ବିଜୟ ଉଲ୍ଲାସ
ବିଜୟ ଉଲ୍ଲାସ


କଟକ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ ଏବଂ ଓ୍ବେଷ୍ଟେଣ୍ଡିଜ ଭିତରେ ଦିନିକିଆ କ୍ରିକେଟ ମେଚ୍ ଚାଲିଥାଏ। ଉତ୍କଣ୍ଠା ଉଦ୍ଧିପନା ଲାଗିଥାଏ ସମସ୍ତଙ୍କ ଭିତରେ। ନିଜ ନିଜ ହାତରେ ଗୋଟିଏ ତ୍ରିରଙ୍ଗା ପତକା। ସେହି ଦର୍ଶକଙ୍କ ଗେଲେରି ଭିତରେ ରହି ଖେଳର ମଜା ଉଠାଉଥାଏ ମୁଁ ଅନ୍ୟ ଦର୍ଶକ ଵୃନ୍ଦ।
ମୋ ପାଖରେ ବସି ଦର୍ଶକଙ୍କ ଗେଲେରି ଭିତରେ ରହି ଗୋଟେ କୁନି ଛୁଆଟିଏ ଏତେ ଆଗ୍ରହ ସହକାରେ ଖେଳ ଦେଖୁଥାଏ ଏବଂ ହାତରେ ତ୍ରିରଙ୍ଗା ପତକାଟିଏ ଧରି ବଡ ପାଟିରେ ଚିଲୋଉ ଥାଏ ମଝିରେ ମଝିରେ India will be win I proud of my India.
ସେହି କୁନିଛୁଆଟିର ହାବଭାବ ଦେଖି ଅନ୍ୟମାନେ ତା ସହ ତାଳ ଦେଇ ମନରେ ବିଶ୍ବାସ ଭରି ଭାରତୀୟ ଖେଳାଳୀମାନଙ୍କୁ ଉତ୍ସାହିତ କରୁଥାନ୍ତି। ମୁଁ ଖେଳ ଦେଖିବା ସହ ମଝିରେ ମଝିରେ ପିଲାଟିର ହାବଭାବକୁ ଦେଖୁଥାଏ ସେ ପିଲାଟି କାନ୍ଦି କାନ୍ଦି ତା ମମି ଏବ
ଂ ବାବାକୁ ପଚାରୁଥାଏ ଆମ ଭାରତ ଜିତିବ ତ?
ଖାଲି ମନରେ ଏତିକି ଆଶାଥାଏ ଆମ ଭାରତ ହିଁ ଏହି କ୍ରିକେଟ୍ ମେଚ୍ ରେ ହିଁ ଯିତିବ। ଭାରତର ଏହି ଖେଳାଳୀମାନଙ୍କୁ ଦେଖି ନିଜକୁ ନିଜେ ଗର୍ବ ଅନୁଭବ ହେଉଥାଏ।
ବିରାଟ କୋଇଲି ଆଉଟ୍ ହେବା ପରେ ସମସ୍ତ ଦର୍ଶକବୃନ୍ଦ ସ୍ତବ୍ଧ ହୋଇ ଯାଇଥିଲେ। ପରବର୍ତ୍ତି ଖେଳାଳୀ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ଭାରତକୁ ବିଜୟ କରିଥିଲେ। ଯେତେବେଳେ ଆମ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪ ଓ୍ବିକେଟ୍ ରେ ହରାଇ ଟ୍ରଫି ଜିତିଲା ସେହି ମୂହୁର୍ତ୍ତରେ ଗେଲେରି ଭିତରେ ବସିଥିବା ସବୁ ଦର୍ଶକଙ୍କ ମୁଖରେ ଆନନ୍ଦ ଭରିଯାଇଥିଲା।
ମତେ ମଧ୍ୟ ନିଜକୁ ନିଜେ ଗର୍ବ ଅନୁଭବ ଲାଗିଲା ଭାରତୀୟ ଭାବେ। ମୁଁ ସେହି ମେଚ୍ ରେ ଉପସ୍ଥିତ ରହି ଭାରତୀୟ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଉପଭୋଗ କରିବା ଯୋଗୁ ନିଜକୁ ମନେ ମନେ ଭାରତୀୟ ବୋଲି ଗର୍ବ ଅନୁଭବ କରିଥିଲି।