ବର୍ଷା ରାତି
ବର୍ଷା ରାତି
ବର୍ଷା ସକାଳର ଆରମ୍ଭରେ ଏତେ ଚଞ୍ଚଳତା ନଥାଏ ସତ,କିନ୍ତୁ କର୍ମମୟ ଜୀବନରେ ବର୍ଷା ,ଖରା,ଶୀତ ସବୁ ସମାନ।
ସେ ଦିନ ଥିଲା ରବିବାର କୌଣସି ଜରୁରୀ କାମରେ ହାପି ବାହାରିଲା କଟକ । ବସଷ୍ଟାଣ୍ଡରେ କିଛି ସମୟ ଅପେକ୍ଷା ପରେ ବସ ଛାଡିଲା ଆଉ ଆଗେଇଲା କଟକ ଅଭିମୁଖେ। ପହଞ୍ଚିଲା ଯାଇ ବାଦାମବାଡ଼ିରେ । ସେ ଠୁ ଅଟ ଧରି ହାପି ଯାଇ ପହଁଚିଲା ନିଜ କାମ ଥିବା ସ୍ଥାନରେ । କାମ ହେଲା ମଧ୍ୟ କିନ୍ତୁ କିଛି ଲୋକ ବର୍ଷା କାରଣରୁ ନଆସି ପାରିବାରୁ କିଛି କାମ ବାକି ରହିଗଲା ଆଉ।
ଶୀଘ୍ର କାମ ସରିଗଲା......। ଶୃତି ପାଖକୁ ଫୋନ କରିବ ଭାବିଲା ହାପି। ଶୃତି ବି ଜାଣିନାହାନ୍ତି ସେ କଟକ ଆସିଛି ବୋଲି। ଶୃତି ପାଖକୁ ଫୋନ କଲା ହାପି ....ରିସିଭ କଲେନି ଫୋନ। କୁଆଡେ ଯାଇଥିବେ ଆଜି ଛୁଟି ଦିନରେ ? ଗଲା କିଛି ମାସ ହେବ ସବୁ ପୋଗ୍ରାମ ତ କୁହନ୍ତି ଶୃତି। ଆଜି ହୁଏତ ଜରୁରୀ କାମରେ କୁଆଡେ ଯାଇଛନ୍ତି। ବାଥରୁମରେ ଥାଇ ପାରନ୍ତି ଭାବି ଆଉଥରେ ଫୋନକଲା ହାପି ମାତ୍ର ରିସିଭ କଲେନି କଲ । ହାପି ଭାବିଲା କିଛି ଜରୁରୀ କାମରେ କୁଆଡେ ଯାଇଛନ୍ତି ନିଶ୍ଚିତ, କାଲି ରାତିରେ କହିଦେଇଥିଲେ ଭଲ ହେଇଥାନ୍ତା । ଆଜି ହୁଏତ ଟିକେ ଦେଖା ହୋଇଯାଇଥାନ୍ତା। ଜୀବନର କ୍ଲାନ୍ତି ଦୂର କରିବା ପାଇଁ ଆଉ ସବୁ ବିଷୟରେ ଆଲୋଚନା ପାଇଁ ଶୃତି ଭଳି ସାଥୀଟିଏ ଦରକାର।
ଶୃତି ଓ ହାପିର ଅନେକ ଦିନରୁ ସମ୍ପର୍କ।ସୋସିଆଲ ମିଡିଆରେ କଥା ଆରମ୍ଭ ଶୃତିଙ୍କର ବନ୍ଧୁ ଘର ହାପି ଘର ଗାଁ ରେ । ଦୁହେଁ ଦୁହିଁକର ଜଣାଶୁଣା।
ପ୍ରଥମେ ବନ୍ଧୁତା ଆଉ ତା ପରେ ଭଲ ପାଇବାର ଆରମ୍ଭ ହୁଏ ପ୍ରଥମେ ହାପି ତରଫରୁ।ଧୀରେ ଧୀରେ ସମ୍ପର୍କ ନିବିଡ଼ ହୋଇଛି ଏ ସବୁ ଘଟଣା ହାପି ବେଳେ ବେଳେ ବିଶ୍ୱାସ ବି କରି ପାରେନା।ଖୁବ ନାଟକୀୟ କାହାଣୀ ଭଳି ମନେ ହୁଏ ସବୁ ଘଟଣା।
