Rasmita Hembram

Others

2.5  

Rasmita Hembram

Others

ଗଛ ର ଆତ୍ମ ରଦନ

ଗଛ ର ଆତ୍ମ ରଦନ

2 mins
304


ହେ ଈଶ୍ୱର !

ତୋମକୁ ମୋର କୋଟି କୋଟି ପ୍ରଣାମ ଓ ଶତ ଶତ ଧନ୍ଯବାଦ । ତୋମେ ମୋତେ ଗଛ ରୂପେ ଜନ୍ମ ଦେଇଛ । ଛନ୍ଦ,କପଟ,ହିଂସା, ଦ୍ୱେଷ ରୁ ମୁକ୍ତ ରଖିଛ । ନିଃସ୍ୱାର୍ଥପର ଜୀବନ ବିତାଇବାର ଶକ୍ତି ଦେଇଛ । ଦୀପ ଟିଏ ପରି ଜୀବନ ର ଶେଷ ଯାଏ ଜଳି ଜଳି ଆଲୋକ ଦେବା ର କ୍ଷମତା ଦେଇଛ । ଜଗତକୁ ଉଦ୍ଧାର କରିବାର ଆଶିର୍ବାଦ ଦେଇଛ । ଏ ସବୁ ନେଇ ମୁଁ ବହୁତ ଆନନ୍ଦିତ । ଏ ସବୁ କାର୍ଯ୍ଯ କରି ମୁଁ ବାତ୍ସଲ୍ଯର ପ୍ରେମରେ ପଡିଯାଏ । ଥକା ହୋଇ ମୋ କୋଳେ ବାଟୋଇ ଟେ ବସିଲେ ମୋ ମମତା ର ଛାଇ ପଣତରେ ଘୋଡାଇ ତାକୁ ମୁଁ ମାତ୍ରୁତ୍ଯ ର ପରମ ସୁଖ ଅନୁଭବ କରେ । ଗଛ ଟିଏ ହୋଇ ସର୍ବ ଜୀବଙ୍କ ର ଲାଳନ ପାଳନ ମୁଁ କରିପାରୁଛି । ଫଳ ଟିଏ ଦେବି ବୋଲି ଟେକା ପାହାର ମୁଁ ମୁଣ୍ଡ ପାତି ସହିଯାଏ । ଫୁଲ ଟିଏ ପାଇଁ ଟାଣା ଝିଙ୍କା ଖାଏ । ଉଷ୍ମତା ଦେବା ପାଇଁ ନିଜକୁ ଜାଳିଦିଏ ।


ହେଲେ ପ୍ରଭୁ ମୋତେ ମୌନ କାହିଁକି କଲ ??? ଏ ଅବୁଝା ମଣିଷ କୁ କିଏ ବୁଝେଇବ ??? ସବୁ ବୁଝି ତଥାପି ଅବୁଝା !!! କୁରାଢି ହାତରେ ଧରି ନିଜ ଗୋଡ ନିଜେ ହାଣୁଛି, କିଏ ପଚାରିଲେ କହୁଛି ମୁଁ ଗଛ କାଟୁଛି । ଯେଉଁ ଡାଳ ରେ ବସା ବାନ୍ଧି ଶାନ୍ତି ରେ ଟିକେ ସେ ଶୋଉଛି ସେଇ ଡାଳକୁ କାଟୁଛି । ଆଉ କିଛି ବୁଝି ପାରୁନି !!!!

ଶ୍ରେଷ୍ଠ ପ୍ରାଣୀ ରୂପେ ଜନ୍ମ ଦେଇବି ସେ ମହାମୁର୍ଖ ପାଲଟିଛି । ବୁଦ୍ଧି, ଜ୍ଞାନ, ବିଜ୍ଞାନ ର କୌଶଳ ତା ପାଖେ ଥାଇବି ସେ ଅମଣିଷ ହୋଇଯାଇଛି । ନିଜର ଆରାମଦାୟକ ,ଚାକଚକ୍ଯ ଜୀବନ ଓ ସଉକ ପାଇଁ କ'ଣ କରୁଛି ସେ ବୁଝିପାରୁନି । ନିଜ ସ୍ୱାର୍ଥ ପାଇଁ ମୋର ବଂଶ କୁ ତ ଲୋପ କରିବାରେ ଲାଗିଛି । ବୁଝିପାରୁନି ସେ ମୁଁ ହିଁ କେବଳ ତାକୁ ଜୀବନ ଦେଇ ପାରିବି,ଶାନ୍ତି ଦେଇ ପାରିବି । ତାକୁ ବଞ୍ଚି ରହିବା ପାଇଁ ଅମ୍ଳଜାନ ଦେଇ ଅଂଗାରକାମ୍ଳ ଶୋଷିବି । ବାୟୁମଣ୍ଡଳ କୁ ଜଳୀୟବାଷ୍ପ ଦେଇ ଭୂ-ତାପନ ରୁ ତାକୁ ଉଦ୍ଧାରିବି । ଆଜି ସେ ନିଜ ଲାଳାସ ପାଇଁ ଅନ୍ଧ ଓ ବଧିର ପାଲଟିଛି । ଏ ମଣିଷ ର ତାଡନା ରେ ମୋର ଜେଜେ,ଅଜା ତ ମଲେଣି ମଲେଣି । ଆଜି ବିଭିନ୍ନ ରାସାୟନିକ ସାର ଦେଇ ମୋତେ ମୋ ବଂଶ ରକ୍ଷା କରିବାକୁ ବି ଦେଉନାହାନ୍ତି !!! ।

ଏମିତିରେ ସମ୍ପୂର୍ଣ୍ଣ ଜୀବ ଜଗତ କେମିତି ତିଷ୍ଠିବ ପ୍ରଭୁ! କେମିତି ତୋମର ଏ ସ୍ରୁଷ୍ଟି ବଞ୍ଚିବ ??? ଏ ମଣିଷ କୁ ଟିକେ ଚିନ୍ତା କରିବାର ସାମର୍ଥ୍ଯ ଦିଅ ପ୍ରଭୁ । ଠିକ୍ ବାଟ ଦେଖାଅ ତାକୁ ଉଚିତ୍ ଅନୁଚିତ୍ ବୁଝାଅ । ମୁଁ ମରିବାକୁ ଡରୁନି ,ହେଲେ ମୋ ବିନା ତାର ଧ୍ୱଂସ ଯେ ସୁନିଶ୍ଚିତ ସେ କଥାକୁ ବୁଝାଅ ତାକୁ ପ୍ରଭୁ! ବୁଝାଅ ତାକୁ...ବୁଝାଅ ତାକୁ... ।


Rate this content
Log in