Dr.Soumya Ranjan Khatua

Drama Classics Inspirational

3  

Dr.Soumya Ranjan Khatua

Drama Classics Inspirational

ବାର୍ଥ ଡେ କେକ୍

ବାର୍ଥ ଡେ କେକ୍

8 mins
223


ନଅ ବର୍ଷର ବାସନ୍ତୀ ବସ୍ତିର ପୁଅ ସିପୁନ , ବାପା ସମୀର ଅଟୋ ଚାଳକ। ଦେଖିବାକୁ ଯେମିତି ଡୌଲଡାଉଲ କଥା ବି ସେମିତି ମନ କିଣି ନିଏ ରାଜଧାନୀ ବାସନ୍ତୀ ବସ୍ତି ଅଧିବାସୀଙ୍କର । ସମୀର ରାଜଧାନୀ ର ଛାତିରେ ଅଟୋ ଚଳେଇ ଯାହା ରୋଜଗାର କରେ ମାଲିକକୁ ତାର ଦୈନିକ ପାଉଣା ଦେଲା ପରେ ଯାହା ବଳେ ସେଥିରେ ତିନି ପ୍ରାଣୀ ସମୀର ତାର ସ୍ତ୍ରୀ ସୁରମା ଓ ପୁଅ ସିପୁନ ଚଳିଯାଆନ୍ତି । ବସ୍ତିର ଛୋଟଠୁ ବଡ଼ ବହୁ ଆଦର କରନ୍ତି ସିପୁନ କୁ ।

ଲୋକ ହୁଅନ୍ତୁ କି ନ ହୁଅନ୍ତୁ ରୋଜଗାର ହେଉ ଅବା ନ ହେଉ ଦୈନିକ ଦେଢ଼ ଶହ ଟଙ୍କା ମାଲିକ ନେବେ , ସେଇ ସର୍ତ୍ତରେ ତ ଗାଡିଟିଏ ଦେଇଛନ୍ତି ସେ । ଆଉ ଏଥିରେ ଖିଲାପ କଲେ ଗାଡି ବି ନେଇ ଯାଇପାରନ୍ତି । କୋଉ ଦିନ ଭଲ ଦିନ ଥିଲେ ବହୁତ ହୋଇଯାଏ ତ କୋଉଦିନ ଶହେ ଟଙ୍କା ଖଣ୍ଡିଏ ବଳେନି ବି ।ଏଭଳି ଦୁଃଖ କଷ୍ଟରେ ସଂସାର ଚଳେଇ ଆସିଲାଣି ସମୀର ଦୀର୍ଘ ଦଶବର୍ଷ ହେବ ସେଇ ସାହୁକାର ସୌମେନ୍ଦ୍ର ଦାସଙ୍କ ଗାଡି ଓ ମୋ ତିନି ପ୍ରାଣୀଙ୍କ ପେଟ କୁ ନେଇ।

ପୁଅ ସିପୁନ ଚତୁର୍ଥ ଶ୍ରେଣୀ ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ପଢେ । ଆଜି ସ୍କୁଲ ରୁ ଫେରି ମନ ମାରି ବସିଛି ।ସୁରମା ପଚାରୁଛନ୍ତି " ତୋର କଣ ହେଇଛି ଧନ ମନ ଦୁଃଖ କରିଛୁ ଗୁରୁମା ଗୁରୁଜୀ ମାରିଲେ କି । "

