ଭିନ୍ନ ଏକ ସାବିତ୍ରୀ
ଭିନ୍ନ ଏକ ସାବିତ୍ରୀ
ରାଜେଶ ଜଣେ ସୁନ୍ଦର ଯୁବକ ବୟସ ଏହି ଚବିଶ ହେବ । ଯନ୍ତ୍ରୀ ଭାବେ ପାଠ ପଢା ସରିଲା ପରେ ଏବେ ଓଡିଶା ଲୋକସେବା ଆୟୋଗ ତରଫରୁ ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ମାଲକାନଗିରି ଜିଲ୍ଲାରେ ଓଡିଶା ସରକାରଙ୍କ ତରଫରୁ ନୂତନ ପୋଷ୍ଟିଂଗ ଆଦେଶ ପାଇଛନ୍ତି । ଘରେ ପୁରା ପ୍ରସ୍ତୁତିରେ ଲାଗି ପଡିଛନ୍ତି କେନ୍ଦ୍ରାପଡା ରୁ ମାଲକାନଗିରି ଯିବ ଏଇ ଦେଖିବାକୁ ଗଲେ ସାତ ଶହ କିଲୋମିଟର ଦୂରତା ।
ଆଗରୁ କେବେ ସେ ଆଡେ ତ ଯାଇ ନାହାନ୍ତି ମନରେ ଟିକେ ଡର ପାହାଡ଼ି ଜଙ୍ଗଲୀ ଅଞ୍ଚଳ ।ବୋଉଙ୍କ ଚିନ୍ତା କେମିତି ରହିବ କଣ ଖାଇବ ଏକୁଟିଆ ଯାଉଛି ପିଲାଟି ତା ଛଡା ସବୁବେଳେ ଖବରକାଗଜରେ ଓ ଟିଭି ପରଦାରେ ଦେଖିଛନ୍ତି ନକ୍ସଲ ଙ୍କ ଉପଦ୍ରବ । ଏବେ କିନ୍ତୁ ସେ ସବୁ ନାହିଁ ହେଲେ ମା ମନ କେମିତି କଣ କରିବ କେମିତି ରହିବ ପୁଅ ଖାଲି ଚିନ୍ତାରେ ଥାନ୍ତି ରାଜେଶଙ୍କ ମା ।
ରାଜେଶ :- ମା ତମେ ବ୍ୟସ୍ତ ହୁଅନା ମୁଁ ଯିବି କିଛି ଅସୁବିଧା ହେବନି ଖାଇବା ପିଇବା ବ୍ୟବସ୍ଥା ହେଇଯିବ ତମେ ବ୍ୟସ୍ତ ହୁଅନି ଏଇ ପ୍ରଥମେ ଟିକେ ଅବାଗିଆ ଲାଗିବ ତାପରେ ଠିକ ହୋଇଯିବ ।
ରାଜେଶ ଙ୍କ ମା ଶାନ୍ତି ଦେବୀ ମନକୁ ସ୍ଥିର କରି କହୁଥାନ୍ତି " ହଉ ତୁ ଯା ହେଲେ ମନ ବୁଝୁନି ପିଲା ଲୋକ ଏତେ ଦୂରରେ ରହିବୁ ।"
ଏଭିତରେ ହୀରାଖଣ୍ଡ ଏକ୍ସପ୍ରେସରେ ଟିକେଟ
ଭୁବନେଶ୍ୱର ରୁ ରାତି ଆଠ ସମସ୍ତେ ଷ୍ଟେସନରେ ଉପସ୍ଥିତ ସବୁ ବ୍ୟାଗ ଆଟାଚି ଧରିକି ଚଢିଲେ ହୀରାଖଣ୍ଡ ରେ ଯନ୍ତ୍ରୀ ରାଜେଶ
ପ୍ରଥମ ଯାତ୍ରା ଭବିଷ୍ୟତର ସ୍ୱପ୍ନ ସାଉଁଟିବା ପ୍ରୟାସରେ
