Dr.Soumya Ranjan Khatua

Drama Classics Inspirational

4  

Dr.Soumya Ranjan Khatua

Drama Classics Inspirational

ଚଷମା

ଚଷମା

3 mins
209


ସିପୁନ ଜଣେ ଚିକିତ୍ସା ବିଜ୍ଞାନୀ ଛାତ୍ର ବୟସ ତେଇସି ହେବ ପଞ୍ଚମ ବର୍ଷ ଭେଷଜ ବିଜ୍ଞାନର ଛାତ୍ର କଟକ ଏସସିବି ମେଡିକାଲ କଲେଜର । ବାପା ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ

ବାପାଙ୍କର ଇଚ୍ଛା ଥିଲା ମୋ ପୁଅକୁ ଏକ ସରକାରୀ ପ୍ରଥମ ଶ୍ରେଣୀ କନିଷ୍ଟ ବର୍ଗର ଅଧିକାରୀ କରିବି ତେଣୁ ଆଉ ମାତ୍ର କେଇ ମାସ ପରେ ପୁଅ ପଢ଼ା ସରେଇ ହାଉସ ଅନ ସର୍ଜନ ହେବ ।ତେଣୁ ବାପା ଭାରି ଖୁସି ଜୀବନ ସାରା ତାଙ୍କର ଗୋଟେ ଇଛା ମୋ ପୁଅ କେମିତି ଭଲ ମଣିଷ ହେବ । ଭଲ ଖାଇବ ଭଲ ପିନ୍ଧିବ ଆଉ ଭଲରେ ରହିବ ବୋଲି ପୁଅ ଜନ୍ମଠୁ ଲାଗିଛନ୍ତି । ପୁଅ ଯେତେବେଳେ ଡାକ୍ତର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଡ଼ମିଶନ କଲା ବାପାଙ୍କର ଗୋଡ଼ ତଳେ ଲାଗୁ ନଥିଲା । ସବୁବେଳେ ନିକଟସ୍ଥ ଡାକ୍ତର ଖାନା ଆଡ଼କୁ ଯିବେ ସେଠିକାର ଡାକ୍ତର ବି ମଉସା ବୋଲି କହି ବହୁତ ଆଦର ସମ୍ମାନ ଦିଅନ୍ତି । ଡାକ୍ତରଖାନାର କର୍ମଚାରୀ କୁହନ୍ତି ସାର ପୁଅ ପାସ କରି ଚାକିରୀ ପାଇଲେ ଏଇ ମେଡିକାଲ ପାଇଁ ଚେଷ୍ଟା କରିବେ ।ବାପା :- ହଁ ସନିଆ ବାବୁ ମୁ ତ ଚ।ହୁଛି ଆଉ ଗୋଟେ ବର୍ଷ ସରିଲେ ଗଲା ପୋଷ୍ଟିଂ ହେଲେ ଏଠିକି ଆସିବ ମିଶିକି ରହିବୁ ମୋ ଆଉ ସାତ ବର୍ଷ ଅଛି retirement ସେ ଯାଇ ଏଠି ରହୁ ତାପରେ ଟ୍ରାନ୍ସଫର ହେଇକି ସେ ଆମ କଟକ ପଳେଇବ । ଏମିତି ଭାରି ସ୍ୱପ୍ନ ଥିଲା ବାପାଙ୍କର ।ଇଆଡ଼େ ସିପୁନ ଭାରି ଭଲ ପାଏ ବାପାଙ୍କୁ । କିନ୍ତୁ ସେ ଟିକିଏ ଅଏସ ଆରାମ ପ୍ରକୃତିର । ଭାରି ଅଳସୁଆ ଯାହା କଣ ଟିକିଏ ପଢିଦିଏ ମନ ରହିଯାଏ ଆଉ ଲେଖିକି career ଭଲ କରିଛି ନହେଲେ ଗୋଟା ଅଳସୁଆ ସ୍ୱଭାବର । ବାପା ବି କୁହନ୍ତି ହଁ ସେ ଚାକିରୀ କଲେ ଭଲ ଝିଅ ଗୋଟେ ଦେଖି ବାହା କରେଇଦେବୀ ସେ ବୁଝିବନି ହଉ ଅଳସୁଆ ପୁଅ ତ ମୋର । ବଡ଼ ହେଲେ ବୟସ ବଢିଲେ ଛାଆଁ ସବୁ କରିବ ସେ ପିଲା ଲୋକ ଟିକିଏ ଅଳସୁଆ ହେଉଛି । ତେଣୁ ସେ ଦେଖନ୍ତିନି ସିପୁନର ଏ ଗୁଣକୁ ଛୋଟ ବେଳୁ ଅତି ଗେହ୍ଲା ହୋଇ ଅଳସୁଆ ହେଇ ଯାଇଛି। ସିପୁନ ଭାରି ଅଳସୁଆ ଓ ଡ଼ରୁଆ ପ୍ରକୃତିର ଯେ ସାଇକେଲ ବାବୁ ଶିଖିଲେ ନବମ ଶ୍ରେଣୀରେ ।ଏବେ ମଟର ସାଇକେଲ ଚଲା ପୁଣି କେବେ ଗଲା ବର୍ଷ ଦଶହରା ଛୁଟିରେ ବାପା ଜିଦ୍ଦି କରେଇ ଶିଖେଇଲେ । ସିପୁନର ଡର କାଳେ ପଡିଯିବି କି ?

