STORYMIRROR

DR SAMIR RANJAN BEHERA

Abstract Children Stories Inspirational

3  

DR SAMIR RANJAN BEHERA

Abstract Children Stories Inspirational

ବଉଳା ର ବିଳାପ

ବଉଳା ର ବିଳାପ

6 mins
241

  


ସେଦିନ ମାମା ପାଖରୁ କୁନି ଗପ ଶୁଣୁଥିଲା

"ବଉଳା ବୋଲି ଗୋଟେ ଗାଈ ଥିଲା ବହୁତ ସ୍ନେହୀ ସ୍ୱାଭିମାନୀ କର୍ତ୍ତବ୍ୟନିଷ୍ଠା ଆଉ ଧାର୍ମିକ l ତାର ଛୋଟ ବାଛୁରୀଟେ ଥିଲା l

ଦିନେ ଜଙ୍ଗଲରୁ ଫେରିଲା ବେଳେ ବାଘ ହାବୁଡ଼ରେ ପଡିଗଲା

ବାଘ କହିଲା

" ମୁଁ ତୋତେ ଖାଇବି "

"ମୋ ଛୁଆ ଭୋକିଲା ଥିବ, ସକାଳ ଠୁ କିଛି ଖାଇନଥିବ ମୁଁ ତାକୁ ପେଟପୁରା ଟିକେ ଖୋଏଇବି ଆଖି ଆଖି ପୁରେଇ ଟିକେ ଦେଖି ସାରି ପୁଣି ତୁମ ପାଖକୁ ଫେରିଆସିବି ତାପରେ ତୁମେ ମୋତେ ଖାଇବl"

ଆଖି ଛଳ ଛଳ ହେଇ ବଉଳା ନିବେଦନ କଲା,

ବାଘ ବହୁତ କଷ୍ଟ ରେ ରାଜି ହେଲା ଆଉ ବଉଳା କୁ ଛାଡି ଦେଲା, କିନ୍ତୁ ସେ କଣ ଭାବିଥିଲା ବଉଳା ଆଉ ଆସିବ??

କିନ୍ତୁ ବଉଳା ତା କଅଁଳା ଛୁଆ ପାଖରୁ ବିଦାୟ ନେଇ ଫେରି ଆସିଲା ,ବାଘ ପାଖକୁ ଆହାର ବନି

କିନ୍ତୁ ବାଘ ମାମୁଁ ବଉଳା ର ଧାର୍ମିକ ପରାୟଣତା ଆଉ ବଚନ ବଦ୍ଧତା ରେ ଖୁସି ହେଇ ତାକୁ ଛାଡି ଦେଲା l

ସଙ୍ଗେ ସଙ୍ଗେ ଚପଳମତି କୁନି ପଚାରିଲା

"ମାମା ଆମ ବଉଳା ତ ଜଙ୍ଗଲ ଯାଇଥିଲା ହେଲେ ସିଏ ଫେରିଲା ନାହିଁ, ତୁ କହୁଥିଲୁ ବାଘ ମାମୁଁ ତାକୁ ଖାଇଗଲା ଆମ ବଉଳା କୁ କାହିଁକି ବାଘ ମାମୁଁ ଛାଡ଼ିଲାଣି l"

ତାହେଲେ ଶୁଣ ଆଜିର ଏକ ଦୁଃଖିନୀ ବଉଳା କାହାଣୀ

"କଟକ ସହରରେ ଗୋଟେ ଗାଈ ଥିଲା ତା ନାମ ବଉଳା , ଛତ୍ରବଜାର ପାଖାପାଖି ତା ଘର, ହେଲେ ତା ମାଲିକ କ୍ଷୀର ଦୁହିଁ ବା ପରେ ତାକୁ ସବୁବେଳେ ବାହାରକୁ ଛାଡି ଦିଏ l ତାର ଜଣେ ସାଙ୍ଗ ଥିଲା ବାସୁ l ଦୁହେଁ ମିଶି ଛତ୍ର ବଜାରର ପରିବା ପରିବା ଚୋପା, କଲେଜ ଛକରେ ବରା ପକୋଡ଼ି, ଚାଟର ଅଇଁଠା ଠୋଲା, ରାଣୀହାଟରେ କଦଳୀ ଚୋପା, କେଉଁଠି ଅଇଁଠା ପତର ଏମିତି ବୁଲି ବୁଲି ପେଟ ପୁରେଇ ଦେଇଅନ୍ତି l ରାତି ହେଲେ ବଉଳା ମାଲିକ ପାଖକୁ ଫେରେ କିନ୍ତୁ ବାସୁ କେଉଁ ଦୋକାନ ବାରଣ୍ଡା ନହେଲେ ଗଛ ମୂଳରେ ରାତି କଟେଇ ଦିଏ l"

"ବାସୁ କାହିଁକ ଘର କୁ ଫେରେନି " ପଚାରିଲା କୁନି l

"ବାସୁ ବହୁତ ବିଶ୍ୱସ୍ତ ଓ ନିରୀହ ଥିଲା, ସେ ଗାଁ ରେ ରହୁଥିଲା, ତା ମାଲିକର ବହୁତ ସେବା କରୁଥିଲା ବେଙ୍ଗଳା ପକେଇବା ଠୁ ଆରମ୍ଭ କରି ଲଙ୍ଗଳ କରିବା ଜିନିଷ ବୋହିବା ଏପରିକି ତା ମାଲିକ କୁ ବି ପିଠିରେ ବସେଇ ବୁଲୁଥିଲା ଥିଲା l କିନ୍ତୁ କଳଲଙ୍ଗଳ ଚାଷ ଆସିବା ପରେ ଆସ୍ତେ ଆସ୍ତେ ବାସୁ ର କାମ କମିଗଲା l ଆଗ ପରି ତା ମାଲିକ ତାକୁ ଭଲପାଇଲନି ମାରଧର କଲା, ଏହା ଭିତରେ ବାସୁ ର ବୟସ ବି ହେଇଯାଇଥିଲା ଦିନେ ତା ମାଲିକ ତାକୁ ମାଡ ମାରି ମାରି "ହଡା ବଳଦ ମୋ ଉପରେ ବୋଝ ହେଇ ରହିଛୁ" କହି ଘରୁ ବାହାର କରିଦେଲା l

ସେଇଦିନଠୁ ବାସୁ ଏଠି ସେଠି ବୁଲି ବୁଲି ଯାହା ପାଏ ଖାଇକି ପେଟ ପୂରେଇଦିଏ l ଏବେ ସେ କଟକରେ ବହୁତ ଦିନ ରହିଗଲାଣି ତା ବଉଳା ଭଉଣୀ ବହୁତ ଯତ୍ନ ନିଏ ତାର ତେଣୁ ସେ ଭଲ ସାଙ୍ଗ ଟେ ପାଇଯାଇଛି ବୋଲି ଆଉ କେଉଁଠି ଯାଏନି l

ବାସୁ କହେ " ବୁଝିଲୁ ବଉଳା ଭଉଣୀ ଏ ମଣିଷ ସମାଜ ସ୍ୱାର୍ଥାନ୍ଧ ନିଜର ସ୍ୱାର୍ଥ ପୂରଣ ହେଇଗଲେ ତମକୁ ସେମାନେ ଫିଙ୍ଗିଦିଅନ୍ତି l

ତାଙ୍କ ପାଖରେ ଦୟା ଧର୍ମର ମାନେ କିଛି ବି ନଥାଏ l ସେମାନେ ସେବାର ମୂଲ୍ୟ ବୋଧ କିଛି ବୁଝନ୍ତିନି l ମୋ କଥା ଦେଖ ବୁଢା ହେଇଗଲି ବୋଲି ମୋ ମାଲିକ ବାଡେଇ ବାଡେଇ କାଢ଼ିଦେଲା ମୋତେ l ମୁଁ ତ ପଶୁଟେ କିନ୍ତୁ ଆଜିର ସମାଜ ର କିଛି ଅସାମାଜିକ ପୁଅ ତାଙ୍କ ବାପା ମା ଙ୍କୁ ବି ବାହାର କରେଇବା ପାଇଁ ପଛାନ୍ତିନି l"

