ଭୟଙ୍କର ରାତି
ଭୟଙ୍କର ରାତି


ସକାଳୁ କାହିଁକି କେଜାଣି ପାଗଟା ପୁରା ବଦଳି ଯାଇଛି । ଝିପଝିପି ବର୍ଷା ସାଙ୍ଗ କୁ ହାଲକା ହାଲକା ପବନ ବି ବହୁଛି। ପ୍ରୀତମ୍ ର ସେଦିନ ଅଫିସ୍ ରେ ଗୋଟେ ଜରୁରୀ କାମ ହବାର ଥିଲା ନହେଲେ ୟେ ଯୋଉ ପାଗ ପକୁଡ଼ି ଚାହା ଖାଇ ସେ ଘରେ ଶୋଇବା ଲୋକ। ମାଆ ମନା କରୁଥିଲେ ମଧ୍ୟ କାମ ଯୋଗୁ ଯିବାକୁ ବାଧ୍ୟ ସେଦିନ। ପ୍ରୀତମ ନିଜ କାମ ସାରି ଖାଇ ଦେଇ ଟିଫିନ୍ ଧରି ବାହାରି ଗଲା ଅଫିସ୍। ବର୍ଷା ଆଉ ପବନ ଦିନ ତମାମ୍ ସେମିତି ହିଁ ଚାଲି ଥାଏ।
ଅଫିସ୍ ର କାମ ସରୁ ସରୁ ରାତି ୮ ହେଲାଣି। ବର୍ଷା ପବନ ର ମାତ୍ରା ସନ୍ଧ୍ୟା ବେଳ ଠୁ ବଢ଼ି ବି ଗଲାଣି। କିଛି କର୍ମଚାରୀ ଆଉ ଘରକୁ ନ ଯାଇ ଅଫିସ ର ପାଖ ରୁମ୍ ରେ ରହି ଯିବାକୁ ଠିକ୍ ମନେ କଲେ ଆଉ ପ୍ରୀତମ୍ କୁ ବି ସେୟା କରିବାକୁ କହିଲେ। ପ୍ରୀତମ ମନା କରୁଥିଲେ ତା ମାଆ ମଧ୍ୟ ସେପଟୁ ସକାଳେ ଫେରିବାକୁ ଠିକ୍ ହବ କହିଲେ।
ସମସ୍ତେ ମିଶି ଆଜି ବହୁତ୍ ମଜା କରିବା, ତାସ୍ ଖେଳିବା , ଭୋଜି ଟାଏ କରିବା, ଏମିତି ସବୁ ଗପୁ ଥିଲେ। ଏତିକି ବେଳେ ହଠାତ୍ ବିଜୁଳି କଟିଗଲା। ପ୍ରୀତମ କୁ ଅନ୍ଧାର ରେ ଭାରି ଡର ଲାଗେ କେତେ ଭୂତ ପ୍ରେତ ଗପ, ଅଦ୍ଭୁତ ଦୃଶ୍ୟ ସବୁ ମନେ ପଡି ଯାଏ। ଏତିକି ବେଳେ ତାର ମନେ ପଡିଗଲା ସେଇ ରୁମ୍ ଭିତରେ ବର୍ଷେ ତଳେ ଜଣେ କର୍ମଚାରୀ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲା। ଆଉ କେହି କେହି କୁହନ୍ତି ସେ କୁଆଡ଼େ ରାତିରେ ଏଇଠି ବୁଲେ ।ଏମିତି ଅନେକ କଥା ତା ମନ ଭିତରେ ଆନ୍ଦୋଳିତ କରୁ ଥାଏ। ସେମାନେ ସମସ୍ତେ ମିଶି ୬ ଜଣ ସେଦିନ ଥାନ୍ତି ସେଇ ଘର ଭିତରେ। ୨ ଜଣ ଆଗ ମିଶି ରୋଷେଇ କରୁ ଥାନ୍ତି ରୋଷେଇ ଟା ସରି ଗଲେ ଆରାମ ସେ ବସି ଖେଳିବେ ଆଉ ମସ୍ତି କରିବେ।
ଏତିକି ବେଳେ ପ୍ରୀତମ ର ମା ଫୋନ କରନ୍ତି ଆଉ ପ୍ରୀତମ ରୁମ୍ ର ବାହାରକୁ ଯାଇ କଥା ହେଲା ଆଉ କଥା ସାରି ବୁଲି ପଡି ଦେଖେ ତ ଗେଟ୍ ପାଖରେ କେହି ଜଣେ ଧଳା ରଙ୍ଗର ଶାର୍ଟ୍ ପ୍ୟାଣ୍ଟ୍ ପିନ୍ଧି ବସିଛି ଏତେ ରାତି ତା ଉପରେ ପୁଣି ବର୍ଷା ପବନ ଏ ସମୟରେ କିଏ ହେଇ ପାରି ଥାଏ ସେଠି! ପ୍ରୀତମ କିଏ କିଏ ବୋଲି ପ୍ରଶ୍ନ କଲା ହେଲେ କିଛି ବି ଉତ୍ତର ମିଳିଲାନି।