ମନ କିନ୍ତୁ ଭାରି ଖୁସି କୋରାପୁଟର ଗୋଟେ ଯୁକ୍ତ ଦୁଇ ବେଳର ସାଙ୍ଗ କହୁଥିଲା ଆମ କୋରାପୁଟ ସ୍ୱର୍ଗ ପ୍ରାକୃତିକ ପରିବେଶ ଜଙ୍ଗଲ ପାହାଡ଼ ଝରା ଘେରା ଜିଲା ସତେ ପ୍ରକୃତି ତାର ସବୁ ସୌନ୍ଦର୍ଯ୍ୟ ଅଜାଡି ଦେଇଛି ସେଇଠି ସେଇଥିପାଇଁ ତ ଟ୍ରେନ ରେ ଆସିଲି ସବୁଜ ପାହାଡ଼ ବଣ ଝରଣା ଦେଖିବି
ଏମିତି ଭାବୁବାକୁ କେତେବେଳେ ନିଦ ହେଇଗଲା ସକାଳ ହେଲା ସିମିଳିଗୁଡା ରେ ତାପରେ କୋରାପୁଟ ଓ ଜୟପୁର
ଏଭିତରେ କି ସୁନ୍ଦର ପରିବେଶ ଜଙ୍ଗଲ ଭିତରେ ଲୁହାର ବିଶାଳ ବ୍ରିଜ ତାଉପରେ ଟ୍ରେନ ଯାଉଛି ଧୀରେ ଧୀରେ
ଛୁକ୍ ଛୁକ୍
ଛୁକ୍ ଛୁକ୍
ଜଙ୍ଗଲ ଭିତରେ ବିଶାଳ ପାହାଡ଼
ସେଇ ପାହାଡ଼ କଟା ହୋଇ ସୁଢ଼ଙ୍ଗ
ତା ଭିତରେ ଟ୍ରେନ ଆହା କି ମନୋହର ଦୃଶ୍ୟ ଏସବୁ ଭିତରେ ରାଜେଶ ବାବୁ ଜୟପୁରରେ ପହଁଚିଲେ ଦକ୍ଷିଣ ଓଡିଶାର ଏକ ବଡ଼ ସହର କହିଲେ ଠିକ ହେବ ଗାଧୁଆ ଖାଇବା ସାରି ବାହାରିଲେ ଏକ ଗାଡି ଭଡା କରି ନିଜ କର୍ମମୟ ସ୍ଥାନକୁ
ଅନେକ ସୁନ୍ଦର ପରିବେଶ ମନ କିଣି ନେଉଥାଏ ପାଖା ପାଖି ଦୁଇଘଣ୍ଟା ଯାତ୍ରା ପରେ ପହଁଚିଲେ ମାଲକାନଗିରି ରେ ।
ସରକାରୀ ସେବାରେ ଯୋଗ ଦେବାର ସମସ୍ତ ଦସ୍ତାବିତ ପୂର୍ଣ୍ଣ କରି ଗଲେ ସରକାରୀ ଏକ ଡାକ ବଙ୍ଗଳାରେ ରହିବା ବ୍ୟବସ୍ଥା ହେଇଗଲା କିଛି ଦିନ ସେଇଠି ରହିବେ ତାପରେ ନିଜ ସରକାରୀ ଘରକୁ ଯିବେ । ଦ୍ଵିତୀୟ ଦିନ ସମସ୍ତ ଅଧଃସ୍ତନ କର୍ମଚାରୀଙ୍କ ସହ ଏକ ବୈଠକ ଡାକନ୍ତି ସେଥିରେ ଦେଖାହୁଅନ୍ତି ଏକ କନିଷ୍ଟ ଯନ୍ତ୍ରୀ ସୁସ୍ମିତା ଦାସ । ଏକ ପଞ୍ଚାୟତରେ ଚୁକ୍ତି ଭିତ୍ତିକ କନିଷ୍ଟ ଯନ୍ତ୍ରୀ ଅଛନ୍ତି । ବୟସ ସେଇ ତେଇଶ ଚବିଶ ହେବ ବର୍ଷେ ହେବ ଚାକିରୀ କରୁଛନ୍ତି ବାପା ବୋଉ ସବୁ ଏକାଠି ରୁହନ୍ତି ବାପା ଜଣେ ଶିକ୍ଷକ ସେଇ ପାଖ ସ୍କୁଲରେ ଅଛନ୍ତି ।
ସୁସ୍ମିତା :- ସାର ନମସ୍କାର
ଆପଣଂକୁ ସ୍ୱାଗତ ଜଣାଉଛି ।
ଆପଣଙ୍କର କିଛି ଅସୁବିଧା ହୋଇନି ସାର ?
