Rasmita Hembram

Others

4.6  

Rasmita Hembram

Others

ଈଶ୍ୱର

ଈଶ୍ୱର

4 mins
526


ସେଦିନ ଥାଏ ୨୦୧୧ ମାର୍ଚ୍ଚ ୨୩ ତାରିଖ l ସମୟ ସକାଳ ୫.୦୦ ବାଲେଶ୍ୱରରୁ ଦୀଘା ବର୍ଡର ଯାଉଥିବା ପ୍ରଥମ ବସ୍ ରେ ବସି ଆସୁଥାଏ l ମନ ଭିତରଟା କେତେ କଣ ଭାବିଯାଉଥାଏ !କେତେ ବେଳେ ଖୁସି ଲାଗୁଥିଲେ ବି ବେଶୀ ଦୁଃଖ ଲାଗୁଥାଏ !ମନ ଭିତରଟା କହୁଥାଏ ପ୍ରଭୁ! ଆଜି ଭଳି ଦିନରେ ବି ତୋମକୁ ଟିକେ ଦର୍ଶନ କରିବାର ସୁଯୋଗ ମୋତେ ଦେଲନି ! ମୁଣ୍ଡିଆଟିଏ ଟିକେ ମାରିପାରିଲିନି ତୋମକୁ ....!

ଟିକେ ନିରବ ରହିବା ପରେ ଦୀର୍ଘ ନିଃଶ୍ୱାସଟେ ଛାଡିଲି ; ନିଜକୁ ହିଁ ଅଭାଗିନୀ ଭାବି ନେଲି l ଆଖିରେ ଆଖିଏ ଲୁହ ଭରିଯାଇଥାଏ l ବସ୍ ର ଝରକା ବାହାରକୁ ଚାହିଁ ମନ ପୁଣି ଏଣୁ ତେଣୁ କହିବାକୁ ଲାଗିଲା ଏତେ ଦିନ ଗଲା ଆଦୌ ବୁଝିପାରିଲିନି ତୋମକୁ ! ତୋମେ କିଏ ? ତୋମ ସହିତ ମୋର ସମ୍ପର୍କ କଣ ? ଯେତେବେଳେ ବିପଦରେ ପଡିଛି ଯାବୁଡି ଧରିଛି ତୋମକୁ ! ଅନର୍ଗଳ ଗାଇଯାଇଛି ତୋମ ଆଗେ ମୋ ଅନ୍ତରର ବେଦନାକୁ ସାନ୍ତ୍ୱନା ବି କେତେ ଦେଇଛ ମୋତେ l କିଛି ନ ମାଗିବି ବି ଅନେକ କିଛି ଦେଇଛ ମୋତେ ! ସର୍ବହରା ପରି ଟେକି ଦେଇଛି ଦୁଇ ହାତ କୁ,ତୋମରି ଭରଷା ଟିକେ ପାଇବାକୁ l ଯେଣୁ ତୋମେ ହିଁ ମୋର ଏକଇ ବିଶ୍ୱାସ l ଜୀବନର ସବୁ ଭରଷା ତୁଟି ଯିବା ପରେ ବି କିଟି କିଟି ଅନ୍ଧାରରେ ତୋମ ରୂପକୁ ଦେଖିଛି l ଭେଟିଛି ତୋମ ସତ୍ତ୍ୱାକୁ l ଯେଉଁ ଲୁହଧାର ଏ ଆଖିରୁ ନିଗିଡିଛି ,ସେ ବି ଆତୁର ହୋଇ ଧାଇଁଛି ତୋମ ପାଖକୁ ତୋମ ପାଦକୁ ଧୋଇବା ପାଇଁ l ଭାଙ୍ଗି ଯାଇଥିବା ମନ ବି ଖୋଜିଚାଲିଥାଏ ତୋମକୁ କାଳେ ଆଗରେ ଠିଆ ହେଇଯିବ l ଅଭୟ ଦେବ l ଲୁହ ପୋଛିଦେବ l...ଆଉ ଆଜି ଦେଖ ଏତେ ଯାଏ ତୋମକୁ ଟିକେ ଦେଖିପାରିଲିନି...! ବଡ ବିଚିତ୍ର ତୋମେ !!! ଓଃ! ଭୁଲିଯାଉଛି ପରା କନ୍ଦେଇ ବାକୁ ତୋମକୁ କାଳେ ଭଲ ଲାଗେ !!! ଠପ୍ କି ଆଖିରୁ ଲୁହ ହାତରେ ପଡିଗଲା l