କର୍ମମୟ ଓ ଦୁଃଖଭରା ଜୀବନରେ ହାପି ପରିବାର ଲୋକଙ୍କ ଭଳି ଦୁଇଜଣଙ୍କୁ ଭାବେ ଜଣେ ହେଲା ସୁରଜ ଆଉ ଦ୍ୱିତୀୟ ଜଣଙ୍କ ହେଲେ ଶୃତି। ସୁରଜ ଭଳି ସାଙ୍ଗ ଆଉ ଶୃତିଙ୍କ ଭିଳି ଝିଅ ପାଇ ହାପି ସବୁବେଳେ ନିଜକୁ ଗୌରବାନ୍ୱିତ ମନେକରେ।
ଦିନେ ହାପି ଆଉ ସୁରଜ କଟକରେ ବୁଲୁଥିବା ବେଳେ ଆକସ୍ମିକ ଭାବରେ ଶୃତିଙ୍କ ସହ ଦେଖା ହୋଇଯାଇଥିଲା, ଦୁହିଁଙ୍କୁ ଦୁହିଁଙ୍କ ସହ ପରିଚିତ କରାଇ ଆନନ୍ଦରେ ଆତ୍ମବିଭୋର ହୋଇ ଉଠିଥିଲା ହାପି। ଦୁହିଁଙ୍କ ଭିତରେ ନମ୍ୱର ଦିଆ ନିଆ ଆଉ କିଛି କଥାବାର୍ତ୍ତା ମଧ୍ୟ ହୋଇଥିଲା।
ହଠାତ କାହାର ଡାକରେ ଭାବନା ରାଜ୍ୟରୁ ଫେରିଆସିଲା ହାପି , ଅଟବାଲା ପଚାରିଲା କୋଉଠି ଓହ୍ଲାଇବେ କୁହନ୍ତୁ। ହାପି ଭାବିଲା ବହୁତ ଦିନ ହେବ ସୁରଜ ପାଖକୁ ଯାଇନି ଟିକେ ବୁଲି ଆସିଲେ ଭଲ ହେବ ଭାବି କହିଲା ଭାଇ -ସମ୍ରାଟହଲ ଛକ ଚାଲ।
ପ
ୁଣି ନିରବତା ଗ୍ରସକଲା ହାପିର ମନକୁ। ସୁରଜର ପରିବାର କଟକରେ ଭଡାନେଇ ରହୁଛନ୍ତି ଆ ଭିତରେ ସେ ଯାଇ ପହଁଚି ସରିଥାଏ ସେଠି । ସେତେବେଳକୁ ସମୟ ପ୍ରାୟ ୫ଟା... କଲିଂବେଲ ଚିପିଲା ହାପି।
ସୁରଜର ମା ଆସି କବାଟ ଖୋଲିଲେ।
ହାପିକୁ ଦେଖି ଅଭିମାନ ଭରା କଣ୍ଠରେ କହିଲେ - ଏତେ ଦିନପରେ ଆମକଥା ମନେ ପଡ଼ିଲା ?
ହାପି କାର୍ୟ୍ଯବ୍ୟସ୍ତତାର ବାହାନା ଦେଖାଇ ପଚାରିଲା ସୁରଜ ?
ସୁରଜ ନାହିଁ କି କାହିଁ ଦେଖା ଯାଉନି ତ ?
ସୁରଜର ମା କହିଲେ- କୁଆଡେ ଯାଇଛି ସଖାଳୁ।
କଣ କହୁଥିଲା କାମ ଅଛିବୋଲି ଫେରିବା ବେଳକୁ ଡେରି ହେବ।
ହାପି କଲ କଲା ସୁରଜ ପାଖକୁ, ସୁରଜ ଫୋନ ରିସିଭ କଲା କହିଲା ହଁ କହ...
ହାପି କହିଲା ଆରେ କୋଉଠି?
