ବଞ୍ଚିଛି ଅଭିମନ୍ୟୁ
ବଞ୍ଚିଛି ଅଭିମନ୍ୟୁ
କେତେ ରାତି ସ୍ୱପ୍ନ ଦେଖି ଦେଖି ଚେଇଁଛି, କେତେ ରାତି ସ୍ୱପ୍ନ ଦେଖି ଦେଖି ଚେଉଁଛି, ବୋଧେ ସମ୍ପର୍କର ଦୀପଟା ଲିଭିଲା ବେଳକୁ ଦାଉ ଦାଉ ଜଳୁଛି।
ହଁ ,ଏଇ ତ ଜୀବନ।
ଅଜବ ସହର ଇଏ। ଶୋଇଥାଏ। କଡ ଲେଉଟାଏ। ଅଲୋଡା ଯୁବତୀପରି ଆଖିଖୋଲି ସ୍ୱପ୍ନ ଦେଖୁଥାଏ। ନିଶାର୍ଦ୍ଧରେ ବିବେକକୁ ହତ୍ୟାକରି, ନାରୀଟିକୁ ଭୁଲୁଣ୍ଠିତା କରି ସକାଳୁ ସକାଳୁ ସୂର୍ଯ୍ୟସ୍ନାନ ସାରି ପୁନର୍ବାର ସଜାଡିନିଏ ନିଜକୁ।
ମନଜାଣେ ସ୍ୱାଦ କେତେ ନିଶାର୍ଦ୍ଧରେ ପକ୍ଷୀଶିକାରର।
ଏଇ ତ ଜୀବନ।
ବୋହୁର ପ୍ରରୋଚନାରେ ଅସହାୟ ବ୍ରୁଦ୍ଧ ବାପର ହାତଧରି ପୁଅ ଟାଣି ନେଉଛି ବ୍ରୁଦ୍ଧାଶ୍ରମକୁ।
ଏଇ ତ ଜୀବନ।
ହା ହା ହା ଆମେ ପରା ଏକବିଂଶ ଶତାବ୍ଦୀର ଉଗ୍ରାଧୁନିକ ମନୁଷ୍ଯ।
ସବୁ ଅଛି କିଛି ନାହିଁ, ପ୍ରାଚୁର୍ଯ୍ୟ ଭିତରେ ଅଭାବ।
ଏଇ ତ ଜୀବନ।
କଣ ସତରେ ??
ଉତ୍ତର ଅମୀମାଂସିତ। ।