ବଉଳା ଅପଲକ ନୟନରେ ଅନେଇ ଥାଏ ବାସୁ ଭାଇଙ୍କୁ, "ମୋର ସେମିତି ଅବସ୍ଥା ହେବନି ତ, ଏମିତି ବି ମୋ ମାଲିକ କେହୁଁ ଭଲ ଲୋକ ଟା କି କ୍ଷୀର ଦୋହିଁ ନେଇ ମୋତେ ସବୁଦିନ ଛାଡିଦିଏ ବାହାରକୁ କେତେ କ୍ଷୀରି ପୁରି ପିଠା ପଣା ହୁଏ ହେଲେ କାହିଁ ମୋତେ ତ କେବେ ଦେବାର ମୁଁ ଦେଖିନି l"

ସେହିଆ ହିଁ ଘଟିଲା l ବଉଳା ଭାଗ୍ୟ ଆକାଶରେ ବି ସୂର୍ଯ୍ୟ ଅସ୍ତ ହେଇଗଲା l ବଉଳା କ୍ଷୀର ଦେବାର କ୍ଷମତା ଦିନକୁ ଦିନକୁ କମି ଆସିଲା ତା ଝିଅ ବି ବଡ ହେଇ ଆସିଲାଣି l ଦିନେ ତା ମାଲିକ କଥା ହେବାରେ ଶୁଣିଲା " ବଉଳା ଟା ବୁଢ଼ୀ ହେଇଗଲାଣି ଇଏ ଆଉ କେଉଁ କାମରେ ଆସିବନି ଏହାକୁ କଂସେଇକୁ ବିକି ଦେବା l

ବଉଳା ର ଛାତି ଥରି ଗଲା, ଘୃଣା ଦ୍ୱେଷ ରେ ସେଦିନ ରାତିରେ ଝିଅ କୁ ଧରି ରାତା ରାତି ଘରୁ ବାହାରି ପଳେଇ ଆସିଲା l

ବାସୁ ଭାଇ କୁ ସବୁ କଥା କହିଲା l " ବାସୁ ଭାଇ ତମେ ଯାହା ସବୁ କହୁଥିଲ ସବୁ ସତ କଥା ଏ ମଣିଷ ମାନେ ଆଦୌ ଭଲ ନୁହନ୍ତି ସେମାନେ ଏତେ ସ୍ୱାର୍ଥ ପର l ଭାଇ ଚାଲ ଏ ସହର ଛାଡି ପଳେଇବା, କାଲି ଗୋଟେ କଂସେଇ ଆମ ମାଲିକ କୁ କିଛି ପଇସା ଦେଇଛନ୍ତି l ସେମାନେ କେଉଁ ସମୟ ରେ ପହଞ୍ଚିଯିବେ ସେମାନେ ଆମକୁ ଖୋଜୁଥିବେ l ଚାଲ ପୁରୀ ପଳେଇବା ସେଇଠି ବଡଦାଣ୍ଡ ରେ ପଡ଼ି ରହିବା ପ୍ରଭୁ ଜଗନ୍ନାଥଙ୍କ ଶରଣରେ ଦିନ ରାତି ବିତେଇଦେବା "

ହଁ ହଁ ଠିକ କହିଲୁ ଭଉଣୀ ଚାଲ ଶୀଘ୍ର ପଳେଇବା l ବାସୁ ବଉଳା ଆଉ ତା ଝିଅ ବୁଲି ବାହାରିଲେ ପୁରୀ ଯାତ୍ରା ଜଗନ୍ନାଥକୁ ସ୍ମରଣ କରି କରି ଚାଲିଥାନ୍ତି ପାହାଳ ପାଖା ପାଖି ବୁଲିକୁ ଜୋର ଶୋଷ ଲାଗିଲା ବାସୁ ବି ବେଶ ଥକି ପଡିଥାଏ, ରାତି 2 ଟା ବାଜିଲାଣି l ଟିକେ ପାଣି ପିଇ ବଉଳା ବୁଲି ବାସୁ ଗଛ ତଳେ ସୋଇ ପଡ଼ିଥାନ୍ତି l