ସିପୁନ :- ଏ ମା ମୋ ଜନ୍ମଦିନ ତୁ କରିବୁନୁ ମୁ ସମସ୍ତଙ୍କୁ ଡାକିବି । ଆମେ ଘରେ ପୁରୀ କ୍ଷୀରି ତରକାରୀ କରିବା ସବୁ ସାଙ୍ଗ ପିଲାଙ୍କୁ ଖାଇବାକୁ ଦେବା , ଆଉ ବାପାଙ୍କୁ କହିବୁ ଗୋଟେ କେକ୍ ଆଣିବେ ସେଦିନ ମୁ ସିପ୍ରା ର ଜନ୍ମଦିନରେ ତାଙ୍କ ଘରକୁ ଯାଇଥିଲି ସେଠି ତା ବାପା ଗୋଟେ ବଡ଼ କେକ୍ ଆଣିଥିଲେ ସେ ପ୍ରଥମେ କେକ୍ କାଟିଲା ଓ ତାପରେ ଆମକୁ ସମସ୍ତଙ୍କୁ ଖୁଆଇଲା ଖଣ୍ଡେ ଖଣ୍ଡେ କେକ୍ ।

ତାପରେ ବାପା ତାର ତାକୁ ଗୋଟେ ସାଇକେଲ ଉପହାର ଦେଲେ । ଏ ମା ମୁ ଆଜି ବାପା ଙ୍କୁ କହିବି ମୋର ତ କେବେ ଏମିତି ହେଇନି । ନୂଆ ସାର୍ଟ କେବଳ ରଜ ନହେଲେ ଗଣେଶ ପୂଜା କୁ ହି କରୁଚୁ ଆଉ କେବେ କରୁନୁ । ଖାଲି ମିଛ କହିକି ଭଣ୍ଡେଇ ଦେଉଛୁ ।

ସୁରମା :- ନା ରେ ଧନ ସେମିତି କିଛି ନାହିଁ ; ମୁ କାହିଁକି ତୋତେ ମିଛ କହିକି ଭଣ୍ଡେଇବି ।

ହଉ ତୁ ଆସେ ଖାଇଦେବୁ ତୋ ପାଇଁ ଆଜି ମୁ ଆଳୁ ତରକାରୀ କରିଛି ଆଉ ତୁ ଉପମା ଖାଇବାକୁ ଭଲ ପାଉ ବୋଲି ଉପମା ବି କରିଦେଇଛି । ତୁ ଖାଇକି ଶୋଇପଡ ରାତି ସାଢ଼େ ଆଠ ହେଲାଣି ତୋ ବାପା ଅଟୋ ଧରିକି ଆସୁଥିବେ ।ସେ ଆସିଲେ ମୁ କହିବି ତାଙ୍କୁ ।

ତେଣେ ସମୀର ମାଲିକ ଘରେ ଦିନ ମାନର ରୋଜଗାର ଚାରି ଶହ ପଚାଶ ଟଙ୍କା ରୁ ତେଲ ବାବଦ କୁ ଶହେ କୋଡିଏ କାଟିକି ଆଉ ଦୈନିକ ମାଲିକଙ୍କ ଭଡା ଦେଢ଼ଶହ ଟଙ୍କା ଦେଇ ବଳକା ଟଙ୍କା ଆଣିକି ଘରେ ପହଞ୍ଚି ଦେଖନ୍ତି ତ ପୁଅ ଶୋଇ ଯାଇଛି ।

ହେଲେ ଆଜି ପୁଅ ଶୋଇ ପଡିଛି ବୋଧେ ମୋର ଡେରି ହେଇଗଲା ଭାବିକି ଘଣ୍ଟା ଟିକୁ ଅନାଇ ଦେଖେନ୍ତି ତ ମାତ୍ର ଆଠଟା ପଇଁଚାଳିଶି ।

ସମୀର :- ଆରେ ସୁରମା କ'ଣ ସିପୁନ ଏତେ ଜଲଦି ଶୋଇପଡିଛି ଦେହ ଭଲ ନାହିଁ କି ତାର ।

ସୁରମା :- ନା ମ ସେମିତି କିଛି ନୁହେଁ , ବସିକି ଦୁଷ୍ଟ ହେଉଥିଲା ମୁ କହିଲି ଶୋଇପଡ ରାତି ହେଲାଣି , ବାପା ଡେରିରେ ଆସିବେ ।