ଲୁହ ପୋଛି ଦେଖେ ଜଳେଶ୍ୱର ପହଞ୍ଚିଯାଇଛି l ଫୋନ୍ ରେ ଚାର୍ଜ ନ ଥିଲା ବୋଲି ବାପାଙ୍କ ସହ କଥା ହେଇପାରୁନଥିଲି l ସକାଳେ ଦିଦି ଙ୍କ ଫୋନରେ କଥା ହୋଇଥିଲି ଜଳେଶ୍ୱରରୁ ବାପା ମୋ ସହିତ ଯିବେ l ତେଣୁ ବସ୍ ରୁ ଓହ୍ଲାଇବାକୁ ପଡିଲା l

ବସ୍ ରୁ ଓହ୍ଲାଇ ଦେଖେ ବାପା ବି ପହଞ୍ଚିଯାଇଛନ୍ତି l ପାଖରେ ଦେଖେ ଛୋଟ ମନ୍ଦିରଟିଏ ଜାଣେନି ସେ କି ମନ୍ଦିର ହେଲେ ଅଥୟ ପାଦ ମୋର ଦୌଡିଗଲା l ମା'କାଳୀଙ୍କୁ ଦେଖି ମୁଣ୍ଡିଆଟେ ମାରିଲି , ଓଃ ! ମନ ଟା ଟିକେ ଶାନ୍ତ ହେଲା l ଆଶ୍ଚର୍ଯ୍ଯ ବି ଟିକେ ଲାଗିଲା ଆଜି କ'ଣ ହେଲା ମୋ ସହ ଯେଉଁ ମା' ଙ୍କ ର ପ୍ରତିରୂପ ସାମନାକୁ କେବେ ଯାଇନି , ଗଲେ ବି ଆଖି ବୁଜିଦିଏ ,ଡରିଯାଏ ଜାଣେନି ଆଜି ସେ ମୋତେ କେମିତି କେଜାଣେ ଭାରି ଆପଣାର ଲାଗିଲେ !

ତଥାପି ; ଆଜି ମୋ କାହ୍ନା କାଳିଆର ଦର୍ଶନ କରିନି ବୋଲି ମନ ଟା ଭଲ ହିଁ ଲାଗୁ ନ ଥାଏ l ତେଣେ ବପା ଡାକଛାଡିଲେ ଡଲି ସେଠି କ'ଣ କରୁଛୁ ବସ୍ ଆସିଲାଣି ଶୀଘ୍ର ଆ l ଦୌଡି ଦୌଡି ଆସିଲି l ଜାଣେ ବାପା ଟିକେ ରାଗିବେ l ପାଖ ବାଟ ହେଇଛି ନା କ'ଣ ପୁଣି ନୂଆଁ ଜାଗା ସବୁ ବୁଝାବୁଝି କରି ଫେରିବାକୁ ପଡିବ, ଟିକେ ରାଗି କହିଲେ l ମୁଁ କିଛି ନ କହି ଚୁପ କି ବସରେ ଚଢିଲି , ସିଟ୍ ପାଇ ବାପ ଝିଅ ବସିଲେ l

ମନରେ କିନ୍ତୁ ଚାଲିଥାଏ ମୋ କାହ୍ନା କଥା l ବାପା ବା ବୁଝିବେ କୁଆଡୁ ସେ ବି ତ ଭାବୁଥାନ୍ତି ଝିଅ ଟା ମୋର ଏତେ ବାଟ ରେ ଏକା ରହିବ କେମିତି ଉପରେ ସିନା ସେ ଟାଣ ମନ କୁ ତ ମୁଁ ଜାଣେନା l ମୁଁ ବି ଭାବୁଥାଏ ନୂଆ ଜାଗା କେଜାଣେ କେମିତିକା ଲୋକ ସବୁ ସେଠିକାର ଥିବେ ... ଏ ସବୁ ପରେ ବି ମନ ମୋର କାହ୍ନାକୁ ହିଁ ଖୋଜୁଥାଏ !