ହଟାତ କିଛି ପାଦ ଶବ୍ଦ ହେଲା ବଉଳା ନିଦ ଭାଙ୍ଗିଗଲା, ହଟାତ ଦେଖେ ତ 4 5 ଜଣ ମଣିଷ ତାଙ୍କ ଆଡକୁ ମାଡି ଆସୁଛନ୍ତି, ହାତରେ କଟୁରି, ଭାଲା, କିଛି ଦଉଡି l

"ବୁଲି, ବାସୁ ଭାଇ ଶୀଘ୍ର ଉଠ କିଛି ଲୋକ ଆମ ଆଡେ ଆସୁଛନ୍ତି ଏଗୁଡା କଂସେଇ ନିଶ୍ଚୟ l ଏତିକି କହି ବଉଳା ଦୌଡିବାକୁ ଲାଗିଲା ହେଲେ ବାସୁ ବୁଲି ଦୌଡିବା ପୂର୍ବରୁ ଅତର୍କିତ ଭାବେ ସେ କଂସେଇ ମାନେ ଦୁଇ ଜଣକୁ କାବୁ କରିନେଇଥିଲେ l ବାସୁ ର ଗୋଡ ବାନ୍ଧି ଦେଇ ଦୁଇ ଜଣ ହାଣି ବାକୁ ଉଦ୍ୟତ ହେଉଥିଲା, ଆଉ ଦୁଇଜଣ ବୁଲି ବେକ କୁ ମାଡି ବସି ଥାନ୍ତି l ଦୂରରୁ ବଉଳା ଦେଖିଲା ଝିଅ ଆଉ ବାସୁ ଭାଇ ଗର୍ଜନ ଛାଡୁ ଥାନ୍ତି l ଆଖି ଆଗରେ କଂସେଇ ମାନଙ୍କର ବର୍ବରଚିତ ଦୃଶ୍ୟ କୁ ଆଉ ସହି ପାରିଲାନି, ତତ୍କ୍ଷଣାତ ବଉଳା ଗୁରୁ ଗର୍ଜନ କରି ବୁଲି ବେକ କୁ ମାଡି ବସିଥିବା ଦୁଇ ଜଣ ଙ୍କୁ ଶକ୍ତ ନାତ ପକେଇଲା ଆଉ ବାସୁ କୁ ହାଣୁ ଥିବା କଂସେଇ ତାକୁ ନିଜ ସିଂଘ ରେ ଏତେ ଜୋର ରେ ଫୋପାଡ଼ି ଦେଲା ଲୋକ ଟି ପାଖ ତାର ଖୁଣ୍ଟି ରେ ମାଡ ହେଇ ବେହୋସ ହେଇଗଲା l ବଉଳାର ତାଣ୍ଡବରେ ବୁଲି ବାସୁ ରକ୍ଷା ପାଇଗଲେ l

" ବୁଲି ବାସୁ ଭାଇ ତମେ ଦୌଡ ମୁଁ ଏମାନଙ୍କ କଥା ବୁଝିକି ଯାଉଛି

ମୋତେ କଣ ଭାବୁଛନ୍ତି ମୁଁ କଟକିଆ ବଉଳା, ସେ ପୁରାଣର ବଉଳା ନୁହଁ l"

ବୁଲି ଦୌଡ଼ି ବାରେ ଲାଗିଲା କିନ୍ତୁ ବାସୁର କ୍ଷତ ଏତେ ହେଇଯାଇଥିଲା ଯେ ସେ ଉଠି ପାରୁନଥାଏ l ଠିକ ଏହି ସମୟ ରେ ଆଉ ଦୁଇ କଂସେଇ ବଉଳା କୁ ମାଡି ବସିଲେ ଆଉ ତାଙ୍କ ଭାଲା ରେ କାଟି ବାକୁ ଲାଗିଲେ, ଭଉଣୀ ର ଚିତ୍କାର ରେ ବାସୁ ର ସତେ ସତସିଂହ ର ବଳ ଜାଗି ଉଠିଲା, ସେ କୁଦିପଡ଼ି ତାର ମୁଣ୍ଡ ରେ ଏତେ ଶକ୍ତ ପ୍ରହାର ଦେଇ ବସିଲା ଯେ ଦୁଇ ଜଣ ଯାକ ଛିଟିକି କି ପାଖ ପୋଖରୀ ରେ ପଡିଲେ l