ହେଲେ ବାବୁ ଶିଖିଗଲେ କିନ୍ତୁ ଏବେ ମୁଣ୍ଡରେ ଭୁତ ପଶିଛି ମୁ ବି ମଟର ସାଇକେଲ ଚଳେଇ କଲେଜ ଯିବି ।

ସେଇଥିପାଇଁ ଦୁଇ ଦିନ ହେବ ବାବୁ ଙ୍କର ଅଝଟ ମମି ବାପା ଙ୍କୁ କହ ମୋତେ glamour FI କିଣିଦେବେ ମୁ ଚଲେଇକି ଯିବି ବହୁତ ସାଙ୍ଗ ପିଲା ଆସୁଛନ୍ତି ।ବାପା ବି କହିଲେ ହଁ କିଣିବାକୁ ତ ପଡିବ ଏବେ ନହେଲେ ବର୍ଷେ ପରେ ଚାକିରୀ କରିବ ଗାଡି ଦରକାର ହେବ । ତେଣୁ ଗାଡି ପସନ୍ଦ କରିକି ବୁକ ବି କରିଦେଇଛନ୍ତି ହେଲେ କହି ନାହାନ୍ତି ସିପୁନ କୁ ।ହେଲେ ସିପୁନ ସେଇଭଳି ତାର ଜିଦ୍ଦିରେ ଥାଏ ।ଏମିତି ସେଇ ଦିନ ସନ୍ଧ୍ୟାରେ ବାପା ତାଙ୍କ ଚଷମା ଦେଖୁଥାନ୍ତି କାଚରେ ଟିକିଏ scratch ଦାଗ ହେଇ ଯାଇଚି ଭଲରେ ଦେଖା ଯାଉନି ।ବାପା :- ସିପୁନ ଯିବୁ ଟିକେ ମୋ ଚଷମାର କାଚ ବଦଳେଇ ଆଣିବୁ ଆଉ ତାର power ଟିକେ ଠିକରେ ଦେଖିକି ଆଣିବୁ , ତୁ ତ ଡାକ୍ତର ଭଲରେ ଯାଞ୍ଚ କରି ଜାଣି ପାରିବୁ ।ସିପୁନ କିଛି ନକହି ଚୁପ ରହିଥାଏ ।ସନ୍ଧ୍ୟା ଆଠ ବୋଧେ ହେବ । କିଛି ନ କହି ଚୁପ ରହିଲା କେତେ ସମୟ ଯାକେ ।ଏକ ମିନିଟ ଚୁପ ରହିଲା ପରେ ସିପୁନ ପାଟିରୁ ଭାସି ଆସୁଛି ବାପା ମୁ କାଲି ସକାଳେ କରି ଆଣିବି ।ଏବେ କିଏ ଯିବ ମୋର ?ବାପା କିଛି କହିଲେନି

ତା ପର ଦିନ ସକାଳୁ ବାପା ବାହାରିଗଲେ ମା ଙ୍କ ସହ

ଦିନ ବାରଟା ରେ ଆସି ଘରେ ପହଂଚି ଡାକିଲେ ।

ସିପୁନ ! ସିପୁନ !ଆସେ ଏଠିକି ।

ସିପୁନ :- ଆଜ୍ଞା ବାପା ନିଅ ତୁମ ଚଷମା ମୁ କରି ଆଣିଛି ମୁଁ କାଲି ଅଭିମାନ କରିଥିଲି ତେଣୁ ଏମିତି ଯିବିନି ବୋଲି କହିଲି । ମୋତେ କ୍ଷମା କରି ଦିଅ କହିକି ପାଦ ଛୁଇଁବାକୁ ଆସିଲା ବେଳକୁ ଦେଖେତ ଦାଣ୍ଡରେ ଠିଆ ହୋଇଥାଏ ନୂଆ ନୀଳ ରଙ୍ଗର glamour FI ବାଇକ ସିପୁନ ମୁହଁରେ ଯେତିକି ହସ ଥିଲା ତାଠୁ ଅଧିକ ଗଲା କାଲିର ଚଷମା କଥା ମନେ ପଡି ନିଜକୁ ଧିକ୍କାର କରୁଥାଏ ମନେ ମନେ ।ଆଉ ସତରେ କଣ ତାର ଗାଡି ଚଢ଼ିବାର ଜିଦ୍ଦିଟା ବାପାଙ୍କର ଚଷମା ସଜାଡ଼ିବାଠୁ ଅଧିକ ଜରୁରୀ ଥିଲା କି ! ।



Rate this content
Log in

Similar oriya story from Drama