Kartik chandra panda

Tragedy

3  

Kartik chandra panda

Tragedy

ଫକୀର ମୋହନ ସେନାପତି

ଫକୀର ମୋହନ ସେନାପତି

3 mins
16



ଓଡ଼ିଆ ଭାଷା ସାହିତ୍ୟର ଯୁଗ ପୁରୁଷ ବ୍ୟାସ କବି ଫକୀର ମୋହନ ସେନାପତି ଏକାଧାରରେ ଜଣେ ମହାନ କବି, ଗାଳ୍ପିକ, ଔପାନାସିକ, ପ୍ରାବନ୍ଧିକ ଥିଲେ. ତାଙ୍କର ଜନ୍ମ 1843ମସିହା ଜାନୁଆରୀ 14ତାରିଖ ମକର ସଂକ୍ରାନ୍ତି ତିଥିରେ ବାଲେଶ୍ୱର ଜିଲ୍ଲାର ମଲ୍ଲୀକାଶ ପୁର ଗ୍ରାମରେ ହୋଇଥିଲା. ତାଙ୍କ ପିତା ଲକ୍ଷ୍ମୀ ଚରଣ ସେନାପତି ଙ୍କର ଦେହାନ୍ତ ହୁଏ ଯେତେବେଳେ ଫକୀର ମୋହନ ଙ୍କୁ ମାତ୍ର ପାଞ୍ଚ ବର୍ଷ ଓ ତାର ଏକ ବର୍ଷ ପରେ ମାତା ତୁଳସୀ ଦେବୀ ମଧ୍ୟ ତାଙ୍କୁ ଅନାଥ କରି ଆର ପାରିକୁ ଚାଲିଯାଆନ୍ତି.ବାଳୁତ ଅବସ୍ଥାରୁ ପିତା ମାତା ଛେଉଣ୍ଡ ଫକୀର ମୋହନ ଯାହାଙ୍କର ପିଲା ଦିନର ନାମ ଥିଲା ବ୍ରଜ ମୋହନ ଜେଜେମା ଙ୍କ ପାଖରେ ବଡ଼ ହୁଅନ୍ତି. ଶିକ୍ଷା ଲାଭ କରିବାର ସୁଯୋଗ ଅଭାବରୁ ନଅ ବର୍ଷ ବୟସରେ ବିଦ୍ୟା ଅଧ୍ୟୟନ ଆରମ୍ଭ ହୁଏ. ମାଇନର ପାଶ କଲା ପରେ ବାଲେଶ୍ୱର ର ବାରବାଟୀ ସ୍କୁଲରେ ନାମ ଲେଖେଇଲେ ମାତ୍ର ଦରମା ଦେବାକୁ ଅସମର୍ଥ ହେବାରୁ ପାଠ ପଢା ଛାଡି ମାସିକ ଦୁଇ ଟଙ୍କା ପଚାଶ ପଇସା ମାସିକ ବେତନ ରେ ସେହି ବିଦ୍ୟାଳୟ ରେ ଶିକ୍ଷକତା କଲେ. ନିଜର ଅଧ୍ୟବସାୟ, ସାଧନା ବଳରେ ସେ ପାର୍ସି, ବଙ୍ଗଳା, ସଂସ୍କୃତ ଓ ପରେ ଇଂରାଜୀ ଭାଷା ମଧ୍ୟ ଶିକ୍ଷା କରିବାରେ ସମର୍ଥ ହୋଇଗଲେ. ଏହାପରେ ସେ ଖ୍ରୀଷ୍ଟିଆନ ମିଶନ ସ୍କୁଲରେ ଶିକ୍ଷକ ଭାବରେ ନିଯୁକ୍ତ ହେଲେ. ସେତେବେଳେ ଓଡ଼ିଆ ପିଲାମାନେ ବଙ୍ଗଳା ଭାଷା ରେ ଶିକ୍ଷା ଲାଭ କରୁଥିବାରୁ ଫକୀର ମୋହନ ଓଡ଼ିଆ ଭାଷାରେ ପାଠ୍ୟ ପୁସ୍ତକ ରଚନା କଲେ. ସେଠାରେ ଚାକିରୀ କରିଥିବା ସମୟରେ ତାଙ୍କର ସାକ୍ଷାତ ହୁଏ ବାଲେଶ୍ୱର ଜିଲ୍ଲାର ତତ୍କାଳୀନ କଲେକ୍ଟର ଜିନ ବିନ୍ସ ଙ୍କ ସହିତ. ଗୁଣ ଚିହ୍ନେ ଗୁଣିଆ. ଫକୀର ମୋହନ ଙ୍କ ପାଣ୍ଡିତ୍ୟ ର ପରିଚୟ ପାଇ ସେ ତାଙ୍କୁ ନୀଳଗିରି ର ଦେୱାନ ଭାବରେ ନିଯୁକ୍ତ କରି ଦେଲେ. ମାସିକ ବେତନ ଏକ ହାଜର ଟଙ୍କା.ଦେୱାନ ଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନ ରେ ସେ ଅବସ୍ଥାପିତ ହୋଇ ଶେଷରେ କଟକ ରେ ଅବସର ନେଲେ.

