Samar Ballav Bhoi

Abstract Tragedy Inspirational

4  

Samar Ballav Bhoi

Abstract Tragedy Inspirational

ଭୁଲ୍ କାହାର?

ଭୁଲ୍ କାହାର?

3 mins
272




ପରସ୍ପର ଭିତରେ ବୁଝାମଣା ରେ ଏପଟସେପଟ ହେଲେ ତାକୁ ଭୁଲ୍ ବୋଲି ଧରାଯାଏ। ପରିବାର ହେଉ କି ପଡ଼ୋଶୀ, ସ୍ବାମୀ ହେଉ ଅବା ସ୍ତ୍ରୀ, ଚାକର ହେଉ କି ମାଲିକ, ନେତା ହୁଅନ୍ତୁ କି ଜନତା, ସନ୍ତାନ ହୁଅନ୍ତୁ କି ପିତାମାତା , ଶିକ୍ଷକ ହୁଅନ୍ତୁ କି ଛାତ୍ର ଛାତ୍ରୀ, ଚପରାସୀ, ୪ର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀ ହୁଅନ୍ତୁ କି ଅଫିସର , ସରକାରୀ ସଂସ୍ଥା ହେଉ କି ବେସରକାରୀ, ରୋଗୀ ହୁଅନ୍ତୁ କି ଡାକ୍ତର, ଗରାଖ ହେଉ କି ବ୍ୟବସାୟୀ ସମସ୍ତେ କିଛି ନା କିଛି ଭୁଲରେ ଶିକାର ହୁଅନ୍ତି କିମ୍ବା ନିଜ ଭୁଲରେ ଅନ୍ୟକୁ ଦୋଷାରୋପ କରିଥାନ୍ତି। କିନ୍ତୁ ଭୁଲ କାହାର? ହେଲେ କେହି ମାନିବାକୁ ପ୍ରସ୍ତୁତ ନଥାନ୍ତି। ଆସନ୍ତୁ ଶୁଣିବା ସେହି ପରି ଏକ କାହାଣୀ ର ଚରିତ୍ର। ଦାଶରଥି ଜଣେ ରିକ୍ସାବାଲା, ଚକ ଗଡିଲେ ହିଁ ପେଟକୁ ଦାନା ମିଳେ, ୩୦ ବର୍ଷ ଧରି ରିକ୍ସା ଟାଣି ଟାଣି ନିଜର ଛୋଟ ପରିବାର ଟି ଚଳିଆସୁଛି। ପୁଅ ଟୁନା ୧୫ ବର୍ଷ ର, ଝିଅ ଈଶା ୨୦ ବର୍ଷର, ଦାଶରଥିଙ୍କ ରିକ୍ସା ଟଣାରୁ ଯାହା ରୋଜଗାର ହୁଏ ସେଥିରେ ହିଁ ପୁଅ ଟୁନା ଓ ଝିଅ ଈଶା ଙ୍କ ପାଠପଢା ଓ ପରିବାର ଚଳିଯାଏ, କିନ୍ତୁ ଦାଶରଥି ଙ୍କ ସ୍ତ୍ରୀ (ନିଶା)କର୍କଟ ରୋଗରେ ପୀଡିତ, ଏକଥା କିନ୍ତୁ ପିଲାମାନେ ଜାଣି ନାହାନ୍ତି, ଦରିଦ୍ରତା ଓ ଭୋକିଲା ପେଟରେ ବାପା ମା ଦୁହେଁ ପିଲାମାନଙ୍କୁ ଏବିଷୟରେ କେବେହେଲେ କିଛି କହନ୍ତି ନାହିଁ। ଯାହା ରିକ୍ସା ଟଣାରୁ ରୋଜଗାର ହୁଏ ଆଉ ଅଲଗା କିଛି ଆୟ ନାହିଁ। ସମୟ କ୍ରମେ ପିଲାମାନେ ବଡ଼ ହେଲେ, ଘରର ଖର୍ଚ୍ଚ ବି ବଢ଼ିଲା, ସେମାନେ କିନ୍ତୁ କେବେ ଦୁଃଖ କ'ଣ ଜାଣିନାହାନ୍ତି। ମଝିରେ ମଝିରେ ଦାଶରଥି ନିଜ ସ୍ତ୍ରୀ କୁ କଟକ ନେଇଯାଆନ୍ତି କର୍କଟ ରୋଗ ବିଷୟରେ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ, ଥରେ ଗଲେ ଦୁଇ ହଜାରରୁ ତିନି ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ସବୁ ଠିକ ଠାକ୍ ଚାଲିଥାଏ, ହଠାତ୍ ଦିନେ ନିଶାର ଦେହ ବହୁତ ଖରାପ ହୋଇଗଲା, ଦାଶରଥି ଘରକୁ ଦ୍ୱିପ୍ରହର ର ଖାଦ୍ୟ ଖାଇବାକୁ ଆସୁଥାଏ, ସ୍ତ୍ରୀ ର ଦେହ ଖରାପ ଦେଖି ମୁଣ୍ଡରେ ବଜ୍ର ପଡ଼ିଲା, କ'ଣ କରିବି କିଛି ବାଟ ଦିଶୁନଥାଏ, ପାଖରେ ବି ଏତେ ଟଙ୍କା ନାହିଁ , ହଠାତ୍ ନିଶାକୁ ନେଇ ଡ଼ାକ୍ତରଖାନାରେ ପହଞ୍ଚି ଯିବ? କିନ୍ତୁ ନିଶାର ଦେହ ବହୁତ ଖରାପ ହେବାରେ ଲାଗିଥାଏ, ଦାଶରଥି ବିବ୍ରତ ହୋଇ ନିଜ ରିକ୍ସା ରେ ସ୍ତ୍ରୀ ଓ ଝିଅ କୁ ଧରି ପାଖରେ ଥିବା ଡ଼ାକ୍ତରଖାନା ରେ ପହଞ୍ଚି ଗଲା। ସରକାରୀ ଡାକ୍ତରଖାନା ର ଅବସ୍ଥା କହିଲେ ନସରେ। ସରକାରୀ ଡାକ୍ତରଖାନା ରେ ରୋଗ ଭଲ ହେବା ଯେତେ ସହଜ ନୁହେଁ ତାହା ଠୁଁ ଦୌଡି ଦୌଡି ନୟାନ୍ତ ହେବା ବହୁତ ସହଜ। ଦାଶରଥି ଡାକ୍ତର ନର୍ସଙ୍କ ପାଖକୁ ଦୌଡି ଦୌଡି ଶେଷରେ ନିଜେ ଥକି ପଡ଼ିଲେ। ନିଶା ସହିତ ଝିଅ ଈଶା ଡାକ୍ତରଖାନା ବାରଣ୍ଡାରେ ଅପେକ୍ଷା ରେ ଥାଆନ୍ତି, ଦାଶରଥି ବହୁତ ନେହୁରା ହୋଇ ଡାକ୍ତର ଙ୍କୁ କହୁଥାଏ, ହେଲେ କେହି କିଛି ଶୁଣୁନଥାନ୍ତି, ଝିଅ ପାଖରେ ବସି ବସି ବାପାଙ୍କୁ ଅପେକ୍ଷା କରିଥାଏ, ନିଶାର ଦେହ ଅଧିକ ଖରାପ ହେବାରେ ଲାଗୁଥାଏ, ସବୁ ଡାକ୍ତରଙ୍କ ଯିବା ଆସିବା ଲାଗି ରହିଥାଏ, ହେଲେ ସତେ ଯେମିତି ନିଶା ପ୍ରତି କାହାରି ନଜର ନାହିଁ, ସମସ୍ତେ ଆଡ ଆଖିରେ ଚାହିଁ ଚାଲି ଯାଉଥାନ୍ତି, ଈଶା କେବଳ ବ୍ୟସ୍ତ ହେଉଥାଏ ବାପା କୁଆଡେ଼ ଗଲେ? ସେପଟେ ଦାଶରଥି ସବୁ ଚେଷ୍ଟା କରି ବିଫଳ ହୋଇ ଫେରି ଆସି ଦେଖନ୍ତି ନିଶା ଆଉ ନାହିଁ। ପାଖରେ ଝିଅ ଈଶା ବସି କାନ୍ଦୁଥାଏ, ବାପା ମା ଆଉ କଥା କହୁନାହିଁ, ହଠାତ୍ ଦାଶରଥି ତଳେ ପଡ଼ିଗଲା, ସେତେବେଳକୁ ଦାଶରଥି ଙ୍କ ଚେତା ନଥାଏ, ଈଶା ହଠାତ୍ ପାଟି କରି ବାପା ତମର କ'ଣ ହେଲା? ତୁମେ କାହିଁକି ତଳେ ପଡିଗଲ? ଈଶା କିଛି ସମୟ ନିରବ ରହି ପାଗଳ ପରି ଚିତ୍କାର କରି ଉଠିଲା, ଆମେ ଗରିବ ହେଲୁ ବୋଲି ଆମକୁ ଅଣଦେଖା କରାଯାଉଛି, ଆମ ପାଖରେ ଟଙ୍କା ନାହିଁ ବୋଲି ଆମେ ମରିଯିବୁ? ତମ ମାନଙ୍କ ଭୂଲପାଇଁ ମୋ ମା'ର ଜୀବନ ଚାଲିଗଲା, ବାପା ଙ୍କର ହୋସ ଉଡ଼ିଗଲା, ଆମେ ଗରିବ ହେଲୁ ବୋଲି ଆମକୁ ନ୍ୟାୟ ମିଳିବ ନାହିଁ, ଏତେ ବଡ଼ ଭୁଲ କରିବାକୁ ସାହସ ହେଲା କେମିତି? ଅନେକ ପ୍ରଶ୍ନ ରେ ଛନ୍ଦି ଯାଇଥାଏ ଝିଅ ଈଶା, ଏହି ସମୟରେ ଦାଶରଥି ଙ୍କ ଚେତା ଫେରିଲା, କ'ଣ କରିବେ କିଛି ବାଟ ନଥାଏ, ମୁଁ ଗରିବ ବୋଲି ମୋ ସ୍ତ୍ରୀ ର ଡାକ୍ତରୀ ସେବା ପାଇବାର କ'ଣ ଅଧିକାର ନାହିଁ? ସତରେ ହେ ଭଗବାନ !ଏ ଭୁଲ୍ କାହାର? ମୋର ନା ମୋ ଦରିଦ୍ରତାର? ଯାହା କି ଏମାନେ ଉପହାସ କଲେ, ସେବାରେ ଧନି ଦରିଦ୍ର ର ପାର୍ଥକ୍ୟ କ'ଣ ପାଇଁ? ଯାହା ପାଖରେ ଟଙ୍କା ଅଛି ସେମାନେ କେବଳ ସେବା ପାଇପାରିବେ, ଆଉ ଯାହା ପାଖରେ ଟଙ୍କା ନାହିଁ ସେମାନେ ଭୁଲ୍ ର ଶିକାର ହେବେ? 



   


 


Rate this content
Log in

Similar oriya story from Abstract