STORYMIRROR

Kartik chandra panda

Classics

4  

Kartik chandra panda

Classics

ଜଗନ୍ନାଥ ଙ୍କ ଖିଚୁଡ଼ି ଭୋଗ

ଜଗନ୍ନାଥ ଙ୍କ ଖିଚୁଡ଼ି ଭୋଗ

2 mins
28


ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ସକାଳ ସମୟରେ ପହିଲି ଭୋଗ ରେ ଖିଚୁଡ଼ି ଭୋଗ ହୁଏ. ଏହା ମହାପ୍ରଭୁ ଙ୍କର ଅତି ପ୍ରୀୟ ଭୋଗ. ଏହି ଖିଚୁଡ଼ି ଭୋଗ ସମ୍ପର୍କ ରେ ଏକ କାହାଣୀ ଶୁଣିବାକୁ ମିଳେ. କର୍ମାବାଇ ନାମକ ଜଣେ ବୃଦ୍ଧା ଜଗନ୍ନାଥ ଙ୍କର ଜଣେ ପରମ ଭକ୍ତ. ସେ ପୁରୀ ରେ ଅବସ୍ଥାନ କରନ୍ତି. ପ୍ରତିଦିନ କର୍ମାବାଇ ପ୍ରାତଃ ସମୟରେ ସ୍ୱାଦିଷ୍ଟ ଖିଚୁଡ଼ି ପ୍ରସ୍ତୁତ କରି ପ୍ରଭୁଙ୍କୁ ଅର୍ପଣ କରନ୍ତି. ଦିନେ ମହାପ୍ରଭୁ ବାଳକ ବେଶରେ କର୍ମାବାଇ ଘରେ ଉପସ୍ଥିତ ହୋଇ କହିଲେ ମାଆ ମୋତେ ଭାରି ଭୋକ. ମୋତେ କିଛି ଖାଇବାକୁ ଦିଅ. କର୍ମାବାଇ କହିଲେ ମୁଁ ଠାକୁର ଙ୍କ ପାଇଁ ଖିଚୁଡ଼ି କରିଛି. ପ୍ରଭୂ କହିଲେ ମୋତେ ସେହି ଖିଚୁଡ଼ି ଖାଇବାକୁ ଦିଅ. ଭାରି କ୍ଷୁଧା ରେ ମୁଁ ଅଛି. କର୍ମାବାଇ ବାଳକ ରୂପୀ ଜଗନ୍ନାଥ ଙ୍କୁ ଖିଚୁଡ଼ି ଖାଇବାକୁ ଦେଲେ. ମହାପ୍ରଭୁ ଖିଚୁଡ଼ି ଖାଇ ପରମ ତୃପ୍ତି ହୋଇ କହିଲେ ମାଆ ଖିଚୁଡ଼ି ବହୁତ ସ୍ୱାଦିଷ୍ଟ ହୋଇଛି. ମୁଁ ପ୍ରତିଦିନ ସକାଳୁ ଆସିବି ତୁମ ହାତ ରନ୍ଧା ଖିଚୁଡ଼ି ଖାଇ ଯିବି. ସତକୁ ସତ ମହାପ୍ରଭୁ ଜଗନ୍ନାଥ ସକାଳୁ ତାଙ୍କ ଘରକୁ ଆସି ମନ ଖୁସିରେ ଖିଚୁଡ଼ି ଖାଆନ୍ତି. କର୍ମାବାଇ ମଧ୍ୟ ତାଙ୍କ ପାଇଁ ପ୍ରାତଃ ସମୟରୁ ଉଠି ପ୍ରଥମେ ଖିଚୁଡ଼ି ପ୍ରସ୍ତୁତ କରନ୍ତି. ଦିନେ ମହାରାଜ କର୍ମାବାଇ ଘରକୁ ଆସି କର୍ମାବାଇ ଠାରୁ ଏକଥା ଶୁଣି କହିଲେ ତୁମର କଣ ମୁଣ୍ଡ ଭ୍ରମ ହେଲାଣି, ସ୍ନାନ ଶୌଚ ନହୋଇ, ରୋଷ ଶାଳକୁ ନ ଧୋଇ ଆଗେ ଖିଚୁଡ଼ି ରାନ୍ଧୁଛ ତାହା ପୁଣି ଜଗନ୍ନାଥ ଙ୍କୁ ଦେଉଛ. ବଡ଼ ଅନାଚାର କରୁଛ ତୁମେ. ଆଗ ସ୍ନାନ କରି କାୟା ପବିତ୍ର କରି ତାପରେ ରୋଷ ଘରକୁ ଯିବ ଓ ଖିଚୁଡ଼ି ରାନ୍ଧିବ. ମାହାତ୍ମ୍ୟ କଥା ଅମାନ୍ୟ କରିବ ବା କିପରି? ତେଣୁ ସେଦିନ ସ୍ନାନ ସାରି ରୋଷ ଘରକୁ ଯାଇ ଖିଚୁଡ଼ି କରିବା ପୂର୍ବରୁ ଜଗନ୍ନାଥ ଆସି କହିଲେ ମା 'ଡେରି ହେଉଛି ଶୀଘ୍ର ଖିଚୁଡ଼ି ଦିଅ. ବଡ଼ ଦେଉଳ ର କବାଟ ଖୋଲି ଯିବ ପରା. ଖିଚୁଡ଼ି ପ୍ରସ୍ତୁତ ସରିନି କିଛି ସମୟ ଅପେକ୍ଷା କର. ଜଗନ୍ନାଥ ଅପେକ୍ଷା କଲେ. ଖୁଚୁଡ଼ି ପ୍ରସ୍ତୁତ ହେବା କ୍ଷଣି ତରବର ହୋଇ ଖାଇ ମୁହଁ ନ ଧୋଇ ପଳେଇ ଗଲେ. ମନ୍ଦିରର କବାଟ ଖୋଲା ଗଲା. ବଡ଼ ପଣ୍ଡା ଦେଖିଲା ମହା ପ୍ରଭୁଙ୍କ ମୁହଁରେ ଖୁଚୁଡ଼ି ଲାଗିଛି. ମହାପ୍ରଭୁ, ତୁମର ଇଏ କି ଅପୂର୍ବ ଲୀଳା. ମୁହଁରେ ଅଇଁଠା କିପରି ଲାଗିଲା. ଜଗନ୍ନାଥ ବଡ଼ ପଣ୍ଡାଙ୍କୁ ସବୁ କଥା କହିଲେ, ଭକ୍ତା କର୍ମାବାଇ ଘରୁ ଖିଚୁଡ଼ି ଖାଇବା ରହସ୍ୟ ଉନ୍ମୋଚନ କରି କହିଲେ କର୍ମା ବାଇ ଙ୍କୁ ମହାରାଜ କଣ କହିଛନ୍ତି ବୁଝ. ଆଜି କାହିଁକି ଖିଚୁଡ଼ି ପ୍ରସ୍ତୁତ ବିଳମ୍ବ ହେଲା. ମହାପ୍ରଭୁ ଙ୍କଠାରୁ ଏ ରହସ୍ୟ ଶୁଣି ବଡ଼ ପଣ୍ଡା ମହାରାଜ ଙ୍କ ନିକଟରେ ହାଜର ହୋଇ ସବୁ ରହସ୍ୟ କହିଲେ. ମହାରାଜ ସହସା କର୍ମା ବାଇ ନିକଟରେ ପହଞ୍ଚି ନିଜ ଭୂଲ ପାଇଁ କ୍ଷମା ପ୍ରାର୍ଥନା କଲେ ଓ ପୂର୍ବ ପରି ସେ ଖିଚୁଡ଼ି ପ୍ରସ୍ତୁତ କରି ଦେବାକୁ ଅନୁମତି ଦେଲେ. କିଛି ଦିନ ପରେ କର୍ମା ବାଇ ଙ୍କର ଦେହାନ୍ତ ହେଲା. ବଡ଼ ପଣ୍ଡା ଶ୍ରୀ ମନ୍ଦିରର କବାଟ ଖୋଲି ପ୍ରବେଶ କରନ୍ତେ ଦେଖିବାକୁ ପାଇଲେ ମହାପ୍ରଭୁ ଙ୍କ ଆଖିରେ ଲୁହ ଧାର ବୋହି ଆସିଛି. ବଡ଼ ପଣ୍ଡା କହିଲେ, ମହାପ୍ରଭୁ ଆପଣଙ୍କ ଆଖିରେ ଲୁହ? ଜଗନ୍ନାଥ କହିଲେ, ମୋ ଭକ୍ତ କର୍ମା ବାଇ ଏ ଦୁନିଆଁ ଛାଡି ମୋ ଦୁନିଆଁ କୁ ଚାଲି ଯାଇଛି. ଆଜି ଠାରୁ ମୋ ପ୍ରୀୟ ଖାଦ୍ୟ ଖିଚୁଡ଼ି ମୋତେ ଆଉ ମିଳିବ ନାହିଁ. ବଡ଼ ପଣ୍ଡା ଜଗନ୍ନାଥ ଙ୍କ ପାଦ ତଳେ ପଡି କହିଲା, ମଣିମା ଆଜିଠାରୁ ଆପଣଙ୍କ ନିକଟରେ ପ୍ରଥମେ ଖିଚୁଡ଼ି ଭୋଗ ମୁଁ କରିବି. ସେହି ଦିନ ଠାରୁ ଶ୍ରୀମନ୍ଦିରରେ ସକାଳ ଭୋଗ ଭାବରେ ଖିଚୁଡ଼ି ଭୋଗ ହୋଇ ଆସୁଛି. ଜଗନ୍ନାଥ ଙ୍କ ପ୍ରୀୟ ଖିଚୁଡ଼ି ଭୋଗ ଲାଗି ହେବାର ଵିଧି ପ୍ରଚଳିତ. ଅପାର ମହିମା ପ୍ରଭୁଙ୍କର, ଭକ୍ତ ର ଭାବରେ ବନ୍ଧା ସେ ଜଗତର ନାଥ ଜଗନ୍ନାଥ. ଜୟ ଜଗନ୍ନାଥ।


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics