Aravinda Das

Fantasy Others

3  

Aravinda Das

Fantasy Others

ବୋଉ ର ମଦର୍ସ ଡ଼େ

ବୋଉ ର ମଦର୍ସ ଡ଼େ

3 mins
633


ବୋଉ ପାଇଁ ଏବର୍ଷ ଆମେ ଘରେ ଗୋଟେ ସରପ୍ରାଇଜ ମଦର୍ସ ଡ଼େ ପାର୍ଟି ଆରେଞ୍ଜ କଲେ କେମିତି ହୁଅନ୍ତା ?

ସ୍ୱାମୀ ତନ୍ମୟଙ୍କ କଥା ଶୁଣି ଶିଖା କହିଲା, ହୋଟେଲରେ କରିବା । ଘରେ କଲେ ସବୁ ଜଞ୍ଜାଳ ମୋ ମୁଣ୍ଡରେ । ଗେଷ୍ଟଙ୍କ ପାଇଁ ରୋଷେଇ ଠାରୁ, ଘର ସଜଡା ଦାୟିତ୍ୱ ମୋ ଉପରେ ପଡିବ । ତମେ ବାପ, ଛୁଆ ମଜାରେ ଶୋଇବ । କାମବାଲୀ ଫେରାର ହେଵ । ହଇରାଣ ମୁଁ କାହିଁକି ହେବି ? ମୁଁ ବି ଗୋଟେ ମଦର ।

 ମମି ଠିକ୍ କହିଛି ପାପା । ଚାଲ ବାହାରକୁ ଚାଲିଯିବା ।

ପୁଅ ରାହୁଲ କଥା ଶୁଣି ତନ୍ମୟ କହିଲେ, ବୋଉ ପୁରୁଣାକାଳିଆ ଲୋକ । ତା ଛଡ଼ା ହୋଟେଲ ଜିନିଷ ତା ଦେହରେ ନଯାଇ ପାରେ । ସବୁଠୁ ବଡ଼ କଥା ହେଲା, ହୋଟେଲ ନାଁ ଶୁଣିଲେ ମନା କରି କହିବ, ଅଯଥାରେ ଏତେ ଖର୍ଚ୍ଚ କାହିଁକି କରୁଛ । ତେଣୁ ମୁଁ ଭାବୁଛି ହୋଟେଲରୁ ସବୁ କିଣିଆଣିବା । କେକ୍,କୋଲ୍ଦ ଡ୍ରିଙ୍କସ ସହ ବୋଉ ପାଇଁ ଓ ତମ ପାଇଁ ଶାଢ଼ୀ ବି ନେଇଆସିବି । ତମେ ଖାଲି ଘରେ ଟିକେ ଅଲଗା କରି ସାଧା ଭାତ, ପୁରୀ କିଛି ଛାଣିଦେଵ ।

ତା ପାଇଁ ବି ନୂଆ ଶାଢ଼ୀ ଆସିବ ଜାଣି ଖୁସି ହୋଇ ଶିଖା କହିଲା, ବୋଉଙ୍କ ପ୍ରିୟ ଚାଉଳ ଖିରି ବି ବନେଇଦେବି । ତେବେ ଗେଷ୍ଟ କାହାକୁ ଡାକିବକି ?

ଆମ ଫ୍ଲାଟର ବୋଉର ସାଙ୍ଗ ମାଉସୀମାନଙ୍କୁ କାଲି ଡାକିଆଣିବା । ଆଗୁରୁ କାହାକୁ କିଛି କହିବନି । ସବୁ ବୁଢ଼ୀ ସନ୍ଧ୍ୟାବେଳେ ଗପସପ ସାରି ପାର୍କରୁ ଫେରିଲାବେଳକୁ ଘରକୁ ଡାକି ଆଣିବା ।

ତନ୍ମୟ ଅଫିସରୁ ଫେରିଲା ବେଳକୁ ସବୁ ନେଇଆସିଥିଲେ । ଶିଖା ବି ସବୁ କାମ ସାରିଦେଇଥିଲା । ସନ୍ଧ୍ୟା ସାଢ଼େ ସାତଟା ବାଜିଲା । 

ଶିଖା ତରବର ହୋଇ ଅନ୍ୟ ସବୁ ଫ୍ଲାଟକୁ ଗଲା ଶାଶୁଙ୍କ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିବା ପାଇଁ । 

ରାହୁଲ ଦୌଡ଼ି ଆସି କହିଲା ପାର୍କରେ ଜେଜେମା ନାହିଁ । ତାଙ୍କ ମୋବାଇଲ ବି ସୁଇଚ ଅଫ ଆସୁଛି ।

ଶିଖା ବି ଫେରିଆସି କହିଲା,ବୋଉ ଓ ତାଙ୍କ ଗ୍ୟାଙ୍ଗ କେହି ବି ନାହାନ୍ତି । ୱାଚ ମ୍ୟାନ କହୁଛି ସବୁ ବୁଢ଼ୀମା ମାନେ ଅଟୋରେ ବସି ବାହାରକୁ ଗଲେ ବୋଲି । ମୋତେ ବ୍ୟସ୍ତ ଲାଗୁଛି । ତମେ ଟିକେ ଗଲ ଦେଖିବ । ବୁଢ଼ୀ ମଣିଷ, ରାତି ହେଲାଣି ।

ତମେ ବ୍ୟସ୍ତ ହୁଅନା । ନିଶ୍ଚେ ମନ୍ଦିର ଯାଇଥିବ । 

ରାହୁଲ ପାଟି କରି କହିଲା, ପାପା, ମମି, ଜେଜେମା ହ୍ବାଟ୍ସଅପରେ ଭିଡିଓ କଲ୍ କରିଛି । ହେଇ ଦେଖ ।

ଆଖି ବଡ଼ବଡ଼ କରି ତନ୍ମୟ ଓ ଶିଖା ଦେଖୁଥିଲେ ଭିଡିଓ କଲ୍ କୁ । ମୁଣ୍ଡରେ

 ବୋଉ ତୁ କେଉଁଠି ? ବ୍ୟସ୍ତ ହୋଇ ପଚାରିଲେ ତନ୍ମୟ । 

ମନ୍ଦିର ରେ ଅଛନ୍ତି । ଦେଖିପାରୁନ କି ହୋଟେଲରେ ବସି କେକ୍ କାଟୁଛନ୍ତି । ବୋଉ କେଉଁ ହୋଟେଲ ଯାଇଛନ୍ତି?

ଆମ ସବୁ ବୁଢ଼ୀ ମା'ମାନଙ୍କୁ ଗୋଟେ ଟିଭି ଚ୍ୟାନେଲ ଏଇ ଫାଇଭ ଷ୍ଟାର ହୋଟେଲ ରେ ମଦର୍ସ ଡେ଼ ସେଲିବ୍ରେଟ କରିବାକୁ ଆଣିଛି । ତମ ମାନଙ୍କୁ ସରପ୍ରାଇଜ ଦେବୁବୋଲି କିଛି କହିନଥିଲୁ । ସବୁ ମାଗଣା ଆମ ପାଇଁ । ନଅଟା ସୁଦ୍ଧା ସେମାନେ ଆମକୁ ନେଇ ଘରେ ଛାଡିଡେ଼ବେ । ତମେମାନେ ଡିନର କରିଦେବ ।

ଶିଖା କହିଲା, ବୋଉ କିଛି ଫଟ ଉଠେଇବେ । ଆମେ ତାକୁ ପରେ ଦେଖିବୁ ।

ନିଜ ପାନଖିଆ ଦାନ୍ତକୁ ଦେଖାଇ ହସିଦେଇ ଅଳକା ଦେବୀ କହିଲେ,ଫଟ କାହିଁକି ଦେଖିବାକୁ ଅପେକ୍ଷା କରିବୁ ? ଫେସବୁକ ରେ ଲାଇଭ ଷ୍ଟ୍ରିମିଙ୍ଗ କରୁଛୁ ଆମେ । ତୋ ଫେସବୁକ୍ ଦେଖ ଆଉ ଆମ ଭିଡିଓ ସେୟାର କର ।

ସେଲିବ୍ରେସନ ମୁଡ଼ରେ ଥିଲେ ସମସ୍ତେ । ଗୀତ ର ତାଳେ ତାଳେ ହାତ ଧରାଧରି ହୋଇ ନାଚୁଥିଲେ ସବୁ ବୟସ୍କା ମା’ ମାନେ । ସମସ୍ତଙ୍କ ମୁହଁରେ ଖୁସିର ଝଲକ । 

ରାହୁଲ ଫୋନ୍ ବନ୍ଦ କରି କହିଲା,ଜେଜେମା' ତ ତାଙ୍କ ସାଙ୍ଗ ମାନଙ୍କ ସହ ହୋଟେଲରେ ମଦର୍ସ ଦେ ସେଲିବ୍ରେଟ କଲେଣି । ମମି ତମେ ଏ କେକ୍ କାଟ ଓ ତମ ସାଙ୍ଗମାନଙ୍କୁ ଘରକୁ ଡାକ ।

ଶିଖା ତନ୍ମୟଙ୍କୁ ହଲାଇ ଦେଇ ପଚାରିଲା, କ'ଣ ଭାବୁଛ ? ବୋଉ ବଡ଼ ସରପ୍ରାଇଜ ଦେଲେ ଆମକୁ ମଦର୍ସ ଡେ଼’ରେ ।

ଦୀର୍ଘ ନିଶ୍ବାସ ଛାଡି ତନ୍ମୟ କହିଲେ, ବୋଉ ମମି ହୋଇଗଲା ।


Rate this content
Log in

Similar oriya story from Fantasy