The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kalyani Nanda

Classics

2  

Kalyani Nanda

Classics

ବନ୍ଧୁ ପରି ବନ୍ଧୁ ଟିଏ

ବନ୍ଧୁ ପରି ବନ୍ଧୁ ଟିଏ

4 mins
423



ଆଜି ଶ୍ୟାମଳୀ ର ବାହାଘର ।ଆଉ ଟିକକ ପରେ ବରଯାତ୍ରୀ ଆସି ପହଞ୍ଚି ଯିବେ । ରବି ଓ ମଳୟ ର ଟିକିଏ ବି ଫୁରସତ ନାହିଁ । ଶ୍ୟାମଳୀ ରବି ର ଏକ ମାତ୍ର ଭଉଣୀ । ରବି ଓ ମଳୟ ପିଲା ଦିନର ସାଂଗ । ଶ୍ୟାମଳ ରଂଗ ବୋଲି ବାପା, ମାଁ ନାଁ ଦେଇଥିଲେ ଶ୍ୟାମଳୀ । ଶ୍ୟାମଳୀ ର ଦେହର ରଂଗ ଗୋରା ସିନା ନୁହେଁ କିନ୍ତୁ ତା ମୁହଁ ର ଗଢଣ ବହୁତ ଆକର୍ଷଣୀୟ । ଟଣା ଟଣା ଆଖି, ସୁନ୍ଦରିଆ ନାକ, ମଥାରେ ଗହଳ, କଳା ମିଚି ମିଚି ତରଙ୍ଗାୟିତ କେଶ ।ବେଶ ଆକର୍ଷଣୀୟ ଚେହେରା । କିନ୍ତୁ ରଂଗ ଶ୍ୟାମଳ ବୋଲି ତା ପାଇଁ ବହୁତ ଗୁଡିଏ ବାହା ପ୍ରସ୍ତାବ ଆସୁଥିଲେ ବି ନାକଚ ହେଇ ଯାଉଥିଲା। ଶେଷ ରେ ରବି ର ଚେଷ୍ଟାରେ ଏ ବାହାଘର ଠିକ୍ ହୋଇଛି । ରବି ର ବାପା, ମାଁ ବି ଭାରି ଖୁସି । ରବି ର ପରିବାର କହିଲେ ତା ବାପା, ମାଁ ଆଉ ତା ଭଉଣୀ ଶ୍ୟାମଳୀ । ମଧ୍ୟବତ୍ତ ପରିବାର । ରବି ଏକୁଟିଆ ଚାକିରିଆ । ବାପା ତାର ଦୁଇ ବର୍ଷ ହେବ ଅବସର ନେଇ ଘରେ ଅଛନ୍ତି ।