ମୁଁ ଏଠିକାର ଝିଅ ବାପା ଏଇଠି ଶିକ୍ଷକ ଅଛନ୍ତି ଆମେ ସମସ୍ତେ ଏଇଠି ମିଶିକି ରହୁଚୁ ।
ଆପଣଙ୍କର ଯଦି କିଛି ଅସୁବିଧା ହୁଏ ମୋତେ ଜଣେଇବେ ମୁଁ ଯଥାସାଧ୍ୟ ସାହାଯ୍ୟ କରିବି ।ଏତେ ଦୂରୁ ଆପଣ ଆସିଛନ୍ତି ସାର କିଛି ଦିନ ପରେ ଆପଣଂକୁ ଏଇଠି ବହୁତ ଭଲ ଲାଗିବ ।
ରାଜେଶ :- ହଉ ମାଡ଼ମ ଦେଖିବା ବହୁତ କିଛି ଶୁଣିଥିଲି ଏ ଜାଗା ବିଷୟରେ ପୁଣି ଆପଣ ବି କହୁଛନ୍ତି ।
ତା ଛଡା ଏଠି ତ ରହିବାକୁ ହେବ ନିଶ୍ଚିତ କିଛି ବର୍ଷ ଯାହା ବି ହେଲେ ଏଭିତରେ କିଛି ଦିନ ବିତି ଯାଏ ରାଜେଶ ବାବୁଙ୍କର ବହୁତ ଖୁସିରେ ଏଭିତରେ ବସନ୍ତ ଯାଇକି ନିଦାଘ ବି ପଳେଇଲା ଓ ମୌସୁମୀ ପାଦ ଥାପିଲା ତା ସହ ପହିଲି ବର୍ଷା ର ଛିଟାରେ ଧରଣୀ ଓଦା ହେଲା ଧରଣୀ ସିନା ଓଦା ହେଲା ନିଦାଘର କଷ୍ଟ ଭୁଲିଗଲା କିନ୍ତୁ ରାଜେଶ ବାବୁଙ୍କ ମନ ଝରଣା ଦେଖିବେ ତା ଜଳରେ ତନ ମନ ଧୋଇବେ ରବିବାର ହୋଇଥାଏ ତେଣୁ ପାହାଡ଼ି ବର୍ଷାର ମଜା ନେବାକୁ ବାହାରି ପଡିଲେ ରାଜେଶ ବାବୁ ସାଙ୍ଗରେ କେତେଜଣ ଅଧଃସ୍ତନ କର୍ମଚାରୀକୁ ନେଇ ପାଖ ପାହାଡ଼ି ଗାଁ କୁ ପାହାଡ଼ି ଝରଣାର କୁଳୁକୁଳୁ ଝଙ୍କାରରେ ଝଙ୍କୃତ ହେଉଥାଏ ପାହାଡ଼ି ଗାଁ
ନିଜକୁ ଆଉ ସମ୍ଭାଳି ନପାରି ଝରଣା ପାଣିରେ ବୁଡି ଗାଧୋଇ ପଡିଲେ ରାଜେଶ
ରାଜେଶ :-
ବାଃ
କି ସୁନ୍ଦର ପାଣି
ବହୁତ ସ୍ୱଚ୍ଛ ଆଉ ଥଣ୍ଡା ବି ଅଛି
ନୂଆ ପାଣି ଦେହରେ ଗଲାଣି ଦେଖୁଦେଖୁ ଥଣ୍ଡା ଜ୍ଵର ରାଜେଶଙ୍କୁ ଆସିଗଲା ତା ପରଦିନ
ଏକୁଟିଆ ଲୋକ ଏକଥା ଭାବି ସୁସ୍ମିତା ତାଙ୍କ ଘରକୁ ଡାକିନେଲେ ତାଙ୍କ ବାପା ବୋଉ ଭାଇ ମଧ୍ୟ କହିଲେ ।