ବୁଲି ବଉଳା ଆଉ ବାସୁ ବିଳମ୍ବ ନକରି ଦୌଡିବାକୁ ଲାଗିଲେ l କ୍ଷତ ଜର୍ଜରିତ ଥିଲେ ବି ଜୀବନ ବିକଳ ରେ ସେମାନେ ଆଉ ନ ଅଟକି କଟକ ପୁରୀ ରାସ୍ତା ରେ ଦଉଡୁଥାନ୍ତି l ଏହା ଭିତରେ ବହୁତ ବାଟ ପଳେଇ ଆସିଲେଣି ସେମାନେ, ସଂଜ୍ଞାହୀନ ହୋଇ ତିନି ଜଣକ ପଡିଯାଇଛନ୍ତି l ପ୍ରାତଃ ସକାଳୁ ସଂଜ୍ଞା ଆସିଲା ବେଳକୁ ସେମାନେ ଏକ ସବୁଜିମା କ୍ଷେତ ପାଖରେ ଅଛନ୍ତି, ପାଖରେ ସରୋବର, ଚଢେଇ ର କିଚିରି ମିଚିରି ଶବ୍ଦ,ମୃଦୁ ମଳୟ, ବାଳ ସୂର୍ଯ୍ୟ ର ଲେଲିହାନ କୋମଳ ଶିଖା, ସତେ ପ୍ରକୃତି ମା ସେମାନଙ୍କୁ ସ୍ୱାଗତମ କରିବା ପାଇଁ ତା ପସରା ମେଲେଇ ଦେଇଥିଲା l

"ବଉଳା ଭଉଣୀ ସତେ ତୁ ବହୁତ ସାହାସୀ ତୋ ପାଇଁ ଆଜି ଆମେ ବଞ୍ଚି ଗଲୁ l"

"ତମେ କେଉଁ କମ କି ବାସୁ ଭାଇ, ଏ ବୃଦ୍ଧ ବୟସ ରେ ତମେ ଯେଉଁ ମାରିଲ ସେ ଲୋକ ତ ତା ଜୀବନ କାଳ ଭିତରେ ଭୁଲି ପାରିବନି, ଆଉ ତମର ସେ ଶକ୍ତି ପାଇଁ ମୁଁ ବି ଜୀବନ ଦାନ ପାଇଲିl" ସନ୍ତର୍ପଣ ନୟନ ରେ କହିଲା ବଉଳା l

ତୁ ନୁହଁ କି ମୁଁ ନୁହଁ ସ୍ୱୟଂ ଜଗନ୍ନାଥ ଆମକୁ ରକ୍ଷା କଲେ ଲୋ ଭଉଣୀ ସେ ନର ରାକ୍ଷସ ବାଘ ପାଖରୁ

"ହଉ ହେଲା ମା ମାମୁଁ ତମେ ଏଇଠି ଥାଅ ମୁଁ କିଛି ଖାଇବା ନେଇ ଆସୁଛି ତମ ପାଇଁ, ଆଉ କିଛି ଜଡ଼ି ବୁଟି ଆଣୁଛି ଲଗେଇଦେବି l"

ଔଷଧ ଲଗାଉ ଲଗାଉ ବୁଲି ବ୍ୟଙ୍ଗ କରି କହୁଥାଏ

" ମୋ ମା କଟକିଆ ବଉଳା କୁ ମୋ ମାମୁଁ ଗାଉଁଲି ଟାର୍ଜନ l"

