Kartik chandra panda

Tragedy

4  

Kartik chandra panda

Tragedy

ପ୍ରତିଶୋଧ ପରାୟଣା ମନ୍ଥରା

ପ୍ରତିଶୋଧ ପରାୟଣା ମନ୍ଥରା

4 mins
21



ରାତି ପାହିଲେ ରାମ ରାଜା ହେବେ. ତାଙ୍କ ରାଜ୍ୟାଭିଷେକ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ. ଅଯୋଧ୍ୟା ର ରାଜା ଦଶରଥ ଜ୍ୟେଷ୍ଠ ପୁତ୍ର ରାମଙ୍କୁ ରାଜ ସିଂହାସନ ରେ ଅଭିଷିକ୍ତ କରାଇବାର ଅଭିଳାଷ କୁ ସାକାର କରିବା ପାଇଁ ବ୍ୟସ୍ତ. ମନରେ ଅସୁମାରୀ ଖୁସି. ରାଜ ପରିବାର, ପାତ୍ର ମନ୍ତ୍ରୀ, ନଗର ବାସୀ ଅତ୍ୟନ୍ତ ଆନନ୍ଦ ର ସହ ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି. ନିମନ୍ତ୍ରିତ ଅତିଥି ମାନଙ୍କ ପାଇଁ ଅତିଥି ଭବନରେ ସବୁ ବ୍ୟବସ୍ଥା ହୋଇଛି. କୁଳଗୁରୁ ବଶିଷ୍ଠ ଅଭିଷେକ ର ସମସ୍ତ ଆୟୋଜନ କରି ସାରିଛନ୍ତି. ରାଣୀ କୌଶଲ୍ୟା, କୈକେୟୀ, ସୁମିତ୍ରା ଅତି ଆନନ୍ଦରେ ଅତି ଆଦରର ପୁତ୍ର ରାମ ଅଭିଷେକ ନିମିତ୍ତ ସବୁ ପ୍ରକାର ଯୋଗାଡ଼ ରେ ଲାଗି ପଡ଼ି ଛନ୍ତି. ଅଯୋଧ୍ୟା ରାଜ୍ୟରେ ଆବାଳବୃଦ୍ଧବନିତା ମହାନନ୍ଦରେ ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ଥାନ୍ତି. ମାତ୍ର ଜଣକ ମନରେ ସରାଗ ନଥାଏ. ସେ ହେଉଛନ୍ତି କୈକେୟୀ ର ଦାସୀ ମନ୍ଥରା. ରାମ ରାଜ ସିଂହାସନ ଆରୋହଣ କରିବାର ଖବର ତାଙ୍କୁ ଆଦୌ ଖୁସି ଦେଇ ପାରୁ ନଥିଲା. ତାଙ୍କ ମନକୁ ବ୍ୟଥିତ କରୁଥିଲା. କୌଣସି ପ୍ରକାରେ ରାମଙ୍କୁ ଅଯୋଧ୍ୟା ରୁ ନିର୍ବାସନ କରି ଭରତ କୁ ରାଜା କରିବାକୁ ଉପାୟ ଚିନ୍ତା କରୁଥାନ୍ତି.କୈକେୟୀ ଙ୍କର ଦାସୀ ହୋଇଥିବାରୁ କୈକେୟୀ ଙ୍କ ମାଧ୍ୟମରେ ଏହି କାର୍ଯ୍ୟ କରିବା ପାଇଁ ବିଚାର କରି ତାଙ୍କ ମନରେ କୁମନ୍ତ୍ରଣା ର ବିଷ ମଞ୍ଜି ବୁଣିଲେ. ରାଣୀ କୈକେୟୀ ରାଜା ଦଶରଥ ଙ୍କର ଅତି ପ୍ରୀୟ ରାଣୀ ଥିଲେ. ରାଜା ତାଙ୍କର ତିନି ରାଣୀଙ୍କ ମଧ୍ୟରୁ କୈକେୟୀ ଙ୍କୁ ବେଶି ଭଲ ପାଉ ଥିଲେ. ଯୁଦ୍ଧ ସମୟରେ ରାଜା ଦଶରଥ ଯେତେବେଳେ ଆହତ ହୋଇ ପଡିଲେ କୈକେୟୀ ନିଜେ ରଥ ଚାଳନା କରି ଦଶରଥ ଙ୍କୁ ଶତ୍ରୁ ଙ୍କ ଠାରୁ ଉଦ୍ଧାର କରି ସେବା ଶୃସୁସା କରି ତାଙ୍କ ଜୀବନ ରକ୍ଷା କରିଥିଲେ. ସେତେବେଳେ ରାଜା ଅତି ଖୁସିରେ ତାଙ୍କୁ ଦୁଇଟି ବର ଯାଚି ଥିଲେ. ରାଣୀ କୈକେୟୀ ଆବଶ୍ୟକ ସମୟରେ ତାହା ମାଗି ନେବେ ବୋଲି କହିଥିଲେ. ଏହି କଥା କୁଚକ୍ରୀ କୁମନ୍ତ୍ରଣାକାରୀ ମନ୍ଥରା ଆଦୌ ଭୁଲି ନଥିଲି. ସୁଯୋଗ ଦେଖି କୈକେୟୀ ଙ୍କୁ ସେହି ବର ମାଗିବା ପାଇଁ ମନ୍ତ୍ରଣା ଦେଲା. ମାତ୍ର କୈକେୟୀ ରାମ ଙ୍କୁ ଅତି ଭଲ ପାଉ ଥିଲେ, ରାମ ବନବାସ ଯିବା କଥା ସେ ଗ୍ରହଣ କରି ପାରୁ ନଥିଲେ. କିନ୍ତୁ ମନ୍ଥରା କୈକେୟୀ ଙ୍କ ମନରେ ବିଷ ଭରିବାକୁ ଲାଗିଲା. ମନ୍ଥରା କହିଲା ରାମ ରାଜା ହେଲେ ତୁମ ପୁତ୍ର ଭରତ ତା'ର ଦାସ ହେବ. କୌଶଲ୍ୟା ରାଜମାତା ହେବେ. ରାଜା ତାଙ୍କୁ ବେଶି ଭଲ ପାଇବେ, ସେତେବେଳେ ତୁମ ଅବସ୍ଥା କଣ ହେବ ଥରେ ଭାବି ଦେଖ, ସେ ତୁମକୁ ଦାସୀ ଭଳି ବ୍ୟବହାର କରିବେ, ତୁମେ ସହି ପାରିବତ. ମନ୍ଥରାର କୁମନ୍ତ୍ରଣା କୈକେୟୀଙ୍କ ମନକୁ ବିଷାକ୍ତ କରିଦେଲା. ଏବଂ ସେ ତ୍ୱରିତ ବେଗରେ ରାଜାଙ୍କ ନିକଟରେ ପହଞ୍ଚି ପୂର୍ବରୁ ପ୍ରତିଶୃତି ଦେଇଥିବା ବର ମାଗିଲେ. ଦଶରଥ କୈକେୟୀ ଙ୍କର ଛଳ ବୁଝି ନପାରି ବର ଦେବାକୁ ସତ୍ୟବଦ୍ଧ ହେଲେ. କୈକେୟୀ ରାଜା ଙ୍କୁ କହିଲା ପ୍ରଥମ ବରରେ ରାମ ଚଉଦ ବର୍ଷ ପାଇଁ ବନବାସ କୁ ଯିବ ଏବଂ ଦ୍ୱିତୀୟ ବରରେ ଭରତ ଅଯୋଧ୍ୟା ର ରାଜା ହେବ. କୈକେୟୀ ଙ୍କ କଥା ଶୁଣି ରାଜା ଦୁଃଖ ଓ ବିଷାଦ ରେ ମ୍ରିୟମାଣ ହୋଇ ମୁର୍ଚ୍ଚିତ ହୋଇଗଲେ. ଏ ଖବର ଶୁଣି ସମସ୍ତ ରାଜ ପରିବାର ପାତ୍ର ମନ୍ତ୍ରୀ ଧାଇଁ ଆସିଲେ. ଘଟଣା ବିଷୟରେ ଜାଣିବା ପରେ ରାମ ପିତାଙ୍କ ସତ୍ୟ ରକ୍ଷା କରି ବନବାସ ଯିବାକୁ ବାହାରନ୍ତେ ପ୍ରାଣ ପ୍ରୀୟା ସତୀ ସୀତା ଓ ସ୍ନେହର ସାନ ଭାଇ ଲକ୍ଷ୍ମଣ ମଧ୍ୟ ତାଙ୍କ ସାଥିରେ ଯିବାକୁ ବାହାରି ପଡିଲେ. ରାତି ପାହିବା କ୍ଷଣି ରାମ ଲକ୍ଷ୍ମଣ ସୀତା ବନ ଗମନ କଲେ.

