Kartik chandra panda

Comedy

3  

Kartik chandra panda

Comedy

ମିଛ ପ୍ରଶଂସା

ମିଛ ପ୍ରଶଂସା

2 mins
176



ରାମ, ଦାମ ଓ ଶ୍ୟାମ ତିନି ସାଙ୍ଗ. ନଈ କୂଳ ଆମ୍ବ ତୋଟାରେ ବସି କଥା ହେଉଥିଲେ. ସେମାନଙ୍କର ବୟସ 25ରୁ 30ମଧ୍ୟରେ. ଶ୍ୟାମ ଟିକିଏ ପ୍ରଶଂସା ପ୍ରିୟ. ମିଛରେ ତାକୁ ଟିକେ ପ୍ରଶଂସା କରିଦେଲେ ସେ ଏତେ ଖୁସି ହୋଇଯାଏ ଯେ ତାକୁ ଯାହା କହିବ କରିଦେବ, ଯାହା ମାଗିବ ଦେଇଦେବ. ରାମ ଓ ଦାମ ଏକଥା ଭଲ ଭାବେ ଜାଣନ୍ତି. ସେହି ଆମ୍ବ ତୋଟାରେ ଗୋଟିଏ ଗଛରେ ଆମ୍ବ ପାଚି ଝୁଲୁ ଥାଏ. ରାମ କହିଲା ଆମ ଶ୍ୟାମ ଭଲ ଭାବରେ ଗଛ ଚଢି ଜାଣିଛି. ସିଏ ପରା ମାଙ୍କଡ଼ ପରି ଗଛକୁ ଚଢି ଏ ଡାଳ ରୁ ସେ ଡାଳ କୁ ଡେଇଁ ପାରିବ. ସିଏ ଛୋଟ ଦିନେ ପରା ଗଛ କୁ ସହଜରେ ଚଢି ଯାଉଥିଲା. ମୋ ମାଆ କହୁଥିଲା ଶ୍ୟାମ ଗଛ ଚଢିକି ସବୁ ଆମ୍ବ ବିଛେଇ ଦିଏ. ନା କଣ ଶ୍ୟାମ, ତୋ ପରି ଆମ ଗାଁ ରେ ଆଉ କେହି ଜଣେ ନାହିଁ ଯେ ଗଛ ଉପରକୁ ଯାଇ ଏ ଡାଳରୁ ସେ ଡାଳ କୁ ଡ଼େଇଁ ଆମ୍ବ ବିଛେଇ ପାରିବ. ଦାମ କହିଲା, ହଁ ପରା ଶ୍ୟାମ ଯେମିତି ଗଛ ଚଢି ଯିବ ଆଉ କେହି ପାରିବେ ନାହିଁ. ଏତେ ପ୍ରଶଂସା ଶୁଣି ଶ୍ୟାମ ବହୁତ ଖୁସି ହୋଇଗଲା ଓ ହୁପା ମାରି ଗଛ କୁ ଚଢ଼ିଗଲା ଓ ଡାଳ ହଲେଇ ଆମ୍ବ ଝାଡ଼ି ଦେଲା. ତଳେ ରାମ ଓ ଦାମ ତୋଳିବାରେ ଲାଗିଲେ.।