ସୁରଜ- ଟିକେ ଢେଙ୍କାନାଳ ଆସିଛି କାମରେ ,କଥା କାଇଁ ଭଲସେ ଶୁଭୁନି ଭଲସେ କେତେବେଳେ କଟକ ଆସୁନୁ ,ମୁଁ ପରେ କଲ କରୁଛି କହି ଫୋନ କାଟିଲା ସୁରଜ । ବାହାରେ ବର୍ଷା ଆରମ୍ଭ ହେଲା ସୁରଜର ସାନ ଭାଇ ସୁଶାନ୍ତ ଆସି ପହଞ୍ଚିଲା କୋଚିଂ ରୁ। ଦୁହେଁ ତା ରୁମରେ ଭଲ- ମନ୍ଦ ଆଉ ପାଠପଢା ବିଷୟରେ କଥା ହେଲେ। ସୁଶାନ୍ତ କହୁ କହୁ କହିଲା ହାପି ଭାଇ ଏଇ ଫୋଟ ଦେଖ ଭାଇ ଶୃତି ଭାଉଜଙ୍କୁ ଆଜି ନେଇ ଢେଙ୍କାନାଳ ଯାଇଛି ବୁଲିବାକୁ ମୁଁ ବିଶ୍ୱାସ କଲିନି ବୋଲି ଫୋଟ ପଠେଇଲା। ଭାଇ ତୁମେ ଆଜି ରହିଯାଅ କାଲିକି ଯିବ ମଜା କରିବା ଆଜି।
ସୁଶାନ୍ତ ଧୀରେ ଧୀରେ କହିଲା ହାପି ଭାଇ ଶୃତି ଭାଉଜ ଦେଖିବା ପାଇଁ ସୁନ୍ଦର ନା ?
ହାପି ଉତ୍ତର ଦେଲା- ହଁ ବହୁତ ସୁନ୍ଦର।
ହାପି ହଠାତ ପ୍ରଚଣ୍ଡ ଧକ୍କା ଅନୁଭବ କଲା ତା ଛାତିରେ। ତାର ଚିନ୍ତା ଓ ଚେତନା ଛିଞ୍ଚାଡି ହୋଇ ପଡିଲେ କେଉଁଆଡ଼େ। ତା ମନରେ ସୃଷ୍ଟି ହେଲା ଅଶାନ୍ତ ଜୁଆର।ସବୁକିଛି ଓଲଟ ପାଲଟ ହୋଇଗଲା ଭଳି ଲାଗିଲା। ନିସ୍ତବ୍ଧ ହେଇଗଲା ସେ।ଆକାଶ ଖସି ପଡୁଥିଲା ତା ଉପରେ ।ସେ ବାହାରିଲା ଫେରିବା ପାଇଁ, ସୁରଜର ମା, ଆଉ ଭାଇ କହୁଥିଲେ ରହିବା ପାଇଁ କିନ୍ତୁ ସେ କାମଅଛି ବୋଲି କହି ବାହାରିଗଲା।
ଅଳ୍ପ ଅଳ୍ପ ବର୍ଷା କିଛି ସମୟ ପରେ ଜୋରରେ ହେବା ଆରମ୍ଭ କଲା।ହାପି ଭାବୁଥିଲା ସୁରଜ ଆଉ ଶୃତିଙ୍କୁ ସେ ସବୁଠୁ ନିଜର ବୋଲି ଭାବୁଥିଲା ....
ସେ ଦୁଇଜଣ ଏମିତି ଶକ୍ତଧକ୍କା ଦେଇପାରିଲେ କିପରି !
ବର୍ଷା ଯୋଗୁଁ ରାତି ହେଇନଥିଲେବି ଅନ୍ଧାର ମାଡି ଆସୁଥାଏ।
ହାପି ଭାବୁଥିଲା ତା ଜୀବନରେ ସେ କଣ କାହା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ?
ଆଜିର ଦିନ ଓ ଶୃତିଙ୍କର ସ୍ମୃତିରେ କେବେବି କଣ ପୁନଃଛେଦ ପଡି ପାରିବ ମୃତ୍ୟୁ ପର୍ଯ୍ୟନ୍ତ ?
ଅନ୍ଧରର ନିସ୍ତବ୍ଧତା ଓ ବର୍ଷା ରାତିର ଥଣ୍ଡା ପବନ ଅଜସ୍ର ପ୍ରଶ୍ନ ଆଣୁଥିଲା ହାପିର ମନରେ ... କେବେ ମିଳିବ ତାର ଉତ୍ତର ?