    ରାମାୟଣ ରେ ଏହି ବିଷୟ ଆଲୋଚନା ହେବା ବେଳେ ମନରେ ପ୍ରଶ୍ନ ଆସେ ମନ୍ଥରା କିଏ, ସେ କାହିଁକି ରାମକୁ ବନବାସ ଯିବା ପାଇଁ କୈକେୟୀ ଙ୍କୁ ମନ୍ତ୍ରଣା ଦେଲା. ରାମାୟଣରେ ମନ୍ଥରା ଚରିତ୍ର କୁ କୁଚକ୍ରୀ, କୁମନ୍ତ୍ରଣା କାରୀଭାବରେ ଅବିହିତ କରାଯାଇଛି. ଏପରିକି ସମାଜରେ କୁପରାମର୍ଶ ଦେଉଥିବା ସ୍ତ୍ରୀଲୋକ ମାନଙ୍କୁ ଘରଭାଙ୍ଗି ମନ୍ଥରା ବୋଲି ବୋଲି କୁହାଯାଏ. ଏହି ପରିପ୍ରେକ୍ଷୀରେ ମନ୍ଥରା ବିଷୟରେ ଆଲୋଚନା କରିବାର ଆବଶ୍ୟକତା ଅଛି. ମନ୍ଥରା ଜୀବନୀ ଉପରେ ବିଭିନ୍ନ କବି ମାନେ ଭିନ୍ନ ଭିନ୍ନ ମତ ରଖି ଛନ୍ତି. ସମସ୍ତେ ଜାଣନ୍ତି ମନ୍ଥରା ରାଣୀ କୈକେୟୀ ଙ୍କର ଦାସୀ. ବିବାହ ପରେ କୈକେୟୀଙ୍କ ପିତା ମନ୍ଥରାକୁ ଦାସୀ ରୂପେ କୈକେୟୀ ସହ ଅଯୋଧ୍ୟା କୁ ପଠାଇଥିଲେ. ସେହି ଦିନ ଠାରୁ ସେ ତାଙ୍କ ପାଖେ ପାଖେ ରହି ତାଙ୍କର ସେବା ଯତ୍ନ କରେ ଓ ତାଙ୍କ ପୁତ୍ର ଭରତର ଦାୟିତ୍ୱ ବହନ କରେ. ତାର ପିଠିରେ ଗୋଟିଏ କୁଜ ଥିବାରୁ ତାକୁ କୁଜି ବୁଢ଼ୀ ମନ୍ଥରା ବୋଲି କହନ୍ତି. କଥିତ ଅଛି ମନ୍ଥରା ପ୍ରତିଶୋଧ ପରାୟଣା ହୋଇ ଉଭୟ କୈକେୟୀଙ୍କ ପିତା କୈକେୟ ଦେଶର ରାଜା ଅଶ୍ଵପତି ଓ ଅଯୋଧ୍ୟା ର ରାଜପୁତ୍ର ଯୁବରାଜ ରାମଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଏହି କାଣ୍ଡ ଭିଆଇ ଥିଲେ. ପ୍ରଥମ ଟି ପୂର୍ବ ଜନ୍ମ ର କଥା. ମାତ୍ର ରାମଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଚିନ୍ତା ଏହି ଜନ୍ମର କଥା. ରାଜପୁତ୍ର ରାମ ପାଞ୍ଚ ବର୍ଷର ହୋଇଥିବା ବେଳେ ପେଣ୍ଡୁ ଗଡେଇ ଖେଳୁଥିଲେ. ସେହି ପେଣ୍ଡୁ ଟି ଫିଙ୍ଗିବାରୁ ତାହା ଯାଇ ମନ୍ଥରାର ପିଠିରେ କୁଜ ଥିବା ସ୍ଥାନରେ ବାଜିଲା ଓ ବହୁତ କଷ୍ଟ ହେଲା. ତେଣୁ ମନ୍ଥରା ରାମଙ୍କ ଉପରେ ଭୀଷଣ ରାଗିଗଲେ ଓ ବାଡେ଼ଇଲେ. ବାଳୁତ ରାମ ମଧ୍ୟ ଧରିଥିବା ଖଣ୍ଡିଏ ଡାଙ୍ଗରେ ମନ୍ଥରାର ଗୋଡ଼କୁ ପାହାରେ ଦେଲେ ଯାହା ଫଳରେ ମନ୍ଥରାର ଗୋଡ଼ରେ ଆଘାତ ହେଲା. ସେହିଦିନ ଠାରୁ ସେ ରାମ ଙ୍କୁ ଆଦୌ ଭଲ ପାଉ ନଥିଲେ. ପ୍ରତିଶୋଧ ପରାୟଣା ହୋଇ ରାମକୁ ରାଜା କରାଇ ନଦେବାକୁ ଚିନ୍ତା କରୁଥିଲା.

