Kamal Kumar Dash

Romance

2  

Kamal Kumar Dash

Romance

ବୁଲ ବୁଲ ଆସୁଛି

ବୁଲ ବୁଲ ଆସୁଛି

2 mins
525


   ଅଫିସ ରୁ ସନ୍ଧ୍ୟା ରେ ମିଶ୍ର ବାବୁ ବସି କଣ ଲେଖୁଥିଲେ ମେସେଜ ଆସିଲା ,କାଲି ସକାଳ 5 ଟା ରୁ ବୁଲ ବୁଲ ଝଡ଼ ପାଇଁ ତାଙ୍କର ଏର୍ମଜେନ୍ସି ଡିଉଟି ଲାଗିଛି | ଶ୍ରୀମତୀ ଟିକିଏ ଚମକି ପଡିଲେ ମେସେଜ ପଢି ,ଓ ଚିଲେଇ କହିଲେ ହେମ ଶୁଣୁଛ କି ? ତମର କାଲି ସକାଳ 5 ଟା ରୁ ବୁଲ ବୁଲ ଝଡ଼ ପାଇଁ ଏର୍ମଜେନ୍ସି ଡିଉଟି ଲାଗିଛି | କଥା ଶୁଣି ମିଶ୍ର ବାବୁଙ୍କର ମୁଂହ ଟା ସୁଖି ଗଲା , ଶନିବାର ଛୁଟିଦିନ ଥିଲା ,ଶୀତ ସକାଳ ବେଶ କିଛି ସମୟ ଘୋଡ଼ିହୋଇ ଶୋଇବାର ମଜା ନେଇଥାନ୍ତେ ବୋଲି ଭାବୁଥିଲେ | ମେସେଜ ପଢି ମିଶ୍ର ବାବୁ କଣ ଚିନ୍ତା କରୁଥିଲେ ,ରାତି ଚାରି ଟା  ରୁ ଉଠି ଗାଧୋଇ ପୂଜା କରି ଅଫିସ କଣ୍ଟ୍ରୋଲ ରୁମ କୁ ଯିବାକୁ ପଡିବ | ଶ୍ରୀମତୀ ତାଙ୍କୁ ହଲାଇ ଦେଇ କହିଲେ କଣ ଚିନ୍ତା କରୁଛ ,ବୁଲ ବୁଲ ତୁମ ଗାର୍ଲ ଫ୍ରେଣ୍ଡ ନା ସେ ଆସୁଛି ତାକୁ ରିସିଭ କରିବାକୁ ଯିବାକୁ ପଡିବ ,ଏତେ ଚିନ୍ତା କାହିଁକି ? ମିଶ୍ର ବାବୁ ଟିକେ ଚିଡି ଗଲା ପରି କହିଲେ ଲୋକେ ପ୍ଲୁସନ କରି ପରିବେଶ ଖରାପ କରିଛନ୍ତି , ଆମ କୁ ତା ପାଇଁ କଷ୍ଟ କରିବାକୁ ପଡୁଛି | ତାଙ୍କୁ ଆଉଟିକେ ଚିଡ଼ାଇବାକୁ ଶ୍ରୀମତୀ କହିଲେ ମୋ କଥା ମାନି କାର କିଣିଥିଲେ ମଜାରେ ଅଫିସ  ଯାଇଥାନ୍ତ , ଶୀତ ର ଡର ନଥାନ୍ତା | , ମୋ ସବୁ ଭଉଣୀ ମାନଙ୍କର କାର ଅଛି ହେଲେ ମୋର ନାହିଁ ,ସେଥି ପାଇଁ କାହା ଘରକୁ ଟିକେ ଯାଇ ହେଉନି, ଲାଜ ଲାଗୁଛି | କାଲି ସକାଳୁ ତୁମ ଖଣ୍ଡିଆ ସ୍କୁଟି କୁ କିକ ମାରି ମାରି ଷ୍ଟାର୍ଟ କରିବ , ଷ୍ଟାର୍ଟ ହେଲେ ସେଥିରେ ବସି ଯିବ ନହେଲେ 4 କିମି ମର୍ଣ୍ଣି ୱାକ କରିଯିବ | 

   

  ବହୁତ ସମୟ ଧର୍ଯ୍ୟ ର ଶୁଣୁଥିବା ମିଶ୍ର ବାବୁ ପାଟି ଖୋଲିଲେ ଓ କହିଲେ ଡିଉଟି ମୋର ,ଅଫିସ ମୁଁ କେମିତି ଯିବି ସେ କଥା ମୁଁ ଚିନ୍ତା କରିବି ତୁମର ଏତେ ଚିନ୍ତା କରିବା କିଛି ଦରକାର ନାହିଁ | ଶ୍ରୀମତୀ ବି ଛାଡିବା ଲୋକ ନୁହଁନ୍ତି ସେ ମୁଂହ ମୋଡି କହିଲେ ଏ ଝଡି ପବନରେ ତୁମକୁ ନେବାକୁ ନହେଲେ ଅଫିସ ରୁ କାର ଆସିବ | ଧର୍ଯ୍ୟ ର ସହ ଅପେକ୍ଷା କର ଯଦି ବର୍ଷା ଲାଗିରହେ ତାହେଲେ ମତେ ନେବାକୁ କାର ନିଶ୍ଚୟ ଆସିବ | ମିଶ୍ର ବାବୁ କହିଲେ ଏ ଝଡ଼ ବର୍ଷା ପାଇଁ ଘର ଓ କାର କିଣୁଥିବା ଲୋକ ମାନେହିଁ ଦାୟୀ | ଶ୍ରୀମତୀ ପଚାରିଲେ କେମିତି ? ମିଶ୍ର ବାବୁ କହିଲେ ସେମାନେ ମାତ୍ରା ଧିକ ପଲ୍ୟୁସନ କରୁଛନ୍ତି ଯାହା ଫଳରେ ଜଙ୍ଗଲ ନଷ୍ଟ ହେଉଛି ଓ ପରିବେଶ ବଦଳୁଛି ,ତାର ପ୍ରଭାବରେ ଦିନ କୁ ଦିନ ବଡ଼ ବଡ଼ ବାତ୍ୟା ଆସିବ ଓ ବହୁତ ବର୍ଷା ହେବ | ଏ କଥା ମୁଁ କହୁନି 11000 ବୈଜ୍ଞାନିକ କହିଛନ୍ତି ନେଟ ରେ ବି ମିଳିଯିବ ତୁମକୁ | ଶ୍ରୀମତୀ ବି ଛାଡିବା ଲୋକ ନୁହଁନ୍ତି ସେ କହିଲେ ତୁମେ କାର ନକିଣିଲେ ପୃଥିବୀଟା ରହି ଯିବନି ଯାହା ହେବ କଥା ହେବ ହଁ ସକାଳୁ ତୁମେ ଗଲା ବେଳେ ଗେଟଟା ଠିକ ରେ ଚାବି ପକାଇ ଯିବ ନହେଲେ କିଏ ପଶି ସବୁ ଫୁଲ ନେଇଯିବ |


Rate this content
Log in