STORYMIRROR

Sangita Mishra Satapathy

Classics

3  

Sangita Mishra Satapathy

Classics

ବର୍ଷା ୧

ବର୍ଷା ୧

1 min
180


ଆଜି ସକାଳୁ ବର୍ଷା ଅଜାଡୁଛି ଯେ ଅଜାଡୁଛି ଛାଡିବାର ନାଁ ଧରୁନି।ରଘୁଆ ରିକ୍ସା ନେଇ ଯିବ ବୋଲି ଘରୁ ବାହାରି ପାରୁନି।ଘଣ୍ଟାଏ ଅଧ ଘଣ୍ଟାଏ ଛାଡି ଯାଆନ୍ତା କି ସେ ଯାଇ ଗୋଟେ ଯୋଡେ ଭଡାକରି ଦେଲେ ଘରେ ତାର ଚୁଲି ଜଳନ୍ତା ।କରୋନା ଯୋଗୁଁ ତ ସହଜେ ଲୋକ ବାହାରକୁ ବାହାରୁନାହାଁନ୍ତି  ତା ସାଙ୍ଗରେ ପୁଣି ଲଗାଣ ବର୍ଷା ଦାଉ ସାଧୁଛି।କ'ଣ କରିବ ଭାବି ରଘୁଆ ଦାଣ୍ଡ ଦୁଆରେ ବସିଛି।ଏତିକି ବେଳେ ତା ପୁଅ ଲିପୁ,ଆଉ ଝିଅ ଲିପି କାଗଜ ଡଙ୍ଗା କରି ଭସାଉଥାନ୍ତି ଆନନ୍ଦରେ।ପିଲାଙ୍କ ଖୁସି ଦେଖି ରଘୁଆ ହସୁଥିଲା,ଖୁବ୍ ଆନନ୍ଦ ରେ।ଘରେ କିଛି ଖାଇବାକୁ ନଥିବା କଥା ଭୁଲି ଯାଇ ।ସେଣେ ରେବ ରଘୁ ର ସ୍ତ୍ରୀ ଡାକୁଥିଲା କୁଆଡେ ଗଲ ବା ଏଣେ ପରା ଘରୁ ( ପଲିଥିନ୍ ପକା ଝୁମ୍ପୁଡିଘର)ପରା ଜରି ଉଡି ଗଲାଣି।ଦୁହେଁ ମିଶି ଜରି ଭଲ ଭାବେ ବନ୍ଧାବନ୍ଧି କରି ଘରୁ ଲୋଟାରେ ପାଣି ଉଝାଳୁ ଉଝାଳୁ ପିଲାଙ୍କ କାଗଜ ଡଙ୍ଗା ଭସାଇବା ଖୁସି ଦେଖି ହସି ପକାଇଲେ I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics