Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

saroj mohapatra

Inspirational

2  

saroj mohapatra

Inspirational

ସତରେ ବୋଉ ଜଣେ ଭିନ୍ନ ସ୍ୱାଦର ମଣିଷ

ସତରେ ବୋଉ ଜଣେ ଭିନ୍ନ ସ୍ୱାଦର ମଣିଷ

3 mins
245


-ସତରେ ବୋଉ ଜଣେ ଭିନ୍ନ ସ୍ୱାଦର ମଣିଷ -

ଶ୍ରୁତି ଅନେକ ଦିନରୁ ତୁମକୁ କହିବି କହିବି ଭାବି କହି ପାରୁନ ଥିଲି ଆଜି କହୁଛି ନରାଗି ବୁଝିବା ପାଇଁ ଚେଷ୍ଟା କରିବ।

ବୋଉଙ୍କ ପ୍ରତି ତୁମର ଭଲପାଇବା ଅଛି ଏକଥା ମୁଁ ଜାଣିଛି କିନ୍ତୁ ଯେଉଁ କିଛି ଭାବନା ଅଛି ସେ ସବୁ ମୋ ମତରେ ସମ୍ପୂର୍ଣ୍ଣ ଭୁଲ।କାରଣ ବୋଉ ତୁମକୁ ବହୁତ ଭଲ ପାଆନ୍ତି ଆଉ ପାଇବାବି ସ୍ୱାଭାବିକ କାରଣ ସେ ତୁମକୁ ଜନ୍ମ ଦେଇଛନ୍ତି।

ସେ ଡରନ୍ତି ସମାଜରେ ଚାଲିଥିବା ଭୟଙ୍କର ସମାଲୋଚନା ବ୍ୟାଧିକୁ। ଆଉ କିପରି ପରିବାର ର ଆତ୍ମ ସମ୍ମାନ ରେ କିଛି ଆଞ୍ଚ ନଆସୁ ସେଥିପାଇଁ ସେ ସଚେତନ ରୁହନ୍ତି ପ୍ରତି ମୁହୂର୍ତ୍ତରେ।ମୁଁ ଜେତିକି ଅଳ୍ପ ବହୁତ ଜାଣିଚି କହୁଛି।ତୁମର ପୁଅପିଲା ସାଙ୍ଗ ବେଶି ନାହାନ୍ତି କାରଣ ବୋଉଙ୍କୁ ପସନ୍ଦ ନୁହେଁ ଆଉ ତୁମର ଅଭ୍ୟାସ ବି ହେଇ ଗଲାଣି କାହା ସହିତ ମିଶିବା।ବୋଉଙ୍କର ଙ୍କର ଚାହାଣି ସତେ ଯେମିତି ଅଲଗା କରିପାରେ ସୁନାରୁ ଖାଦ କୁ ଆଉକ୍ଷୀର ରେ ମିଶିଥିବା ପାଣି କୁ।ସେ ପସନ୍ଦ କରନ୍ତି ଆଧୁନିକତାକୁ କିନ୍ତୁ ଘୃଣା କରନ୍ତି ଆନୁକରଣ କୁ।ସେ ତୁମକୁ ଭଦ୍ର, ନମ୍ର ଆଉ ସଂସ୍କାରି କରି ଗଢି ଛନ୍ତି ଅନେକ କଷ୍ଟ ସହି। ସେ ତୁମକୁ ହଜାରେ ପ୍ରଶ୍ନ କରନ୍ତି - କୁଆଡେ ?

କାହିଁକି ?

କାହା ସହ ?

କାହା ପାଖକୁ ?

କେତେବେଳେ ?

ଇତ୍ୟାଦି ଇତ୍ୟାଦି ...ତୁମେ ଥରେ ତାଙ୍କ ଜାଗାକୁ ଆସି ଉପଲବ୍ଧି କର ତାଙ୍କ ହୃଦୟ ର ଅସୁମାରୀ ପ୍ରେମ କୁ ।

ବୟସର ନଈରେ କିପରି ତୁମ ପାଦ ଖସୁ ଖସୁ ସେ ତୁମକୁ ସମ୍ଭାଳି ନେଇଛନ୍ତି ଆଉ ପ୍ରତି ମୁହୂର୍ତ୍ତରେ ଶିଖେଇ ଦେବାକୁ ଚାହିଁଛନ୍ତି ବଞ୍ଚିବାର ପ୍ରକୃତ ମୂଲ୍ୟ କୁ।

ମୁଁ ମାନୁଚି ବୋଉ ରାଗନ୍ତି ,ତୁମେ ଫୋନରେ କଥା ହେଲେ ....

