Kartik chandra panda

Tragedy

3  

Kartik chandra panda

Tragedy

ରାମାୟଣ କଥା (ରାମ ଙ୍କ ବନ ଗମନ )

ରାମାୟଣ କଥା (ରାମ ଙ୍କ ବନ ଗମନ )

2 mins
21


ଅଯୋଧ୍ୟା ନଗରୀ ଆଜି ଆନନ୍ଦ ମୁଖର. ସମସ୍ତ ରାଜ ପରିବାର, ପାତ୍ର, ମନ୍ତ୍ରୀ ପାରିଷଦ ବର୍ଗ ପ୍ରଜା ମାନଙ୍କ ମନରେ ଖୁସିର ସୀମା ନାହିଁ. ରାତି ପାହିଲେ ରାମ ରାଜା ହେବେ. ତାଙ୍କର ରାଜ୍ୟାଭିଷେକ ହେବ. ଏକଥା ଶୁଣି କିଏ ବା ଖୁସି ନ ହେବ. ସମସ୍ତ ପ୍ରକାର ଆୟୋଜନ ଶେଷ ପର୍ଯ୍ୟାୟ ରେ. ନଗର ଆଲୋକ ମାଳାରେ ସଜ୍ଜିତ ହୋଇଛି. ରାଜା ଦଶରଥ ଙ୍କର ମଧ୍ୟମା ରାଣୀ କୈକେୟୀ ଙ୍କର ଦାସୀ ମନ୍ଥରା କାନରେ ଏକଥା ପଡିବାରୁ କୁଚକ୍ରୀ ମନ୍ଥରା ରାଣୀ କୈକେୟୀଙ୍କ କର୍ଣ୍ଣରେ କୁମନ୍ତ୍ରଣା ଫୁଙ୍କିଲା. ରାମ ରାଜ ସିଂହାସନ ଆରୋହଣ କରି ରାଜା ହେଲେ ତାଙ୍କ ମାତା କୌଶଲ୍ୟା ରାଜ ମାତା ହେବାର ସୌଭାଗ୍ୟ ଅର୍ଜନ କରିବ. ରାଜା ତାଙ୍କୁ ବେଶୀ ଭଲ ପାଇବେ ତୁମ ପ୍ରତି ସ୍ନେହ ମମତା କମିଯିବ. ତେଣୁ ତୁମେ ରାଜାଙ୍କ ଠାରୁ ବର ମାଗି ଆଣ. ଯେଉଁ ବର ଦେବା ପାଈଁ ରାଜା ତୁମକୁ ପ୍ରତିଶୃତି ଦେଇଥିଲେ. ପ୍ରଥମ ବର ରେ ରାମ ଚଉଦ ବର୍ଷ ପର୍ଯ୍ୟନ୍ତ ବନବାସ କରିବେ ଓ ଦ୍ୱିତୀୟ ବରରେ ତୁମ ପୁତ୍ର ଭରତ ଅଯୋଧ୍ୟା ର ରାଜ ସିଂହାସନ ଆରୋହଣ କରିବ. କୁଚକ୍ରୀ ମନ୍ଥରା ର କୁମନ୍ତ୍ରଣାରେ ରାଣୀ କୈକେୟୀ ବଶୀଭୂତ ହୋଇ ରାଜାଙ୍କ ନିକଟକୁ ଗଲେ. ରାଜା ଦଶରଥ ଙ୍କୁ ସତ୍ୟ କରାଇ ତାଙ୍କ ଠାରୁ ବର ମାଗିଲେ. ରାଜା ଙ୍କର ଅତି ପ୍ରୀୟ ରାଣୀ କୈକେୟୀ ଙ୍କୁ କହିଲେ ମୁଁ ସତ୍ୟ କରୁଛି ରାଣୀ ତୁମେ ଯାହା ମାଗିବ ମୁଁ ଦେବି. ରାଜା ସତ୍ୟ ବଦ୍ଧ ହେବାରୁ କୈକେୟୀ ସେହି ଦୁଇଟି ବର ମାଗିଲେ. ପ୍ରଥମ ବରରେ ରାମ ଚଉଦ ବର୍ଷ ଯାଏ ବନବାସ ଯିବ ଓ ଦ୍ୱିତୀୟ ବରରେ ମୋ ପୁଅ ଭରତ ଅଯୋଧ୍ୟା ରେ ରାଜା ହେବ. କୈକେୟୀ ଙ୍କ କଥା ଶୁଣି ରାଜା ଦଶରଥ କିଂ କର୍ତଵ୍ୟ ବିମୁଢ଼ ହୋଇଗଲେ. କାକୁତି ମିନତୀ ହୋଇ ରାଣୀ କୈକେୟୀଙ୍କୁ କହିଲେ ରାଣୀ ତୁମେ ଅନ୍ୟ କିଛି ବର ମାଗ. ରାମ ବନବାସ କଥା କୁହ ନାହିଁ. ମାତ୍ର କୈକେୟୀ ମନ୍ଥରା କଥାରେ ଏମିତି ବଶୀଭୂତ ହୋଇଥିଲେ ଯେ ସେ କୌଣସି ପରିସ୍ଥିତିରେ କଥାରୁ ଓହରି ଯାଇ ପାରିବେ ନାହିଁ. ସତ୍ୟ ବଦ୍ଧ ରାଜା ଦଶରଥ ମୁର୍ଚ୍ଛା ହୋଇ ତଳେ ପଡିଗଲେ. ସମସ୍ତ ପରିବାର ବର୍ଗ ଏକଥା ଜାଣିଲେ. ପିତା ଦଶରଥ ଙ୍କର ସତ୍ୟ ବଦ୍ଧତା ବିଷୟରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମ ଜାଣି ସମସ୍ତଙ୍କୁ ଆଶ୍ୱାସନା ଦେଇ ପିତା ସତ୍ୟ ପାଳିବା ନିମନ୍ତେ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣ ଙ୍କୁ ସାଥିରେ ନେଇ ବନବାସ ଯାତ୍ରା କଲେ ଓ ପୁତ୍ର ଶୋକ ରେ ପିତା ଦଶରଥ ଇହଲୀଳା ସମ୍ବରଣ କଲେ |



Rate this content
Log in

Similar oriya story from Tragedy