  ଆଉ ଏକ ଦିନର କଥା, ରାମ, ଦାମ ଓ ଶ୍ୟାମ ବଜାର କୁ ଗଲେ. ଯାଉ ଯାଉ ଦାମ କହିଲା, ବୁଝିଲୁ ରାମ, ଆମ ଶ୍ୟାମ ପରି ଆଉ କେହି ହେବେନି, ସେ ଆମ ଗାଁ ର ହିରୋ. ଏକଥା ସମସ୍ତେ କହୁ ଛନ୍ତି. ଶ୍ୟାମ ଯାହା କହିବ ତାକୁ ସମସ୍ତେ ମାନନ୍ତି. ଯିଏ ଯାହା ମାଗନ୍ତି ସିଏ ମନା କରେନି. ଯେମିତି ହେଲେ ସେ ଦିଏ. ଏକଥା ଶୁଣି ଶ୍ୟାମ ର ଛାତି କୁଣ୍ଢେ ମୋଟ ହୋଇଗଲା. ସେ କହିଲା ଚାଲ, ହୋଟେଲ କୁ ଯିବା, ଯାହା ଖାଇବ, କିଛି ଚିନ୍ତା କରିବ ନାହିଁ., ସେ ସବୁ ଟଙ୍କା ମୁଁ ଦେବି. ତିନି ସାଙ୍ଗ ହୋଟେଲ ଗଲେ, ମଟନ ବିରିୟାନୀ, ତନ୍ଦୁରି ଚିକେନ ଏମିତି କେତେ କଣ ଖାଇଲେ,. ହୋଟେଲ ମାଲିକ ଅଠର ଶହ ଟଙ୍କାର ବିଲ ଧରେଇ ଦେଲା. ସବୁ ଟଙ୍କା ଶ୍ୟାମ ଦେଲା. ଶ୍ୟାମ ର ଏହି ସ୍ଵଭାଵ ଗାଆଁ ରେ ସମସ୍ତେ ଜାଣି ଗଲେଣି. ତାକୁ ଟିକେ ମିଛରେ ପ୍ରଶଂସା କଲେ ଯିଏ ଯାହା ମାଗିବ ସେ ଦେବ. ତାଙ୍କ ଘରେ କି ଅଭାବ ନାହିଁ. ତେଣୁ ସମସ୍ତେ ସେହି ସୁଯୋଗ ନେବା ପାଇଁ ଚେଷ୍ଟା କରନ୍ତି. ଥରେ ଗାଁ ରେ ଅଷ୍ଟ ପ୍ରହରୀ କରିବାକୁ ସ୍ଥିର କଲେ. ତେଣୁ ଶ୍ୟାମ କୁ ଡକାହେଲା. ଜଣେ କହିଲା, ଅଷ୍ଟ ପ୍ରହରୀ ହେବ, ଟଙ୍କା ପଚାଶ ହଜାରରୁ ବେଶି ଖର୍ଚ୍ଚ ହେବ. କଣ କରିବା. ରାମ କହିଲା, ଶ୍ୟାମ ଆମ ଗାଁ ର ସୁନା ମୁଣ୍ଡା, ସିଏ ଚାହିଁଲେ ସେ ଏକା ଦଶଟା ଅଷ୍ଟ ପ୍ରହରୀ କରିଦେବ.ତା ପରି ପିଲା ଏ ଆଖ ପାଖ ଗାଁ ରେ କେହି ଜଣେ ନାହିଁ. ସମସ୍ତେ କହିଲେ, ହଁ ହଁ କଥାଟା ପୁରା ସତ. ଏ ଅଂଚଳ ରେ ସମସ୍ତେ ଶ୍ୟାମ ର ପ୍ରଶଂସା କରୁଛନ୍ତି. ସମସ୍ତେ କହୁଛନ୍ତି ଶ୍ୟାମ କୁ ଏଥର ସରପଞ୍ଚ କରାଇବୁ. ତାପରି ପିଲା ଆଉ କେହି ଜଣେ ବି ନାହିଁ. ଗାଆଁ ବାଲାଙ୍କ ପ୍ରଶଂସା ଶୁଣି ଶ୍ୟାମ ର ଛାତି କୁଣ୍ଢେ ମୋଟ ହୋଇଗଲା. ସେ କହିଲା ଅଷ୍ଟ ପ୍ରହରୀ ର ସବୁ ଖର୍ଚ୍ଚ ମୁଁ ଦେବି. କିଛି ଚିନ୍ତା କରନି. ଧୁମ ଧାମ ରେ କର. ସମସ୍ତେ ଖୁସିରେ ମହା ଆଡମ୍ବର ରେ ଅଷ୍ଟ ପ୍ରହରୀ କଲେ ଓ ସବୁ ଖର୍ଚ୍ଚ ଶ୍ୟାମ ବହନ କଲା ।

 


Rate this content
Log in

Similar oriya story from Comedy