ବରଯାତ୍ରୀ ଘର ପାଖ ହେଲେଣି । ବ୍ରାଣ୍ଡ ବାଜା, ବାଣ ଫୋଟକା ଶବ୍ଦ ଶୁଭୁଥାଏ । କନ୍ଯାଘର ବେଶ ଚଳଚଞ୍ଚଳ ହୋଇ ଉଠିଲେ । ବାଟ ବରଣ କରି ରବି ର ବାପା ବେଦୀ ଆଡକୁ ବର ଓ ବର ପିତା ଙ୍କୁ ନେଇଗଲେ । ରବି ଓ ମଳୟ ବରଯାତ୍ରୀଙ୍କ ର ଅଭ୍ୟର୍ଥନା ରେ ଲାଗି ପଡିଲେ । ବେଦୀ ରେ ବିବାହ କାର୍ଯ୍ଯ ଆରମ୍ଭ ହେଲା । ଶ୍ୟାମଳୀ କୁ ବେଦୀ କୁ ଅଣାଗଲା । କିନ୍ତୁ ହଠାତ୍ ବର ପିତା ଯୌତୁକ ବାବଦକୁ ଲକ୍ଷେ ଟଙ୍କା ନ ଦେଲେ ହାତ ଗଣ୍ଠି ପଡିବନି ବୋଲି ରବି ର ପିତାଙ୍କୁ ଜଣାଇ ଦେଲେ । ରବି ଓ ତା ବାପା ଏ କଥା ଶୁଣି ଚିନ୍ତାରେ ପଡିଗଲେ । କଣ ହେବ ? କୋଉଠୁ ଆଣିବେ ଏତେ ଟଙ୍କା ? ରବି ଓ ତା ବାପା ଯେତେ କାକୁତି ମିନତି କରି ବାହାଘର କରି ଦେବାକୁ କହିଲେ ବି ବର୍ଷ ପିତା ରାଜି ହେଉ ନ ଥାନ୍ତି । " ନା ପୁରା ଲକ୍ଷେ ଟଙ୍କା ନ ଦେଲେ ମୁଁ ମୋ ପୁଅ କୁ ନେଇ ଚାଲି ଯିବି । ଏକେ ତ ତୁମ ଝିଅ କାଳୀ । ତାକୁ ମୋ ବୋହୁ କରିବାକୁ ରାଜି ହୋଇଛି କେବଳ ତୁମ କଥାକୁ ବିଶ୍ବାସ କରି । ତୁମେ ତ ରାଜି ହୋଇଥିଲ, ହାତ ଗଣ୍ଠି ପଡିବା ଆଗରୁ ସବୁତକ ଟଙ୍କା ଦେବ ବୋଲି । ଆଉ ଏବେ ନିଜ କଥାରୁ କେମିତି ଓହରି ଯାଉଛ ?" ବର ପିତା ରାଗରେ ପାଟି କରୁଥାନ୍ତି । ରବି ଓ ତା ବାପା ବାହାଘର ପରେ ଯେମିତି ହେଉ ଟଙ୍କା ଯୋଗାଡ କରି ଦେଇ ଦେବେ କହିଲେ ବି ସେ ବୁଝୁ ନ ଥାନ୍ତି । ଶେଷ ରେ ଟଙ୍କା ନ ପାଇବାରୁ ବର ଓ ବରଯାତ୍ରୀ ଦଳ ଫେରିଗଲେ । ରବି ମୁଣ୍ଡରେ ହାତ ଦେଇ ବସି ପଡି ଥାଏ ।ଶ୍ୟାମଳୀ ବେଦୀ ଉପରେ ସ୍ଥାଣୁ ପାଲଟି ବସିଥାଏ । ଟିକିଏ ଆଗରୁ ବାହାଘର ଖୁସିରେ ଯେଉଁ ଘର କୋଳାହଳ ମୟ ହେଉଥିଲା, ସେଠି କ୍ଷଣିକ ଭିତରେ ଚାରି ଆଡେ ନିସ୍ତବ୍ଧତା ରାଜୁତି କରୁଥାଏ। ମଙ୍ଗୁଳା କନ୍ଯା କୁ କିଏ ବାହା ହେବ ? ଝିଅ ତାଙ୍କର ବାହାନ ନ ହୋଇ ସେମିତି ରହିଯିବ, ଏ କଥା ଭାବି ରବି ଓ ତା ଘର ଲୋକଙ୍କ ଚିନ୍ତା ବଢୁଥାଏ । ମଳୟ ରବି ର ଏମିତି ଅବସ୍ଥା ଦେଖି ଆଉ ସହି ନ ପାରି ତାକୁ ନିରୋଳା ଜାଗା କୁ ଡାକି ନେଇ କହିଲା, " ରବି ତୁ ଯଦି କିଛି ନ ଭାବି ବୁ ତା ହେଲେ ମୁଁ ଗୋଟିଏ କଥା କହିବି ?" ରବି ତାକୁ ପ୍ରଶ୍ନ ଭରା ଆଖିରେ ଚାହିଁ ରହିଲା । " ରବି, ମୁଁ ଜାଣେ , ମୁଁ ଯେଉଁ କଥା କହିବି ହୁଏତ ତୋ ବାପା, ମାଁ ଙ୍କୁ ଭଲ ନ ଲାଗି ପାରେ, ସେମାନେ ମୋ କଥା ରେ ହୁଏତ ରାଜି ନ ହୋଇ ପାରନ୍ତି ।କିନ୍ତୁ ୟା ଛଡା ଆଉ କିଛି ଉପାୟ ନାହିଁ ।"ମଳୟ କହିଲା । ରବି ତା କଥା ଶୁଣି ଆତୁର ହୋଇ କହି ଉଠିଲା, " କଣ କହ,ଶୀଘ୍ର କହିବ, କଣ କରାଯିବ ଯାଇ ପାରିବ ? ମାଁ ଓ ବାବାଙ୍କୁ ମୁଁ ବୁଝାଇବି ।" ମଳୟ କିଛି ସମୟ ଚିନ୍ତା କରି କହିଲା, " ରବି ମୁଁ ଜାଣେ,ତୁମ ଘର ବ୍ରାହ୍ମଣ ଘର । ମୁଁ ଚଷା ଘର ପୁଅ । ଯଦି ତୁମେ ସମସ୍ତେ ରାଜି ହେବ, ତା ହେଲେ ଶ୍ୟାମଳୀ କୁ ମୁଁ ବାହା ହେବି ।ତାକୁ ମୁଁ ସାରା ଜୀବନ ବହୁତ ଖୁସିରେ ଓ ସୁଖରେ ରଖିବି। " ରବି ହାଁ କରି ତାକୁ ଅନାଇ ଥାଏ। ମଳୟ ସିନା ଜାତିରେ ଅଲଗା ଥିଲା, କିନ୍ତୁ ଦେଖିବାକୁ ଖୁବ୍ ସୁନ୍ଦର ଥିଲା । ବ୍ଯାଙ୍କ ଅଫିସର ଥିଲା । ଘର, ପରିବାର ତାଙ୍କର ବେଶ ସ୍ବଚ୍ଛଳ ଥିଲା । ରବି ପ୍ରକୃତିସ୍ଥ ହୋଇ, କିଛି ସମୟ ଭାବିଲା । ତା ପରେ ଘର ଭିତରକୁ ଯାଇ ତା ବାପା, ମାଁ ଙ୍କ ସହ ଏକ ବିଷ୍ଣୁଙ୍କ ରେ ଆଲୋଚନା କଲା । ସେମାନଙ୍କୁ ବହୁତ ବୁଝାଇବା ପରେ ସେମାନେ ରାଜି ହେଲେ । ଶ୍ୟାମଳୀ ର ମଧ୍ଯ ଏ ବିବାହରେ ସମ୍ମତ ଥିଲା । ମଳୟର ବାପା, ମାଁ ଙ୍କର ମଧ୍ଯ ଏ ବିବାହରେ ଅରାଜି ହେବାର କିଛି ନ ଥିଲା । କିଛି ସମୟ ଧରି ଥିବା ନୀରବତା ଭଙ୍ଗ କରି ବେଦୀ ଉପରୁ ପୁରୋହିତଙ୍କ ସ୍ବର ଶୁଭୁଥାଏ,...." ଯଥା ରାବଣ ସ୍ଯ ମନ୍ଦୋଦରୀ...." ମଳୟ ଓ ଶ୍ୟାମଳୀର ହାତଗଣ୍ଠି

