Sangita Mishra Satapathy

Classics

3  

Sangita Mishra Satapathy

Classics

ବର୍ଷା ୨

ବର୍ଷା ୨

1 min
306



ଆଜି ଅପରାହ୍ନ ଚାରିଟା ରୁ ବର୍ଷା ଅଜାଡୁଛିଯେ ଅଜାଡୁଛି ଛାଡିବାର ନାଁ ଧରୁନି ।ରାତି ଆସି ନଅଟା ହେଲାଣି। ପାର୍ଥ ବାବୁଘରକୁ ଫେରି ବେ ବୋଲି ଫେରିପାରୁ ନାହାଁନ୍ତି। ସକାଳେ ପାଗ ଭଲ ଥିଲା ଅବଶ୍ୟ ଟିକେ ମେଘୁଆ ମେଘୁଆପାଗ ହୋଇଥିଲା।ତରତର ହୋଇ ଆସିଲା ବେଳେ ରେନିକୋଟ୍ ଟା ବି ଛାଡି ଆସିଛନ୍ତି। ନା ଆଉ ନୁହେଁ।ମଣିଷ କେତେ ଅପେକ୍ଷା କରିବ ଏଥର ଅଫିସ୍‌ରୁ ବାହାରି ଗଲେ।ଓଦା ଜୁଡୁବୁଡୁ ହୋଇ ପହଞ୍ଚି କଲିଂ ବେଲ୍ ଚିପିବାର କିଛି ସମୟ ପରେ  ପତ୍ନୀ ପ୍ରତିଭା କବାଟ ଖୋଲି ଚୁପ୍ ଚାପ୍ ଭିତରକୁ ଚାଲିଗଲେ।ପାର୍ଥ ବାବୁ ଓଦା ପ୍ଯାଣ୍ଟସାଟ୍ମ ବଦଳାଇ ଆସି ଲନ ରେ ବସିଲେ। ମନ ଖୋଜୁଥିଲା ପତ୍ନୀଙ୍କ ହାତ ତିଆରି ଗରମା ଗରମ ଚା,କପ୍ ଟେ ।କିନ୍ତୁ ପତ୍ନୀ ପାଖ ଚୌକିରେ ବସିଥିଲେ ମଧ୍ୟ ଦୁହେଁ ଥିଲେ ପୁରା ଚୁପ୍‌ଚାପ୍। ଏବେ ମନେ ପଡିଲା ନୀରବତାର କାରଣ ।ସକାଳେ ଅଫିସ୍‌ଗଲା ବେଳେ ପ୍ରତିଭା କହିଥିଲେ ସନ୍ଧ୍ୟା ରେ ଟିକେ ଶୀଘ୍ର ଫେରିଲେ ନୂଆ ଫ୍ଲାଟ ଦେଖିବାକୁ ଯିବାକୁ।ଯଦିଓ ତାଙ୍କର ଦୁଇ ଦୁଇଟି ତିନିମହଲା ବିଶିଷ୍ଟ ଅତ୍ଯାଧୁନିକ ଘର ଭଡା ଲାଗିଛି ଆଉ ସେ ନିଜେ ରହୁଥିବା ତିନି ମହଲା ବିଶିଷ୍ଟ ଅତ୍ଯାଧୁନିକ ଘର ଟି ସମସ୍ତ ଅତ୍ୟାଧୁନିକ ସାମଗ୍ରୀ ରେ ଭରପୁର ଅଛି ତଥାପି ଶ୍ରୀମତୀଙ୍କ ଜିଦ୍!  ପୁଅ ସୋହମ୍ ସେପଟେ ଲାପଟପରେ ମୁନୁସୁନ୍ ସିନେରି ରେ ଇନ୍ଦ୍ରଧନୁ ଦେଖି ଖୁସିରେ ଡାକ ଛାଡୁଥିଲା ମାମା ବାବା ଦେଖିବ ଆସ ରେନ୍ ବୋ ବହୁତ ସୁନ୍ଦର ତଥାପି ଦୁହେଁ ବସିଥିଲେ ଚୁପ୍‌ଚାପ୍ ହୋଇ।



Rate this content
Log in

Similar oriya story from Classics