Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rasmita Hembram

Others

5.0  

Rasmita Hembram

Others

ଆମ ଐତିହ୍ଯ

ଆମ ଐତିହ୍ଯ

1 min
389


ଏଡେ ବଡ ପୃଥିବୀରେ ଏସିଆ ମହାଦେଶ । ଏ ମହାଦେଶର ଭୌଗୋଳିକ ରୂପରେଖରେ ଭାରତ ବର୍ଷ ଓ ତା ଭିତରେ ଆମ ଜନ୍ମମାଟି ଓଡିଶା । ଯାହାର ସଂସ୍କୃତି,ପରମ୍ପରା,ଐତିହ୍ଯ କାହିଁ କେଉଁ ଆବାହମାନ କାଳରୁ ଅତି ନିଆରା ।


ଏଠାରେ ବାର ମାସରେ ତେର ପର୍ବ ପାଳନ ହୁଏ । ବିଭିନ୍ନ ଧର୍ମର ଲୋକ ନିଜ ନିଜର ପର୍ବ ପର୍ବାଣୀ ବହୁ ଆଡମ୍ୱରରେ ମାନିଥାନ୍ତି । ଏ ରାଜ୍ଯ ଭାଇ ଚାରା ର । ଆମ ଗେହ୍ଲା ପୁଅ ପ୍ରଭୁ କାଳିଆ ସାଆନ୍ତଙ୍କ ରଥଯାତ୍ରା ହେଉ ଅବା ହଜାର ବର୍ଷର ଐତିହାସିକ କଟକ ବାଲିଯାତ । ଦେଶ ବିଦେଶରୁ କାହିଁ କେତେ ଲୋକ ଦଉଡି ଆସନ୍ତି ଏଠାକୁ ।ଜାତି,ଧର୍ମ,ବର୍ଣ୍ଣ ,ନିର୍ବିଶେଷରେ ଏଠାରେ ସମସ୍ତେ ଗୋଟିଏ ମାଳାରେ ଗୁନ୍ଥା ।


କାର୍ତ୍ତିକ ପୁନେଇଁ ପ୍ରଥମ ଦିନର ବାଲିଯାତ୍ରା ବୁଲି କଟକରୁ ବାଲେଶ୍ୱର ଅଭିମୁଖେ ଟ୍ରେନ୍ ରେ ଫେରୁଥିବା ବେଳ ମୋ ପାଖରେ ବସିଥାନ୍ତି ।ଆହ୍ଲାବାଦର ଗୋଟେ ପରିବାର ଆଉ କିଛି ଆଖ ପାଖ ଅଞଳର ହବିଷିଆଳି ।ଯୋଉ ମାନେ କି ପୁରା ଜଗନ୍ନାଥ ନଗରୀକୁ କାର୍ତ୍ତିକ ମାସ ବ୍ରତ ପାଇଁ ଆସି ଆଜି ଫେରୁଛନ୍ତି । ସତରେ ସେମାନଙ୍କ କଥା ଶୁଣୁ ଶୁଣୁ ଭାରି ଗର୍ବ ଲାଗିଲା କି ଆମେ ଉତ୍କଳ ଭଳି ପବିତ୍ର ମାଟିର ସନ୍ତାନ ।ଆମ ଐତିହ୍ଯକୁ ସମସ୍ତେ କେତେ ଭଲପାନ୍ତି । ଆହ୍ଲାବାଦର ସେ ପରିବାର ପରସ୍ପର ଭିତରେ ହିନ୍ଦୀରେ ଜଗନ୍ନାଥଙ୍କ କଥା ହୋଉ ହୋଉ ତାଙ୍କ ଗୁଣ ଗାଉ ଗାଉ ସତେ ଯେମିତି ଭକ୍ତିମୟ ବାତାବରଣଟେ ମୋ ମନରେ ବି ସୃଷ୍ଟି କରିଦେଇଥିଲି ।ମନେ ମନେ ହସୁଥିଲି ଓ କାଳିଆଙ୍କ ଛବି ସତେ ଯେମିତି ମୋ ଆଖିରେ ନାଚିଯାଉଥିଲା ।

ପ୍ରକୃତରେ ଆମ ଐତିହ୍ଯ ନିଶ୍ଚିତ ମହାନ୍ ।


Rate this content
Log in