ବୋଉ
ବୋଉ
ଅପରାହ୍ନ ୫ଟା ହେବାକୁ ବସିଲାଣି , ସୂର୍ଯ୍ୟ ଅସ୍ତ ହେବାକୁ ଗଲେଣି ।ଦିନଯାକର କାମରୁ ଟିକେ ଫୁରସତ ନେଇକି ବସିଥାଏ ଅଫିସରେ , କାହିଁକି କେଜାଣି ମନଟା ଅସ୍ଥିର ଲାଗୁଥାଏ । ହଠାତ ଏ ନୀରବତା ଭାଙ୍ଗିଦେଲା ଟେଲିଫୋନର ସେ ଚିରାଚରିତ କ୍ରୀଙ୍ଗ କ୍ରୀଙ୍ଗ ।
କ୍ରୀଙ୍ଗ .......
କ୍ରୀଙ୍ଗ........
ରିସିଭରଟିଏ ଉଠାଉ ସେ ଆଡୁ ଭାସି ଆସିଲା ମୋ ବାପାଙ୍କ ଗମ୍ଭୀର ଭରା ସ୍ୱର " ତୋ ବୋଉ ଦେହ ଖରାପ କାଲି ସକାଳ ସୁଦ୍ଧା ପହଞ୍ଚ ଘରେ ।"
ସଙ୍ଗେ ସଙ୍ଗେ ଏକ ସପ୍ତାହର ଛୁଟି ଦରଖାସ୍ତ ଦେଇକି ମୋ ସେ ସ୍କୁଟର ଧରିକି ଚାଲିଲି ଘରକୁ । ସନ୍ଧ୍ୟା ହୋଇଯାଇଥାଏ , ମନଟା କାହିଁ ଭାରି ଭାରି ଲାଗୁଥାଏ ଗୋଡ଼ ହାତ ଧୋଇକି ଝରକା ପାଖରେ ଟିକେ ବସିଲି ମନରେ କେତେ କଣ ଚିନ୍ତା ଆସି ମନକୁ ଭାରାକ୍ରାନ୍ତ କରୁଥାଏ ।
ସେଦିନ ହୋଇଥାଏ ପୂର୍ଣ୍ଣିମା ; ସୁନ୍ଦର ଜୋତ୍ସ୍ନାରେ ଆଲୋକିତ ହୋଇଥାଏ ଧରିତ୍ରୀ ମା ଓ ସେ ଜୋଷ୍ଣା ବିଧୌତ ରଜନୀକୁ ଦେଖି ଯେମିତି ଏ ଧରା ହସି ଉଠୁଥାଏ । ହେଲେ ମୋ ମନରେ ଅମାବାସ୍ୟାର ଅନ୍ଧାର କାହିଁ କେମିତି ଜମି ଜମି ଯାଉଥାଏ । ଦେଖୁଦେଖୁ ହଠାତ କେଉଁ ଆଡୁ କଳା ହାଣ୍ଡିଆ ମେଘମାଳ ଆସି ଢାଙ୍କିଦେଲା ଶୁଭ୍ର।ଲୋକ ପ୍ରଦାନକାରୀ ସେ ଜହ୍ନ କୁ ! .......
ଓଃ ! ସେ ଶୁଭ୍ର।ଲୋକ ହଜିଗଲା କେଉଁଠି ?
କେଉଁ ଅନ୍ଧକାରରେ ?......