ପ୍ରୀତମ ରୁମ୍ ଭିତରକୁ ଯାଇ ଜଣେ କର୍ମଚାରୀ ଭାଇ ଙ୍କୁ ଡାକି ଗେଟ୍ ପାଖକୁ ଗଲା ହେଲେ ଦେଖିଲା ବେଳକୁ ସେଠି କେହି ବି ନାହାଁନ୍ତି। ପ୍ରୀତମ କୁ କଥା ଟା ଭାରି କେମିତି କେମିତି ଲାଗିଲା। ସେ ଭାଇ ଜଣକ କହିଲେ ଆରେ ତୁ କଣ ଗୋଟେ ଛାଇ ଦେଖି ଦେଇଥିବୁ ଅନ୍ଧାର ହେଇଛି ତ ତତେ ସେମିତି ଜଣା ପଡ଼ିଥିବ ତୁ ଆସେ ଭିତରକୁ। ଦୁହେଁ ଚାଲିଗଲେ ଭିତରକୁ। ହେଲେ ପ୍ରୀତମ ଆଖିରେ ନାଚୁ ଥାଏ ସେ ଚେହେରା। ତାକୁ ଭାରି ଡର ବ ଲାଗିଲାଣି କଣ ପାଇଁ ରହୁଥିଲୁ କେଜାଣି ଘରେ ଏବେ ଆରାମ ସେ ଥାନ୍ତି " ଏମିତି ଭାବୁଥାଏ ବସିକି ସେ । କେମିତି ସକାଳ ହବ ଆଉ ମୁଁ ଘରକୁ ଯିବି।
ରାତି ଆସି ୧୦ ହେଲାଣି ରୋଷେଇ ସରିଲା ଆଉ ସମସ୍ତେ ମିଶି ଖାଇ ନେଲେ। ଖାଇବା ପରେ ଆରମ୍ଭ ହେଲା ଖେଳ ହେଲେ ପ୍ରୀତମ କୁ କିଛି ଭଲ ଲାଗୁ ନ ଥାଏ। ସେ ଯୁଆଡ଼େ ବି ଯାଉ ଥାଏ ତାକୁ ଲାଗୁ ଥାଏ ତା ପଛରେ କେହି ଯେମିତି ଚାଲୁଛି ବେଳେ ବୁଲିକି ଦେଖେ ତ କେହି ନାହାନ୍ତି। ପ୍ରାୟେ ୧ ଘଣ୍ଟା ଧରି ତାଙ୍କର ତାସ ଖେଳ ଚାଲିଲା ତା ପରେ ସମସ୍ତେ ଶୋଇବାକୁ ଗଲେ। ହେଲେ ପ୍ରୀତମକୁ ବା କୋଉଠୁ ନିଦ ଆସୁଛି। ବାହାରେ ପ୍ରବଳ ବର୍ଷା ପବନ ସହ ମଝିରେ ମଝିରେ ଘଡ଼ଘଡ଼ି ର ଗର୍ଜନ ତାର ଭୟ କୁ ଦି ଗୁଣ କରି ଦଉଛି।
କିଛି ସମୟପରେ ରୋଷେଇ ଘରୁ କିଛି ଶବ୍ଦ ଶୁଣିବାକୁ ପାଇଲା ପ୍ରୀତମ । ଏଠି ତ ସମସ୍ତେ ଶୋଇଛନ୍ତି ହେଲେ ରୋଷେଇ ଘରେ କିଏ ଆଉ ଶବ୍ଦ କିଏ କରୁଛି । ଆଉ ରହି ପାରି ଲାନି ସେ ରୋଷେଇ ଘରକୁ ଯାଇ ଦେଖେ ତ ଗୋଟେ ବିରାଟ କାୟ ମଣିଷ , ଆଖିରେ ତାର ସତେ ନିଆର ଝୁଲ ବାହାରୁଛି , ସବୁ ଜାଗାରେ ସେ ଖାଇବା ଖୋଜୁଛି ଆଉ ତାଙ୍କ ଭୋଜିରେ ବଳିଥିବା ଚିକେନ କଷାକୁ ଦି ହାତରେ ଖାଇ ଚାଲିଛି।
ହଠାତ୍ ତାର ଆଖି ପଡି ଯାଏ ପ୍ରୀତମ ଉପରେ ଆଉ ସେ ମାଡ଼ି ଆସେ ପ୍ରୀତମ ଆଡକୁ। ପ୍ରୀତମ ର ଦେହ ହାତ ଏକ ବାର ଥରୁ ଥାଏ ଭୟରେ। ସେ ବିରାଟକାୟ ମଣିଷ ପ୍ରୀତମ ପାଖରେ ପଂହଚିବା ପୂର୍ବରୁ ପ୍ରୀତମ ନିଜର ଚେତା ହରେଇ ପଡ଼ି ଯାଏ ତଳେ।
ଚେତା ଫେରିପାଇଲା ପରେ ସେ ନିଜକୁ ରୁମ୍ ର ବେଡ୍ ଉପରେ ଦେଖେ ଆଉ ତା ଚାରି ପାଖରେ ତାର ସେଇ କର୍ମଚାରୀ ଭାଇ ମାନେ।ପୂର୍ବ ରାତିର ସବୁ କଥା ସେ ସମସ୍ତଙ୍କୁ କୁହେ ଆଉ ସମସ୍ତେ ଶୁଣିକି ଭୟ କରି ଯାନ୍ତି କିନ୍ତୁ ପ୍ରୀତମ ସେ କଥାକୁ ଜମାରୁ ବି ଭୁଲି ପାରି ନ ଥାଏ ।
ସେଇ ଦିନ ଠାରୁ ସେ ଆଉ କେବେ ବି ଅଫିସ ର ସେ ରୁମ୍ ଭିତରକୁ ଆଜି ଯାଏ ଯାଏନି। ସେଦିନ ଫେରିବା ପରେ ୫ ଦିନ ପର୍ଯ୍ୟନ୍ତ ପ୍ରୀତମର ଦେହ ଖରାପ୍ ହେଇ ଯାଏ ।
ଆଜି ଯାଏ ବି ପ୍ରୀତମ ସେ ରାତିରେ ଘଟି ଥିବା ଘଟଣାକୁ ଭୁଲି ପାରେ ନି।