ବେସି ସମୟ ଫୋନ ଧରି ବସିଲେ, କାରଣ ସେ ବୁଝିଛନ୍ତି ଏ ସ୍ୱାର୍ଥପର ଦୁନିଆର ସତ୍ୟତା ।

ଶ୍ରୁତି ,ତୁମ ମନ ଏବେବି ପିଲାଳିଆମୀ ରେ ଭରପୁର କେହି ଯେମିତି ତୁମ ସରଳତା ସୁଯୋଗ ନେଇ ତୁମର ଫାଇଦା ଉଠାଇବା ପାଇଁ ଚେଷ୍ଟା ନକରୁ ସେ ତୁମକୁ ଜଗନ୍ତି ସେଥିପାଇଁ।

ବୋଉ ଏତେବି ପୁରୁଣା ମଣିଷ ନୁହେଁ ,ସେ ଶିକ୍ଷିତା ଆଉ ସ୍ୱାଭିମାନି ବି।ସେ ନିତିଦିନ ଦେଖୁଛନ୍ତି ସହ ସହ ଘଟଣା କିପରି ପିଲାଙ୍କ ଜୀବନ ଅନ୍ଧକାରମୟ ହେଇ ଯାଉଛି।ସେ ଉପରକୁ ସିନା ତୁମ ଉପରେ ରାଗନ୍ତି ହେଲେ ଭିତରେ ପ୍ରତି ମୁହୂର୍ତ୍ତରେ ତୁମ ପାଇଁ ଓ ନାନୀଙ୍କ ଚିନ୍ତା ରେ ତାଙ୍କ ହୃଦୟ ଧକ ଧକ ହେଉଥାଏ ଗୋପନରେ।

ବୋଉ ମନା କରନ୍ତି କୋଉ ସାଙ୍ଗଙ୍କ ସହ ବେଶି ମିଶିବା ପାଇଁ, କାହା ଘରକୁ ଯିବା ପାଇଁ କାରଣ ଏବେ ଲୋକଙ୍କ ମାନସିକତା ଦିନକୁ ଦିନ ବିକୃତ ହୋଇ ଯାଉଛି। 

ଶ୍ରୁତି ...ତୁମେ ଜାଣି ରଖିବା ପାଇଁ ହେବ ସମୟ ସହିତ ତୁମ ବୟସ ବଢୁଛି ଧୀରେ ଧୀରେ ,ଆଉ ତୁମପ୍ରତି ଥିବା ବୋଉଙ୍କ ଦାଇତ୍ୱ ବି।

ବୋଉ ଅନେକ କିଛି ସହିଛନ୍ତି ଜୀବନରେ, ସଂଘର୍ଷ କରିଛନ୍ତି ଆଉ ସଫଳ ବି ହେଇଛନ୍ତି।ନନା ପରିସ୍ଥିତି କୁ ସାମ୍ନା କରି ନନା ଙ୍କ ହାତ ଧରି ପରିବାର କୁ ଆଗେଇ ନେଇଛନ୍ତି।

ଥରେ ଭାବ - କେତେ କଷ୍ଟ କରିଥିବେ ବୋଉ ,ମେସିନ ଭଳି ଖଟିଥିବେ ତୁମକୁ ନାନୀ ଙ୍କୁ ବଡ଼ କରିବା ପାଇଁ।ଏବେବି ସମୟ ବାହାର କରନ୍ତି ତୁମ ପାଇଁ ।ନିଜ ମନକୁ ଟିକେ ହାଲକା କରିବା ପାଇଁ ସେ ଗପନ୍ତି ସତ କିନ୍ତୁ କେତେ ଲୋକଙ୍କ ଅସୁବିଧା ସୁବିଧା ରେ ସାହାଯ୍ୟ କରନ୍ତି ତୁମକୁ ବୋଧେ ଜଣା ନଥିବ।

ତୁମ ଅସୁବିଧା ସମୟରେ କଣ ବିତୁଥିବ ତାଙ୍କ ଉପରେ ।ସେ ଛାତିରେ ପଥର ଲଦି ନିଜେ କଷ୍ଟ ସହି ତୁମକୁ ଶିଖେଇବା ପାଇଁ ବୁଝେଇବା ପାଇଁ ରାଗନ୍ତି ତୁମ ଉପରେ।

ଏବେ ତୁମର ଠିକ ଭୁଲ ବିଚାର କରିବାର ଶକ୍ତି ଆସିଗଲାଣି ଧୀରେ ଧୀରେ, ସେ ରାଗିଛନ୍ତି ଋଷିଛନ୍ତି ତୁମ ଉପରେ। ହେଲେ ଆଜି ଯାଏ ତୁମ ସବୁ ଆଶା କୁ ପୁରଣ କରିଛନ୍ତି ବିନା ସର୍ତ୍ତ ରେ।