ମେଘ ବର୍ଷିବ ବର୍ଷିବ ହେଉଥାଏ । ସତେ ଆକାଶ ଥମଥମ ।
ଏହାକୁ ଦେଖି କାହିଁ କେଜାଣି ମନଟା ଅଧିକ ଭାରାକ୍ରାନ୍ତ ହୋଇ ଉଠିଲା ।
ସୁଜାତା ମୋ ଧର୍ମପତ୍ନୀ ଙ୍କୁ ଦୁଃଖ ଲାଘବ ପାଇଁ ମୋ ମା ଙ୍କ ବିଷୟରେ କହିଲି । ଆଉ ମା ଙ୍କୁ ଆଣିବା କଥା କହୁକହୁ ଚିତ୍କାରରେ ଘରଟି କମ୍ପି ଉଠିଲା ଓ କହି ଉଠିଲେ ତୁମେ କଣ ପାଗଳ ହୋଇଗଲ କି ? ସେ ତମ ବୋଉ ଆସିଲେ ରହିବେ କୋଉଠି ? କଣ ମୋ ମୁଣ୍ଡ ଉପରେ ? ବାଜେ ଲୋକଟା ପୁରା ......
ବାଜେ ଲୋକ ଟା କୁ ମଣିଷ ବାହା ହେଇ ଜୀବନ ନଷ୍ଟ ହେଇଗଲା ଯାହା ମୋର ..
ତାପରେ ତମ ବୋଉ ରୋଗୀ ଲୋକ ପୁଣି !
ସେ ଛେପ , ଖଙ୍କାର ,ପାନ , ଗୁଡାଖୁରେ ଘରକୁ କରିଦେବେ ସେ ଗୋଟେ ଅଳିଆ ଗଦା !
ଓ ତାପରେ ମୋ ପିଲାଙ୍କୁ infection ହେଇଯିବ । ଚୁପ ହେଇ ରହୁଥାଏ କିଛି କହୁନଥାଏ କେବଳ ଶୁଣୁଥାଏ । ମୋ ବୋଉ ମୁଁହଟା ଖାଲି ନାଚି ଯାଉଥାଏ ମୋ ଆଗରେ !
ମୋ ବୋଉର ମୁ ଏକ ମାତ୍ର ପୁଅ , ଅତି ଗେହ୍ଲା ମୁଁ !
ଅଠାବନ ବର୍ଷର ହେଲିଣି କେବେ ସେ ମାରିଚି ନା ଗାଳି ଦେଇଚି । ସବୁଦିନ ସ୍କୁଲ ଯାଏ ଛାଡିବାକୁ ଓ ସ୍କୁଲ ଛୁଟି ବେଳକୁ ଯାଇକି ଜଗିଥାଏ ମୋତେ । ଏପରିକି ମାଟ୍ରିକ ପରୀକ୍ଷାରେ ମଧ୍ୟ ମୋତେ ଯାଇଥିଲା ସବୁଦିନ ଛାଡିବାକୁ ଓ ଅପେକ୍ଷା କରି ବସିଥାଏ ପରୀକ୍ଷା ସରିବା ଯାଇ।
ଯେଉଁଦିନ ମୁ କଲେଜ ଗଲି ମୋ ବୋଉ ବହୁତ କାନ୍ଦିଲା ଓ ମୁ ବି କାନ୍ଦିଥିଲି ବହୁତ ....
କେବେ ବି ବୋଉକୁ ଛାଡିକି ବାହାରେ ରହିନି ଆଗରୁ । କଲେଜରେ ପଢ଼ିଲି ପାଞ୍ଚ ବର୍ଷ ,ଚାକିରୀ କଲି ଓ ସ୍ୱ ଇଛାରେ ନିଜ ସହପାଠୀ ସୁଜାତାକୁ ବାହାହେଲି ବି , ବାପା ତ ଘରେ ପୁରେଇଲେନି କିନ୍ତୁ ମୋ ବୋଉ ଖୁସିରେ ବାପାଙ୍କୁ ତାଗିଦ କରି କହିଲା
"ମୋ ପୁଅ କୁ କିଛି କୁହନି "
ସେ ବନ୍ଦାପନା କରିକି ଘରକୁ ନେଇଥିଲା । ବାପାଙ୍କ ସହ ଯୁକ୍ତି କରି ମୋ ସହ ସୁଜାତାକୁ ସହରକୁ ପଠେଇଥିଲା ବିତି ଗଲାଣି
୨୩ ଟି ବର୍ଷ ସୁଜାତା ତାର ରଙ୍ଗ ଦେଖେଇ କେବେ ଘରକୁ ଯାଏନି କୁହେ ମଫସଲରେ ମୁ ଚଳିପାରିବିନି । ମୁ ଯାଏ ତା ପୁଣି ବର୍ଷକୁ ଦୁଇ ବର୍ଷକୁ ଥରେ । ଗତ ଦୁଇ ବର୍ଷ ତଳେ ବୋଉ ଦେହ ଟିକେ ଖରାପ ବୋଲି ଗାଁ କୁ ଯାଇକି କହିଥିଲି ବୋଉ ମୁ ତୋତେ ନେଇଯିବି ମୋ ସହ ତୁ ସେଠି ରହିବୁ। ହେଲେ ...