ଇଚ୍ଛା ନଥିଲେ ବି ଏକୁଟିଆ କଥା ଚିନ୍ତା କରିକି ଗଲେ ରାଜେଶ । ଅତିଥି ଚର୍ଚ୍ଚାରେ ଉଣା କରିନାହାନ୍ତି ସୁସ୍ମିତାଙ୍କ ମା ଠିକ ସମୟରେ ଔଷଧ ଖାଇବାକୁ ଦେବା ଜ୍ୱର ପାଟିକୁ ରୁଚିବା ଭଳି ଖାଇବା ଠୁ ନେଇକି ସମସ୍ତ ଦେଖା ଚାଂହା ସେ କରିଲେ ନିଜ ପିଲା ପରି । ଦୀର୍ଘ ଆଠ ଦିନ ପରେ ରାଜେଶ ସୁସ୍ଥ ହେଲେ ଏବଂ ଯିବାକୁ ବାହାରିଲାରୁ । ସୁସ୍ମିତା ଙ୍କ ମା କହିଲେ " ଦେଖନ୍ତୁ ଆପଣଙ୍କ ଏଠି କଣ ଅସୁବିଧା ହେଉଛି କି ଏକୁଟିଆ ଲୋକ ତା ଛଡା ପିଲା ଲୋକ ଆପଣ ଖାଇବା ପିଇବା ଅସୁବିଧା ହେଉଛି ମୋର ପୁଅ ତ ଆପଣଙ୍କ ବୟସର ତେଣୁ ଆପଣଙ୍କୁ ମୁଁ ସେଇଭଳି ଭାବେ । ତେଣୁ ଆପଣ ଯଦି ଏଠି ରହିବାକୁ ଅସୁବିଧା ଲାଗୁଚି quarter ରେ ରୁହନ୍ତୁ କିନ୍ତୁ ମୋ ପାଖରେ ଖାଇବେ ଆପଣ । ମୋତେ ନିଜ ମା ଭଳି ଭାବନ୍ତୁ ଆପଣ । "
ରାଜେଶ :- ନା ମାଉସୀ ହଇରାଣ କାହିଁକି ହେବେ ଆପଣ ମୋ ପାଇଁ ।
ସୁସ୍ମିତା ଙ୍କ ମା :- ନା ହଇରାଣ କଣ ଆପଣ ମୋ ଝିଅର ବଡ଼ ଅଫିସର ଆପଣ ହଇରାଣ ହେବେ ମୋତେ ଭଲ ଲାଗିବନି । ମୁଁ ତ ରୋଷେଇ କରୁଛି ଚାରିଜଣ ପାଇଁ ଆପଣଙ୍କ ପାଇଁ କରିବାକୁ କେତେ କଷ୍ଟ । ମୋ ରାଣ ଆପଣ ଏଇଠି ଖାଇବେ ।
ରାଜେଶ :- ଆପଣ ମାଉସୀ ରାଣ ପକେଇ ବାନ୍ଧିଦେଲେ ହଉ ଠିକ ଅଛି ମାଉସୀ ଆପଣଙ୍କ କଥା ରହିଲା ...
ୟା ପରେ ସବୁଦିନ ରାଜେଶ ଆସନ୍ତି ଖାଇବା ପିଇବା କରନ୍ତି ଆସ୍ତେ ଆସ୍ତେ ନିଜ ଘର ପରି ହୋଇଗଲେ ।
ସୁସ୍ମିତା ଙ୍କ ମା ବି ତାଙ୍କୁ ବହୁତ ଆଦର ଯତ୍ନ କରନ୍ତି ଏପରିକି ସେ ଖାଇକି ହାତ ଧୋଇକି ଆସିଲା ବେଳକୁ ଚାହିଁଥାଆନ୍ତି କେତେବେଳେ ଆସିଲେ ହାତ ପୋଛିବାକୁ ତଉଲିଆ ଦେବେ ଏଭଳି ଆତିଥ୍ୟ ଥିଲା ତାଙ୍କର ।
ସୁସ୍ମିତା ବି ଏଭିତରେ ବହୁତ ମିଶି ଯାଇଥାଏ ରାଜେଶଙ୍କ ସହ ଏବଂ ଏ ଭିତରେ ସୁସ୍ମିତା ରାଜେଶଙ୍କୁ ଭଲ ପାଇଁ ଯାଇ ଥାଏ ତାଙ୍କର ସ୍ଥିର ନମ୍ର ବ୍ୟବହାର ଓ ସରଳିଆ ପ୍ରକୃତିକୁ ଦେଖି ...