ୟାରି ଭିତରେ ସମୟ ପୂର୍ବାହ୍ନ ୧୨.୩୦ l ବସ୍ ରୁ ଓହ୍ଲାଇ ରିକ୍ସା ଖୋଜି ଚଣ୍ଡୀପୁର ଗାଁ ସ୍କୁଲ ଅଭିମୁଖେ ଯିବା ପାଇଁ କହିଲୁ l ସେ ପଟେ ରିକ୍ସା କହିଲେ ଟୋଲିକୁ ହିଁ ବୁଝାଏ l ରିକ୍ସା ବାଲାର ଡାହାଣ ପାଖେ ମୁଁ ବାମ ପାଖେ ବାପା ବସିଲେ l ତା ପରେ ଆମେ ଚାଲିଲୁ l ଏପଟେ ଭୋକ ବି ଲାଗିଲାଣି ,ବହୁତ ଅଧିକ ନର୍ଭସ୍ ବି ଥାଏ l ସ୍କୁଲରେ ପ୍ରଥମ ଜୟନିଂ ପାଇଁ ଯାଉଛି ମନରେ ଡର ବି l କ'ଣ ହେବ କେଜାଣେ ?ଗୁଡାଏ ପ୍ରଶ୍ନ ମନ କୁ ଆସୁଥାଏ l ବାପା କହିଲେ ଫେରିକି ହୋଟେଲ୍ ରୁ ଖାଇ ଚାଲିଯିବା l ମୁଁ ହଁ ମାରିଲି l

କିଛି ବାଟ ଗଲା ପରେ ବ୍ଯାଗ ରୁ ପାଣି ବୋଟଲ୍ କାଢି ପାଣି ପିଇଲି l ତା ପରେ ଅନେକ ବାଟ ଚାଲି ଗଲେ l ହଠାତ ମୋ ହାତ ଦେଖି ଚମକି ପଡିଲି , ଦେଖେ ମୁଁ ମୋ ବ୍ଯାଗ୍ ସହ ଧରିଥିବା ଆଉ ଗୋଟେ ବ୍ଯାଗ୍ ମୋର ନାହିଁ ! ଯୋଉଥିରେ ଥିଲା ମୋର ସମସ୍ତ ଡୋକୁମେଣ୍ଟସ୍ ମୋ ଏନ୍ଗେଜମେଣ୍ଟ ଅର୍ଡର !!!!!! ମୁଁ ରିକ୍ସା ରୁ ଡିଆଁ ମାରିଦେଇଛି ,କହିଛି ମୋ ସାର୍ଟିଫିକେଟ ଫାଇଲ ନାହିଁ ବାପା !!! ବାପା ଯେ କେତେ ରାଗନ୍ତି ; ଅଭାବି ଘର ପାଇଁ ଝିଅକୁ ଅଧିକ ନ ପଢାଇପାରି ସିଟି କରାଇ ଟିଚର କରାଇବା ବି ତାଙ୍କ ପାଇଁ ବହୁତ୍ ବଡ କଥା...ଏତିକ ବି ଯେମିତି ମାଟିରେ ମିଶିଗଲା ପରି ବୋଧେ ତାଙ୍କୁ ଲାଗିଲା ସମ୍ପୂର୍ଣ୍ଣ ଚୁପ ହୋଇଯାଇଥିଲେ ସେ l ଯେମିତି କି କାଳିଆ ଆମ ବାପ ଝିଅଙ୍କର ବହୁତ୍ ବଡ ପରୀକ୍ଷା ନେଉଥିଲେ !

ରିକ୍ସା ବାଲା ଟି ବି ସଙ୍ଗେ ସଙ୍ଗେ ଘୁରିଲେ ରାସ୍ତା ସାରା ଦେଖି ଦେଖି ଆସିଲୁ ହେଲେ ଫାଇଲ୍ ମିଳିଲାନି l ମାର୍କେଟ୍ ପହଞ୍ଚିଗଲୁଣି ଜଣା ନାହିଁ କୋଉଠି ପଡିଲା ? କିଏ ପାଇଲା ? ବାପାଙ୍କ ପାଟିରେ ଭାଷା ଯେମିତି କିଛି ନ ଥିଲା l ଯାଉ ଯାଉ ହଠାତ୍ ମୋତେ କେମିତି ଲାଗିଲା କେଜାଣେ ! କେମିତି ଏକ ଅନୁଭବ ଟିଏ ଥିଲା ଆଜି ବି ବୁଝି ପାରେନି l ରିକ୍ସା ରୁ ଡିଆଁ ମାରିଦେଇ ପଛକୁ ଦୌଡି ଆସି ଜଣ କ ଘରେ ପସିଲି ବାହାରେ ତାଙ୍କର କେହି ନ ଥିଲେ ସିଧା ଘର ଭିତରକୁ ଦୌଡି ପସିଲି ଆଉ ଯାହାଦେଖିଥିଲି ମୁଁ ଅବାକ୍ ହୋଇଯାଇଥିଲି !!!