ସମୀର :- ଓହୋ ତୁମେ ତା ହେଲେ ମିଛ କହିକି ଶୁଆଇ ଦେଇଛ ତାକୁ ।

ସୁରମା :- ଆଉ କ'ଣ କରିଥାନ୍ତି ସେ ତାର ସାଙ୍ଗ ଘରେ ଦେଖିକି ଆସିବ ତାର ଜନ୍ମ ଦିନ କଲେ ଏଟା ଖାଇବାକୁ ଦେଲେ ଏଟା ତାର ବାପା ଆଣିଥିଲେ କେକ୍ କାଟିଲେ ଢ଼ିଙ୍କି କଲେ ବଗ ଦେଲେ ଏମିତି ଦୁନିଆ କଥା କହୁଛି , ମୋର କ'ଣ ପାଇଁ କରୁନ ମୁଁ ବାପାଙ୍କୁ କହିବି ମୋ ପାଇଁ ଏ ଜନ୍ମ ଦିନରେ କେକ୍ ଆଣିବେ , ନୂଆ ଡ୍ରେସ ଆଣିବେ ଓ ସମସ୍ତଙ୍କୁ ଖାଇବାକୁ ଡାକିବେ ପୁରୀ , କ୍ଷୀରି , ତରକାରୀ କରିବେ ଆଉ ସମସ୍ତଙ୍କ ଆଗରେ ମୋତେ ଗିଫ୍ଟ ଦେବେ ଗୋଟେ ନୂଆ ସାଇକେଲ , ମୁ ତ ବଡ଼ ହେଇଗଲିଣି ସାଇକେଲ ଚଲେଇ ସ୍କୁଲ ଯିବି । ଜଗି ଥିଲା କହିବ ବୋଲି ତାକୁ ତାର ପସନ୍ଦର ଉପମା ଆଉ ଆଳୁ ତରକାରୀ କରିକି ଖୋଇଦେଇଛି ଆଉ ଶୋଇପଡ଼ିଲା ।

ସମୀର :- ସବୁଦିନ ଆସି ପହଂଚୁପହଂଚୁ , ମୋ ବାପା ଆସିଗଲେ କହିକି ବାପା ବାପା କହି ଭଡି ଧରେ ମୋ ପୁଅ । ଏତିକି ଟିକେ ଖୁସି ତ ସାରା ଦିନ କଷ୍ଟ କୋଉ ନିମିଷରେ ଦୁରେଇ ଦିଏ । ମୋ ପୁଅକୁ ନିଶ୍ଚୟ ଦୁଃଖ ଲାଗୁଚି ନ ହେଲେ ସେ କଣ କହିଥାନ୍ତା କି ; ତୁମେ କହିଦେବ ମୁ ବାପାଙ୍କୁ କହିଲି ସେ ଏଥର କରିବେ ତୋ ଜନ୍ମଦିନ ଭଲରେ , ଆଉ ସାଇକେଲ ବି ଆଣିବେ।

ହେଲେ ମୋତେ ସେ କିନ୍ତୁ ନ କହିବାକୁ କହିବ । ମୁ ତାକୁ ଉପହାର ଦେବି ନ ଜଣେଇକି ।

ସୁରମା :- ହେଲେ ତୁମେ ଏତେ ଟଙ୍କା କୋଉଠୁ ଆଣିବ ଯେତିକି ହେଉଛି ଘର ଖର୍ଚ୍ଚ ତ କଷ୍ଟ ମଷ୍ଟେ ହେଇ ଯାଉଛି ଆଉ ପୁଣି ପାଖାପାଖି ସାଢେ ଚାରି ରୁ ପାଞ୍ଚ ହଜାର ଲାଗିବ । କୋଉଠୁ କେମିତି କରିବ ?

