STORYMIRROR

Soumya Rath

Romance

3  

Soumya Rath

Romance

ବନ୍ଧୁ

ବନ୍ଧୁ

2 mins
37

ଚୌଧୁରୀ ବାବୁଙ୍କ ଏକ ମାତ୍ର ପୁଅ ବିଦେଶରେ, ସ୍ତ୍ରୀ ଚାଲିଯିବା ର 15 ବର୍ଷ ହେଇଗଲାଣି।ବୃଦ୍ଧାବସ୍ଥାରେ ଏକୁଟିଆ ସୁରମ୍ୟ ଅଟ୍ଟାଳିକା ବି ଭୁତକୋଠି ଲାଗେ ,ଏଣୁ ସବୁ ଛାଡ଼ିଦେଇ ସେ ସହରର ମୁଣ୍ଡ ବୃଦ୍ଧାଶ୍ରମକୁ ଚାଲିଆସନ୍ତି।ସେଇଠି ଦେଖା ହୁଏ ସୁରମା ଦେବୀ ଙ୍କ ସହ, ବୟସ 60 କି 65 ହେବ ଅମାୟିକ ଓ ଆକର୍ଷଣୀୟ ବ୍ୟକ୍ତିତ୍ୟ।ସ୍ୱାମୀ ଚାଲି ଯିବାପରେ ଘରେ ଏକମାତ୍ର ପୁଅର ଅତ୍ୟାଧୁନିକ ବୋହୁସହ ଖାପ ଖୁଏଇ ଚଳି ନପାରି ଆଜି ବୃଦ୍ଧାଶ୍ରମରେ।କେହି ଦେଖା କରିବାକୁ ବି ଆସନ୍ତିନି ,ସାମ୍ନା ବଗିଚାର ବେଞ୍ଚ ଟି ଧୀରେ ଧୀରେ ତାଙ୍କର ଅତି ପ୍ରିୟ ଜାଗା ହେବାରେ ଲାଗିଥିଲା।ସବୁବେଳେ ସେଇଠି ମିଳନ୍ତି ସେ,ଦୂର ଦିଗବଳୟରେ ଦୃଷ୍ଟି ନିବଦ୍ଧ ଅବସ୍ଥାରେ।

ଆଜିକାଲି ତାଙ୍କ ସାଙ୍ଗରେ ଚୌଧୁରୀ ବାବୁ ବି ସେଇଠି ବସିଥିବାର ଦେଖିବାକୁ ମିଳନ୍ତି, ଏକାଠି ଭାଗବତ ଗୀତା ଚର୍ଚ୍ଚା ଠାରୁ ମହାକାଶବିଜ୍ଞାନ ଯାଏ କଥା ପଡେ। ଦୁହେଁ ଦୁହିଁଙ୍କ ଭିତରେ ଅନ୍ତରଙ୍ଗ ବନ୍ଧୁତ୍ବର ସନ୍ଧାନ ପାଇ ଯାଇଥାନ୍ତି।ବହୁତ ଖୁସି ରହୁଥାନ୍ତି ଦୁଇଜଣ ଆଜିକାଲି।

କିନ୍ତୁ ଆଖପାଖ ପରିସରରେ ଟୁପଟାପ ଆରମ୍ଭ ହେଇ ଯାଇଥାଏ। ମନୁଷ୍ୟ ପ୍ରବୃତ୍ତି କୁତ୍ସାରଟନା।ବୟସର ସାୟାନ୍ହରେ ବି ଏଠି ପୁରୁଷ ଆଉ ନାରୀ କେବେ ଭଲ ବନ୍ଧୁ ହେଇପାରିବେନି ବୋଲି ଅଲିଖିତ ନିୟମ।

କେହି ବି ତାଙ୍କର ବନ୍ଧୁତ୍ବକୁ ବୁଝି ପାରିଲେନି।ସୁରମାଦେବୀଙ୍କ ଘରୁ ତାଗିଦ ଆସିଗଲା , ମା "ଏ ବୟସରେ ଆମକୁ ଆଉ ବଦନାମ କରନି , ବାପାଙ୍କ ଆତ୍ମା ବିଷୟରେ ଭାବ"।ଚୌଧୁରୀ ବାବୁଙ୍କୁ NRI ପୁଅ କହିଲା "ବାପା' ଏଠିକୁ ଚାଲିଆସ , ଏଠି ସେସବୁ ବହୁତ ଖୋଲା, କେହି କିଛି ଭାବନ୍ତିନି,କାହିଁ ସେଠି ପଡିଛ,କିଛି ନାହିଁ ଇଣ୍ଡିଆରେ"। ଚୌଧୁରୀ ବାବୁ ଚୁପ ରହିଲେ ,ଦୁଇ ଟୋପା ଲୁହ ଝରି ଆସିଲା ଆଖିରୁ ,ଶେଷରେ ପୁଅ ବି ମୋତେ ଭୁଲ ବୁଝିଲା।ଚୌଧୁରୀ ବାବୁ ଓ ସୁରମା ଦେବୀ

ଦୁହେଁ ପୂର୍ବ ପରି ଚୁପ ଆଉ ଗମ୍ଭୀର ହେଇଗଲେ, ଫୁଟି ଆସୁଥିବା ହସଖୁସି ପୁଣି ହଜିଗଲା।

ଦିନେ ସକାଳୁ ସକାଳୁ ଆଶ୍ରମ ଅନ୍ତେବାସୀ ଦେଖିଲେ ଦୁଇ ଜଣ ଯାକ ଆଶ୍ରମରେ ନାହାଁନ୍ତି, କିଛି ସମୟ ଉତ୍ତାରୁ ସେମାନେ ଫେରିଲେ,ସୁରମା ଦେବୀ ଙ୍କ ସୀମାନ୍ତ ରେ ସିନ୍ଦୁର।ଚୌଧୁରୀ ବାବୁ କହିଲେ "ଯଦି ଏଇ ଟିକେ ସ୍ୱୀକୃତି ରେ ମୁଁ ଗୋଟେ ଭଲ ବନ୍ଧୁ ଆଉ ହୃଦୟଖୋଲା ହସ କିଣିପାରିବି ତେବେ ସେଇୟା ହଉ।"ଆଶ୍ରମବାସୀ ଙ୍କ ଠୁ ବିଦାୟ ନେଇ ଯିବାବେଳେ ସେମାନେ ପରିଣତ ବୟସରେ ବି ଠିକ ନବବିବାହିତ ଯୋଡି ପରି ଦିଶୁଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Soumya Rath

ବନ୍ଧୁ

ବନ୍ଧୁ

2 mins ପଢ଼ନ୍ତୁ

Similar oriya story from Romance