ଛାଡ଼ ଭାବିଲେ ଲୁହ ଆସି ଯାଉଛି
ଏ ସୁଜାତାର ଝଗଡା ରେ କଥା ରଖି ପାରିଲିନି ।
ଏ କଥା ଭାବିଲା ବେଳକୁ ଆଖିରୁ ଲୁହ ଆସି ଯାଉଛି ।
ମୋର ଏ ଭାବନା କୁ ଥୁକୁଲ ପକେଇ ହଠାତ ଟେଲିଫୋନର କ୍ରୀଙ୍ଗ କ୍ରୀଙ୍ଗ ଶୁଭିଲା
କ୍ରୀଙ୍ଗ ...
କ୍ରୀଙ୍ଗ .....
ରିସିଭର ଟି ଉଠାଇ "ହେଲୋ" କହୁ କହୁ
କରୁଣ କଣ୍ଠରେ ଶୁଭିଲା
"ବାବୁରେ ଆଉ ତୋର ବୋଉ ନାହିଁ "
ବାପାଙ୍କର ଏ କଥା ମୋ ପାଦତଳୁ ସତେ ମାଟି ଖସେଇଦେଲା ପରି ଲାଗିଲା ହାତରୁ ରିସିଭର ଟି ଖସି ପଡ଼ିଲା।
କୋହ ଭରା କଣ୍ଠରେ "ମୋ ବୋଉ ବୋଉ ଲୋ ତୁ କୁଆଡେ ଗଲୁ ....."
କିନ୍ତୁ !
କିନ୍ତୁ ସେତେବେଳେ ନା ମୋ ବୋଉ ଥିଲା ମୋ କଥା ଶୁଣିବାକୁ !
ସଙ୍ଗେ ସଙ୍ଗେ ଗାଡି ଭଡା କରି ଘରେ ପହଂଚିଲି ।
ହେଲେ ଏ କି ବିଡ଼ମ୍ବନା !
ମୋ ବୋଉ ଆସିଲାନି !
ଏ ବୋଉ କଣ କରୁଛୁ କହୁ କହୁ ନା ମୋ ମୁଂହ ପୋଛିଲାନି ତା ପଣତ କାନିରେ କି ଶେଷରେ ବି ଏତିକି କହିଲାନି
"କେତେବେଳୁ ଆସିବୁନି କଣ ଖାଇଥିବୁ ଆସେ ଲୁଗା ବଦଳି ଝଅଟି ଖାଇବୁ । ମୁଁ ବାଢୁଛି ଖାଇବାକୁ ତୋପାଇଁ "
କିନ୍ତୁ ମୋ ବୋଉ ନିସ୍ତେଜ ହେଇକି ପଡିଛି ଶେଜରେ କିଛି ବି କହୁନି ।
ଯେତେ ମୁଣ୍ଡ ବାଡେଇ ଡାକିଲେ କିଛି ବି ଜବାବ ଦେଉନି ସେ !...
ବୋଉ !
ବୋଉ ! ଏ ବୋଉ !
