ବନ୍ଧନ୍
ବନ୍ଧନ୍


ଅନାଥ ପିଲାଟି ହରିଆ ଚାଲିଚାଲି ଆସୁଥିଲା ତ ବାଟରୁ ଗୋଟେ ରାକ୍ଷୀ ପାଇଲା ସେ । ହାତରେ ଉଠେଇ କି ଏପଟ ସେପଟ କଲା ତାକୁ ବହୁତ ଖୁସି ଲାଗିଲା ସେ ଚିକିଚିକିଆ ରାକ୍ଷୀ କୁ ଦେଖି । କାସ୍ ତାର କେହି ଭଉଣୀ ଟେ ଥାଆନ୍ତା କି ସେ ବି ରାକ୍ଷୀ ପିନ୍ଧି ଖୁସି ହୋଇଥାନ୍ତା ।
ଅଧା ବାଟରେ ଦେଖିଲା ଗୋଟେ ପାଗିଳୀ ଝିଅ ଟେ ବସିଛି । ହରିଆ ତା ପାଖକୁ ଗଲା ରାକ୍ଷୀ ଟି ତା ହାତକୁ ବଢ଼େଇ ଦେଇ କହିଲା , " ତୁ ମୋ ଭଉଣୀ ହବୁ ? ଏ ରାକ୍ଷୀ ମୋ ହାତରେ ବାନ୍ଧିଦବୁ ?"
ପାଗିଳୀ ଝିଅ ଟି ହଁ କହିଲା , ସେ ପାଗିଳୀ ହେଲେ ବି କିଛି କିଛି ବୁଝି ପାରୁଥିଲା ବୋଧେ । ହରିଆ ହାତରୁ ରାକ୍ଷୀ ଟି ନେଲା ଦାନ୍ତର
େ କାମୁଡି ତା ଜରି କୁ ଛିଡେଇଲା , ତାପରେ ହରିଆ ହାତରେ ବାନ୍ଧି ଦେଲା । ହରିଆ ବହୁତ ଖୁସି ହୋଇଗଲା ତା ହାତରେ ରାକ୍ଷୀ ଟିକୁ ଦେଖି । ତାପରେ ସେ ସିଧା ସେଠୁ ଉଠି ଆସି ବାନା କକା ଜଳଖିଆ ଦୋକାନରୁ ତିରିଶ ଟଙ୍କା ର ଇଟିଲି ବରା ଘୁଘୁନି ନେଇ ଆସି ସେ ପାଗିଳୀ ଝିଅ ଟିକୁ ଦେଲା । ତା ସହ ପାଣି ବୋତଲ ଟେ ବି ଆଣିଥିଲା , ପାଗିଳୀ ଝିଅ ଟି ଏଥର ବଡ ଆନନ୍ଦ ରେ ହାତ ଚାଟି ଚୁଟି ସେ ଜଳଖିଆ ତକ ଖାଇ ପାଣି ପିଇ ଦେଲା ।
ଏଥର ହରିଆ କହିଲା , " ତୁ ଆଜିଠୁ ମୋ ଭଉଣୀ ହେଲୁ ତତେ ମୁଁ ସବୁଦିନ ଏମିତି ଆଣି ଖାଇବାକୁ ଦେବି "
ତାପରେ ହରିଆ ଚାଲିଲା ଆଗକୁ ତା କାମରେ ।
ଏଥର କିନ୍ତୁ ପାଗିଳୀ ଝିଅ ଟି ହରିଆ ପଛେ ପଛେ ଆସୁଥିଲା ।