କିନ୍ତୁ ! ରାଜେଶଙ୍କ ସେପରି କୌଣସି ଲକ୍ଷଣ କେବେ ସେ ଦେଖିନାହାନ୍ତି ତେଣୁ ସାହସ ହୁଏନି କହିବାକୁ ହେଲେ ମନରେ ଥାଏ କେଉଁ ସୁଯୋଗରେ ଜଣେଇବେ । ଏମିତି ପାଖାପାଖି ଅଢେଇ ମାସ ବିତିଗଲା । ସୁସ୍ମିତା ତାଙ୍କ ଏକ ସାଙ୍ଗ ରେବତୀକୁ ଜଣେଇଲେ ।
ରେବତୀ :- ଦେଖେ ସାଙ୍ଗ ପୁଅଙ୍କୁ ଇଂପ୍ରେସ କରିବାକୁ ହେଲେ ଭଲ ରୋଷେଇ କରି ଖାଇବାକୁ ଦେ ସେ ଆସିଲେ ଖାଇବା ତୁ ନେଇକି ଦେ ମାଙ୍କୁ କହ ମୁଁ ଦେଇ ଦେଉଛି ଏମିତି ଟିକେ ଟିକେ କରେ ।
ସୁସ୍ମିତା :- ହଉ ଠିକ ଅଛି ।
ସୁସ୍ମିତା ଏଥର ଖାଇବା ବାଢିକି ଦିଅନ୍ତି ରାଜେଶ ପାଖରେ ଓ ସାର ଏଟା ନିଅନ୍ତୁ ସେଇଟା ଖାଆନ୍ତୁ ଏପରି ସେଵା ଚର୍ଚ୍ଚାରେ ଲାଗି ପଡିଲେ ।
ସୁସ୍ମିତା ନିକଟତର ହେବାକୁ ପ୍ରୟାସ କରୁଥାନ୍ତି ।
ଦିନ କର କଥା ସୁସ୍ମିତା ସାହସ କରିକି ଏକ ମେସେଜ ରାଜେଶଙ୍କ whatapp କୁ ଦିଅନ୍ତି । କିଛି ସମୟ ଉପରନ୍ତେ ରାଜେଶ ଦେଖିଲେ
ତାଙ୍କ ମୁଣ୍ଡକୁ କିଛି ପଶୁ ନଥାଏ
ଇଏ କି ମେସେଜ କରିଛନ୍ତି ସୁସ୍ମିତା
" ରାଜେଶ ସାର ମୁଁ ଆପଣଂକୁ ବହୁତ ପସନ୍ଦ କରେ
ଆପଣଙ୍କ ସରଳିଆ କଥା
ଭଦ୍ର ନମ୍ର ବ୍ୟବହାର ମୋତେ ବହୁତ ଭଲ ଲାଗେ ।
ଆପଣଙ୍କ ଏହି ଗୁଣ ପାଇଁ ମୁଁ ନୁହେଁ ସମସ୍ତେ ଆମ ଘରେ ବି ଭଲ ପାଆନ୍ତି ଆପଣଙ୍କୁ !
ମୁଁ ଆପଣଂକୁ ଭଲ ପାଏ ସାର !
ରାଜେଶ ଫୋନ କଲେ ସୁସ୍ମିତା ଙ୍କୁ
କ୍ରିଙ୍ଗ କ୍ରିଙ୍ଗ
ସୁସ୍ମିତା ଫୋନ ଉଠାନ୍ତେ
ରାଜେଶ :- ସୁସ୍ମିତା ମାଡ଼ମ ଟିକେ ମୋ ଅଫିସ ରୁମ କୁ ଆସନ୍ତୁ ତ ଟିକେ ପରେ ।
ସୁସ୍ମିତା ମନେ ଖୁସି ବୋଧେ ସତରେ ସାର ମାନିଗଲେ ଏଭଳି ଲୋକ ଭାଗ୍ୟରେ ଥିଲେ ମିଳେ !
ସୁସ୍ମିତା କିଛି ସମୟ ପରେ ଆସିଲେ ।
ରାଜେଶ :- ଇଏ କଣ ସୁସ୍ମିତା ମାଡ଼ମ ଏ କି ସବୁ ମେସେଜ କରିଛନ୍ତି ଆପଣ । ଏ କି ପିଲାଳିଆମୀ ଆପଣଙ୍କର ମୋତେ କହିବେ କି ?
ସୁସ୍ମିତା କିଛି କହିବା ଆଗରୁ ପୁଣି ରାଜେଶ
ଆପଣ ଏଠୁ ଯାଆନ୍ତୁ ଏବେ ମାଡ଼ମ ରାଜେଶଙ୍କ ଏଭଳି କଥାରେ ସୁସ୍ମିତା ଫେରି ଆସିଲେ ଓ ମନରେ ତାଙ୍କର ଅଜସ୍ର କୋହ ହତାଶାର ପାହାଡ଼ ଥାଏ । ଏଭିତରେ କିଛି ଦିନ ବିତି ଯାଇଥାଏ । ଆସ୍ତେ ଆସ୍ତେ ସମ୍ପର୍କ ଟିକେ ଦୁରେଇବା ଉଦ୍ଧେଶ୍ୟରେ ରାଜେଶ ଆଗଭଳି ସେତେ ଯିବା ଆସିବା କରନ୍ତିନି ; ଏଭିତରେ ଦୁଇ ମାସ ବିତି ଯାଇଥାଏ ସୁସ୍ମିତା ଆସିଗଲେ ରାଜେଶଙ୍କ ରୁମକୁ ହାତରେ ଟିଫିନ୍ ବାକ୍ସ !
ରାଜେଶ :- ମାଡ଼ମ ଏ କଣ ଟିଫିନ୍ କଣ ଧରିଛନ୍ତି ? ..
ସୁସ୍ମିତା :- ସାର ଆଜି ଟିକେ ପିଠା ତରକାରୀ ମୁଁ କରିଥିଲି ଭାବିଲି ଆପଣଙ୍କ ପାଇଁ ଟିକେ ?
ରାଜେଶ:- ନା ଏ ସବୁ କଣ ଦରକାର ଅଛି
ରାଜେଶ ସୁସ୍ମିତା ଓ ତାଙ୍କ ପରିବାରର ରଙ୍ଗ ଢଂଗ ସବୁ ଠଉରାଇ ସାରିଥିଲେ ଶେଷକୁ ବଦଳି ହେବା କଥା ମନସ୍ତ କଲେ ।
ଚେଷ୍ଟା ବି ଚାଲିଲା ଓ ବଦଳି ହୋଇଗଲେ ଏ ସମସ୍ୟା ଦୂର ହୋଇଯିବ ଏହି ଭାବନାରେ ସେ ଥାନ୍ତି ।
ରାଜେଶଙ୍କ ଜନ୍ମ ଦିନ ପଡେ ଏଭିତରେ ହାତରେ ଟିଫିନ୍ ବାକ୍ସ ଓ ଫୁଲ ତୋଡ଼ା ନୂଆ ଡ୍ରେସ ଧରି ଆସନ୍ତି ସୁସ୍ମିତା
ସୁସ୍ମିତା :- ମନେ ମନେ ଗୁଣୁଗୁଣୁ ହୋଇ
ଆଜି ଯେମିତି ହେଲେ କହିକି ରହିବି ଆଉ ମନେଇକି ଯିବି ବି
ପୁରୁଷ ପିଲା ମାନେ କେମିତି ଫସେଇବାକୁ ହେବ ରେବତୀ କହୁଥିଲା
ଆଜି ଚେଷ୍ଟା କରିବି କିନ୍ତୁ ?
ସୁସ୍ମିତା ପହଞ୍ଚି
ସୁସ୍ମିତା:- ସାର ନମସ୍କାର
ହାପି ବାର୍ଥ ଡେ ସାର
ସାର ଆପଣଙ୍କ ଜନ୍ମ ଦିନ ହେଲେ ଆପଣ ଏକା ତେଣୁ ମୁଁ ଆପଣଙ୍କ ପାଇଁ କିଛି ଖାଇବା ଆଉ ଗିଫ୍ଟ ଆଣିଥିଲି ମନା କରିବେନି ସାର
ରାଜେଶ :- ଧନ୍ୟବାଦ ଆପଣ ଏତେ କଷ୍ଟ କିଆଁ କରୁଥିଲେ ।
ସୁସ୍ମିତା :- ସାର ଗୋଟେ କଥା କହିବି ଟିକେ
ରାଜେଶ:- କୁହନ୍ତୁ
ସୁସ୍ମିତା :- i love you rajesh sir
ମୁଁ ଆପଣଙ୍କ ବିନା ମରିଯିବି
ଆପଣଙ୍କୁ ମୁଁ ବହୁତ ବହୁତ ଭଲ ପାଏ ।
ଏତିକି କହି ସୁସ୍ମିତା ରାଜେଶ ଙ୍କ ପାଖକୁ ଯାଇ ହାତ ଧରିପକେଇଲେ ଏବଂ ଏକ ଗୋଲାପ ତୋଡ଼ା ଦେଲେ ।
ରାଜେଶ :- ତୁମ ମୁଣ୍ଡ ଖରାପ ହେଇ ଯାଇଚି କି ଏମିତି ହେଉଛ
ଯାଅ ଏଠୁ
ଜଲଦି ଯାଅ
ଆଗକୁ ଏମିତି କରିବନି
ତମେ ନିଜକୁ ଦେଖିଚ ମୋ ସହ ତମେ
କଣ black and white ହେବ
ମୁଁ ଆଉ ତମେ
ଦେଖ ମୁ ଗୋରା ମୋର ପସନ୍ଦ ବି ସେୟା
ତମ ପରି ସାବନା ରଙ୍ଗ ଝିଅ ନୁହେଁ
ଏବଂ ତମ ଜିନିଷ ସବୁ ନେଇ ଯାଅ
