STORYMIRROR

Kartik chandra panda

Romance

4  

Kartik chandra panda

Romance

ଭୂଲ ହୋଇଗଲା ତୋତେ ଭଲ ପାଇ

ଭୂଲ ହୋଇଗଲା ତୋତେ ଭଲ ପାଇ

2 mins
10


ଏକ ନିର୍ଜନ ସ୍ଥାନରେ ମନ ଦୁଃଖରେ ବସିଛି ଵାସୁ. ଆଖିରୁ ଝରି ପଡୁଛି ଅବାରିତ ଅଶ୍ରୁ. ମନରେ ଅନେକ ଚିନ୍ତା, ଛାତିରେ କେତେ ଯେ ଯନ୍ତ୍ରଣା. ନା କାହାକୁ କହି ହେଉଛି, ନା ସେ ଦୁଃଖ କୁ ସହି ହେଉଛି. ମନକୁ ମନ ପ୍ରଶ୍ନ କରୁଛି. ମୋର ଭଲ ପାଇବାରେ କେଉଁଠି ଭୂଲ ରହି ଗଲା. ନିଜ ଠୁଁ ଅଧିକ ମୁଁ ତୋତେ ଭଲ ପାଉଥିଲି. ଘଡିଏ ନ ଦେଖିଲେ ପାଗଳ ହେଇ ଯାଉଥିଲି. ମୋ ପ୍ରେମରେ ତ ଛଳନା ନଥିଲା. କିନ୍ତୁ ଏ କଣ କଲୁ ପ୍ରୀତି, ମୋତେ ଛାଡି ଆଉ କାହାର ହାତ ଧରି ସୁଖର ସଂସାର କରିବାକୁ ଚାଲିଗଲୁ. କଣ ମୁଁ ଗରିବ ବୋଲି, ତୋତେ ଖଣ୍ଡେ ଭଲ ଶାଢ଼ୀ ମୁଁ ଦେଇ ପାରିବି ନାହିଁ ବୋଲି, ତୋତେ ଭଲରେ ଗଣ୍ଡେ ଖାଇବାକୁ ଦେଇ ପାରିବି ନାହିଁ ବୋଲି. ଶେଷରେ ତୁ ମୋ ସଙ୍ଗରେ ଛଳନା କଲୁ. ମୋତେ ପ୍ରତାରଣା କଲୁ. ମୋ ସଙ୍ଗରେ ବିଶ୍ୱାସ ଘାତକତା କଲୁ. ମୁଁ ତ ତୋତେ ଜୀବନ ଠୁଁ ଅଧିକ ଭଲ ପାଉଥିଲି. ଦଣ୍ଡେ କି ନିମିଷେ ନ ଦେଖିଲେ ପାଗଳ ପରି ହେଉ ଥିଲି. ସତରେ ପ୍ରୀତି ।

" ମୋର ଭୂଲ ହୋଇଗଲା ତୋତେ ଭଲ ପାଇ"

    ରାଘବ ପୁର ଗାଆଁ ରେ ଵାସୁ ର ଘର. ବାପ ମାଆ ଙ୍କର ଏକୋଇର ବଳା ବିସିକେଶନ. କଲେଜ ରେ ପଢିଲା ବେଳେ ପ୍ରୀତି ନାମ୍ନୀ ଏକ ଝିଅ କୁ ଭଲ ପାଉଥିଲା. ଏକା କଲେଜରେ ତଳ କ୍ଲାସ ରେ ପଢୁଥିଲା. ପ୍ରୀତି ର ବାପା ଜଣେ ବ୍ୟାଙ୍କ ଅଫିସର. ଅମାପ ଧନ. ମୋଟା ଅଙ୍କରେ ଦରମା ପାଉଥିଲା. ମାତ୍ର ଵାସୁ ର ବାପା ଜଣେ ଚାଷୀ. ଚାଷ ଜମି ମାଣେ କି ଦି ମାଣ.ସେତିକିରେ ଯାହା ଆୟ ହୁଏ ଦୁଃଖେ କଷ୍ଟେ ଚଳି ପୁଅଟିକୁ କଲେଜ ରେ ପାଠ ପଢ଼ାଏ. ଵାସୁ ବିଏ ପାଶ କରି ଘରେ ଅଛି. ଚାକିରୀ ଖଣ୍ଡେ ପାଇଁ ବହୁତ ଚେଷ୍ଟା କରୁଛି ହେଲେ ମିଳୁଛି କେଉଁଠି? ବେକାର ହୋଇ ଘରେ ବସିଛି.ଦୁଇ ଚାରି ବର୍ଷ ମିଳାମିଶା, ମନ ଦିଆ ନିଆ ଵାସୁ ଆଉ ପ୍ରୀତିର. ତାପରେ ସବୁ ଶେଷ. ଵାସୁ ଆଉ ଅଧିକ ପଢ଼ି ପାରିଲାନି. ଅଭାଵ ଗ୍ରସ୍ତ ପରିବାର ରେ ଆଉ ଅଧିକ ପଢିବା ପାଇଁ ସମ୍ବଳ କାହିଁ. ପ୍ରୀତି ଏମ. ଏ. ପାଶ କରି ଏବେ ଗୋଟେ କଲେଜ ରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛି . ଵାସୁ ସହ ମିଳାମିଶା ଏକ ପ୍ରକାର ଠପ. ଫୋନ ବି କରୁନି . ଵାସୁ ଫୋନ କଲେ ବି ସେ ଆଉ ଉଠାଉ ନାହିଁ. ଶୁଣୁଛି ପ୍ରୀତି ସେହି କଲେଜ ର ଜଣେ ଅଧ୍ୟାପକ ସାଙ୍ଗରେ ମିଳାମିଶା କରୁଛି, ଏକାଠି ହୋଟେଲ ଯାଉଛନ୍ତି, ସମୟ ବିତାଉ ଛନ୍ତି. ଵାସୁ ର ମନରେ ଗଭୀର ଦୁଃଖ, ଯାହାକୁ ଜୀବନ ଦେଇ ଭଲ ପାଉଥିଲା ସେ ଆଉ କାହା ସାଙ୍ଗରେ ମିଳାମିଶା କରିବ ଵାସୁ ସହନ୍ତା କିପରି. ଭାବିଲା ତାଙ୍କ ଘରକୁ ଯାଇ ରୋକଠୋକ ପଚାରି ଦେଵ, ଥରେ ଵାସୁ ପ୍ରୀତି ଘରକୁ ଦେଖା କରିବା ପାଇଁ ପହଂଚି ତାକୁ ବିବାହ କରିବାକୁ ପ୍ରସ୍ତାବ ଦେଲା.ପ୍ରୀତି ତାକୁ ରୋକ ଠୋକ ମନା କରିଦେଲା ଓ ଅପମାନ ଦେଇ ଘରୁ ବାହାରି ଯିବାକୁ କହିଲା.ତା ପରି ଗୋଟେ ବେକାରୀ ପିଲା କୁ ସେ କେବେ ବି ବିବାହ କରିବ ନାହିଁ.ବାସୁର ହୃଦୟ ଭାଙ୍ଗି ଗଲା, ଆକାଶ ଟା ତା ମୁଣ୍ଡ ଉପରେ ଖସି ପଡିଲା ପରି ମନେ କଲା. ପାଗଳ ପରି ପ୍ରଳାପ କରିବାକୁ ଲାଗିଲା ପ୍ରୀତି,"ଭୂଲ ହୋଇଗଲା ତୋତେ ଭଲ ପାଇ."।

   

 


Rate this content
Log in

Similar oriya story from Romance