ସମୀର :- ହଁ ମୁ କରିବି ଟିକେ ଜଲ୍ଦି ଭୋର ରୁ ଅଟୋ ନେଇଯିବି ଆଉ ସାଢେ ଆଠଟା ପରିବର୍ତ୍ତେ ସାଢେ ନଅରେ ଆସିବି । ମୋ ପୁଅର ଇଚ୍ଛା ପୂର୍ଣ୍ଣ କରିବା ମୋ ପ୍ରଧାନ କର୍ତ୍ତବ୍ୟ ; ମୁ ତାକୁ ଚେଷ୍ଟା କରିବି । ମୁ ଜାଣିଛି କର୍ମ କଲେ ଭଗବାନ ନିଶ୍ଚିତ ଫଳ ଦେବେ ।

ସୁରମା :- ତାର ଜନ୍ମ ଦିନ ଆଉ କେତେଦିନ ରହିଲା ଜାଣିଛ ତ ମାତ୍ର ଏକ ମାସ ଆର ମାସ ୧୪ , ସେ ଭିତରେ ହେଇପାରିବ ତ !

ସମୀର :- ହଁ , ସୁରମା ଆଣ ଖାଇବା କାଲିଠୁ ମୁ କର୍ମରେ ଲାଗିଯିବି ।ଏଭଳି କଥୋପକଥନ ପରେ ଖାଇକି ଶୋଇଗଲେ । ସମୀର ମୁଣ୍ଡରେ ଗୋଟେ ଚିନ୍ତା କେମିତି ଗୋଟେ ମାସରେ ଏତେ ଟଙ୍କା ?

ସକାଳ ୫ରୁ ବାହାରି ଗଲେ ସମୀର ଅଟୋ ଧରିକି ସବୁ ଦିନଠୁ ଦେଢ଼ ଘଣ୍ଟା ଆଗରୁ ଭଲ ବ୍ୟବସାୟ ବି ହେଲା ଆଜି ।

ସମୀର :- ଆଜି ମୋର ଆଠ ଶହ ହେଇଚି ତେଲ ଟିକେ ବେଶି ସରିଛି ମାଲିକଙ୍କୁ ଦେଢ଼ ଶହ ତେଲ ଅଢେ଼ଇ ଶହ ପରେ ଚାରି ଶହ ବଳିଲା ଆଜି ପରି ସବୁଦିନ ହେଲେ ନିଶ୍ଚୟ ମୋ ପୁଅ ପାଇଁ ସାଇକେଲ ଆଉ ଜାମା କେକ୍ ସବୁ ଆଣିବି ।

ଏପରି କିଛି ଦିନ ଚାଲିଲା ସମୀର ବି ବହୁତ ଖୁସି !

ସମୀର :- ଆଉ ମାତ୍ର ଦଶ ଦିନ ଅଛି ଆଉ ମୋ ପାଖେ ଚାରି ହଜାର ହେଇଗଲାଣି । ସିପୁନ ଜନ୍ମଦିନରେ ତାକୁ ନେଇକି ଯିବି ଆଉ ତାର ପସନ୍ଦର କେକ୍ ଓ ସାଇକେଲ ସେ ନିଜେ ବାଛିକି ଆଣିବ ।

ଏତେ ଖୁସି ରେ କୋଉଠୁ କୁହୁଡି ମାଡି ଆସିଲା ପରି କୋଉଠୁ ସେ ରାକ୍ଷସ ରୂପୀ ଟ୍ରକଟି ଅତର୍କିତ ଭାବେ ମାଡି ଆସିଲା ; ନିଜକୁ ବଞ୍ଚିବାକୁ ଯାଇ ସେ ପୁରୁଣା ସିଡ଼ି ଡିଲକ୍ସ ବାଇକ ଟି ଯାଇକି ବାଡେଇ ଦେଲା ଏକ ଗଛରେ ଓ ଛିଟିକି ପଡିଲେ ସମୀର । ହେଲମେଟ ସିନା ଜୀବନ ବଞ୍ଚାଇ ଦେଲା ଡାହାଣ ହାତକୁ ଜୋରରେ ମାଡ଼ ବାଜି ଭାଙ୍ଗିଗଲା । ଆଖ ପାଖର କିଛି ଦୟାଳୁ ଵ୍ୟକ୍ତି ତାକୁ ଡ଼ାକ୍ତରଖାନାରେ ପହଞ୍ଚାଇ ଆଶୁ ଚିକିତ୍ସା ଓ ମଲମପଟି ବାଣ୍ଡେଜ କରେଇଲେ । କିନ୍ତୁ ଜୀବନ ତ ଭଗବାନ ଙ୍କ ଦୟାରୁ ବଞ୍ଚିଗଲା ଓ ଦେହ ତ ଭଲ ଯିବ ହେଲେ ଦୈନିକ ଖର୍ଚ୍ଚ ଔଷଧ ଖର୍ଚ୍ଚ କେମିତି ହେବ ଏ ଚିନ୍ତା ଘାରୁଥାଏ ଦୁଇ ପତିପତ୍ନୀଙ୍କୁ ।