ମୋତେ କଥା ଦିଅ ଆଉ କେବେ ବି ରାଗିବନି ବୋଉଙ୍କ ଉପରେ।


ଶ୍ରୁତି ମୁଁ ଏବେ ଏବେ ଆସିଛି ତୁମ ଜୀବନରେ ,ଅନେକ କିଛି ଜାଣି ସାରିଛି ଆଉ ଅଳ୍ପ ବାକି ରହିଛି ରହିଛି ମୁଁ ଧୀରେ ଧୀରେ ବୁଝୁଛି ସେ ସବୁକୁ।

ସମସ୍ତଙ୍କୁ ମୁକ୍ତ ଆକାଶରେ ହୋଇ ଉଡିବା ପାଇଁ ପସନ୍ଦ କିନ୍ତୁ କେହି ବୁଝନ୍ତିନି ବନ୍ଦୀ ହୋଇ ରହିଥିବା ଛଢେଇର ଦୁଃଖ କୁ। 

ସମାଜରେ ଚଳିବା ପାଇଁ ନାନା ନୀତି ନିୟମ ମାନିବାକୁ ହୁଏ ଆଉ ପ୍ରଥା ପରମ୍ପରା କୁ ସମ୍ମାନ ଜଣାଇ ଚାଲିବାକୁ ହୁଏ।

ଏବେ ତୁମେ ନୂଆ ଦୁନିଆ ଦେଖିବ ...

ନିଜର ହାତ ମୁଠା ଶକ୍ତ କରି ,ପାଦରେ ନୂତନ ଶକ୍ତି ଭରି ଜୀବନର ପଥକୁ ଅତିକ୍ରମ କରିବ।

ଦୁନିଆରେ ସମସ୍ତେ ସମାନ ନୁହଁନ୍ତି, ଏଇ ଦେଖୁନ ଆମ ନିଜ ହାତର ଆଙ୍ଗୁଠି ସମାନ ନାହିଁ ତ ସମସ୍ତଙ୍କର ଚିନ୍ତା ଚେତନା ସମାନ ହେବ ବା କିପରି ?

ଅତୀତ କୁ ମନେ ପକେଇଲେ ତାକୁ ସଜାଡି ହେବନି, ଭବିଷ୍ୟତ କେହିବି ଦେଖିନି ,ତୁମେ ବର୍ତ୍ତମାନ କୁ ନେଇ ବଞ୍ଚିବା ଶିଖିଯାଅ ।

ତୁମେ ଜାଣିନ ଶ୍ରୁତି .....

ଏବେର ସମାଜରେ ସମାଲୋଚନା ର କଦର୍ଯ୍ୟ ବ୍ୟାଧି ବ୍ୟାପି ଗଲାଣି ଚାରି ଆଡ଼େ।ତୁମ ଉପରେ ମୋର ଯଥେଷ୍ଟ ବିଶ୍ୱାସ ଓ ଭରଷା ଅଛି।

ମୁଁ ଅନୁରୋଧ କରୁଛି ତୁମେ ନିରୋଳାରେ ବସି ନିଜକୁ ବୋଉଙ୍କ ଜାଗା ରେ ରଖି ଚିନ୍ତା କର।ବୁଝିଯିବ ଦୁନିଆର ସବୁ ଝଡ଼ କିପରି ସହିଛନ୍ତି ନନା ଆଉ ସେ ।

ତୁମ ମନକୁ ବୁଝାଇବା ପାଇଁ ମୋର ଛୋଟ ପ୍ରୟାସ ମାତ୍ର,

ଶୁଣ ଅଭିମାନ କରି ଉପାସ ରହିଲେ କି ଲୁହର ନଦୀ ରେ ସ୍ନାନ କଲେ କୌଣସି ସମସ୍ୟାର ସମାଧାନ ହୁଏନି।

ଆଜିଠୁ ବିଲକୁଲ ନୂଆ ଏକ ରାସ୍ତା ରେ ଚଳିବା ପାଇଁ ସଂକଳ୍ପ କର।

ଆଉ ଏକଥା ମନେ ରଖ ବୋଉ ଜଣେ ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ମଣିଷ।


ତୁମେ ମୋତେ ବାରମ୍ବାର ପ୍ରଶ୍ନ କରିଛ ମୁଁ ତୁମକୁ କଣ ପାଇଁ ପସନ୍ଦ କରେ କାରଣ ତୁମେ ଜଣେ ସଦସ୍ୟ ମୋ ଛୋଟ ପରିବାରର।



Rate this content
Log in

More oriya story from saroj mohapatra

Similar oriya story from Inspirational