ଲୁହ କୋହ ଯନ୍ତ୍ରଣା ରେ ଜର୍ଜରିତ ହୋଇ ଫେରିଲେ ସୁସ୍ମିତା
ଏମିତି ଦିନେ ସାଇଟ କାମ ଦେଖିବାକୁ ଯାଇଥାନ୍ତି ରାଜେଶ ସେ କଣ୍ଟ୍ରାକ୍ଟର ଜଣେ ଖଳ ପ୍ରକୃତିର କୌଣସି କାମ ନକରେଇକି ଟଙ୍କା ଆତ୍ମସାତ କରିବା ରେ ମାହୀର ।
ତାଙ୍କ ସହ ଯୁକ୍ତିତର୍କ ହୁଏ ରାଜେଶଙ୍କର ।
କଣ୍ଟ୍ରାକ୍ଟର :- ଦେଖନ୍ତୁ ସାର କାମରେ ବାଧା ଦିଅନ୍ତୁନି ଛୋଟ ପିଲା ଆପଣ ଟିକେ ବୁଝନ୍ତୁ ନହେଲେ ହଇରାଣ ହେବାକୁ ପଡିବ ଆପଣଙ୍କୁ ।
ରାଜେଶ :- ମୁଁ ତମର ସବୁ କାମ ବନ୍ଦ କରୁଛି ଯଦି ଭଲ କାମ କରିବ ତ ରଖ ନହେଲେ କିଛି କରେଇ ଦେବିନି ।
କଣ୍ଟ୍ରାକ୍ଟର ରାଗରେ ଜଳୁଥାଏ ।
ତାପର ଦିନ ରାଜେଶ ମୋର୍ଣ୍ଣିଙ୍ଗ walk ରେ ଯାଇଥାନ୍ତି ଏକୁଟିଆ ଜାଗା ଦେଖି ଅତର୍କିତ ଭାବେ ମୁଣ୍ଡରେ କିଏ ବାଡେଇ ଦେଇଗଲା ।
ଧାର ଧାର ରକ୍ତ ବହୁଥାଏ ।
କିଛି ଲୋକ ଦେଖିକି ଖବର ଦେଲେ ସୁସ୍ମିତା ଙ୍କ ଘରେ ।
ସୁସ୍ମିତା ଙ୍କ ପାଦରୁ ମାଟି ଖସି ଗଲା ସାଙ୍ଗେ ସାଙ୍ଗେ ସମସ୍ତେ ଦୌଡ଼ିଲେ ।
ମେଡିକାଲ ନେଇଗଲେ ଭୀଷଣ ରକ୍ତଶ୍ରାବ ଯୋଗୁ ଚେତା ବି ନାହିଁ ।
ଡାକ୍ତର ବାବୁ :- ବ୍ଲଡ଼ ଦରକାର ୟାଙ୍କର B ve କାହାର ସେଇ ଗ୍ରୁପ ଅଛି ଦିଅନ୍ତୁ ।
ସୁସ୍ମିତା :- ମୋର ସେଇ B positive ସାର ଟେଷ୍ଟ କରେଇ ନିଅନ୍ତୁ ଯେତେ ଦରକାର ନିଅନ୍ତୁ ସାର ।
ସୁସ୍ମିତା ବ୍ଲଡ଼ ଦେଲେ ଏବଂ ରାଜେଶଙ୍କ ଚେତା ଫେରିଲା ।
ଯୋଗକୁ ସେଦିନ ସାବିତ୍ରୀ ବ୍ରତ ହୋଇଥାଏ ।
ପୁରାଣରେ ସେଦିନ ସିନା ସାବିତ୍ରୀ ସିନା ବଞ୍ଚେଇଥିଲେ ନିଜ ସ୍ୱାମୀକୁ ଯମଙ୍କ ଠାରୁ କିନ୍ତୁ ସୁସ୍ମିତା ନିଜର ଦେହରୁ ରକ୍ତ ଦେଇ ଆଜି ରାଜେଶଙ୍କ ପ୍ରାଣ ବଞ୍ଚେଇଲେ ଏବଂ ଭିନ୍ନ ଏ ସାବିତ୍ରୀ ହୋଇଗଲେ ।
ସୁସ୍ମିତା :- ରାଜେଶ ନ ମାନନ୍ତୁ ମୁଁ କିନ୍ତୁ ତାକୁ ଭଲ ପାଏ ତାଙ୍କ ପାଇଁ ଏ ଦୁଇ ବୋତଲ କଣ ସବୁ ରକ୍ତ ନିଗାଡି ଦେବି