ଯାହା ସାଇତା ଥିଲା କେବଳ ସେଇ ଚାରି ହଜାର ଟଙ୍କା ଦୈନିକ ଖାଇବା ଓ ସ୍କୁଲ ଖର୍ଚ୍ଚରେ ଗଲା ଓ ସୌମେନ୍ଦ୍ର ସାର ଙ୍କ ଦିଆ ତିନି ହଜାର ରେ ଔଷଧ ଖାଇବା ଖର୍ଚ୍ଚ ଚାଲିଗଲା । ସମୀର ଙ୍କ ମନ ଦୁଃଖ କିଭଳି ପୁଅ ର ମନ ରଖିବି । ଏଭଳି ମନ ଦୁଃଖରେ ବସିଥାନ୍ତି ଘରେ ; ମନରେ ଦୁଃଖ କେମିତି କାଲି ମୋ ପୁଅ ଜନ୍ମ ଦିନ କରିବି !

ଭଗବାନ ଦେଇକି ବି ସବୁ ନେଇଗଲେ ମୋ ଠୁ। ହଠାତ ସୌମେନ୍ଦ୍ର ବାବୁ ଆସି ପହଁଚିଲେ ।

ସୌମେନ୍ଦ୍ର ବାବୁ :- କି ରେ ସମିର ଭଲ ଅଛୁ ଦେହ ସୁସ୍ଥ ହେଲାଣି ଭଲ ଲାଗୁଚି ତୋତେ ?

ସମୀର :- ଆଜ୍ଞା ନମସ୍କାର , ହଁ ଆଜ୍ଞା ଭଲ ଅଛି ।

ଆଲୋ ଯାଉନୁ ଚିଆର ଟି ପୋଛିକି ଆଣିକି ଦେ ମାଲିକ ଙ୍କୁ । ଆପଣ କାହିଁକି କଷ୍ଟ କରିକି ଆସିଲେ ଆମର ଏ ବସ୍ତି କୁ ।

ଆପଣ ଏତେ ବଡ଼ ଲୋକ ପଚିଶ ଅଟୋ ଓ ପାଞ୍ଚଟି ବସର ମାଲିକ ସୌମେନ୍ଦ୍ର ସାର ଆପଣ । ହେଲେ ମୋ ପାଇଁ ଏତେ ଦୟା କଲେ ମୋ ଚିକିତ୍ସା ଖର୍ଚ୍ଚ ଦେଇ ଭଲ କଲେ ଓ ମୋତେ ଋଣି କରିଦେଲେ ।

ସୌମେନ୍ଦ୍ର ବାବୁ :- ଆରେ ନା ରେ ତମେ ସବୁ ମୋର ପରିବାର , ପରିବାର ଭିତରେ କିଏ ଦୁଃଖରେ କଷ୍ଟରେ ଥିଲେ ମୁରବି କ'ଣ ସୁଖରେ ରହି ପାରିବ । ମୁ ଆସିଥିଲି ତୋ ପାଖେ କିଛି ଟଙ୍କା ନଥିବ ଏତେ ଦିନ ହେବ ତ କାମକୁ ଯାଇନୁ । ନେ ରଖ ପାଞ୍ଚ ହଜାର ଟଙ୍କା ଦେହ ଭଲ ହେବା ଯାଇ ଚଳିବ । ଆଉ ଯଦି କଣ ଅସୁବିଧା ଅଛି କହିବୁ । ଏ ସମୟେ ସିପୁନ ଆସିକି ପାଦ ଛୁଇଁ ମୁଣ୍ଡିଆ ମାରିଲା ତା ବାପା ମାଲିକ ଙ୍କୁ !

