Rasmita Hembram

Classics

5.0  

Rasmita Hembram

Classics

ଭୋକିଲା ର ଚିତ୍ର

ଭୋକିଲା ର ଚିତ୍ର

1 min
566


ଭୋକ ତ ଭୋକ । ପରିଭାଷା କାହା ପାଇଁ କ'ଣ ? ଥିଲାବାଲା ପାଇଁ ସଉକ ତ ଅଭାବି ପାଇଁ ଯନ୍ତ୍ରଣା । ଆଜି ଯାହା ଦେଖାଯାଉଛି ଯାହା ଘରେ ଖାଇବାକୁ ଅଛି ତା ଘର ପିଲା ଏଟା ଖାଇବିନି ସେଟା ଖାଇବିନି କରେ । ହେଲେ ଭିକାରୀ ପିଲା ପାଇଁ ବାସି ତୋରାଣୀ ବି ଅମୃତ ସମାନ ।

ଏମିତ ଥରେ ଟ୍ରେନ ର ଅପେକ୍ଷା ରେ ଷ୍ଟେସନ୍ ରେ ବସିଥାଏ । ସମୟ ପ୍ରାୟ ଦ୍ୱିପ୍ରହର ୧.୩୦ ରୁ ୨.୦୦ । ଭୋକ ବି ଜୋର୍ ଲାଗିଥାଏ । ପାଖ ଦୋକାନ ରୁ ପାଉଁରୁଟି ପ୍ଯାକେଟ ଓ ଅମୂଲ କୁଲ ଟିଏ ଆଣି ବସି ପଡିଛି କି ନାହିଁ ମୁହଁ ଉଠାଇଲା ବେଳ କୁ ନଅ ଦଶ ବର୍ଷ ର ଝିଅ ଟିଏ ହାତ ପାତି ସାମନା ରେ ଠିଆ ହୋଇଛି । କିଛି ଭାବିବା ପୂ୍ର୍ବ ରୁ ପ୍ଯାକେଟ ଟି କୁ ବଢାଇ ଦେଲି ତା ହାତକୁ । ଯେମିତି ପ୍ଯାକେଟ ଟି ନେଇଛି ଫଟ୍ କି ମୁହଁ ବୁଲାଇ କିଛି ଦୂର ଯାଇଛି । କିଛି ଦୂର ରୁ ଆଉ ୩ ଜଣ ପିଲା ଦଉଡି ଆସିଲେ ତା ପାଖକୁ । ଜଳ ଜଳ କରି ପାଉଁରୁଟି ଥିବା ହାତ କୁ ସେମାନେ ଚାହିଁଥାନ୍ତି । ଯେମିତି ମୁଁ ସେମାନ ଙ୍କୁ ଚାହିଁଥାଏ । ପରସ୍ପର ଭିତରେ କ'ଣ ସବୁ କଥା ହୋଇଯାଉଥାନ୍ତି ହସି ହସି । ପ୍ରାୟ ୬,୭ ପିସ୍ ପାଉଁରୁଟି ଥାଏ ପ୍ଯାକେଟ୍ ଟି ରେ ସେତକ ଝିଅ ଟି ସମସ୍ତଂକୁ ବାଣ୍ଟି କୁଣ୍ଟି ଦେଲାରୁ ସମସ୍ତେ ସେତକ ଆନନ୍ଦ ରେ ଖାଇଗଲେ । ପାଖ ପାଇପ ରୁ ପାଣି ପିଇଦେଇ ପ୍ଲାଟଫର୍ମ ଚଟାଣ ରେ ଶୋଇ ଗଲେ ଖୁସି ରେ।

ୟାରି ଭିତରେ ମୋ ଟ୍ରେନ୍ ଟି ଆସିଯାଇ ଥାଏ । ଟ୍ରେନ୍ ରେ ଚଢି ଘର କୁ ପଳେଇ ଆସିଲି ସତ । ହେଲେ ଆଜି ବି ସେ ଦୃଶ୍ଯ ଆଖିରୁ ଲିଭିନାହିଁ ।


Rate this content
Log in

Similar oriya story from Classics