ହୋଇପାରେ ଆମର ବିବାହ ହୋଇନି କିନ୍ତୁ ମୁଁ ତାଙ୍କୁ ମୋ ମନରେ ରଖିଛି ଭଗବାନ ସାକ୍ଷୀ ମୁଁ ତାଙ୍କ ଭଦ୍ରତା ସରଳତା ଓ ସଂସ୍କାରୀ ଗୁଣକୁ ଦେଖି ମୋ ମନ ମନ୍ଦିରରେ ସଜେଇଛି । ସେ ମୋ ରୂପକୁ ପସନ୍ଦ କରନ୍ତିନି ଟିକେ କଳା ବୋଲି ହଉ ନ ହେଲା ନାହିଁ ସେ ଯୋଉଠି ରହିଲେ ବି ସୁଖରେ ରୁହନ୍ତୁ ଏତିକି ମୁଁ ସବୁବେଳେ ଠାକୁରଙ୍କୁ ଡାକିବି ।
ମୁଁ ତାଙ୍କୁ ନ ପାଇଲେ ବି ତାଙ୍କ ପାଇଁ ଆଜୀବନ ପ୍ରାର୍ଥନା କରୁଥିବି ତାଙ୍କ ଖୁସି କାମନା କରି
ମୁଁ ମୋ ମନ ପ୍ରାଣରୁ ତାଙ୍କୁ ଭଲ ପାଏ ଓ ପାଉଥିବୀ ସେ ଯେତେ ଖରାପ ପାଇଲେ ପାଆନ୍ତୁ ; ହେଲେ ମୋ ପ୍ରଥମ ପ୍ରେମ ସେ ! ଏ କଥା ସବୁ ରାଜେଶ ଶୁଣୁଥାନ୍ତି ଏବଂ ସୁସ୍ମିତା କୁ ବୁଝି ପାରିଲେ ଏବଂ ତାକୁ ନିଜ ରଙ୍ଗ ନେଇକି ଏତେ କଥା କହିଥିବାରୁ ନିଜକୁ ଲଜ୍ଜ୍ଵ। ଅନୁଭବ କରୁଥିଲେ ।
ରାଜେଶ :- ସୁସ୍ମିତା ଟିକେ ଶୁଣ ଦରକାର ଅଛି
ସୁସ୍ମିତା
ରାଜେଶଙ୍କ ପାଖକୁ ଆସନ୍ତେ ସୁସ୍ମିତା
ରାଜେଶ :- ସୁସ୍ମିତା i love you
ମୁଁ ତୁମକୁ ବିବାହ କରି ଜୀବନ ସାଥୀ କରିବାକୁ ଚାହେଁ କଣ ମୋ ସହ ଚାଲିବାକୁ ପ୍ରସ୍ତୁତ ତ ତମେ !
ଆସ ମୋ ପାଖକୁ ଆସ ଟିକେ ମୋ ପାଖରେ ବସ ମୋତେ ଭଲ ଲାଗିବ ଟିକେ ।
ସୁସ୍ମିତା ଯାଇକି ପାଖରେ ବସିଲେ ଓ ରାଜେଶଙ୍କ ହାତକୁ ଏକ ଚୁମ୍ବନ ଦେଇ କହିଲେ i love you ସାର
ରାଜେଶ :- ସାର ନୁହେଁ ରାଜେଶ
ତମ ବାପା ବୋଉକୁ କୁହ ଆମ ଘରକୁ ଯିବେ ଓ କଥା ହେବେ
ସେଦିନ ସିନା ସାବିତ୍ରୀ ନିଜ ସ୍ୱାମୀକୁ ଯମ ମୁଂହରୁ ବଞ୍ଚେଇଥିଲେ ହେଲେ ତମେ ମୋ ସାବିତ୍ରୀ ମୋତେ ଆଜି ଯମ ଠୁ ଫେରେଇ ଆଣିଲ ଏବଂ ନିଜ ହାତ ପରସା ଖୋଇଥିଲ ଏବେ ନିଜ ରକ୍ତ ଦେଇ ବଞ୍ଚେଇଲ ତମେ ମୋ ସାବିତ୍ରୀ
ଭିନ୍ନ ଏକ ସାବିତ୍ରୀ
ଏତିକି କହି ସୁସ୍ମିତା ଙ୍କ କପାଳେ ଏକ ଚୁମ୍ବନ ଆଙ୍କି ଦେଲେ ରାଜେଶ