ସୌମେନ୍ଦ୍ର ବାବୁ :- ଆରେ ସମୀର ଏ ତୋ ପୁଅ ନା , କେତେ ବର୍ଷ ହେଲାଣି !

ତୋ ପୁଅକୁ କୋଉ କ୍ଲାସ ରେ ପଢୁଛି ।

ସମୀର :- ଆଜ୍ଞା , ନଅ ପୁରି କାଲି ଦଶ ହେବ ଚତୁର୍ଥ ରେ ପଢୁଛି ।

ସୌମେନ୍ଦ୍ର :- ଆରେ ତୋ ଜନ୍ମଦିନ କାଲି , ଆସିଲୁ ଏଠିକି ବାବା

ତୋ ନା କ'ଣ ?

ସିପୁନ :- ଆଜ୍ଞା ସିପୁନ ।

ସୌମେନ୍ଦ୍ର :- ତୋ ଜନ୍ମଦିନ କାଲି ପାଳନ ମୁ କରିବି ବାପାର ଦେହ ଖରାପ , କହ ସିପୁନ କେମିତି କରିବା କେକ୍ ଆଣିବା ସତ୍ୟ ନାରାୟଣଙ୍କ ପୂଜା ବି କରିବା ଆଉ କ'ଣ ଖାଇବୁ କହ କ୍ଷୀରି , ପୁରୀ , କାନିକା ଆଉ ତରକାରୀ ଚଳିବ ।

କାଲି ସୁରମା ପୁଅ ଆଉ ସମୀରକୁ ନେଇକି ମୋ ଘରକୁ ଆସିବ ସନ୍ଧ୍ୟା ସାତରେ ଆଉ ମୁଁ ଯାହା କହିବି ବିନା ପ୍ରଶ୍ନରେ କରିବୁ ସମୀର !

ଏତିକି କହିକି ସୌମେନ୍ଦ୍ର ବାବୁ ଚାଲିଗଲେ।

ପରଦିନ ତିନିଜଣ ଗଲେ ଯେହେତୁ ମାଲିକ ଡାକିଛନ୍ତି ଘରକୁ ଯିବାକୁ ତ ପଡିବ । ଯାଇକି ଦେଖନ୍ତି ତ ସୁନ୍ଦର ଭୋଜିର ଆୟୋଜନ ସହ ସତ୍ୟ ନାରାୟଣ ଙ୍କ ପୂଜା ପାଇଁ ପ୍ରସ୍ତୁତି ଚାଲିଛି ।

କିଛି ସମୟ ପରେ ସୌମେନ୍ଦ୍ର ବାବୁଙ୍କ ମା ଡାକିଲେ ଏ ସମୀର ସୁରମା ପୁଅକୁ ନେଇକି ଉପର ରୁମ କୁ ଆସ । ସେଠି ଯାଇ ଦେଖନ୍ତି ତ

ସିପୁନ ସ୍କୁଲର ସବୁ ପିଲା ବି ଆସିଛନ୍ତି ଏକ ବଡ଼ କେକ୍ ଓ ସାଇକେଲ ବି ଅଛି ସଜ୍ଜିତ ହେଇକି ୟାକୁ ଦେଖି ସମୀର ଓ ସୁରମା ଆଶ୍ଚର୍ଯ୍ୟ !