    ଦ୍ୱିତୀୟ କାରଣ ଟି ହେଉଛି ମନ୍ଥରା ର ପୂର୍ବଜନ୍ମ ର କଥା. କୈକେୟ ଦେଶର ରାଜା ଦିନେ ଶିକାର କରିବା ଉଦେଶ୍ୟରେ ବନ ମଧ୍ୟରେ ଭ୍ରମଣ ସମୟରେ ଏକ ହରିଣ କୁ ଲକ୍ଷ୍ୟ କରି ତୀର ଚାଳନା କଲେ. ତୀର ଟି ଯାଇ ହରିଣ ର ଦେହରେ ବାଜିଲା. ଚିତ୍କାର କରି ହରିଣ ଟି ଟଳି ପଡିଲା. ତାର ସ୍ତ୍ରୀ ହରିଣୀ କାନ୍ଦି କାନ୍ଦି ଯାଇ ତା ମାଆ ନିକଟରେ କହିଲା. ମାଆ ହରିଣୀ ଗାନ୍ଧର୍ବି ଦୁନ୍ଦୁଭି ଅଭିଶାପ ପାଇ ହରିଣୀ ଭାବରେ ଜଙ୍ଗଲ ମଧ୍ୟରେ ରହୁଥିଲା. ସେ ରାଜାଙ୍କୁ କହିଲା ତା'ର ଜାମାତା ହରିଣ ଦେହରୁ ଶର ଟିକୁ ବାହାର କରିଦେଲେ ସେ ତାକୁ ବଞ୍ଚାଇ ପାରିବ. ମାତ୍ର ରାଜା ଅଶ୍ଵପତି ତା କଥା କୁ ଅସ୍ବୀକାର କରି ହରିଣ କୁ ମାରି ଦେଇଥିଲା. ପ୍ରତିଶୋଧ ପରାୟଣା ହୋଇ ହରିଣୀ ରାଜାଙ୍କୁ ଅଭିଶାପ ଦେଇଥିଲା. ହେ ରାଜା ତୁମେ ଯେମିତି ମୋ ଜାମାତା କୁ ବଦ୍ଧ କରି ମୋ କନ୍ୟାର ବୈଧବ ର କାରଣ ହେଲ ମୁଁ ସେହିପରି ମୁଁ ତୁମ ଜାମାତାର ମୃତ୍ୟୁର କାରଣ ହେବି ଏବଂ ତୁମ କନ୍ୟାର ବୈଧବ୍ୟ ଦେଖିବି. ସେହି ଅଭିଶାପ କୁ ଫଳବତୀ କରିବା ପାଇଁ ସେ ମନ୍ଥରା ରୂପରେ ଜନ୍ମ ଲାଭ କରି ସେହି ରାଜାଙ୍କ ଉଆସ ରେ ତାଙ୍କ କନ୍ୟାର ଦାସୀ ଭାବରେ ରହିଲା. କୈକେୟୀର ବିବାହ ପରେ ତାଙ୍କ ସହିତ ଅଯୋଧ୍ୟା କୁ ଆସି ନିଜର ପ୍ରତିଶୋଧ ର ନିଆଁ ରେ ଜଳୁଥିଲା. ଆଜି ସେହି ପ୍ରତିଶୋଧ ପୂରଣ ହେବାର ସମୟ ଉପନୀତ. ରାମଙ୍କ ବନ ଗମନ ଜନିତ ଦାରୁଣ ବ୍ୟଥା କୁ ରାଜା ସହି ନପାରି ପୁତ୍ର ବିୟୋଗ ରେ ଝୁରି ଝୁରି ଇହ ଲୀଳା ସମ୍ବରଣ କଲେ. ରାଣୀ କୈକେୟୀ ବୈଧବ ଯନ୍ତ୍ରଣା ପାଇଲେ. ପ୍ରତିଶୋଧ ପରାୟଣା ମନ୍ଥରା ର ପ୍ରତିଶୋଧ ପୂରଣ ହେଲା ।


     


Rate this content
Log in

Similar oriya story from Tragedy