ହା ହା ହା ହଉ ହଉ ଚାଲ ଧୀରେ ଧୀରେ ଯିବା, ଆମକୁ ସନ୍ଧ୍ୟା ପୂର୍ବରୁ ପହଂଚିବା କୁ ପଡିବ ଶ୍ରୀ ଜଗନ୍ନାଥ ଙ୍କ ବଡ ଦାଣ୍ଡ କୁ l

ତିନି ପ୍ରାଣୀ କିଛି ଖାଇ ନେଇ ଜଗନ୍ନାଥ ଙ୍କ ନାମ ନେଇ ପୁରୀ ଧାମ ଆଡେ ଅଗ୍ରସର ହେଲେ l

ଗୋଧୂଳି ସମୟ, ରକ୍ତିମ ସୂର୍ଯ୍ୟ ର ବିଦାୟ ନେଉ ଥାନ୍ତି, ଶାନ୍ତ ସ୍ନିଗ୍ଧ ମୃଦୁ ମଳୟ ର ହୃଦୟ ସ୍ପର୍ଶ ପୁଲକ l ପୃଥିବୀ କୁ ସନ୍ଧ୍ୟା କରୁଥାଏ କୋଳାଗ୍ରତ l

ଇତି ମଧ୍ୟରେ ତିନି ପ୍ରାଣୀ ବଡ ଦାଣ୍ଡରେ ରେ ପହଂଚି ଯାଇଥିଲେ l ପତିତପାବନ ବାନା ଫର ଫର ହେଇ ଉଡୁଥାଏ ଶ୍ରୀ ମନ୍ଦିର ଚୁଳ ରେ, ଦୂରୁ ଶ୍ରୀ ମନ୍ଦିର ଦେଖି ଭାବ ବିହ୍ଵଳ ହେଇ ଯାଇଛନ୍ତି ବାସୁ ବୁଲି, ଆଉ ବଉଳା l ଆନନ୍ଦ ଅଶ୍ରୁ ଗଡି ଯାଉଥାଏ ଦି ନୟନରୁ l

ବଡଦାଣ୍ଡ ଧୂଳିରେ ଗଡି ଯାଉଥାଏ ବଉଳା

" କହ ହେ କାଳିଆ

"କାହିଁକି ଆମ ପଶୁ ମାନଙ୍କ ପ୍ରତି ଏତେ ଅବିଚାର?"

"କାହିଁକି ଆମ ପ୍ରତି ବର୍ବରଚିତ ଅତ୍ୟାଚାର?"

"କଣ ପାଇଁ ଆମକୁ ପ୍ରତି ମୁହୂର୍ତ ରେ ମରିବାକୁ ପଡେ ମଣିଷ ର ଆମୋଦ ପ୍ରମୋଦ ପାଇଁ ?"

"କାହିଁକି ପ୍ରତି ମୁହୂର୍ତ ରେ ଆମକୁ ମଣିଷ ଙ୍କ ଘୃଣା ର ଶିକାର ହେବାକୁ ପଡେ?"

"ଆମର ସ୍ୱାଧୀନତା ନାହିଁ ଚରି ବୁଲିବାର

ଆମର ଅଧିକାର ନାହିଁ ନିଶ୍ୱାସ ନେବାର

ଆମର ସ୍ବପ୍ନ ନାହିଁ ଖୁସି ର ସଂସାର

କହ କାଳିଆ କହ ମୋ ପ୍ରଶ୍ନ ର ଉତ୍ତର ଦେ???? "

ନିରବ ନିଶ୍ଚଳ ରେ ଲୋତକ ଭିଜା ନୟନ ରେ ଅନେଇ ଥାନ୍ତି ସେଇ ଶ୍ରୀମନ୍ଦିର ର ନେତ କୁ...

ସୁଧୁରୁ ଭାସି ଆସୁଥାଏ

ଜଗନ୍ନାଥ ଅ ଅ... ଓ ଓ ଓ ଓ ଓ ଓଃ କିଛି ମାଗୁନାହିଁ ତତେ

ଧନ ମାଗୁ ନାହିଁ ଜନ ମାଗୁ ନାହିଁ ମାଗୁଛି ଶରଧା ବାଲି ରୁ ହାତେ l



Rate this content
Log in

Similar oriya story from Abstract