ପଡୁଥାଏ। ହୁଳହୁଳୀ ଓ ଶଙ୍ଖ ନାଦରେ ସମସ୍ତଙ୍କ ମୁହଁରେ ହସ ଖେଳୁଥାଏ। ରବି ମଳୟ ର ହାତ ଧରି କୃତଜ୍ଞତା ବୋଧ ରେ କିଛି କହି ପାରୁ ନ ଥାଏ । ସତରେ ଏମିତି ବନ୍ଧୁ ଟିଏ ପାଇ ସେ ଧନ୍ଯ ହେଇ ଯାଉଥାଏ । ସେଠାରେ ଉପସ୍ଥିତ ସମସ୍ତ ଲୋକ ମଳୟ ର ଏମିତି ଉଦାର ନିଷ୍ପତ୍ତି କୁ ସାଧୁବାଦ ଜଣାଉ ଥାନ୍ତି । ଏମିତି ସିନା ବନ୍ଧୁ ହେବ ,ଯିଏ ନିଜ ବନ୍ଧୁ ର ସମସ୍ତ ବିପଦ,ଆପଦ , ସମସ୍ଯାକୁ ନିଜର ଭାବି ତା ପାଖରେ ରହି ସାହାଯ୍ଯ କରିବ । ପ୍ରକୃତ ବନ୍ଧୁ ତୁମ୍ଭର ସିଏ , ଯିଏ ବନ୍ଧୁର ସମସ୍ତ ଅସୁବିଧା ସମୟ ରେ କାନ୍ଧ ରେ କାନ୍ଧ ମିଳାଇ ଚାଲୁଥିବ। ସମସ୍ତଙ୍କ ମୁହଁ ରେ ହସର ଲହରୀ ଖେଳୁଥାଏ । ହସ, ଖୁସିରେ ଝିଅ କୁ ବିଦା କରି ରବି ର ପରିବାର ନିଶ୍ଚିନ୍ତ ହୋଇ ଯାଇଥିଲେ । ସତରେ ଭଗବାନ ଯାହା କରନ୍ତି ଭଲ ପାଇଁ କରନ୍ତି । ଅନ୍ତ ଭଲ ତ ସବୁ ଭଲ ।




Rate this content
Log in