ମୁ ତତେ ଭୁଲିଗଲି ....
ମୋତେ ଦୁଇ ଚଟକଣି ଦେ ଆଗ ଗାଲରେ !....
ମୁଁ ତତେ କଥା ଦେଉଛି କେବେ ବି ଛାଡିକି ଯିବିନି ଆଉ ବୋଉ ।
ମୁଁ ତତେ କଥା ଦେଉଛି କେବେ ବି ଛାଡିକି ଯିବିନି ବୋଉ । ମୁଁ ତୋ କୋଳକୁ ଫେରି ଆସିଛି ସେଇ ଛୋଟ ପିଲାଟି ହେଇକି । କାହିଁକି କେଜାଣି ବୋଉ ମୋତେ ଡର ଲାଗୁଚି ତୁ ତୋ ପଣତ ରେ ଘୋଡେଇ ଦେ ଟିକେ !
ମୁଁ ତୋ କୋଳକୁ ଫେରି ଆସିଛି ସେଇ ଛୋଟ ପିଲାଟି ହେଇକି !....
ବୋଉ ମୋତେ ଭାରି ଡର ଲାଗୁଚି ଲୋ ..
ତୁ ତୋ ପଣତ ରେ ଘୋଡେଇ ଦେ ଟିକେ । ଶ୍ରୀ ମନ୍ଦିର ର ସେ ନେତ ତୋ ପଣତ କାନି ନା ..
ଦେ ମା ସୁରକ୍ଷା ଦେ ମୋତେ ସେ ନେତ ରେ ...
ଆଜି ବି ପୂର୍ଣ୍ଣିମା ୟା ଭିତରେ କେତେ ଯେ ପୂର୍ଣ୍ଣିମା ଆସିଛି କେତେ ବି ଯାଇଛି ଓ ଜହ୍ନ ତା ଜୋଷ୍ଣା ର ଶୀତଳ ଆଲୋକରେ ଆଲୋକିତ କରିଛି ଆଉ ବି କରୁଥିବ ହେଲେ ନା ଅଛି ମୋ ବୋଉ ଏ ଦୁନିଆରେ ?
ସେ ଜୋଷ୍ଣା ଵିଧୌତ ପୃଥିବୀର ସୁନ୍ଦରତାକୁ ଦେଖିବାକୁ । ....
ସେଦିନର ସେ ମେଘମାଳ ସିନା ଘୋଡେଇ ଦେଇଗଲା ଜହ୍ନକୁ କିଛି କ୍ଷଣ ପାଇଁ ହେଲେ ମୋ ପାଇଁ ଯେ ସବୁଦିନ କଳା ଅନ୍ଧାର କରିଦେଲା ସେ ରାତିର କାଳୀମା ....
ଆଉ ମୋ ବୋଉ ବୋଉ ଡାକ ତାକୁ ତ ଶୁଭୁନି ଯେତେ ଜୋରରେ ଚିତ୍କାର କରିକି ଡାକିଲେ କି ଆଉ ଶୁଭିବନି ..
କେତେ ଚିତ୍କାର କରିକି ଡାକିଲେ ଏ ବୋଉ ତୁ ଆସେ , ତୋତେ ଆଉ ଏକା ଛାଡିବିନି ସେ ସୁଜାତା କଥାରେ ! ତୋତେ ମୋ ସହ ନେଇଯିବି , ଆଉ ତୁ ଜାଣିଚୁ ତୋର ସେ ସ୍ନେହ ବୋଳା ଖାଇବା ନ ଖାଇକି ପୁରା ସୁଖି ଗଲିନି ଆଉ ବି କଳା ବି ପଡିଯାଇଛି ଲୋ !...
ହେଲେ ତୁ ତ କଣ କିଛି ବି କହୁନୁ ।
ବୋଉ.....
ଏ ବୋଉ ....
ଆସେ ଥରେ ମୋ ପାଖକୁ ଫେରି ....।