ତାପରେ ଉପରୁ ଚିକିମିଚି କାଗଜ ଫୁଲ ଝଡି ପଡୁଥାଏ ସିପୁନ ଓ ତା ବାପା ବୋଉ ଙ୍କ ଉପରେ ରୁମକୁ ପସୁପସୁ ଓ ଜୋରରେ ଶୁଭିଲା

ହାପି ବାର୍ଥଡେ ଟୁ ୟୁ ସିପୁନ (happy birthday to you sipun)

ହାପି ବାର୍ଥଡେ ଟୁ ୟୁ ସିପୁନ (happy birthday to you sipun)

ହାପି ବାର୍ଥଡେ ଟୁ ୟୁ ସିପୁନ (happy birthday to you sipun)

ସିପୁନ କିଛି ବୁଝି ପାରୁ ନଥାଏ ? ଏଭଳି ଆଗରୁ ତ ସେ କେବେ ବି ଦେଖିନି ନା ।

ବଡ଼ ଲୋକ ଘର ରେ ପ୍ରଥମେ ଯାଉଛି ସେ ଆଉ ଏ ସାଜସଜ୍ଜା କେବଳ ଫିଲ୍ମ ରେ ଦେଖିଚି ସେ ।

ସିପ୍ରା ଘରେ କଣ ଏସବୁ କିଛି ନଥିଲା ସେଦିନ ତାର ଜନ୍ମ ଦିନରେ । ..

ସୌମେନ୍ଦ୍ର ବାବୁ ଡାକିଲେ "ଏ ସମୀର ଏଠିକି ଆସେ ।

ଆରେ ନେ ଏ ସାଇକେଲଟି ତୋ ପୁଅକୁ ଦେ ; ଆଉ କହ ନେ ବାପା ତୋ ସାଇକେଲ ଜନ୍ମ ଦିନର ଉପହାର ।

ସୌମେନ୍ଦ୍ର ବାବୁ :- ସିପୁନ ଆସ ବାବା ଏ କେକ୍ କାଟି ସମସ୍ତଂକୁ ଦିଅ କିନ୍ତୁ ମହମବତୀ ଲିଭେଇବନି ଏ ଗୋଟିଏ ମଝିରେ ଜଳୁ କିଛି ସମୟପରେ କାଢ଼ିଦେବା ଜନ୍ମ ଦିନରେ ଆଲୋକ ଜଳେଇବା କଥା ଲିଭେଇବା

କଥା ନୁହେଁ ।

ସେଇଥିପାଇଁ ସତ୍ୟ ନାରାୟଣଙ୍କ ପାଖରେ ଦଶଟି ଦୀପ ଲଗେଇବ ପୂଜା ବେଳେ ଏ ଆମ ସନାତନ ସଂସ୍କୃତି ଜନ୍ମ ଦିନରେ ଯେତିକି ବୟସ ହେଲା ସେତିକି ଟି ଦୀପ ଲଗେଇବା ପ୍ରଭୁଙ୍କ ଠାରେ ।

ଆରେ ପିଲାମାନେ କୁହ ହାପି ବାର୍ଥଡେ ଟୁ ୟୁ , କାଟେ ସିପୁନ କେକ ଆଉ ମାମା ବାପା ଙ୍କୁ ଖୁଆ , ସବୁପିଲା ମାନେ ଖାଇକି ପୂଜା ସରିଲେ ଯିବ କହିକି ଚାଲିଗଲେ ଓ ଯାଉ ଯାଉ ସିପୁନ ହାତରୁ ଗୋଟେ କେକ୍ ଖଣ୍ଡେ ଖାଇକି ଗଲେ ସୌମେନ୍ଦ୍ର ବାବୁ।

ବଢିଗଲା ସତ୍ୟନାରାୟଣ ଙ୍କ ପୂଜା ଓ ଖାଇବା ବି ସରିଲା କୋଉଠି ଲାଗୁ ନଥାଏ ଏ ଜନ୍ମ ଦିନ ପାଳନ କେଉଁ ପର ଲୋକର ହେଉଥାଏ । ସତେ ଯେମିତି ନିଜର ଲୋକପରି ହେଉଥାଏ ।