     ଓଡ଼ିଆ ଭାଷାର ଉନ୍ନତି ପାଇଁ ସେ ସଦା ସର୍ବଦା ଚେଷ୍ଟିତ ଥିଲେ. ଅନେକ ଗଳ୍ପ, କବିତା, ଉପନ୍ୟାସ ରଚନା କରି ଓଡ଼ିଆ ଭାଷା ସାହିତ୍ୟ ର ବିକାଶ ସାଧନ କରିପାରିଛନ୍ତି. "ରେବତୀ " ତାଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ ଯାହା ତତ୍କାଳୀନ ସମାଜରେ ବାଳିକା ଶିକ୍ଷା ପ୍ରତି ଥିବା କୁଣ୍ଠାବୋଧ କୁ ଦୂର କରିବା ପାଇଁ ପ୍ରୟାସ କରିଥିଲେ. ଛଅ ମାଣ ଆଠ ଗୁଣ୍ଠ, ଲଛମା, ମାମୁଁ, ପ୍ରାୟଶ୍ଚିତ ଆଦି ଉପନ୍ୟାସ ରଚନା କରି ସମାଜ ସଂସ୍କାର ଦିଗରେ ପ୍ରୟାସ କରିଥିଲେ. କ୍ଷୁଦ୍ର ଗଳ୍ପ ଗୁଡିକ ମଧ୍ୟରେ, ରେବତୀ, ସୁନା ବହୁ, ଡାକ ମୁନସୀ, ପେଟେଣ୍ଟ ମେଡ଼ିସିନ, ଧୁଳିଆ ବାବା ଆଦି ଓଡ଼ିଆ ଭାଷା ସାହିତ୍ୟ ର ଅନବଦ୍ୟ ସୃଷ୍ଟି. ଏଥିରେ ସମାଜର କୁସଂସ୍କାର, କୁ ପ୍ରଥା କିପରି ଭାବରେ ଘେରି ରହିଛି, ଅନ୍ୟାୟ ଅତ୍ୟାଚାର ନିରୀହ ମାନଙ୍କ କରାଯାଉଛି ତାହା ନିଖୁଣ ଭାବରେ ଦର୍ଶାଇ ତାହାକୁ ଦୂର କରିବା ପାଇଁ ଚେଷ୍ଟା କରିଥିଲେ.ତାଙ୍କର କବିତା ସଂକଳନ ମଧ୍ୟରେ ଉତ୍କଳ ଭ୍ରମଣ ଅତି ଚମତ୍କାର ସୃଷ୍ଟି. ଅନେକ କାବ୍ୟ କବିତା ଲେଖି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରି ଯାଇଛନ୍ତି ।

     ଅଭାବ ଅନାଟନ ମଧ୍ୟରେ ତାଙ୍କ ପିଲାଦିନ ବିତିଥିଲା. ଦାରିଦ୍ର ଓ ପାରିବାରିକ ଦୁଃଖ ମଧ୍ୟରେ କାଳାତିପାତ କରି ମଧ୍ୟ ତାଙ୍କ ଲକ୍ଷ୍ୟ ରୁ ବିଚ୍ୟୁତ ହୋଇ ନାହାନ୍ତି. ବାଲ୍ୟ କାଳରେ ପିତାମାତା ଙ୍କ ବିୟୋଗ, ଯୌବନ ରେ ସ୍ତ୍ରୀ ର ଅକାଳ ମୃତ୍ୟୁ, ପୁତ୍ର ର ବିୟୋଗ ତାଙ୍କ ପାଇଁ ଅତି ଦାରୁଣ ଦୁଃଖ ଆଣି ଦେଇଥିଲା ଯାହାକି ସେ ତାଙ୍କ ଆତ୍ମ ଜୀବନୀ ରେ ପ୍ରକାଶ କରିଛନ୍ତି. ଦ୍ୱିତୀୟ ସ୍ତ୍ରୀ ରୋଗ ଶଯ୍ୟା ରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଥିବା ସମୟରେ ତାଙ୍କ ଅନୁରୋଧ ରେ ମହାଭାରତ ଓ ରାମାୟଣ କୁ ସଂସ୍କୃତ ରୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ, ଯେଉଁଥିପାଇଁ ତାଙ୍କୁ ବ୍ୟାସ କବି ଉପାଧି ମିଳି ଥିଲା. ବାମଣ୍ଡା ର ରାଜା ଫକୀର ମୋହନ ଙ୍କୁ ସାହିତ୍ୟ କୃତି ପାଇଁ ସରସ୍ବତୀ ଉପାଧି ପ୍ରଦାନ କରିଥିଲେ. ଏହି ଯୁଗ ଜନ୍ମା, ଓଡ଼ିଆ ଭାଷା ସାହିତ୍ୟର ପ୍ରବାଦ ପୁରୁଷ ଫକୀର ମୋହନ ସେନାପତି ଙ୍କର ମୃତ୍ୟୁ 1918 ଜୁନ 14ତାରିଖ ରେ ହୋଇଥିଲା. ତାଙ୍କ ମୃତ୍ୟୁରେ ଓଡିଶା ଜଣେ ମହାମାନବ ଙ୍କୁ ହରାଇଲା ସତ ମାତ୍ର ସେ କୋଟି ଓଡ଼ିଆ ଙ୍କ ହୃଦୟରେ ଚୀର ଅମର ହୋଇ ରହିଛନ୍ତି ।

    

     


Rate this content
Log in

Similar oriya story from Tragedy