ଅପୂର୍ବ ସେ ରୂପ ଥିଲା l ଧୂପ ର ମହ ମହ ମହକ ଛୁଟୁଥିଲା ଘରୁ ବାହାର ଯାଏ l ଶୁକ୍ଳ ପୁଷ୍ପରେ ସୁସଜ୍ଜିତ କାଳିଆ ,ବଳିଆ ,ସୁଭଦ୍ରାଙ୍କ ଖଟୁଲି l

ଡାକ ଟିଏ ଦେଇ ପଚାରିଲି ଏଠି କେହି କିଛି ଫାଇଲ୍ ପାଇଛନ୍ତି କି ???କହୁ କହୁ ଭିତର କୁ ଚାଲି ଯାଉଥାଏ ,ଆଖି ପଡି ଯାଏ ଘର ଭିତରେ ମୋର ସମସ୍ତ ସାର୍ଟିଫିକେଟ୍ କୁ ଖୋଲି ତାଙ୍କ ଘର ଲୋକ ଦେଖୁଥାନ୍ତି ଏ ସବୁ କାହାର ବୋଲି l

ଏତେବେଳେ ବୁଝି ଯାଇଥିଲି ସକାଳ ପାଖରୁ ମୋ ଅଥୟ ମନ ର ପରୀକ୍ଷା କିଏ ନେଉଥିଲେ !!!ସେଇ ଦିନ ଠାରୁ ସେ ଘର ସହ ମୋର ଏକ ସୁନ୍ଦର ସମ୍ପର୍କ ଗଢିଯାଇଥିଲା l ବାପା ସେମାନଙ୍କୁ ଧନ୍ଯବାଦ ଦେଇ ବାହାରି ଆସୁ ଆସୁ ପୁଣି ଥରେ ସେଇ ଠାକୁର ଘରକୁ ମୁଁ ଚାହିଁ ବାହାରି ଆସିଲି l ସେଠୁ ସ୍କୁଲ ଯାଇ ମୁଁ ଜୟେନ୍ କରିଥିଲି ଆଉ ଆଜି ଜଣେ ମୁଁ ଶିକ୍ଷୟିତ୍ରୀ l

ସେବେଠାରୁ ଆଜି ଯାଏ ଏତିକି ହିଁ ଅନୁଭବ କରେ ସେଦିନ ଥିଲା ମୋ ଜୀବନ ର ଏକ ଅଭୁଲା ଦିନ l ଯେବେ ବି ମନେ ପକାଏ ସେ ଦିନ କୁ ସେଇ ଦିବ୍ଯ ରୂପ ମୋ ଆଖି ରେ ନାଚିଯାଏ l

ମନ ବାରମ୍ବାର କହେ ସତ ରେ କାଳିଆ ତୋମେ ଭାରି ନଟଙ୍କି l ତଥାପି ତୋମ କୁ କେହି ପର କରି ପାରେ ନା ! ମୁଁ ବା କରିବି କେମିତି ଯେ !? ତୁମ ଅନୁଭବ ହିଁ ତ ସବୁ ଯନ୍ତ୍ରଣା କୁ ଭୁଲେଇ ଦିଏ !!!!! ପରମ ଶାନ୍ତି ଟିଏ ଦିଏ !!! କେହି ଯେବେ ରହିବେନି ତୋମେ ଏକା ସାଥେ ରହିବ ବୋଲି ଅନୁଭବ ଟିଏ ବି ଦିଅ !!!...ତେବେ କୁହ, ତୋମକୁ ଭୁଲିବି ବା କାହିଁ କି !!!!?ହୁଁ.....


Rate this content
Log in