ଶେଷରେ ଫେରିଲେ ସମସ୍ତେ କିନ୍ତୁ ଫେରିଲା ଆଗରୁ ସୌମେନ୍ଦ୍ର ସାର ଙ୍କ ଆଗରେ ଦୁଇ ଦମ୍ପତି କହୁଛନ୍ତି

"ସାର ଆପଣ ଏତେ ଆମ ପାଇଁ କରିକି ଋଣୀ କରିଦେଇଥିଲେ ପୁଣି ଆଜି ମୋ ପୁଅ ପାଇଁ କଲେ । ଆମେ କେମିତି ସୁଝିବୁ ?

ସୌମେନ୍ଦ୍ର ବାବୁ :- ଆରେ ନା ସେଦିନ ତୋର ଆସିବାର ଡେରି ହେଲା ବୋଲି ତୋ ଘରକୁ ଯାଉଥିଲି ; ତୋ ସ୍ତ୍ରୀ ଓ ପୁଅର ଅଝଟ ଶୁଣିକି ମୋତେ ଦୁଃଖ ଲାଗିଲା । ଆଉ ସେ ଦିନଠୁ ମୁ ଠିକ କରିଥିଲି ଆଉ ତୋ ପୁଅ ଜନ୍ମଦିନ ପାଇଁ ମୁଁ କିଛି କରିବି ସଂଯୋଗ କୁ ତୋର ଏ ଦୁର୍ଘଟଣା ଘଟିଲା ।

ଆଉ ତୋ ପୁଅ ଜନ୍ମ ଦିନର ପୂର୍ବ ଦିନ ସେଇଥିପାଇଁ ଯାଇଥିଲି ଟଙ୍କା ଦେବା ତ ବାହାନା ଥିଲା । ଆଉ ଏ ଟଙ୍କା ବି ତୁମେ ମାନେ ମୋତେ ଫେରେଇବନି ।

ସମୀର ର ଆଖିରୁ ଦୁଇଧାର ଲୁହ ଗଡ଼ିଗଲା ଓ ଭାବୁଥାଏ ଯୋଉ ଦେବ ତୁଲ୍ୟ ଲୋକ ଙ୍କୁ ଲୁଚାଇ ମିଛ କହିକି ରାତି ସାଢ଼େ ଆଠ ପରେ ଅଟୋ ନେଇକି ଆସେ ତାଙ୍କର ଅଜଣା ରେ , ଏ ସେଇ ଲୋକ ତଃ !.....

ଆଉ ପୁଣି ମୁ ବେଇମାନି ହେଇଗଲି , ହେ କ୍ଷମାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କର 

ମନକୁ ଚାପି କହୁଛି ସମୀର " ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମେ ହିଁ ଦେଲା ବାଲା କାହା ମାଧ୍ୟମରେ ଦିଅ ଆଜି ମୋ ମାଲିକ ରୂପେ ମୋତେ ଦେଇଛ ; ତୁମର ଜୟ ହେଉ ।

ସୌମେନ୍ଦ୍ର ବାବୁ :- ତୁ ଠିକ କହିଛୁ ସମୀର ଏ ସେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ଆଉ ସେ ହିଁ ସବୁ କରିଛନ୍ତି ତୁ ବୋଧେ ତାଙ୍କୁ ଏ ସବୁ ପାଇଁ ମିନତୀ କରିଥିବୁ କେମିତି କରିବି ମୋ ପୁଅର ଜନ୍ମ ଦିନ ପାଇଁ ତାର ଯେଉଁ ଇଛା କୁ ପୂର୍ଣ୍ଣ ଆଉ ସେ ମୋ ମାଧ୍ୟମରେ କରେଇଲେ । ମହାପ୍ରଭୁଙ୍କୁ ଧନ୍ୟବାଦ ଜଣେଇ କହ .....

ହେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମର ଇଚ୍ଛା ପୂର୍ଣ୍ଣ ହେଉ ......



Rate this content
Log in

Similar oriya story from Drama