Parameswar Ojha

Inspirational Others

3.0  

Parameswar Ojha

Inspirational Others

ବୋଉ

ବୋଉ

2 mins
204



  ତା' ବୋଉ ଯେତେଥର ଆସେ ସେ ଉଛୁଳି ପଡେ । ତା' ବୋଉ ଆସିଛି ବୋଲି ତା' ଗୋଡ଼ ତଳେ ଲାଗେନି । କିନ୍ତୁ ବୋଉ ବିଦା ହୋଇ ଗଲାବେଳେ ତା' ଆଖି ଲୁହରେ ଉବୁଟୁବୁ ହେଉଥାଏ ପ୍ରତିଥର । 


ବୋଉ ଆସିବାର ଖବର ପାଇବା ପରେ ମଧୁ ସବୁଦିନ ଠାରୁ ଅଧିକ ତରତର ହୁଏ ସେଦିନ । ସବୁ ଘରଦ୍ଵାର ଏକଦମ୍ ସଫାସୁତୁରା  କରି ବେଶ୍ ଯତ୍ନରେ ସଜାଡି ଦିଏ । ନଅ ତିଅଣ ଛଅ ଭଜା କରି ପକାଏ.. ।ସବୁ ବ୍ୟଞ୍ଜନକୁ ଥର ଥର କରି ଚାଖି ପରଖୁଥାଏ ତେଲ ଲୁଣର ଭାଗ ମାପକୁ । ସ୍ବାଦିଷ୍ଟ ହୋଇଛି କି ନାହିଁ ବୋଲି ମୋତେ ଚଖାଏ ଆଉ କୁହେ , "ନହେଲେ ବୋଉ ଭାବିବ ଏତେ କରି କହିଥିଲି ଶିଖେଇଥିଲି  ସବୁ ଭୁଲି ଯାଇଛି । "  


ତା'ବୋଉ ଘରକୁ ଆସିଲେ ଘରେ ସେଦିନ ଏକ ପ୍ରକାର ଉତ୍ସବ ଉତ୍ସବ ପରି ଲାଗେ । ମଧୁ ବେଶ୍ ପ୍ରସନ୍ନ ଆଉ ଚଳ ଚଞ୍ଚଳ ଥାଏ ସେଦିନ । ସବୁ କାମକୁ ସମର୍ପିତ ଭାବ ନେଇ କରୁଥାଏ । ବୁଲୁଥାଏ ମୋ' ବୋଉ ଚାରି ପାଖରେ । ଗେହ୍ଲେଇ ହୋଇ କଥା ହୁଏ ଶାଶୁ ସହ । ମୋତେ ଲାଗେ ଏଇଟା ମଧୁର ଚାଲାକୀ ତା ବୋଉ ପାଇଁ ଆମ ଘରେ ଭଲ ପରିବେଶ ତିଆରି କରିବାରେ ।


ସମୁଦି ସମୁଦୁଣୀ ପୁଅ ବୋହୂ ଦିଅର ଭାଉଜ ସମସ୍ତେ ମିଶି ଗଲେ ବେଶ୍ କିଛି ସମୟ ଗପର ଆସର ଜମେ । ସେ ଗପ ଭିତରେ କିଛି ବୋହୂ ପାଇଁ ଅଭିଯୋଗ ଥାଏ କିଛି ପ୍ରଶଂସା ଥାଏ ପଡା ପଡୋଶୀ ଙ୍କୁ ନଜର ଦେଇ କିଛି ଉଦାହରଣ ବି ଥାଏ ଆଉ ହସ ମଜାକ୍ ଥଟ୍ଟା ପରିହାସ ସହ ସାମାନ୍ୟ ଗମ୍ଭୀର ଆଲୋଚନା ବି ଥାଏ ।

କିନ୍ତୁ ଗପ ଆରମ୍ଭ ରୁ ଶେଷ ଯାଏଁ ବେଶ୍ ମନୋରଞ୍ଜନ ଆଉ ଆମୋଦ ଥାଏ । 


  ଆଜି ତା' ବୋଉ ( ମୋ ଶାଶୁ ) ଚାଲି ଗଲା ପରେ ପତ୍ନୀ ଢେର୍ ସମୟ ଯାଏଁ ଉଦାସ ରହିଲେ । ତାଙ୍କ ଆଖିରେ ଲୁହ ବୋହି ଯାଉଥିଲା ଆଉ ସେ ରାତି ରନ୍ଧା ପାଇଁ ଆଗ୍ରହ ଦେଖେଇଲେନି । ତକିଆରେ ମୁହଁ ମାଡ଼ି ଶୋଇ ରହିଲେ ଖଟରେ ।


ଆଣ୍ଠୁ ଗଣ୍ଠି ବାତ ଥିବା ବୋଉ ଆମ ଦୁଇ ଭାଇ ଓ ବାପାଙ୍କ ପାଇଁ ଅଟା ଦଳୁଥିବା ବେଳେ ମୋତେ ଭୀଷଣ ଚିଡି ମାଡୁଥିଲା । ବଡ଼ ପାଟିରେ କହିଲି , ସକାଳ ଶରଧା କଣ ବାଧା ହେଇଗଲା କି ଜେମା ଦେଈଙ୍କୁ ଯେ ତୁ ରୁଟି କରିବାକୁ ବସିଚୁ ! 


ବୋଉ ମୋ' ମୁହଁକୁ ଚାହିଁ ଦେବୀଟେ ଭଳି ହସିଲା । କହିଲା , ଶାଶୁ ଭିତରେ ତା ବୋଉ ପାଉନି ବୋଲି କଷ୍ଟ ପାଉଛି ବିଚାରୀ । ତା' ବୋଉକୁ ଝୁରୁଛି । ମୋର କାମ ହେଲା ତୁମ ଭାଇ ଦୁହିଁଙ୍କୁ ରାନ୍ଧି ବାଢ଼ି ଖୁଆଇଲା ଭଳି ତାକୁ ଗଣ୍ଡେ ଖୁଆଇବା । ଯଦି ତତେ ବାଧୁଛି ରୁଟି ଦି ପଟ ସେକି ଦେଉନୁ ବେଲି ସିନା ପାରିବୁନି ....।



Rate this content
Log in

Similar oriya story from Inspirational