Kartik chandra panda

Inspirational

3  

Kartik chandra panda

Inspirational

ଗଛର ମଧ୍ୟ ଜୀବନ ଅଛି

ଗଛର ମଧ୍ୟ ଜୀବନ ଅଛି

2 mins
7


ଶୀତୁଆ ସକାଳ । ଧୁସର କାକର ଦୁବ ଘାସ ଉପରେ ପଡ଼ି ହୀରା ଭଳି ଚକ ମକ କରୁଛି । ଶ୍ରୀଧର ବାବୁ ତାଙ୍କ ନାତି ରାମୁ କୁ ନେଇ ତାଙ୍କ ବଗିଚାରେ ଖରାରେ ବସି ଥାଆନ୍ତି ସୂର୍ଯ୍ୟ ଙ୍କ ପହିଲି କିରଣ ର ହାଲୁକା ଉତ୍ତାପ ରେ ଦେହ କୁ ଟିକେ ଶୀତ ଦାଉରୁ ରକ୍ଷା କରିବା ପାଇଁ । ରାମୁ ବଗିଚାର ଗୋଟିଏ ଗଛ ରୁ ଡାଳ ଖଣ୍ଡେ ଭାଙ୍ଗି ଦେଲା । ଶ୍ରୀଧର ବାବୁ କହିଲେ, ହାଁ ହାଁ କଣ କଲୁ । ଗଛରୁ ଡାଳ ଭାଙ୍ଗି ଦେଲୁ । ଗଛକୁ କଷ୍ଟ ହେବନି । ରାମୁ କହିଲା ଜେଜେ, ଗଛର କଣ ଜୀବନ ଅଛି ଯେ ତାଙ୍କୁ କଷ୍ଟ ହେବ । ଛୋଟ ପିଲା ରାମୁ, ସେ କଣ ବୁଝିଲାଣି ଗଛ ର ଜୀବନ ଅଛି କି ନାହିଁ, ଗଛ ଆମର କଣ ଉପକାର କରେ । କୌତୁହଳ ହୋଇ ରାମୁ ଜେଜେ ର ଉତ୍ତରକୁ ଅପେକ୍ଷା କଲା । ଶ୍ରୀଧର ବାବୁ କଥା ଆରମ୍ଭ କଲେ । ଆମର ଜୀବନ ଅଛି ଆମକୁ କିଏ ଆଘାତ କଲେ କଷ୍ଟ ହେଉଛି । ସେହିପରି ଗଛର ମଧ୍ୟ ଜୀବନ ଅଛି । ସେ ଆମ ପରି ବଢ଼ି ପାରୁଛି, ଫୁଲ ହେଉଛି, ଫଳ ହେଉଛି, ନୂଆ ଗଛ ସୃଷ୍ଟି ହେଉଛି । ଜୀବନ ନ ଥିଲେ ଗଛ କଣ ବଢ଼ି ପାରନ୍ତା । ପ୍ରାଣୀ ମାନଙ୍କର ଯେମିତି ଜୀବନ ଅଛି, ଉଦ୍ଭିଦ ର ମଧ୍ୟ ଜୀବନ ଅଛି । ପ୍ରାଣୀ ମାନେ ଉଦ୍ଦୀପନା ପାଇଲେ ପ୍ରତିକ୍ରିୟା ପ୍ରକାଶ କରନ୍ତି । ମାତ୍ର ଗଛ ତାହା ପାରେନା । ଆଉ ସବୁ ଗୁଣ ଗଛ ପାଖରେ ଅଛି । ଆମେ ଖାଦ୍ୟ ଖାଇ ବଂଚୁଛନ୍ତି । ଗଛ ମଧ୍ୟ ମାଟିରୁ ଖାଦ୍ୟ ସଂଗ୍ରହ କରେ, ଆଉ ପତ୍ରରେ ଖାଦ୍ୟ ପ୍ରସ୍ତୁତ କରେ । କୌତୁହଳ ହୋଇ ରାମୁ ପଚାରିଲା ଜେଜେ । ଗଛ ପତ୍ରରେ କେମିତି ଖାଦ୍ୟ ପ୍ରସ୍ତୁତି କରୁଛି, କାହିଁ ଜାଣି ହଉନି ତ । ଜେଜେ କହିଲେ ଆମେ ଦେଖି ପାରୁ ନାହାନ୍ତି । ପତ୍ରରେ ସବୁଜ କଣା ଅଛି । ସେ ଦିନ ସମୟରେ ସୂର୍ଯ୍ୟ ଙ୍କ ଠାରୁ ଆଲୋକ ଏବଂ ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ ନେଇ ଖାଦ୍ୟ ପ୍ରସ୍ତୁତ କରେ । ପତ୍ର ଛିଣ୍ଡାଇ ଦେଲେ ସେ ଖାଦ୍ୟ ପ୍ରସ୍ତୁତ କରି ପାରିବ ନାହିଁ । ଆଉ ଡାଳ ଭାଙ୍ଗିଲେ ଆମ ପରି ତାକୁ ମଧ୍ୟ କଷ୍ଟ ହେବ । ଆଉ କେବେ ଗଛ ରୁ ପତ୍ର ଛିଡାଇବୁ ନାହିଁ ଡାଳ ଭାଙ୍ଗିବୁ ନାହିଁ । ରାମୁ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲା । ଜେଜେ କହିଲେ, ଗଛ ଆମର କି ଉପକାର କରେ କାଲି କହିବି । ଆଜି ଚାଲ ଘରକୁ ଯିବା । ଜେଜେ ଓ ନାତି ଦୁହେଁ ଘରକୁ ଫେରି ଆସିଲେ ।


Rate this content
Log in

Similar oriya story from Inspirational