି ଯାଇଥାନ୍ତା କଥା ଦୁସରା ହୋଇଥାନ୍ତା। ମୋତେ ଟିକେ ଆଘାତ ଲାଗିଲା ସତ। କିନ୍ତୁ ପିଲାଟିର କିଛି ହୋଇନଥିଲା। 

ଶୁଭସ୍ମିତା ଯେତେବେଳେ ଏସବୁ ବର୍ଣ୍ଣନା କରୁଥାଏ । ତାକୁ ଦେଖିଲେ ଜାଣିହେଉଥାଏ ତା ମନ କେତେ ସରଳ, ନିର୍ମଳ। ସେ କେତେ ସାହାସୀ ତା କଥାରୁ ବାରିହେଇ ପଡୁଥାଏ। ଅନ୍ୟର ଜୀବନ ବଞ୍ଚାଇବା କେଡେବଡ କାମ ତା ଆଖିରୁ ଜଣାପଡୁଥାଏ। ଶୁଭସ୍ମିତା କଥାଶୁଣି ସାର ଖୁସି ହୋଇଗଲେ। ତାର ବହୁତ ପ୍ରଶଂସା କଲେ। ସମସ୍ତଙ୍କୁ ଶୁଭସ୍ମିତାପରି ଝିଅଟିଏ ହେବାକୁ କହିଲେ। ଏ ଖବରକୁ ଯଦି କୌଣସି ମିଡିଆବାଲା କଭରେଜ କରିଥାନ୍ତେ ତାହେଲେ ଶୁଭସ୍ମିତାକୁ ରାଜ୍ୟସରକାର କି ରାଷ୍ଟ୍ରପତିଙ୍କ ତରଫରୁ ବୀରତ୍ବ ପୁରସ୍କାର ମିଳିଥାନ୍ତା। କିନ୍ତୁ ଏମିତି ଘଟଣା ଆମ ଗାଁ ଗହଳିରେ ଅନେକ ଘଟୁଛି। ଯାହାକି ଲୋକଲୋଚନକୁ ଆସୁନାହିଁ। ସେହିପରି ପିଲାଙ୍କୁ ଲୋକଲୋଚନକୁ ଆଣିବାକୁ ଏକ ପ୍ରୟାସ। 



Rate this content
Log in

Similar oriya story from Tragedy